Bottle Gourd juice - The Sakala

ଔଷଧୀୟ ଗୁଣରେ ଭରପୁର ଲାଉ; ରକ୍ତଚାପକୁ ନିୟନ୍ତ୍ରିତ ରଖେ ଲାଉ ଜୁସ୍‌
ଆୟୁର୍ବେଦରେ ଲାଉର ଅନେକ ଔଷଧୀୟ ଗୁଣ ଭରି ରହିଛି। ଲାଉରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଏହା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରିପାରେ। ଲାଉ ଜୁସ୍‌ରେ ଭିଟାମିନ୍‌, ମିନେରାଲ ଅନେକ ପୋଷକତତ୍ତ୍ବ ରହିଛି। ତେଣୁ ନିୟମିତ ରୂପେ ସଠିକ ମାତ୍ରାରେ ଏହାକୁ ସେବନ କଲେ, ଶରୀରର ବିଭିନ୍ନ ରୋଗ ଦୂର ହୋଇପାରେ। ଶୀତଦିନେ ଲାଉ ଜୁସ୍‌ ପିଇବା ଅତ୍ୟନ୍ତ ହିତକର।

-ଲାଉରେ ଥିବା ପଟାସିୟମ ରକ୍ତଚାପକୁ ନିୟନ୍ତ୍ରିତ ରଖେ। ପାଚନତନ୍ତ୍ରକୁ ସକ୍ରିୟ ରଖିବାରେ ଏହାର ଭୂମିକା ରହିଛି। ସେହିପରି ଲାଉରେ ଭିଟାମିନ-ସି, ପଟାସିୟମ, ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖେ। ଶରୀରରେ ଜଳୀୟଅଂଶ ସନ୍ତୁଳିତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ।

-ମୁଣ୍ଡବିନ୍ଧା ସମସ୍ୟାରୁ ରକ୍ଷା ପାଇବାକୁ ପ୍ରତିଦିନ ଲାଉ ଜୁସ୍ ପିଇବା  ହିତକର। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। କେବଳ ସେତିକି ନୁହେଁ, ଏହା ଓଜନ ନିୟନ୍ତ୍ରଣ କରିବାରେ ବିଶେଷ ଭୂମିକା ନିଭାଏ। ସକାଳୁ ଖାଲି ପେଟରେ ଏହି ଜୁସ୍‌ ପିଇପାରିବେ। ନିୟମିତ ରୂପେ ୧୦୦ରୁ ୧୫୦ ମିଲି ତଟକା ଲାଉ ଜୁସ୍‌ ପିଇବାକୁ ପରାମର୍ଶ ଦିଆଯାଏ।  ଯଦି କାହାର ସ୍ବାସ୍ଥ୍ୟ ସମସ୍ୟା ରହିଥାଏ, ସେମାନେ ଡାକ୍ତରଙ୍କ  ବିନା ପରାମର୍ଶରେ ଲାଉ ଜୁସ୍‌ ସେବନ କରିବା ଅନୁଚିତ।