toll tax - The Sakala

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI
ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।

କେତେ ବଢ଼ିଲା ଦର?

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।

କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?

ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।

କ'ଣ ରହିଛି ନିୟମ ଓ ସୁବିଧା?

ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।

ବାର୍ଷିକ ପାସର ଲୋକପ୍ରିୟତା

ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%) ଓ ଦିଲ୍ଲୀ (୧୧.୫%) ରହିଛନ୍ତି।

ବଢ଼ିବ ଟୋଲ୍‌ ଟିକସ: ଏପ୍ରିଲ ପହିଲାରୁ ହାଇୱେ ଏବଂ ଏକ୍ସପ୍ରେସ୍‌ ୱେରେ ଗାଡ଼ି ଚାଳନା ହେବ ମହଙ୍ଗା
ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ (ଏନଏଚ୍) ଓ ଏକ୍ସପ୍ରେସ-ୱେରେ ଆସନ୍ତା ଏପ୍ରିଲରୁ ପହିଲାରୁ ଗାଡ଼ି ଚଳାଇବା ମହଙ୍ଗା ହେବ। କାରଣ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଟୋଲ୍‌ ଟିକସ ବଢାଇବାକୁ ପ୍ରସ୍ତୁତି ଚାଲିଛି। ରବିବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟୋଲ୍‌ ଟିକସ ରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଟାରିଫ୍‌ରେ ଏହି ପରିବର୍ତ୍ତନ ଜାତୀୟ ରାଜପଥ ଫି-୨୦୦୮ ଅନୁସାରେ ସବୁ ବର୍ଷ ହୋଇଥାଏ। ରିପୋର୍ଟ ଅନୁସାରେ ଟୋଲ୍‌ ଟିକସର ନୂଆ ଦର ପ୍ରସ୍ତାବ ଏନଏଚଏଆଇଙ୍କ ସବୁ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟ୍‌(ପିଆଇୟୁ)ରୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ମିଳିଯିବ।

ନୂଆ ଟିକସ ଦର ୧ ଏପ୍ରିଲରୁ ସଡ଼କ ଓ ପରିବହନ ମନ୍ତ୍ରାଳୟଙ୍କ ମଞ୍ଜୁରୀ ପରେ ଲାଗୁ ହୋଇଯିବ। ରିପୋର୍ଟ ଅନୁସାରେ କାର ଓ ହାଲୁକା ଯାନବାହନ ଉପରେ ପ୍ରତି ଟ୍ରିପ୍ ପିଛା ୫ ପ୍ରତିଶତ ଅଧିକ ଟିକସ ଲାଗିବ ଓ ଭାରୀ ଯାନବାହନ ଲାଗି ଟୋଲ୍‌ ଟିକସ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବ। ଏହା ପୂର୍ବରୁ ଟୋଲ୍‌ ଟିକସ ୨୦୨୨ରେ ବୃଦ୍ଧି କରାଯାଇଥିଲା। ସବୁ ପ୍ରକାର ଗାଡ଼ି ଲାଗି ଟାରିଫ୍‌ରେ ୧୦ ଟଙ୍କା ଓ ୬୦ ଟଙ୍କା ବୃଦ୍ଧି କରି ଟୋଲ୍‌ ଟିକସ ହାରରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏବେ ଦେଶର ଏକ୍ସପ୍ରେସ୍-ୱେଗୁଡିକରେ ପ୍ରତି କିଲୋମିଟର ପିଛା ୨ ଟଙ୍କା ୧୯ ପଇସା ହାରରେ ଟୋଲ ଟିକସ ଅସୁଲ କରାଯାଉଛି। ଏକ ରିପୋର୍ଟ ଅନୁସାରେ ଟୋଲ୍‌ ପ୍ଲାଜା ଆଖପାଖର ୨୦ କିଲୋମିଟର ଅଞ୍ଚଳରେ ଲୋକଙ୍କୁ ଦିଆଯାଉଥିବା ମାସିକ ପାସ୍ ସୁବିଧାରେ ମଧ୍ୟ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ହେବ। ଜାତୀୟ ସଡ଼କ ଫି ନିୟାମକ ୨୦୦୮ ଅନୁସାରେ ୟୁଜର ଫିରେ ପ୍ଲାଜାର ବିଶେଷ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ରିଆତିର କୌଣସି ବ୍ୟବସ୍ଥା ନାହିଁ। ତେବେ କେହି ଅଣବାଣିଜ୍ୟିକ ଯାନର ମାଲିକ ଓ ପ୍ଲାଜାର ୨୦ କିଲୋମିଟର ଅଞ୍ଚଳରେ ରହୁଥÒବା ଗାଡି ମାଲିକ ମାସିକ ୩୧୫ଟଙ୍କା ଦେୟ ଦେଇ ପାସ୍‌ ନେଇପାରିବେ।

ବଦଳିବ ଟୋଲ୍‌ ଟିକସ ନିୟମ: ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଟେକ୍ନୋଲୋଜି ଜରିଆରେ ଆକାଉଣ୍ଟରୁ ଆପେ କଟିଯିବ ଟିକସ
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଟୋଲ୍‌ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ ଟୋଲ୍ ଟିକସ ଆଦାୟ ଭଳି କାର୍ଯ୍ୟ ଟେକ୍ନୋଲୋଜି ମାଧ୍ୟମରେ ସମ୍ପନ୍ନ ହେବ। ଆଗକୁ ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ ଏବଂ ଟୋଲ୍ ଟିକସ ଦେଉ ନ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ସରକାର ଏଭଳି ଟେକ୍ନୋଲୋଜି ବ୍ୟବହାର କରିବେ ଯାହା ସାହାଯ୍ୟରେ ଆକାଉଣ୍ଟରୁ ଆପେ ଆମେ ଟିକସ କଟିଯିବ। ଆଗକୁ ଟୋଲ୍‌ ପ୍ଲାଜା ହଟାଇ କ୍ୟାମେରା ସବୁ ଲଗାଯିବ। ଦେଶରେ ନୂଆ ଟୋଲ୍‌ ଟିକସ ନିୟମ ଲାଗୁ କରିବାକୁ ସରକାର ଏକ ବିଧେୟକ ଆଣିପାରନ୍ତି ସରକାର ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ଶ୍ରୀ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ଟୋଲ୍‌ ଟିକସ ଫାଙ୍କି ପାଇଁ କୌଣସି ପ୍ରକାରର ଦଣ୍ଡ ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ଟୋଲ ଟ୍ୟାକ୍ସ ସଂଗ୍ରହ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ଜାତୀୟ ରାଜପଥରୁ ଟୋଲ୍‌ ପ୍ଲାଜାଗୁଡିକୁ ହଟାଇବା ଏବଂ ସେଠାରେ କ୍ୟାମେରା ଲଗାଇବା ପାଇଁ ଯୋଜନା ରହିଛି। ଟୋଲ୍‌ ଦେବା ପାଇଁଁ ଲୋକଙ୍କୁ ସେଠାରେ ଅଟକିବାକୁ ପଡିବନାହିଁ। ରାଜପଥରେ ଗାଡି ଚଲାଇବା ସମୟରେ କାର ସହିତ ଲିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟିକସ କଟାଯିବ। ୨୦୧୯ରେ କରାଯାଇଥିବା ନୂଆ ନିୟମ ଅନୁଯାୟୀ, କାରଗୁଡିକ କମ୍ପାନୀ-ଫିଟ୍ ନମ୍ବର ପ୍ଲେଟ୍ ସହିତ ଆସିବ। ସେଥିପାଇଁ ଗତ ଚାରି ବର୍ଷ ମଧ୍ୟରେ ଆସିଥିବା ଯାନଗୁଡ଼ିକରେ ଭିନ୍ନ ନମ୍ବର ପ୍ଲେଟ୍ ରହିଛି। ବର୍ତ୍ତମାନ ରାଜପଥରେ ଲାଗିଥିବା କ୍ୟାମେରା ଏହି ନମ୍ବର ପ୍ଲେଟଗୁଡ଼ିକୁ ପଡିବ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ସିଧାସଳଖ କଟାଯିବ। ୨୦୨୪ ପୂର୍ବରୁ ଦେଶରେ ୨୬ଟି ଗ୍ରୀନ୍‌ ଏକ୍ସପ୍ରେସ ୱେ ପ୍ରସ୍ତୁତ ହେବ। ସଡ଼କ ଦୃଷ୍ଟିରୁ ଭାରତ ଆମେରିକା ସହିତ ସମାନ ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ଯଦି ଜଣେ ବ୍ୟକ୍ତି ଟୋଲ୍‌ ରାସ୍ତାରେ ୧୦ କିଲୋମିଟର ଦୂରତା ଯାତ୍ରା କରନ୍ତି, ତେବେ ତାଙ୍କୁ ୭୫ କିଲୋମିଟରର ଫି ଦେବାକୁ ପଡୁଛି, କିନ୍ତୁ ନୂତନ ବ୍ୟବସ୍ଥାରେ ତାଙ୍କୁ କେବଳ ଯାତ୍ରା କରୁଥିବା ଦୂରତା ପାଇଁ ଚାର୍ଜ ଦେବାକୁ ପଡିବ।

ଜୁଲାଏ ୩୧ ଯାଏଁ ଟୋଲ୍ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଟୋଲ୍ ଟ୍ୟାକ୍ସ ଛାଡ଼ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟ୍‌ରେ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ଏହ ବିଜ୍ଞପ୍ତି ଜାରି କରାଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯି । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି ।