Javed Akhtar - The Sakala

ଆଦିତ୍ୟ ଧରଙ୍କ 'ଧୁରନ୍ଧର'କୁ ସମର୍ଥନ କଲେ ଜାଭେଦ୍ ଅଖତର, କହିଲେ- 'ପ୍ରୋପାଗଣ୍ଡା ଫିଲ୍ମରେ ଅସୁବିଧା କ'ଣ?'
କିଛି ସମୟ ଧରି ବଲିଉଡରେ 'ପ୍ରୋପାଗଣ୍ଡା' (Propaganda) ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିରହିଛି। ନିକଟରେ ରିଲିଜ୍ ହୋଇଥିବା ନିର୍ଦ୍ଦେଶକ ଆଦିତ୍ୟ ଧର (Aditya Dhar)ଙ୍କ ଫିଲ୍ମ 'ଧୁରନ୍ଧର' (Dhurandhar) ଏବଂ ଏହାର ସିକ୍ୱେଲକୁ ମଧ୍ୟ ଏକ ଗୋଷ୍ଠୀ ପ୍ରୋପାଗଣ୍ଡା ଫିଲ୍ମ ବୋଲି ଆଖ୍ୟା ଦେଇଛନ୍ତି। ତେବେ ବର୍ତ୍ତମାନ ଏହି ବିବାଦରେ ମୁହଁ ଖୋଲିଛନ୍ତି ବଲିଉଡର ବର୍ଷୀୟାନ ଗୀତିକାର ତଥା ଚିତ୍ରନାଟ୍ୟ ଲେଖକ ଜାଭେଦ୍ ଅଖତର (Javed Akhtar)। ସେ ଏହି ଫିଲ୍ମକୁ ସମର୍ଥନ କରିବା ସହ ପ୍ରୋପାଗଣ୍ଡା ଫିଲ୍ମରେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

'ପ୍ରୋପାଗଣ୍ଡା ଫିଲ୍ମରେ ଅସୁବିଧା କ'ଣ?'

କୋଲକାତାରେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ଜାଭେଦ୍ ଅଖତରଙ୍କୁ 'ଧୁରନ୍ଧର' ଭଳି ପ୍ରୋପାଗଣ୍ଡା ଫିଲ୍ମ ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ସେ କହିଥିଲେ, 'ମୁଁ ଜାଣିନାହିଁ ପ୍ରୋପାଗଣ୍ଡା ଫିଲ୍ମ କହିଲେ ଆପଣମାନେ କ'ଣ ବୁଝନ୍ତି। ମୋତେ ଧୁରନ୍ଧର ବହୁତ ଭଲ ଲାଗିଲା, ଏହା ଏକ ଚମତ୍କାର ଫିଲ୍ମ। ଦ୍ୱିତୀୟ ଭାଗ ଅପେକ୍ଷା ମୁଁ ପ୍ରଥମ ଭାଗକୁ ଅଧିକ ପସନ୍ଦ କରିଥିଲି।' ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ କାହାଣୀରେ ଏକ ଆଦର୍ଶ ବା ବିଚାରଧାରା ରହିଥାଏ। ଯଦି କୌଣସି କାହାଣୀ ଦର୍ଶକଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ପସନ୍ଦ ଆସେ ନାହିଁ, ତେବେ ତାହାକୁ ପ୍ରୋପାଗଣ୍ଡା କୁହାଯାଇପାରିବ କି? ସମସ୍ତଙ୍କର ନିଜର ବିଚାରଧାରା ପ୍ରଚାର କରିବାର ଅଧିକାର ରହିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ।

ବକ୍ସ ଅଫିସରେ 'ଧୁରନ୍ଧର'ର ସଫଳତା

ରଣବୀର ସିଂହ (Ranveer Singh)ଙ୍କ ଅଭିନୀତ ଏହି ସ୍ପାଇ ଥ୍ରିଲର୍ ଫିଲ୍ମ ବକ୍ସ ଅଫିସରେ ବିପୁଳ ସଫଳତା ହାସଲ କରିଛି। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଉଭୟ ଭାଗ ବିଶ୍ୱସ୍ତରରେ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରି ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ ଏବଂ ଆର ମାଧବନଙ୍କ ଭଳି ତାରକା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଏତେ ବଡ଼ ସଫଳତା ସତ୍ତ୍ୱେ କିଛି ଲୋକ ଏହାକୁ ପ୍ରୋପାଗଣ୍ଡା ବୋଲି ସମାଲୋଚନା କରୁଥିବା ବେଳେ ବର୍ତ୍ତମାନ ଜାଭେଦ୍ ଅଖତରଙ୍କ ବୟାନ ଏହି ଆଲୋଚନାକୁ ଏକ ନୂଆ ଦିଗ ଦେଇଛି |

ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫
ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଓ ପ୍ରାଚୀନ ପକ୍ଷରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ ୨୦୨୫ ଆରମ୍ଭ। ସୋଆ ଦ୍ଵାରା ପରିଚାଳିତ ସେଣ୍ଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍  ଆନସିଏଣ୍ଟ କଲ୍‌ଚର ହେରିଟେଜ ଅଫ୍ ଇଣ୍ଡିଆ – ପ୍ରାଚୀନ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଛି । ସୋଆ ସାହିତ୍ୟ ଉତ୍ସବକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଉଦ୍‌ଘାଟନ କରିଛନ୍ତି । ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି ।

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଛି । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଏବଂ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା ନିଜର ବକ୍ତବ୍ୟ ରଖିଛନ୍ତି।