paddy procurement - The Sakala

ଚାଷୀଙ୍କ ପାଇଁ ଖୁସି ଖବର, ୭ଦିନ ବୃଦ୍ଧି ହେଲା ଧାନକିଣା ଅବଧି
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ୭ଦିନ ବଢ଼ିଲା ଧାନକିଣା ଅବଧି । ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଯେପରି ଜଣେ ଚାଷୀଙ୍କ ଟୋକନ୍‌ ଲାପ୍ସ ଯିବନି ସେଥିପାଇଁ ଗୁରୁତ୍ବ ଦିଆଯାଇଛି । ଚଳିତ ଖରିଫ୍‌ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣା ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି । ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଆଜି ପୁରୁଛି ଧାନ କିଣା କଣ୍ଟ: ଏବେ ବି ଧାନ ଧରି ବସିଛନ୍ତି ଲକ୍ଷାଧିକ ଚାଷୀ
ଭୁବନେଶ୍ୱର: ଖରିଫ ଧାନ କିଣା ପାଇଁ ଧାର୍ଯ୍ୟ ତାରିଖ ଅବଧି ଆଜି ଶେଷ ହେଉଛି। ସରକାରୀ ଭାବେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାହା ପୂରା ହୋଇଯାଇଛି ବୋଲି ସରକାର କହୁଥିବାରୁ ଏବେବି ଧାନ ବିକି ନ ପାରି ଟୋକନ୍‌ ଧରି ବସିଥିବା ଲକ୍ଷାଧିକ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି। କେମିତି ସେମାନଙ୍କ ଅମଳ ଧାନକୁ ସରକାର କ୍ରୟ କରିବେ ସେନେଇ ଚାଷୀମାନେ ଅନେକ ସ୍ଥାନରେ ବିକ୍ଷୋଭ ଧାରଣାମାନ ଆୟୋଜନ କରୁଛନ୍ତି।

ଏଆଇସିସି କିଷାନ କଂଗ୍ରେସ ସଂଯୋଜକ ଅମିୟ ପଟ୍ଟନାୟକ ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ସମାଲୋଚନା କରି କହିଛନ୍ତି, ଖରିଫ୍‌ ଧାନ ବିକ୍ରୟ ପାଇଁ ରାଜ୍ୟର ୧୯ଲକ୍ଷ ୬୮ ହଜାର ଚାଷୀ ନାମ ପଞ୍ଜିକରଣ କରିଥିଲେ। ସାଟେଲାଇଟ୍‌ ସର୍ଭେ ପରେ ୧୭ଲକ୍ଷ ୮୮ ହଜାର ୮୮୦ ଜଣ ଯୋଗ୍ୟ ବିବେଚିତ ହେଲେ। କିନ୍ତୁ ସରକାର କହୁଛନ୍ତି, ଆମେ ୧୮ ଲକ୍ଷ ୫୫ହଜାର ୨୦୭ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରିଛୁ। ତେବେ ୭୦ ହଜାର ଅଧିକ ଚାଷୀ କେମିତି ଧାନ ବିକ୍ରି କରିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ୨୦୨୫ ଖରିଫରେ ଉତ୍ପାଦିତ ବଳକା ଧାନର ପରିମାଣ ପ୍ରାୟ ୧୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ବ ହୋଇଥିଲା। କିନ୍ତୁ ୭୩ ଲକ୍ଷ ମେଟ୍ରିକ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରାଯାଇଛି ବୋଲି କୁହାଯାଉଛି। ଅତଏବ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ବଳକା ଧାନ ରହୁଛି। ଚାଷୀ ଏବେ କରିବେ କ’ଣ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସେହିପରି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଧାନ ସରକାର ଉଠାଇ ପାରି ନାହାନ୍ତି। ଟୋକନ ଅବଧି ଦୁଇ ଦିନ ବୃଦ୍ଧି ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି। ସର୍ବନିମ୍ନ ୭ ଦିନ ବୃଦ୍ଧି ନହେଲେ ବଳକା ଧାନ ଉଠି ପାରିବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୋମବାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆବଶ୍ୟକତା ପଡିଲେ ଧାନ ସଂଗ୍ରହ ପାଇଁ ଆଉ ଦୁଇ ଦିନ ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକନ ଯେମିତି ଲାପ୍‌ସ ନ କରିବ, ସେନେଇ ସମସ୍ତ ଧାନ ସଂଗ୍ରହ କରିବୁ ବୋଲି ସେ କହିଛନ୍ତି।

ଗୋଟିଏ ଦିନରେ ବଳକା ୭ ହଜାର ଚାଷୀଙ୍କ ଧାନ କ୍ରୟ ନେଇ ଆଶଙ୍କା
କଟକ: ଚଳିତ ଖରିଫ ଋତୁର ଶେଷ ଦିନରେ ବଳକା ରହିଥିବା ଧାନ କ୍ରୟକୁ ନେଇ କଟକ ଜିଲ୍ଲାର ପ୍ରାୟ ୭ହଜାର ୧୩୦ଜଣ ଚାଷୀ ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ମୋଟ ୭୨ ହଜାର ୫୩୯ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ମୋଟ ୬୫ ହଜାର ୫୫୭ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୪୫ ହଜାର ୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁରେ ଗତ ବର୍ଷ ତୁଳନାରେ ୧୦ରୁ ୨୦ପ୍ରତିଶତ ଅଧିକ ଧାନ ଅମଳ ହୋଇଥିବା ବେଳେ ଚାଷୀ ମାନେ ବଳକା ଧାନକୁ ବାଧ୍ୟ ହୋଇ ବେପାରୀଙ୍କ ହାତକୁ ଟେକିଦେଇଛନ୍ତି ।

ଧାନ କିଣା ସମସ୍ୟାର ସମାଧାନ କରିବାରେ ସରକାର ବିଫଳ, ଇସ୍ତଫା ଦିଅନ୍ତୁ ଯୋଗାଣମନ୍ତ୍ରୀ: ବିଜେଡି
ଭୁବନେଶ୍ୱର: ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ । ସରକାର କାର୍ଯ୍ୟରେ ଶୂନ, ଭାଷଣରେ ହିରୋ । ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସମାଧାନ କରିପାରୁନାହାଁନ୍ତି ସରକାର । ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।

ପ୍ରତିଶ୍ରୁତି ଅନୁଯାୟୀ ସରକାର ସବୁ ଧାନ କିଣନ୍ତୁ । ଚାଷୀଙ୍କୁ ନୌଟଙ୍କି କହି ପରିହାସ କରିଥିବାରୁ ସରକାର କ୍ଷମା ପ୍ରାର୍ଥନା କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ଏସବୁ ଦାବି ପୂରଣ ନକରିଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ବିଧାୟକ ଧୃବ ସାହୁ ।

ସେପଟେ କଂଗ୍ରେସ କହିଛି, ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି । ବାଚସ୍ପତିଙ୍କୁ ଅନୁରୋଧ ସର୍ବଦଳୀୟ ବୈଠକ ଡାକି ଗୃହ ଚଲାନ୍ତୁ । ବିଧାନସଭାରେ କ’ଣ ଆଲୋଚନା ହେଉଛି ଏହାକୁ ରାଜ୍ୟବାସୀ ଓ ଚାଷୀମାନେ ଅପେକ୍ଷା କରି ରହିଛନ୍ତି । କଟନୀ ଛଟନୀ ବନ୍ଦ କରନ୍ତୁ । କଂଗ୍ରେସ ଚାହୁଁଚି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ଚଳାନ୍ତୁ । ଶାସକ ଓ ମୁଖ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ରାଜ୍ୟର ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ବିଜେପି ପ୍ରସ୍ତୁତ ବୋଲି କହିଛି । ମୁଖ୍ୟମନ୍ତ୍ରୀ ଗତକାଲି ଗୃହରେ କହି ସାରିଛନ୍ତି । ବିରୋଧୀ ଦଳ ଉଦ୍ଦେଶ୍ଯ ଚାଷୀ ସମସ୍ୟାର ସମାଧାନ ନୁହେଁ । ଆଜି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି ଚାଷୀ ପ୍ରସଙ୍ଗରେ । ତା’ ସତ୍ତ୍ୱେ ବି ପ୍ରଶ୍ନକାଳକୁ ବନ୍ଦ କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ । ଓଡ଼ିଶାବାସୀ ନୂଆପଡ଼ାରେ ଜବାବ ଦେଇଛନ୍ତି ଆଗକୁ ବି ଜବାବ ଦେବେ ।

ମଣ୍ଡି ତାତିରେ କମ୍ପିଲା ବିଧାନସଭା: ଚାଷୀ ପ୍ରସଙ୍ଗ ନେଇ ଗୃହରେ ତୁମୁଳ କାଣ୍ଡ, ୧୧ଟା ୩୦ ଯାଏଁ ମୁଲତବୀ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଧାନ ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥିଲେ। ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଗୃହର ମଧ୍ୟଭାଗ (Well) କୁ ଚାଲିଆସିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରି ନଥିଲା।

ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ କମିଲାନି ତାତି

ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଏବଂ ନିଜ ଆସନକୁ ଫେରିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଏହା ଶୁଣି ନଥିଲେ। ଗୃହରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ବିରୋଧୀମାନେ ଅଭିନବ ଉପାୟରେ ଧାନ ବିଡ଼ା ଧରି ଗୃହରେ ପ୍ରତିବାଦ କରିଥିଲେ।

ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର: ଧାନ କିଣା ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଧାନ କିଣାରେ ପ୍ରବଳ ଅବ୍ୟବସ୍ଥା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । DLPC ନିଷ୍ପତ୍ତି ଅନୁସାରେ ଆଜିଠାରୁ ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଧାନ ଉଠିବା କଥା । ହେଲେ ବରଗଡରେ ଏଯାଏଁ ଉଠି ନାହିଁ । ମଣ୍ଡି ଆଗରେ ଧାନ ଧରି ଚାଷୀ ଠିଆ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ଚାଷୀ ପଞ୍ଜିକରଣ ହୋଇ ନାହାନ୍ତି । ଯେଉଁଥିପାଇଁ ଅଭାବୀ ବିକ୍ରି ଆରମ୍ଭ ହୋଇ ଗଲାଣି । ମିଲର କହୁଛନ୍ତି ସ୍ଥାନ ନାହିଁ ଧାନ ରଖିବାକୁ । ହେଲେ ସରକାର କହୁଛନ୍ତି ଜାଗା ଅଛି । ଯଦି ଜାଗା ଅଛି, ଅଭାବୀ ବିକ୍ରି କାହିଁକି ହେଉଛି? ତୁରନ୍ତ ଯୋଗାଣ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସ୍ଥିତି ଯାଞ୍ଚ କରନ୍ତୁ । ଚାଷୀଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳନ୍ତୁ ନାହିଁ, ନଚେତ ନିଆଁ ଲାଗିଯିବ । ସରକାରଙ୍କୁ ଚେତାବନୀ ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ବିପଦ ଜନକ ନିଆଁ ସହିତ ଖେଳୁଛନ୍ତି ସରକାର । ସେ ନିଆଁ ସହିତ ଖେଳନ୍ତୁ ନାହିଁ ନଚେତ ସାରା ରାଜ୍ୟରେ ନିଆଁ ଲାଗିଯିବ ।

ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଲେ ଯେ ଧାନ ରଖିବାକୁ ପର୍ଯ୍ୟାପ୍ତ ଅଛି । ଯେଉଁଠି ଧାନ ପ୍ରସ୍ତୁତ ହେଲାଣି, ସେଠି ଚାଷୀଙ୍କୁ ମଣ୍ଡି ଦିଆ ସରିଲାଣି । ବରଗଡ଼ରେ ଆଜି ଠାରୁ ଆରମ୍ଭ ହେଲା । ଜାନୁଆରୀରେ ଉପକୂଳ ଓଡ଼ିଶାରେ ମଣ୍ଡି ଖୋଲିବ ।