Covid Situation Odisha - The Sakala

କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କୋଭିଡ ବିପଦ ଦୂର ହୋଇନାହିଁ, ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି CHC level ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା IICଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, MGNREGS ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି street vendor ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ ।

କରୋନାର ସ୍ଥିତି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, ରାଜ୍ୟରେ କମୁଛି ପଜିଟିଭ ହାର
ରାଜ୍ୟରେ କରୋନାର ସ୍ଥିତି ନେଇ ଏସିଏସଙ୍କ ପ୍ରେସମିଟ୍ । ରାଜ୍ୟରେ ଧିରେ ଧିରେ ପଜିଟିଭ୍ ହାର ଖସିବାରେ ଲାଗିଛି। ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି। ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି। ରାଜ୍ୟର ୯ଟି ଜିଲ୍ଲାରୁ ଆସୁଛି ୬୦ ପ୍ରତିଶତ ମାମଲା। କିନ୍ତୁ ରାଜ୍ୟରେ ଲକ୍‌ଡାଉନ କାରଣରୁ ଏବେ ପଜିଟିଭ୍‌ ରେଟ୍‌ କମୁଛି। ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଆସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି। ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି। ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଆସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି।

ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଆଇସୋଲେନସରେ ଚିକିତ୍ସିତ ହେଉଛନ୍ତି। ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ କେୟାର ବେଡର ଆବଶ୍ୟକ କମିବାରେ ଲାଗିଛି। ଆଡିସିନାଲ୍ ଆଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ। ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି।

ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଆବଶ୍ୟକତା ରହିଛି। ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଆଜି ସିଧାସଳଖ ଚୀନ୍‌ରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର। ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍‌। ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍‌ କହିଛନ୍ତି। ଏବେ ଭାରତରେ ବ୍ଲାକ୍‌ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି। ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍‌ କହିଛନ୍ତି।

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ସୁରକ୍ଷାକୁ ଆଖି ଆଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି। ଯଦି ଆଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଆଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ। ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛି। ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଟିକା ନେଇ ସାରିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି। ରାଜ୍ୟରେ ଭ୍ୟାକସିନ୍ ଓ୍ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି। ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆହୋଇଛି। ଗ୍ଲୋବାଲ୍ ଟେଣ୍ଡରେ ଜରିଆରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ। ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ।

ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍‌ କହିଛନ୍ତି। ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି। ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିଏସ୍‌ କହିଛନ୍ତି। ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ୍ ଅଟେ ବୋଲି କୁହାଯାଇଛି। ଆଗକୁ ଆସୁଛି ରଜ ଓ ସାବିତ୍ରୀ। ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍‌। ବଜାରଘାଟ ଆସୁଥିବା ଲୋକ ଭିଡ ଜମାଇବା ଉଚିତ୍ ନୁହେଁ ସେ କହିଛନ୍ତି। ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର। ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି। ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ RT-PCR ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ।

ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଉପରେ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ରାଜ୍ୟର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହେଉଥିବା କରୋନା ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ସେମାନଙ୍କର ସମ୍ପର୍କୀୟଙ୍କୁ ସଠିକ୍ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ ଦିଗରେ ହସ୍ପିଟାଲଗୁଡ଼ିକ ମାନବିକ ଦୃଷ୍ଟିଭଙ୍ଗୀ ରଖିବା ସହିତ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ସଂକ୍ରମିତଙ୍କ ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ ।

ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ  ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।