New Year 2026 - The Sakala

ନୂଆବର୍ଷ ଶୁଭେଚ୍ଛା ପାଇଁ ନବୀନ ନିବାସରେ ଭିଡ଼: ରାଜ୍ୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ଇଂରାଜୀ ନୂଆବର୍ଷ ୨୦୨୬ର ପ୍ରଥମ ଦିନରେ ଆଜି ନବୀନ ନିବାସରେ ପ୍ରବଳ ଭିଡ଼ । ବିଜେଡିର ବହୁ ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ, ପ୍ରଶଂସକଙ୍କ ପର୍ଯ୍ୟନ୍ତ ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନବୀନ ମଧ୍ୟ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଥିବା ବେଳେ ସମସ୍ତେ ମିଳିମିଶି ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଗୁରବାର ସକାଳୁ ସକାଳୁ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପ୍ରବଳ ଭିଡ଼ ହୋଇଥିଲା। ଦଳର ନେତା, କର୍ମୀ, ଶୁଭେଚ୍ଛୁମାନେ ହାତରେ ଫୁଲତୋଡ଼ା ଧରି ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲଗାଇଥିଲେ। ନିଜର ପ୍ରିୟ ନେତାଙ୍କ ଝଲକ ଟିଏ ପାଇବା ପାଇଁ ସମର୍ଥକ ବେଶ୍‌ ଉତ୍ସାହିତ ଥିବାବେଳେ ସମସ୍ତେ ଶୁଭେଚ୍ଛା ପ୍ରଦାନ ସହ ନବୀନଙ୍କ ସହ ଫଟୋ ଉଠାଇଥିଲେ। ନବୀନ ମଧ୍ୟ ହସ ହସ ମୁହଁରେ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହ ଶୁଭକାମନା ପ୍ରଦାନ କରିଥିଲେ। ବରିଷ୍ଠ ନେତାଙ୍କ ମଧ୍ୟରେ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ,  ସଞ୍ଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିବା ସହ ଦଳର କର୍ମୀମାନଙ୍କୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବିରୋଧୀ ଦଳର ଭୂମିକାକୁ ନିଷ୍ଠାର ସହ ପାଳନ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦେଶରେ ଏକ ବିକଶିତ ରାଜ୍ୟରେ ପରିଣତ ହୋଇଥିଲା। ମହାବାତ୍ୟା ପରେ ନବୀନଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ରୂପ ଦେଇଛି। କ୍ଷମତାରେ ନ ଥିଲେ ମଧ୍ୟ ସେ ରାଜ୍ୟବାସୀଙ୍କ ପାଇଁ ଅହରହ ଚିନ୍ତା କରୁଛନ୍ତି । ଆଜି ନୂଆବର୍ଷରେ ସେ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେବା ଜାରି ରଖିଛି। ତାଙ୍କ ନେତୃତ୍ୱ ପଛରେ ସମସ୍ତେ ଠିଆ ହୋଇଛନ୍ତି ଓ ରହିଥିବେ ବୋଲି ସେ କହିଛନ୍ତି।

ନୂଆବର୍ଷରୁ ରିଚାର୍ଜ ପ୍ଲାନ୍ ମହଙ୍ଗା ! ଟେଲିକମ୍‌ କମ୍ପାନୀ ବଢ଼ାଇବେ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌...
ନୂଆଦିଲ୍ଲୀ: ନୂଆ ବର୍ଷରୁ ଆପଣଙ୍କୁ ପୁଣି ଥରେ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କାରଣ ବର୍ଷର ଶେଷ ମାସରେ ଦେଶର ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ୍‌ ବୃଦ୍‌ଦି କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍‌ ଅପରେଟରମାନେ  ସେମାନଙ୍କର ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦରରେ ୧୨% ଯାଏ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଏ ସମ୍ପର୍କରେ ବର୍ତ୍ତମାନ ଖବର ସୋସିଆଲ ମିଡିଆରେ ଛାଇବାରେ ଲାଗିଛି। ଏହି ଖବର ଏବେ ଗ୍ରାହକମାନଙ୍କୁ ପୁଣି ଥରେ ଚିନ୍ତାରେ ପକାଇଛି।  ଜିଓ,ଏୟାରଟେଲ୍‌ ଏବଂ ଭିଆଇ ଭଳି  ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ନୂତନ ବର୍ଷରେ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବେ। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନୋଟିଫିକେସନ୍‌ ପଠାଇବା ମଧ୍ୟ ଆରମ୍ଭ କରିଛନ୍ତି।

ଟେଲିକମ୍ କମ୍ପାନୀଗୁଡ଼ିକ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡ଼ିକ ସମ୍ପର୍କରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାଁନ୍ତି। ତେଣୁ, ପ୍ଲାନ ମୂଲ୍ୟ ସମାନ ରହିବ। ଏକ ରିପୋର୍ଟ ଅନୁଯାୟୀ, ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ - ଜିଓ, ​​ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ - ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଫଳସ୍ୱରୂପ, ଆଗାମୀ ମାସଗୁଡ଼ିକରେ ରିଚାର୍ଜ ପ୍ଲାନଗୁଡ଼ିକ ୧୦-୧୨ ପ୍ରତିଶତ ମହଙ୍ଗା ହୋଇପାରେ। ଯଦି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ଏହା ୨୦୨୪ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ହେବ। ସାମ୍ପ୍ରତିକ ମାସଗୁଡ଼ିକରେ, ଜିଓ ଏବଂ ଏୟାରଟେଲ୍ ଚୁପଚାପ୍ ସେମାନଙ୍କର ଏଣ୍ଟ୍ରି-ଲେବଲ ୧ ଜିବି ଦୈନିକ ପ୍ରିପେଡ୍ ପ୍ଲାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି, ଯାହା ବ୍ୟବହାରକାରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଅଧିକ ମହଙ୍ଗା ପ୍ଲାନ୍‌ ଆଡ଼କୁ ଠେଲିଦେଇଛି। ଅଧିକାଂଶ ପ୍ରିପେଡ୍ ଡାଟା ଉପଭୋକ୍ତାଙ୍କ ପାଇଁ ନୂତନ ମୌଳିକ ଯୋଜନାଗୁଡ଼ିକ ଏବେ ପ୍ରତିଦିନ ଦେଢ଼ ଜିବିରୁ ଆରମ୍ଭ ହେଉଛି, ଯାହାର ମୂଲ୍ୟ ପ୍ରାୟ ୨୯୯ ଟଙ୍କା, ଯାହା ପୂର୍ବ ୨୪୯ ଟଙ୍କା ଯୋଜନାଠାରୁ ପ୍ରାୟ ୧୭% ବୃଦ୍ଧି।

ଟେଲିକମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ଏବଂ ୫ଜି ଭିତ୍ତିଭୂମି ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଏବଂ ଭିଆଇ ଉଭୟ ଦୀର୍ଘ ସମୟ ଧରି ଟାରିଫ୍ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି। ବର୍ତ୍ତମାନ, ସିଧାସଳଖ ମୂଲ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ଶସ୍ତା ପ୍ଲାନ୍‌ଗୁଡିକୁ  ବନ୍ଦ କରୁଛନ୍ତି। ଯାହାଫଳରେ ଗ୍ରାହକମାନେ ଅଧିକ ମହଙ୍ଗା ଯୋଜନା କିଣିବାକୁ ବାଧ୍ୟ ହେବେ। ଏହି କୌଶଳଗୁଡ଼ିକ କମ୍ପାନୀଗୁଡ଼ିକୁ ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏମିତିକି କିଛି କମ୍ପାନୀ ମଧ୍ୟ ନଭେମ୍ବରରେ କିଛି ନିର୍ଦ୍ଧିଷ୍ଟ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦର ବୃଦ୍ଧି କରିଛନ୍ତି। ଭିଆଇ ଏବଂ ଏୟାରଟେଲ୍‌ ଭଳି ଅପରେଟର ପ୍ଲାନ ଦର ୭%ରୁ ଅଧିକ ବଢ଼ାଇଛନ୍ତି। ଯେତେବେଳେ କି ବିଏସ୍‌ଏନ୍‌ଏଲ୍‌ ଭାଲିଡିଟି କମ୍‌ କରିଛି।

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ, ସ୍କାନରରେ ରାଜଧାନୀର ବାର ଓ ପବ୍
ଭୁବନେଶ୍ୱର: ନୂଆବର୍ଷ ପାଇଁ ଆରମ୍ଭ ହେଲା ଅବକାରୀ ବିଭାଗର ଧରପଗଡ଼ । ସ୍କାନରରେ ରାଜଧାନୀର ବାର ଓ ପବ୍ । ବଡଦିନ, ଜିରୋ ନାଇଟ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର ।

ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫସିରଫ କାରବାର ଉପରେ ମଧ୍ୟ ରହିଛି କଡା ନଜର । ଏଭଳି ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।