smartphone use - The Sakala

ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ପିଲା ଘଣ୍ଟା ଚିହ୍ନିପାରୁ ନାହାନ୍ତି
ନ୍ୟୁୟର୍କ ସହରର ଅନେକ ସ୍କୁଲରୁ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଛାତ୍ରଛାତ୍ରୀ ଏବେ ପାରମ୍ପରିକ ତଥା ଆନାଲଗ୍‌ ଘଣ୍ଟା ଚିହ୍ନି ପାରୁ ନାହାନ୍ତି।  ତେବେ ଏକ ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ଏହିକଥା ସାମ୍ନାକୁ ଆସିଛି। କ୍ବିନ୍ସ ସ୍ଥିତ କାର୍ଡୋଜୋ ହାଇସ୍କୁଲର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ଟିଆନା ମିଲେନ୍ କହିଛନ୍ତି, ‘ମୋବାଇଲ ଉପରେ କଟକଣା ଲାଗିବା ପରେ ଅନେକ କିଶୋର କାନ୍ଥ ଘଣ୍ଟା ଦେଖି ସମୟ ଜାଣି ପାରି ନ ଥିଲେ। ତେବେ କାନ୍ଥଘଣ୍ଟା ଦେଖି ସମୟ ଚିହ୍ନିବା ଏକ ମୌଳିକ ଦକ୍ଷତା ଯାହା ଏବେ ପିଲାମାନେ କରିପାରୁ ନାହାନ୍ତି।’ ମିଲେନ୍ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିବା ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ସେହିପରି ମୋବାଇଲ ନ ରହିବା ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ସହ ମଧ୍ୟାହ୍ନ ଭୋଜନରେ ପରସ୍ପର ସହିତ କଥାବାର୍ତ୍ତା କରୁଥିବା ସେ କହିଛନ୍ତି। ସ୍କୁଲ ପରିସରରେ ବି ପିଲାମାନେ ଆଗ ଅପେକ୍ଷା ଅଧିକ ଚଳପ୍ରଚଳ କରୁଛନ୍ତି।

ସବୁଠୁ ବଡ଼ କଥା ହେଉଛି, ପିଲାମାନେ ଏବେ ଠିକ୍‌ ସମୟରେ ଶ୍ରେଣୀଗୃହରେ ପହଞ୍ଚୁଛନ୍ତି। ତେବେ ସେମାନେ ଏକଥା ଜାଣିପାରୁ ନାହାନ୍ତି ଯେ, ସେମାନେ ଠିକ୍‌ ସମୟରେ ସ୍କୁଲକୁ ଆସୁଛନ୍ତି କି ନାହିଁ। କାରଣ ସେମାନେ ଘଣ୍ଟା ଚିହ୍ନିବା ଜାଣନ୍ତି ନାହିଁ। ଅନ୍ୟପଟେ ଡିଜିଟାଲ ଯୁଗରେ ବଡ଼ ହେଉଥିବା ପିଲାଙ୍କ ଲାଗି ଆନାଲଗ୍‌ ଘଣ୍ଟା ଏକ ଅଜବ ଜିନିଷ ପାଲଟିଛି। ସେହିପରି ନ୍ୟୁୟର୍କ  ଶିକ୍ଷା ବିଭାଗ ଏବେ  ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଘଣ୍ଟା ଚିହ୍ନିବା ଶିକ୍ଷା ପ୍ରଦାନ କରୁଛନ୍ତି। ଏହାସତ୍ତ୍ବେ ମଧ୍ୟ ବ୍ରୁକଲିନ୍‌ର ମିଡ୍‌ଉଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କହିବା କଥା, ଅନେକ ପିଲା ଏଥିରେ ଦୁର୍ବଳ ଅଛନ୍ତି। କାରଣ ଫୋନ୍‌ରେ ସମୟ ଦେଖୁଥିବାରୁ ସେମାନେ କାନ୍ଥଘଣ୍ଟାରେ ସମୟ ଜାଣିପାରୁ ନାହାନ୍ତି। ସେହିପରି ବର୍ତ୍ତମାନ ଏହି ସମସ୍ୟା ନୂଆ ନୁହେଁ।

୨୦୧୭ ମସିହାରେ ଓକ୍ଲାହୋମାରେ ହୋଇଥିବା ଏକ ଗବେଷଣା ଅନୁସାରେ, ୬-୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣକରୁ ଜଣେ ପିଲା ଘଣ୍ଟା ଚିହ୍ନିବା ଜାଣନ୍ତି। ଏହି ସମସ୍ୟା ଅନେକ ବର୍ଷ ଧରି ଧୀରେ ଧୀରେ ବଢ଼ି ଚାଲିଛି। ଅବଶ୍ୟ ସ୍ମାର୍ଟଫୋନ୍‌ ଉପରେ ରୋକ ଲାଗିବାରୁ ଏହା ସାମ୍ନାକୁ ଆସିଲା। ଅନ୍ୟପଟେ ପିଲା ଆନାଲଗ ଘଣ୍ଟା ଚିହ୍ନିବା ଜାଣି ନ ଥିବା ବେଳେ ସେମାନଙ୍କ ଡିଜିଟାଲ ଜ୍ଞାନ କୌଶଳ ଖୁବ୍ ଆଗରେ। ଏପରିକି ଅନେକ ସମୟରେ ପିଲାମାନେ ଶିକ୍ଷକମାନଙ୍କର ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟା ଦୂର କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ନୂଆପିଢ଼ିଙ୍କ ଦକ୍ଷତା କମିନାହିଁ, ବରଂ ସେମାନେ ଡିଜିଟାଲ୍‌ରେ ଅଧିକ ସକ୍ରିୟ ହୋଇ ଯାଉଛନ୍ତି।

ଆଜିକାଲି କଅଁଳ ବୟସରୁ ପରିପକ୍ଵ ହେଉଛନ୍ତି ପିଲା; ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ସମାଧାନ ବିଷୟରେ...
ଆଧୁନିକ ଜୀବନଶୈଳୀ, ଦୀର୍ଘ ସମୟ ଫୋନ୍‌ ବ୍ୟବହାର ଆଦି ଅଭ୍ୟାସ ଯୋଗୁଁ ଏବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେଉଛି। ସେଥିରୁ ପ୍ରିକୋସିୟସ୍‌ ପ୍ୟୁବର୍ଟି ଯୋଗୁଁ  ପିଲାମାନେ କଅଁଳ ବୟସରୁ ପରିପକ୍ବ ହେଉଛନ୍ତି। ମାତ୍ର ୭ରୁ୮ବର୍ଷରୁ ପୁଅ ଓ ଝିଅଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଛି। ଏହା ପ୍ରାୟତଃ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ତେଣୁ ଏହି ସମସ୍ୟା କାହିଁକି ହେଉଛି, ଏହାର ସମାଧାନ କ’ଣ ତାହାକୁ ନେଇ ଏହି ଆଲେଖ୍ୟ।

ଋତୁସ୍ରାବ ମହିଳାଙ୍କର ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ୧୨ରୁ ୧୪ବର୍ଷ ବୟସରେ ଆରମ୍ଭ ହୋଇଯାଏ। ଏବେ କିନ୍ତୁ ୮ରୁ ୯ ବର୍ଷୀୟା ଝିଅମାନେ ଋତୁସ୍ରାବକୁ ସାମ୍ନା କରୁଛନ୍ତି। ଝିଅଙ୍କ ପରି ପୁଅମାନଙ୍କର କମ୍‌ ବୟସରୁ ଯୌନାଙ୍ଗବୃଦ୍ଧି, ସ୍ବରରେ ପରିବର୍ତ୍ତନ, ନିଶ ଉଠିବା ଆଦି ଲକ୍ଷଣ ଦେଖାଯାଉଛି। ତେବେ କମ୍‌ ବୟସରୁ ଏହି ପରିପକ୍ବତା ସେମାନଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଫଳରେ ସେମାନଙ୍କ ସ୍ବଭାବ ଚିଡ଼ିଚିଡ଼ା ହେଉଛି।

ଅନିୟନ୍ତ୍ରିତ ଜୀବନଶୈଳୀ: ରାସାୟନିକଯୁକ୍ତ ଖାଦ୍ୟ, ଗର୍ଭବସ୍ଥାରୁ ଇଞ୍ଜେକସନ୍‌ ଏବଂ ଔଷଧ ସେବନ ଅଭ୍ୟାସରୁ ପିଲାମାନେ ଶୀଘ୍ର ରାସାୟନିକ ସମ୍ପର୍କରେ ଆସିଯାଉଛନ୍ତି। ଜନ୍ମ ପରେ ଖାଦ୍ୟଠୁ ନେଇ ଶାରୀରିକ ବୃଦ୍ଧି ପାଇଁ ଖାଦ୍ୟରେ ଗ୍ରୋଥ୍‌ ହରମୋନ୍ ଉପଯୋଗ ଯୋଗୁଁ ହରମୋନ୍‌ ଅସନ୍ତୁଳନ  ହେଉଛି। ଅଧିକ ଜଙ୍କପୁଡ ସେବନ  ଦ୍ବାରା କମ୍‌ ବୟସରୁ ପିଲା ପରିପକ୍ବ ହେଉଛନ୍ତି।

ମେଦବହୁଳତା ଏବଂ ଚିନ୍ତା: ପ୍ରିଜରଭେଟିଭ ଖାଦ୍ୟଗ୍ରହଣ, ଶାରୀରିକ ନିଷ୍କ୍ରିୟତା ଯୋଗୁଁ ପିଲାମାନେ ମେଦବହୁଳତାରେ ପୀଡ଼ିତ ହେଉଛନ୍ତି। ଏହା ଦ୍ବାରା ଚିନ୍ତା ଓ ଓଜନ ବୃଦ୍ଧି ସମସ୍ୟା ଅଧିକ ବଢ଼ୁଛି। ଏହା ମଧ୍ୟ ପ୍ରିକୋସିୟସ୍‌ ପ୍ୟୁବର୍ଟିର ମୂଳ କାରଣ।

କାଳ ସାଜୁଛି ମୋବାଇଲ୍‌ ଫୋନ୍‌: ପଢ଼ାକୁ ନେଇ ଅଧିକାଂଶ ପିଲା ଚାପଗ୍ରସ୍ତ ରହୁଛନ୍ତି। ଘଣ୍ଟା ଘଣ୍ଟା ଡିଜିଟାଲ ସ୍କ୍ରିନ୍‌ ବ୍ୟବହାର ଯୋଗୁଁ ଫୋନ୍‌ର ନୀଳ ଆଲୋକ ମସ୍ତିଷ୍କକୁ ନିଦ ସଙ୍କେତ ଦିଏ ନାହିଁ। ବିଳମ୍ବିତ ରାତିଯାଏଁ ସେମାନେ ଅନିଦ୍ରା ରହୁଥିବାରୁ ହରମୋନ ଅସନ୍ତୁଳନ ହେଉଛି। ଫଳରେ କମ୍‌ ବୟସରୁ ପରିପକ୍ବ ହେଉଛନ୍ତି।

ଖାଦ୍ୟପେୟରେ ସତର୍କତା:  ପିଲାମାନେ ସନ୍ତୁଳିତ ଖାଦ୍ୟ ସେବନ ସହିତ  ବ୍ୟାୟାମ କରିବା ନିତାନ୍ତ ଜରୁରି। ଶୋଇବାର ଘଣ୍ଟାକ ପୂର୍ବରୁ ମୋବାଇଲ୍‌ ବନ୍ଦ କରିବା ଉଚିତ। ୮ରୁ ୯ବର୍ଷ ବୟସରେ ପୁଅଝିଅ ପରିପକ୍ବ ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।