Shubhankar Mishra Controversy - The Sakala

Shubhankar Mishra Controversy: ପୁରୀ ଶ୍ରୀମନ୍ଦିରକୁ ନେଇ ଇନଫ୍ଲୁଏନସର ଶୁଭଙ୍କରଙ୍କ ବିବାଦୀୟ ଟିପ୍ପଣୀ: ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସମ୍ପର୍କ’
ଭୁବନେଶ୍ୱର: 'ଶ୍ରୀମନ୍ଦିରକୁ ଯିବାକୁ ପ୍ରେମୀ ଯୁଗଳଙ୍କୁ ବାରଣ। ଯୁବକ-ଯୁବତୀ ଯଦି ପ୍ରେମ କରୁଥାନ୍ତି ତେବେ ଶ୍ରୀମନ୍ଦିରକୁ ଏକାଠି ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗଯାଏ। ପ୍ରେମୀଯୁଗୋଳଙ୍କର ବିବାହ ହୋଇପାରେନା। ଶ୍ରୀମନ୍ଦିରକୁ ରାଧାରାଣୀ ଅଭିଶାପ ଦେଇଥିବାରୁ ଏପରି ଘଟୁଛି।' ଏକଥା ଆମେ କହୁନାହିଁ, ବରଂ ଏଭଳି ବିବାଦୀୟ ଟିପ୍ପଣୀ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା । ହଁ ଆଜ୍ଞା, ସମ୍ବାଦ ଉପସ୍ଥାପକରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ପାଲଟିଥିବା ଆଉ ଯୁବବର୍ଗଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିବା ଶୁଭଙ୍କର ମିଶ୍ରଙ୍କ ଏଭଳି ଟିପ୍ପଣୀକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ପ୍ରସିଦ୍ଧ ୟୁଟ୍ୟୁବର୍‌ ଓ ପଡକାଷ୍ଟର୍‌ ଶୁଭଙ୍କର ମିଶ୍ରା ଶ୍ରୀମନ୍ଦିରକୁ ନେଇ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶୁଭଙ୍କର ମିଶ୍ରା ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ, ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। ତାଙ୍କ ଅନୁଯାୟୀ, ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା' ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ, ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା' ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା, ବିଶେଷ କରି ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀବାସୀ ତଥା ଶ୍ରୀଜଗନ୍ନାଥ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି ଯେ, ଜଣେ ଏତେ ଉଚ୍‌ଚଶିକ୍ଷିତ ତଥା ପ୍ରଭାବଶାଳୀ ବ୍ୟକ୍ତି କିଭଳି ଶ୍ରୀମନ୍ଦିର ସମ୍ପର୍କରେ ଏଭଳି ବିଭ୍ରାନ୍ତିକର ଓ ତଥ୍ୟହୀନ ଟିପ୍ପଣୀ ଦେଇପାରିଲେ? ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏହି ପ୍ରସଙ୍ଗରେ କହିଛନ୍ତି, ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍‌ ତଥ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।

ଶୁଭଙ୍କର ମିଶ୍ରା ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର। ପୂର୍ବରୁ ସେ ବଡ଼ ବଡ଼ ଜାତୀୟ ଚ୍ୟାନେଲରେ ନ୍ୟୁଜ୍‌ ଆଙ୍କର ଭାବେ କାମ କରିସାରିଛନ୍ତି। ତାଙ୍କର ୟୁଟ୍ୟୁବରେ ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି। ସେ ରାଜନୀତି, ମନୋରଞ୍ଜନ, ଜୀବନଶୈଳୀ, କ୍ରିକେଟ୍‌ ଏବଂ ରହସ୍ୟମୟ କଂଟେଟ ଉପରେ ଭିଡିଓ ବନାନ୍ତି। ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଭାବରେ, ଶୁଭଙ୍କର ମିଶ୍ରା ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟର ସତ୍ୟତା ଯାଂଚ କରିବା କ'ଣ ଉଚିତ୍‌ ନଥିଲା କି? ତାଙ୍କର ଏହି ଟିପ୍ପଣୀ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ପରମ୍ପରାକୁ ନେଇ ସାଧାରଣ ଲୋକଙ୍କ ମନରେ କି ପ୍ରକାର ପ୍ରଭାବ ପକାଇବ? ଏ ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି।