Rumours - The Sakala

ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ
ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ପାକ୍‌ ସରକାର ନୀରବ, ଇମ୍ରାନଙ୍କ ମୃତ୍ୟୁକୁ ନେଇ ସଂଶୟ
ଇସଲାମାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ଆଡିଆଲା ଜେଲ୍‌ରେ ଅଛନ୍ତି। ତାଙ୍କୁ ନିଜର ଭଉଣୀଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଗତ ଏକ ବର୍ଷ ହେବ ସୁରକ୍ଷା ଓ ଅନ୍ୟ କାରଣର ବାହାନା ଦେଇ ଇମ୍ରାନଙ୍କୁ ତାଙ୍କ ଭଉଣୀମାନଙ୍କ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଇମ୍ରାନଙ୍କ ୩ ଭଉଣୀ ଆଲିମା, ନୋରିନ ଓ ଡ. ଉଜମା ଖାନ୍‌ ତାଙ୍କର ସମର୍ଥକଙ୍କ ସହ ଜେଲ୍‌ ଆଗରେ ଧାରଣାରେ ବସିଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ମଧ୍ୟ ପୁଲିସ ଲାଇଟ୍‌ ବନ୍ଦ କରି ଲାଠିଚାର୍ଜ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଚୁଟି ଟାଣି ମୋତେ ଘୋଷାରି ନେଇଥିଲା ବୋଲି ୭୧ ବର୍ଷୀୟା ନୋରିନ କହିଛନ୍ତି। ଅନ୍ୟ ମହିଳାଙ୍କ ସହ ମଧ୍ୟ ପୁଲିସ ମାଡପିଟ୍‌ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ  ଇମ୍ରାନଙ୍କ ମୃତ୍ୟୁ ନେଇ ସାମାଜିକ ଗଣମାଧ୍ୟମଗୁଡିକରେ ଗୁଜବ ପ୍ରସାରିତ ହୋଇଛି। ତାଙ୍କୁ କୌଣସି ଦ୍ୱିତୀୟ ସ୍ଥାନକୁ ନିଆଯାଇଛି ବୋଲି ବିଭିନ୍ନ ପୋଷ୍ଟରେ ଉଲ୍ଲେଖ କରାଯାଇଛି।

ତେବେ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରସାରିତ ଏହି ଖବର ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ୨୦୨୫ ମାର୍ଚ୍ଚରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ତାଙ୍କ ପରିବାର ଓ ଓକିଲଙ୍କ ସହ ନିୟମିତ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଜେଲ ବିଭିନ୍ନ ଆଳ ଦେଖାଇ ପ୍ରଶାସନ କୋର୍ଟଙ୍କ ଏହି ଆଦେଶ ପାଳନ କରୁନାହିଁ। ଗତ ସପ୍ତାହରେ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ରାୱଲପିଣ୍ଡି ପୁଲିସ ଦୁର୍ବ୍ୟବହାର କରିଥିଲା ଓ ସେମାନଙ୍କୁ ସଡ଼କ ଉପରେ ଘୋଷାରି ଗିରଫ ମଧ୍ୟ କରିଥିଲା। ପୂର୍ବରୁ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ଏପରି  ଦୁର୍ବ୍ୟବହାର ହୋଇଥିଲା। ଇମ୍ରାନ ଗତ ୩ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ଚାଲିଛି। ଦୁର୍ନୀତି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।