Shankha Bhavan - The Sakala

ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା
ଭୁବନେଶ୍ୱର: ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସମୀକ୍ଷା ବୈଠକ ଶଙ୍ଖ ଭବନରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୭୦ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୯୦ ଜଣ ନେତା ସିଧାସଳଖ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସାଙ୍ଗଠନିକ ସୁଦୃଢ଼ୀକରଣ ଓ ଜନସମସ୍ୟା ସମ୍ପର୍କରେ ସେମାନଙ୍କର ପରାମର୍ଶକୁ ନବୀନ ଗୋଟିଗୋଟି କରି ଶୁଣିଛନ୍ତି।

ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳର ପ୍ରମୁଖ ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା। ବ୍ଲକ ଓ ସହରାଞ୍ଚଳ, ପଞ୍ଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା, ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ସମଗ୍ର ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟକ୍ଷମତାକୁ ଆହୁରି ବୃଦ୍ଧି କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ଅନେକ ନେତା ଜନସାଧାରଣ ସମ୍ମୁଖୀନ ହୋଇଥିବା ବହୁ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ସେଥିରେ କ୍ଷୁଦ୍ର ଖଣିଜ ସମ୍ପଦର କଥିତ ବ୍ୟାପକ ଲୁଟ ଓ ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତିର ଅବନତି, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, କୃଷକମାନଙ୍କ ସମସ୍ୟା, ଯୁବକମାନଙ୍କ ବେକାରୀ ଏବଂ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଥିବା ତ୍ରୁଟି ଆଦି ଅନ୍ତର୍ଭୁକ୍ତ ଥିଲା ବୋଲି ସେ କହିଛନ୍ତି।   ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଜନହିତ ଦୃଷ୍ଟିରୁ ତୁରନ୍ତ ଧ୍ୟାନ ଓ ନିରନ୍ତର ହସ୍ତକ୍ଷେପ ଆବଶ୍ୟକ ଥିବା ୬ଟି ପ୍ରମୁଖ ପ୍ରସଙ୍ଗକୁ ବୈଠକରେ ଚିହ୍ନଟ କରାଯାଇଛି। ଏହି ପ୍ରସଙ୍ଗଗୁଡ଼ିକ ହେଲା କୃଷକ କଲ୍ୟାଣ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦୁର୍ବଳ ବର୍ଗଙ୍କ ପାଇଁ ସାମାଜିକ ସୁରକ୍ଷା, ଜନସେବାର ପ୍ରଭାବଶାଳୀ ପ୍ରଦାନ ଏବଂ ଓଡ଼ିଶାର ବିକାଶମୂଳକ ସ୍ୱାର୍ଥର ସୁରକ୍ଷା। ରାଜ୍ୟର କୃଷକମାନଙ୍କ ସ୍ଥିତି ନେଇ ବୈଠକରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ବାରମ୍ୱାର ଆଶ୍ୱାସନ ସତ୍ତେ୍ୱ ଅନେକ କୃଷକ ଅବହେଳିତ ମନେ କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟତ ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ସାଧାରଣ ଲୋକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ସମ୍ପର୍କରେ ନିର୍ବାଚନମଣ୍ଡଳୀର ନେତାମାନେ ଦଳୀୟ ନେତୃତ୍ୱକୁ ଅବଗତ କରାଇଥିଲେ। ଜୀବିକା, ଦରଦାମ ବୃଦ୍ଧି, ବେକାରୀ, ଜନସେବା ଏବଂ ଶାସନ ସମ୍ପର୍କିତ ପ୍ରସଙ୍ଗ ବିଭିନ୍ନ ଅଞ୍ଚଳର ନେତାମାନେ ବର୍ଣ୍ଣନା କରିଛନ୍ତି।  ବିଜେଡି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ଏବଂ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱ ପାଇଁ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବା ଜାରି ରଖିବ ବୋଲି ସେ କହିଛନ୍ତି।  ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ  ଉପସ୍ଥିତ ଥିଲେ।

ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ
ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗତ ନିର୍ବାଚନରେ ପରାଜିତ ହୋଇଥିବା ନେତା ଏହି ବୈଠକରେ ଯୋଗ ଦେବେ। ସେମାନଙ୍କ ସହିତ ସିଧା କଥା ହେବେ ଦଳର ସଭାପତି ନବୀନ ପଟ୍ଟନାୟକ। ଆଜି ଅପରାହ୍ନ ୪ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହା ସହିତ SIR ପ୍ରକ୍ରିୟା, ଦଳରେ କିପରି ଅଧିକରୁ ଅଧିକ ଲୋକ ସାମିଲ ହେବେ, ସଂଗଠନକୁ କିପରି ଅଧିକ ମଜଭୁତ କରାଯିବ, ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ୨୪ ବର୍ଷ ବନାମ ୨୪ ମାସ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କ ମତାମତ ନିଆଯିବ।

ଶଙ୍ଖ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ, ଜାତୀୟ ପତାକା ଉତ୍ତୋଳନ କଲେ ବିଜେଡି ସଭାପତି ନବୀନ
ଭୁବନେଶ୍ୱର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦଳର ବରିଷ୍ଠ ନେତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉପସ୍ଥିତ ଦଳର ନେତା ଓ କର୍ମୀ ମାନଙ୍କୁ ନବୀନ ପଟ୍ଟନାୟକ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ପଣ୍ଡା, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଶ୍ରୀ ସଂତୃପ୍ତ ମିଶ୍ର, ବିଜେଡି ସଭାପତିଙ୍କ ଅତିରିକ୍ତ ରାଜନୈତିକ ସଚିବ ଶ୍ରୀ ଅଜିତ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ, ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ବିଜୟ ନାୟକ, ଶ୍ରୀ ମନ୍ମଥ ରାଉତରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ମିହିର ରାୟ, ଶ୍ରୀ ନାରାୟଣ ଜେନା, ଏସ୍କେ ଅମିର ମହମ୍ମଦ, ଆଶିଷ ସାହୁ, ସତ୍ୟଜିତ୍ ପଟ୍ଟନାୟକ, ସୁକାନ୍ତ ନାୟକ, ସଞ୍ଜିତ ମହାନ୍ତି, ନୀଳମାଧବ ମହାନ୍ତି, ଦୀପକ ମହାପାତ୍ର, ମନୋଜ ମହାନ୍ତି, ସୋଫିଆ ଆଲାମ, ସ୍ମୃତି ରଞ୍ଜନ ପଟ୍ଟନାୟକ, ଅରୁପ ଶ୍ରୀଚନ୍ଦନ, ଭାରତୀ ସିଂ, ରୁନୁ ଜେନା, ରଞ୍ଜୁଲତା ରାୟ, ବନଜା ମହାନ୍ତି, ଲୋରା ମହାପାତ୍ର, ଇତିଶ୍ରୀ ଜେନା, ଇଲା ସ୍ୱାଇଁ, ସ୍ମୀତା ସିଂ, ବବିତା ଜେନା, ତିଳୋତ୍ତମା ଚୌଧୁରୀ, ରକି ଦାସ, ସୁଜିତ ପାଲଟାସିଂହ, ଅଶୋକ ନାୟକ, ଦେବସ୍ମିତା ଦାସ, ଏସ୍କେ ନୱାଜ, ତବରେଜ ଖାନ୍, ସମିମ ଅଖତର, ଦୀପକ ସାହୁ, ପ୍ରଦୁ୍ୟମ୍ନ ମହାନ୍ତି, ସ୍ନେହାଶିଷ ଜେନା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ବୈଠକ
ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟକ୍ଷ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ସହିତ ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବୈଠକରେ ପ୍ରତ୍ୟେକ୍ଷ ଭାବରେ କନ୍ଧମାଳ ଜିଲ୍ଲାର ସାଂଗଠନିକ ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ପଦ୍ମନାଭ ବେହେରା, ବିଧାୟକ ଚନ୍ଦ୍ରମଣୀ କହଁର, ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଉପସ୍ଥିତିରେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜଭୁତ ଓ କ୍ରିୟାଶୀଳ କରାଯିବା ଉପରେ ଆଲୋଚନା କରାଯାଇଥିଲା।

ସେହିଭଳି ବୌଦ୍ଧ ଜିଲ୍ଲାର ସଭାପତି ମହିଧର ରଣା ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହିତ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସଭାପତି ଅନୁଗୁଳର ବ୍ରଜ କିଶୋର ପ୍ରଧାନ, ବରଗଡ଼ର ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକର ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିରର ସରୋଜ କୁମାର ମେହେର, କଟକର ପ୍ରଫୁଲ୍ଲ ସିଂ, ଦେବଗଡ଼ର ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳର କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ, ଗଜପତିର ପ୍ରଦୀପ ନାୟକ, ଝାରସୁଗୁଡାର ହରିଶ ଗଣତ୍ରା, କଳହାଣ୍ଡିର ପ୍ରଦୀପ କୁମାର ଦିଶାରୀ, କେନ୍ଦ୍ରାପଡ଼ାର ଶିବ ପ୍ରସାଦ ଭୋଇ, କେନ୍ଦୁଝରର ଆଶିଷ ଚକ୍ରବର୍ତ୍ତୀ, କୋରାପୁଟର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ବିଡିକା ଓ ଦୁର୍ଗା ମିଶ୍ର, ମାଲକାନଗିରିର ମାନସ ମାଡକାମୀ, ମୟୂରଭଞ୍ଜ-୧ର ସୁଦାମ ମାରାଣ୍ଡି, ମୟୂରଭଞ୍ଜ-୨ର ଦେବାଶିଷ ମାରାଣ୍ଡି, ନବରଙ୍ଗପୁରର ମନୋହର ରନ୍ଧାରୀ, ନୟାଗ?ର ରମେଶ ବେହେରା, ନୂଆପଡାର ଅବନୀ ରଞ୍ଜନ ଯୋଶୀ, ରାଉରକେଲାର ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ୱଲପୁରର ରୋହିତ ପୂଜାରୀ, ସୁବର୍ଣ୍ଣପୁରର ସରୋଜ କୁମାର କମ୍ପ, ସୁନ୍ଦରଗଡର ଯୋଗେଶ ସିଂ, ରାୟଗଡାର ଜଗନ୍ନାଥ ସାରକାଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରାଯିବା ସହିତ ବାକି ଥିବା ଜିଲ୍ଲା କମିଟି ଓ ବିଏଲ୍‌ଓଙ୍କ ନାମ ଦଳର ମୁଖ୍ୟାଳୟ (ଶଙ୍ଖ ଭବନ)ରେ ତୁରନ୍ତ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ୍ଷ ଭାବରେ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହ ଦଳର ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ଓ ବିଜୟ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।