recommendation of MLA - The Sakala

ବିଧାୟକଙ୍କ ସୁପାରିସରେ ଶିକ୍ଷକ ବଦଳି ପ୍ରସଙ୍ଗ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ: ବିଧାୟକ ଓ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀର ୧୫ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ୍‌ କରିବା ନେଇ ରାଜ୍ୟ ସରକାର ଗ୍ରହଣ କରିଥିବା ନୀତିଗତ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାଗୁଡ଼ିକର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସଂକ୍ରାନ୍ତୀୟ ୩୦ରୁ ଅଧିକ ମାମଲାର ଏକତ୍ର ପୂର୍ଣ୍ଣାଙ୍ଗ ଶୁଣାଣି କରାଯାଇଥିଲା। ଆବେଦନକାରୀ, ରାଜ୍ୟ ସରକାର ଏବଂ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟମାନଙ୍କ ରାୟର ନଜିର ମଧ୍ୟ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମାମଲାଗୁଡ଼ିକର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ମାମଲାର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କେତେକ ଜିଲ୍ଲାରେ ବିଧାୟକଙ୍କ ସୁପାରିସ ଆଧାରରେ ଜାରି କରାଯାଇଥିବା ବଦଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୨, ମେ’ ୧୫ରେ ପ୍ରକାଶିତ ବଦଳି ଗାଇଡ୍‌ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ଏହି ବଦଳି ଆଦେଶ ଜାରି କରାଯାଇଛି। ପୂର୍ବରୁ ହାଇକୋର୍ଟ ମାମଲାଗୁଡ଼ିକର ପ୍ରାରମ୍ଭିକ ଶୁଣାଣି କରି ବଦଳି ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ଆବେଦନକାରୀମାନେ ସମାନ ପଦବୀରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ଡ. ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଯୁକ୍ତି ଉପସ୍ଥାପନ କରିଥିଲେ।