Brown sugar - The Sakala

ବ୍ରାଉନ୍‌‌ସୁଗର ବେପାର ଜମୁଛି, କିନ୍ତୁ ଜବତ ପରିମାଣ କମୁଛି
ଭୁବନେଶ୍ୱର : ବ୍ରାଉନ୍‌‌ସୁଗର ବେପାର ଜମୁଛି, କିନ୍ତୁ ଜବତ ପରିମାଣ କମୁଛି। ବ୍ରାଉନ୍‌‌ସୁଗର କାରବାର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ିଯାଉଛି। ସାରାରାଜ୍ୟରେ ବ୍ରାଉନ୍‌‌ସୁଗର ସେବନକାରୀଙ୍କ ସଂଖ୍ୟା ବଢ଼଼ିବାରୁ ଚାହିଦା ବି ଚାରିଗୁଣା ହୋଇଛି। ଗାଁଠୁ ସହର, ଶିକ୍ଷାନୁଷ୍ଠାନରୁ ଦେବାଳୟ ସବୁଠି ଏବେ ବ୍ରାଉନ୍‌‌ସୁଗର କାୟା ବିସ୍ତାର କରୁଛି। କିନ୍ତୁ ଗତ କିଛିବର୍ଷ ହେବ ବ୍ରାଉନ୍‌‌ସୁଗର ଧରପଗଡ଼଼ ପ୍ରକ୍ରିୟାରେ ଶିଥିଳତା ପଡ଼ିଛି। ପୂର୍ବରୁ ଯେତିକି ଧରପଗଡ଼଼ କରାଯାଉଥିଲା, ସେଥିରୁ ଏକ ତୃତୀୟାଂଶ କମ୍‌‌ ହେଉଛି। ଫଳରେ ବ୍ରାଉନ୍‌‌ସୁଗର କାରବାର ବଢ଼ୁଥିଲେ ବି ଜବତ ହାର କମିବାରେ ଲାଗିଛି। ଗତ ୩ ବର୍ଷରେ ରାଜ୍ୟରୁ ୭୭.୩୩୪ କିଲୋଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ କରାଯାଇଛି। ଏହାର ଦାମ୍‌‌ ପ୍ରାୟ ପାଖାପାଖି ୮୦ କୋଟିର ହେବ ବୋଲି ଅନୁମାନ କରାଯାଇଛି। ଏ ସଂକ୍ରାନ୍ତରେ ୫୯୨୦ ମାମଲାରେ ୭୨୮୯ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୨ରେ ୫୦ କିଲୋ ବ୍ରାଉନ୍‌‌ସୁଗର ଓ ୧୧୭୨ କ୍ୱିଣ୍ଟାଲ ଗଞ୍ଜେଇ, ୨୦୨୩ରେ ୧୭ କିଲୋ ବ୍ରାଉନ୍‌‌ସୁଗର ଓ ୧୮୧୧ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୨୦୨୪ରେ ୧୦ କିଲୋ ବ୍ରାଉନ୍‌‌ସୁଗର ଓ ୧୪୫୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଅନୁରୂପ ଭାବେ ୨୦୨୨ରେ ନିଶା କାରବାର ଜନିତ ୧୮୯୨ଟି ମାମଲାରେ ୨୬୦୩ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ୨୦୨୩ରେ ୧୮୬୮ ମାମଲାରେ ୨୪୧୦ ନିଶା ବେପାରୀ ଏବଂ ୨୦୨୪ରେ ୨୧୬୦ ମାମଲାରେ ୨୨୭୬ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଯେତିକି ବ୍ରାଉନ୍‌‌ସୁଗର ମିଳିଛି, ଏହାର ଏକ ତୃତୀୟାଂଶ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ବାଲେଶ୍ୱରରୁ ଜବତ ହୋଇଛି। ସେହିପରି ବ୍ରାଉନ୍‌‌ସୁଗର କାରବାର ରୋକିବା ଦିଗରେ ଧରପଗଡ଼଼ ବଢ଼଼ିବାରୁ ନିଶା ମାଫିଆ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। ରୁଟ୍‌‌ ବଦଳାଇବା ସହ ଚାଲାଣର ନୂଆ ତରିକା ଆପଣାଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ଥିବା ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌‌ ଜିଲ୍ଲା ଲାଲଗୋଲା, ନର୍ଦିିଆ ଓ ବର୍ଦ୍ଧମାନ ଏବଂ ମାଲ୍‌‌ଦା, ମ୍ୟାଁମାର, ମଣିପୁରରୁ ବ୍ରାଉନ୍‌‌ସୁଗର ଆସୁଛି। ଏହା ଉତ୍ତର ଓଡ଼ିଶାର ଜଳେଶ୍ୱର ଓ ବାଲେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ୱର, ଖୋର୍ଦ୍ଧା ସହ ପୁରୀ, ନୟାଗଡ଼଼, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଭଳି ସାରା ରାଜ୍ୟକୁ ପଠାଯାଉଛି।

ଜେଲ୍‌‌ରେ ସାମ୍ରାଜ୍ୟ ବଢ଼଼ାଉଛି ‘ଆଜାଦ୍‌‌ ପରଭେଜ’

ନବେ ଦଶକରୁ ବ୍ରାଉନ୍‌‌ସୁଗର କାରବାରରେ ସକ୍ରିୟ ରହିଥିବା ନିଶା ବାଦ୍‌‌ଶାହା ‘ଆଜାଦ୍‌‌ ପରଭେଜ’ ପୁଣି ସକ୍ରିୟ ହୋଇଛି। ସେ ଆସାମର ଏକ ଜେଲ୍‌‌ରେ ରହି ଓଡ଼ିଶାରୁ ବ୍ରାଉନ୍‌‌ସୁଗର ବେପାର ଅପରେଟ୍‌‌ କରୁଥିବାର ବଡ଼ ପ୍ରମାଣ ମିଳିଛି। ନିକଟରେ ଆସାମରୁ ନିଶାଦ୍ରବ୍ୟ ସହ ଜଣେ ବିଦେଶୀ ନାଗରିକ ଧରାପଡ଼ିବା ପରେ ଏହି ଖୁଲାସା ହୋଇଛି। ଉକ୍ତ ବିଦେଶୀ ନାଗରିକ ଦେଇଥିବା ବୟାନରେ ଆଜାଦ୍‌‌ ପରଭେଜର ସହଯୋଗୀର ସିଧାସଳଖ ସମ୍ପୃକ୍ତି ରହିଛି। ତେଣୁ ଆଜାଦ୍‌‌ ପରଭେଜ ଜେଲ୍‌‌ରେ ରହି ଏବେ ନିଶା କାରବାରକୁ ପୂରା ଅପରେଟ୍‌‌ କରୁଛି। ଓଡ଼ିଶା ସମେତ ବିଦେଶକୁ ବ୍ରାଉନ୍‌‌ସୁଗର ଚୋରା ଚାଲାଣ ମଙ୍ଗ ସମ୍ଭାଳୁଥିବା ଜଣାପଡ଼ିଛି। ସେ ପରଦା ପଛରେ ରହି ବ୍ରାଉନ୍‌‌ସୁଗର ନେଟ୍‌‌ୱର୍କକୁ ନିୟନ୍ତ୍ରଣ କରୁଛି। ତେଣୁ ଆଜାଦ୍‌‌ ପରଭେଜ ଉପରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନଜର ରଖିଛନ୍ତି। ୨୦୨୨ରେ ଆଜାଦ୍‌‌ ପରଭେଜକୁ ଆସାମର ଗୌହାଟୀରୁ ଠାବ କରିବା ସହ ୧ କିଲୋ ୪୫ ଗ୍ରାମ୍‌‌ର ବ୍ରାଉନ୍‌‌ସୁଗର ଜବତ କରିଥିଲା ଏନ୍‌‌ସିବି। ୧୯୮୭ରେ ବାଲେଶ୍ୱର ଟାଉନ୍‌‌ ଥାନାରେ ପରଭେଜ୍‌‌ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ୨୦୦୬ ମସିହା ଭିତରେ ତା’ ବିରୋଧରେ ୫ଟି ମାମଲା ରହିଛି। ଏପରିକି ନାର୍କୋଟିକ୍‌‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌‌ସିବି) କୋଲକତା ଶାଖାରେ ଦୁଇଟି ମାମଲା ରହିଛି। ସେ ୧୦ ବର୍ଷ ଜେଲ୍‌‌ଦଣ୍ଡ ସାରି ୨୦୧୪ରେ ଜେଲ୍‌‌ରୁ ମୁକୁଳିଥିଲା। ୮ବର୍ଷ ଲୁଚି ସେ ନିଶା ଦୁନିଆରେ ଅଧିକ ସକ୍ରିୟ ହୋଇଯାଇଥିଲା।

୨୦ବର୍ଷ ଦଣ୍ଡବିଧାନରେ ଫସିଲେଣି ୬ ମାଫିଆ

ବ୍ରାଉନ୍‌‌ସୁଗର ମାମଲାରେ ଦଣ୍ଡବିଧାନ କମ୍‌‌ ରହୁଛି। ଯେତିକି ବି ମାମଲା ରୁଜୁ କରିଛି, ସେଥିରୁ କମ୍‌‌ ମାମଲାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ମାତ୍ର ୩ଟି ମାମଲାରେ ୬ଜଣ ନିଶା ବେପାରୀଙ୍କୁ ସର୍ବାଧିକ ୨୦ ବର୍ଷ ଜେଲ୍‌‌ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ ବିଭୂତିଭୂଷଣ ଜେନା, ଦେବାଶିଷ ବେହେରା, ପ୍ରବୀର କୁମାର ସିଂ, ସେକ୍‌‌ କୌସର ଅଲ୍ଲୀ, ଦୀପକ ନାୟକ ଓରଫ ରାଜା ଓ ଶ୍ୟାମ ବେହେରା। କିନ୍ତୁ ଅଧିକ ପରିମାଣ ଜବତ କରାଯାଇଥିବା ବ୍ରାଉନ୍‌‌ସୁଗର ମାମଲାରେ ଏବେ ବି ତଦନ୍ତ ସହ କୋର୍ଟରେ ଶୁଶାଣି ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ବ୍ରାଉନ୍‌‌ସୁଗର କାରବାରକୁ ବ୍ୟାବସାୟିକ, ମଧ୍ୟମ ଓ ସ୍ୱଳ୍ପ ଭଳି ୩ଟି ଶ୍ରେଣୀରେ ବିଭକ୍ତ ହୋଇଛି। ବାଣିଜ୍ୟିକ କାରବାର କରୁଥିବା ନିଶା ବେପାରୀଙ୍କଠାରୁ ୨୫୦ ଗ୍ରାମ୍‌‌ରୁ ଅଧିକ ବ୍ରାଉନ୍‌‌ସୁଗର ଧରାପଡ଼ିଲେ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଜରିମାନା, ମଧ୍ୟମ ଧରଣର ୫ରୁ ୨୫୦ ଗ୍ରାମ୍‌‌ର ବ୍ରାଉନ୍‌‌ସୁଗର ଧରାପଡ଼ିଲେ ୧୦ ବର୍ଷ ଓ ସ୍ୱଳ୍ପଧରଣ ବା ୫ ଗ୍ରାମରୁ କମ୍‌‌ ବ୍ରାଉନ୍‌‌ସୁଗର ଧରାପଡ଼ିଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍‌‌ଦଣ୍ଡ ସହ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ନିଶା ମାଫିଆ ଧରାପଡ଼ିଲେ, ପୂର୍ବ ୬ ବର୍ଷର କମାଇଥିବା କଳାଧନର ହିସାବ କରାଯାଉଛି। ଅଚଳାଚଳ ସମ୍ପତ୍ତିର ଖୋଳତାଡ଼ କରିବା ପରେ ସମ୍ପତ୍ତିକୁ ବାଜ୍ୟାପ୍ତି ଲାଗି ଏନ୍‌‌ଡିପିଏସ୍‌‌ର କୋଲକାତା କ୍ଷମତାପ୍ରାପ୍ତି ଅଧିକାରୀଙ୍କୁ ଚିଠି ବି ଲେଖାଯାଉଛି। କିନ୍ତୁ ଏହି ପ୍ରକ୍ରିୟାଗୁଡ଼ିକ ଧିମା ପଡ଼ିଯାଇଛି।

ଅବକାରୀ ଟିମ୍‌କୁ ବଡ଼ ସଫଳତା: ୨ କେଜି ବ୍ରାଉନସୁଗର ଜବତ, ଜଣେ ଗିରଫ
ବାଲେଶ୍ଵର: ବାଲେଶ୍ବର ଜିଲ୍ଲା  ଅରଡ ବଜାରରୁ ୨ କିଲୋ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଅରଡ ବଜାରରେ ଗଚ୍ଛିତ ରଖିଥିଲେ। ଅରଡବ ଜାରରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଏହି ଚଢାଉ କରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ସୂଚନା।

ବାରିପଦାରେ ବ୍ରାଉନ ସୁଗାର ଜବତ, ମହିଳା ଗିରଫ
ବାରିପଦା – ଧଳ ଜହର କବଳରେ ବାରିପଦା ସହର। ସହରର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍। ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଏମାନଙ୍କ ଟେର୍ ପାଉ ନଥିଲା। ତେବେ ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ଭୁବନେଶ୍ବରରୁ ଆସି ବାରିପଦାରେ ଚଢାଉ କରି ବ୍ୟାପକ ପରିମାଣର ବ୍ରାଉନସୁଗାର ଜବତ କରିଛି। ସୂଚନା ଅନୁସାରେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡର ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେହେରାଙ୍କ ନେତୃତ୍ୱରେ ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ ଟିମ୍ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ନମ୍ବର ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୮୨ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି। ଏଥି ସହିତ ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦)। ତେବେ ଏହାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମ୍ ପକ୍ଷରୁ କେଶ ନମ୍ବର ୨୯୧/୨୨ ରେ ଏକ ମାମଲା ରୁଜୁ କରା ଯାଇଛି। ଗିରଫ ମହିଳାଙ୍କ ଡାକ୍ତରୀ ମାଇନା ହେବାପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି।

ଏଥି ସହିତ ଟିମ୍ ଦ୍ବାରା ସ୍ଥାନୀୟ ବସଷ୍ଟାଣ୍ଡ ଅଞ୍ଚଳରୁ ଚୋରା ବିଦେଶୀ ମଦ ମଧ୍ୟ ଜବତ କରା ଯାଇଛି। ୩ ଲିଟର ବିଦେଶୀ ମଦ ସହ ୩ ଲିଟର ୯୦୦ ମିଲି. ଲିଟର ବିୟର ମଧ୍ୟ ଜବତ କରିଛି ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବ୍ୟବସାୟୀ ଧରମପାଲ ସିଂ ଙ୍କୁ ଗିରଫ କରି ଅବକାରୀ କେଶ ନମ୍ବର ୨୯୨/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି। ବାରିପଦାରେ ଧଳା ଜହରର ବେପାର ଚାଲିଥିବା ବେଳେ ରାଜ୍ୟ ଟିମ ଆସି ଚଢ଼ାଉ କରୁଛି କିନ୍ତୁ ସ୍ଥାନୀୟ ଅବକାରୀ ଟିମର ଦୃଷ୍ଟିକୁ ଆସୁନଥିବାର କାରଣ କଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଟିମରେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମର ଆଇଆଇସି ଦିଲ୍ଲୀପ କୁମାର ବେହେରା, ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ସବ ଇନ୍ସପେକ୍ଟର ସଚିନ ବେହେରା, ଏଏସଆଇ ପ୍ରଦୀପ ବେହେରା ଓ ବ୍ରଜକିଶୋର ବିନ୍ଧାଣି ପ୍ରମୁଖ ସାମିଲ ଥିଲେ।

୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ନାବାଳକ ସମେତ ତିନି ଅଭିଯୁକ୍ତ ଗିରଫ
ଭଦ୍ରକ : ଗାଡି ଚେକିଂ ସମୟରେ ପୋଲିସ ପଞ୍ଝା ରେ ପଡିଲେ ବ୍ରାଉନ ସୁଗାର ବେପାରୀ, ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ତିନି ଅଭିଯୁକ୍ତ କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ, ୩ଜଣ ବାଇକ ଆରୋହୀ ବିନା ହେଲମେଣ୍ଟ ରେ ବାଲେଶ୍ୱର ଆଡୁ ଭଦ୍ରକ ଆଡକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା। ୩ଜଣ ବିନା ହେଲମେଣ୍ଟ ରେ ଆସୁଥିବା ବାଇକ ଆରୋହୀଙ୍କୁ ପୋଲିସ ଚେକିଂ କରିବା ସମୟରେ ସେମାନଙ୍କ ନିକଟରୁ ୧୦୫ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା ।

ପରେ ଏନେଇ ପୋଲିସ ଅଧିକ ଖୋଳତାଡ଼ କରିବାରୁ, ସେମାନଙ୍କ ନିକଟରୁ ୩୦୦ ଟି ଖାଲି ବ୍ରାଉନ ସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ଯ ପୋଲିସ ଜବତ କରିଥିଲା । ୩ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ପୋଲିସ ତାହାର ପରିଚୟ ଅସ୍ପଷ୍ଟ ରଖିଥିବା ବେଳେ, ଅନ୍ୟ ଦୁଇ ଅଭିଯୁକ୍ତ ସ୍ଥାନୀୟ ବଉଳପୋଖରୀ ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ମଧ୍ଯ ମାମଲା ରହିଛି । ବ୍ରାଉନ ସୁଗାର କେଉଁଠୁ ଆସିଲା ଓ ଏହି ବେପାର ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ରଖିଛନ୍ତି ।

ଯାଉଛି ଗଞ୍ଜେଇ, ଆସୁଛି ଧଳାଜହର: ୧୦ ମାଫିଆଙ୍କ ସମ୍ପତ୍ତି ଯାଞ୍ଚକରୁଛି କମିସନରେଟ୍ ପୁଲିସ
ଭୁବନେଶ୍ୱର: ଗତ କିଛିବର୍ଷ ହେବ ରାଜଧାନୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏଠାକୁ ପୁଳାପୁଳା ଧଳାହଜାର ବା ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ଏହି ନିଶା ଚାଲାଣ କରିବା ପାଇଁ ନିଶା ମାଫିଆମାନେ କେତେବେଳେ ନିଜକୁ ଡାକ୍ତର ବେଶରେ ସଜାଇ କାର୍‍ରେ ବ୍ରାଉନ୍‍ସୁଗର ଚାଲାଣ କରୁଥିବା ବେଳେ ଆଉ କେତେବେଳେ ନିଜକୁ ପୁଲିସ ବେଶରେ ସଜାଇ ଚାଲାଣ କରୁଛନ୍ତି। ନିକଟରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୨ଜଣ ନିଶା ମାଫିଆ ଧରା ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅସଲି ପୁଲିସ ମଧ୍ୟ ନିଶା କାରବାରରେ ଲିପ୍ତ ରହିଛନ୍ତି। ପୁଲିସ ଅପେକ୍ଷା ଏସ୍‍ଟିଏଫ ଏହି ନିଶା ମାଫିଆଙ୍କୁ ଅଧିକମାତ୍ରାରେ ସାବାଡ଼ କରୁଛି। ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ କେଜି ବ୍ରାଉନ୍‍ସୁଗର ଜବତ କରାଯାଇଥିବା ବେଳେ ୨୦୨ ଗ୍ରାମର କୋକେନ୍‍, ୭୫୦ ଗ୍ରାମର ଅଫିମ ଏବଂ ୧୦୩ କୁଇଣ୍ଟାଲର ଗଞ୍ଜେଇ ଜବତ କରାଗଲାଣି। ନିଶା ମାଫିଆମାନେ ଏପରିକି ଟ୍ରକ୍‍ରେ ସିକ୍ରେଟ୍‍ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଅନେକ ସମୟରେ ପରିବା ଟ୍ରକ୍‍ରେ ତଳେ ଗଞ୍ଜେଇ ବସ୍ତା ରଖିବା ସହ ଉପରେ ପରିବାର ବସ୍ତା ରଖି ଚାଲାଣ କରୁଛନ୍ତି।

ସେହିଭଳି ନିଶା ମାଫିଆମାନେ ଗାଡ଼ି ଡିକି ଏବଂ ଅନ୍ୟାନ୍ୟ ଉପାୟରେ ବ୍ରାଉନସୁଗାର ଆମଦାନୀ କରୁଛନ୍ତି। ରାଜଧାନୀକୁ ପଶ୍ଚିମବଙ୍ଗରୁ ବ୍ରାଉନ୍‍ସୁଗର ଏଠାକୁ ଆସୁଛି। ରାଜଧାନୀର ନିଶା ମାଫିଆଙ୍କୁ ଗୋଟିଏ ପ୍ୟାକେଟ୍‍ରେ ୫ଟି ପ୍ୟାକେଟ୍‍ ଫ୍ରି ଦେଉଛନ୍ତି। ଯେଉଁଥି ପାଇଁ ରାଜଧାନୀର ଏକାଧିକ ନିଶା ମାଫିଆ ବ୍ରାଉନ୍‍ସୁଗର ଆଣି ସେଥିରେ ଅଟା ଏବଂ ଅନ୍ୟାନ୍ୟ ପାଉଡର ମିଶାଇ ବିକ୍ରି କରୁଛନ୍ତି। ନିଶା ମାଫିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଉଛି କମିସନରେଟ୍‍ ପୁଲିସ। ୧୦ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ଯାଞ୍ଚ କରୁଛି ପୁଲିସ। ଯଦି ସେମାନେ ବ୍ରାଉନ୍‍ସୁଗର କାରବାର କରି ଏଭଳି ସମ୍ପତ୍ତି ଅର୍ଜନ କରିଥିବେ ତେବେ ପୁଲିସ ତାହାକୁ ଜବତ କରି ବାଜ୍ୟାପ୍ତି କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଭଦ୍ରକ ସହରରେ ବ୍ରାଉନସୁଗର ଜବତ ୨ ଗିରଫ
ଭଦ୍ରକ : ଭଦ୍ରକ ସହରରେ ପୋଲିସ ଏମଭି ଚେକିଂ ଚାଲିଥିବା ବେଳେ ପୋଲିସ ହାତରେ ଧରା ପଡିଛି ୨୦ ଗ୍ରାମ ଓଜନର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ଯାଜପୁର ଟାଉନ ଥାନା ଶ୍ରୀରାମପୁର ଗ୍ରାମର ସଞ୍ଜୟ ବେହେରା(୩୪ ବର୍ଷ) ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଠସାହି ଗ୍ରାମର ସତ୍ୟଜିତ ପଣ୍ଡା(୨୩ ବର୍ଷ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପୋଲିସ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର,୫୦ ଗୋଟି ଖାଲି ପ୍ୟାକେଟ,୨ ଟି ମୋବାଇଲ ଫୋନ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏଥିନେଇ ଭଦ୍ରକ ଟାଉନ ଥାନାରେ କେଶ ନ ୧୮୩/୨୨ ରେ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ମାନେ ବିନା ହେଲମେଟ ରେ ଏକ ବାଇକ ଯୋଗେ ଭଦ୍ରକ ଚରମ୍ପା ଅଞ୍ଚଳରୁ ସହର ଅଭିମୁଖେ ଆସୁ ଥିବାବେଳେ ୧୬ ନ ଜାତୀୟ ରାଜପଥ  ଡାହାଣୀଗଢିଆ ନିକଟରେ ଏମଭିଚେକିଂ ରେ ଧରା ପଡ଼ିଥିଲେ ।

ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ହାତରେ ଧଳାଜହର ରାଣୀ
ଖୋର୍ଦ୍ଧା : ଧଳାଜହର ବେପାରୀଙ୍କ ହବ୍‍ ପାଲଟିଛି ଖୋର୍ଦ୍ଧା। ସହର ଏବଂ ଏହାର ଉପକଣ୍ଠରେ ଗଳିକନ୍ଦିରେ ଖୁଲମ୍‍ଖୋଲା ଏହି କାରବାର ବହୁଳ ପରିମାଣରେ ଚାଲିଛି। ସୋମବାର ପୂର୍ବାହ୍ଣରେ ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ୱାଡ୍‍ ପକ୍ଷରୁ ଦୀର୍ଘଦିନ ଧରି ଖୋର୍ଦ୍ଧାରେ ବେପାର ଜମାଇଥିବା ଧଳାଜହର ରାଣୀକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ଆଦର୍ଶଥାନା ଅନ୍ତର୍ଗତ ବରୁଣେଈ ନଗରର ଅନିତା ପରମଗୁରୁ(୩୭)। ଅନିତାଙ୍କଠାରୁ ଫ୍ଲାଇଂ ସ୍କ୍ୱାଡ୍‍ ଟିମ୍‍ ୧୮୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କରିଛନ୍ତି। ଜବତ ବ୍ରାଉନ୍‍ସୁଗରର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‍ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି।

ଶ୍ରୀ ପଟେଲଙ୍କ ସୂଚନା ଅନୁସାରେ, ବେଳକୁ ବେଳ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନ୍‍ସୁଗର କାରବାର ବୃଦ୍ଧି ହେଉଛି। ଏହାକୁ ରୋକ୍‍ ଲଗାଇବା ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏଭଳି ବ୍ୟବସାୟକୁ ଆପଣାଇଥିବା କେତେକ ବ୍ୟବସାୟୀଙ୍କୁ ଗିରଫ କରାଯାଉଛି। ମାତ୍ର ତଥାପି ଖୋର୍ଦ୍ଧାରେ କାରବାର ଥମୁନି। ତେବେ ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ବରୁଣେଈ ନଗରରେ ଜଣେ ମହିଳା ବ୍ରାଉନ୍‍ସୁଗର ପ୍ୟାକେଟ୍‍ କରି ଲୋକାଲ୍‍ ମାର୍କେଟ୍‍ ସମେତ ଖୋର୍ଦ୍ଧା ଉପକଣ୍ଠର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଅବକାରୀ କମିସନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମହିଳା (ଅନିତା)ଙ୍କ ଘରେ ସୋମବାର ସକାଳ ୯ଟାରୁ ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ତାଙ୍କ ବରୁଣେଈ ନଗରସ୍ଥିତ ନୂଆ ଘରୁ ୧୮୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କରାଯାଇଥିଲା।

ଅନିତାଙ୍କ ସ୍ୱାମୀ ଶ୍ରୀବତ୍ସ ପୂର୍ବରୁ ବ୍ରାଉନ୍‍ସୁଗର ବେପାର କରି ଗିରଫ ହୋଇଥିଲେ। ସ୍ୱାମୀ ଗିରଫ ହେବା ପରଠାରୁ ଅନିତା ଏହି ବେପାରକୁ ଆପଣେଇଛନ୍ତି। କୋଲକାତାରୁ ଏହି ବ୍ରାଉନ୍‍ସୁଗର ବାଲେଶ୍ୱର ଓ ଜଳେଶ୍ୱର ଦେଇ ଖୋର୍ଦ୍ଧା ଆସୁଛି। ଉକ୍ତ ଏଜେଣ୍ଟମାନେ ଅନିତାଙ୍କୁ ଦେଉଥିବାବେଳେ ଅନିତା ତାକୁ ଛୋଟ ଛୋଟ ପୁଡ଼ିଆ କରି ଏଠାରୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ଅନ୍ୟତ୍ର ସ୍ଥାନକୁ ପଠାଉଥିଲେ। ବ୍ରାଉନ୍‍ସୁଗରର ଚେର ଜଳେଶ୍ୱରଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଥିବା ଶ୍ରୀ ପଟେଲ କହିଛନ୍ତି। ଏଥିସହିତ ଅନିତାଙ୍କ ସାମନ୍ତରାପୁରସ୍ଥିତ ପୁରୁଣା ଘର ତଲାସି କରାଯାଇଛି। ଉକ୍ତ ପୁରୁଣା ଘରେ ଅନେକ ଲୋକ ବ୍ରାଉନ୍‍ସୁଗର ବ୍ୟବହାରର ପ୍ରତୀକ ବହୁ ପୋଡ଼ା କାଗଜପତ୍ର ଛାଡ଼ିଯାଇଛନ୍ତି।

ଯାହା ସେଠାରୁ ମିଳିଥିବା ସେ କହିଛନ୍ତି। ଚଢ଼ଉରେ ଅଧୀକ୍ଷକ ଶ୍ରୀ ପଟେଲଙ୍କ ସମେତ ଇନ୍ସପେକ୍ଟର ସରୋଜ ପରିଡ଼ା, ଉମାକାନ୍ତ ସ୍ୱାଇଁ, ଏସ୍‍ଆଇ ସଚିନ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ୍‍ ହୋଇଥିଲେ।  ପ୍ରକାଶ ଥାଉକି, ଗତ ଜାନୁଆରୀ ୧୩ରେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‍ଟିଏଫ୍‍ ଟିମ୍‍ ଆଦର୍ଶ ଥାନା ଅନ୍ତର୍ଗତ ହଳଦିଆ କଲେଜ ନିକଟରୁ ୩୧୦ ଗ୍ରାମ୍‍ ବ୍ରାଉନ୍‍ସୁଗର ସହ ଗୁରୁଜଙ୍ଗ ଟାଙ୍ଗୀ ସାହିର ଗୁଟୁ ଓରଫ ରାଜକିଶୋର ସୁନ୍ଦରାୟ(୩୮)ଙ୍କୁ ଗିରଫ କରିଥିଲେ। ସେହିଭଳି ୨୫ ତାରିଖରେ ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‍ ଖୋର୍ଦ୍ଧା ପ୍ରାଣୀଧନ ଚିକିତ୍ସାଳୟ ନିକଟ ଥିବା ଏକ ପରିବା ଦୋକାନରେ ଚଢ଼ଉ କରି ୨୮୦ ଗ୍ରାମ୍‍ର ବ୍ରାଉନ୍‍ସୁଗର ସହ ନଗଦ ୧ ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛନ୍ତି। ଏନେଇ ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟି(୪୨)ଙ୍କୁ ଗିରଫ କରିଛି।

ଜବତ ବ୍ରାଉନ୍‍ସୁଗରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଆକଳନ କରିଛି। ଦିନକୁ ଦିନ ସହରରେ ନିଶା କାରବାରର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ଉ, ଗିରଫ ସତ୍ତ୍ବେ ଏହାର କୌଣସି ପ୍ରଭାବ ପଡୁନାହିଁ। ଏହା କବଳରେ ଯୁବପିଢ଼ି ବିଶେଷ ପ୍ରଭାବିତ ହେଉଛନ୍ତି। ପୂର୍ବରୁ ବାରମ୍ବାର ଏସ୍‍ଟିଏଫ୍‍ ଏବଂ ପୁଲିସର ଚଢ଼ଉ ଫଳରେ ଧଳାଜହର କାରବାର କିଛି ମାସ ଥମିଥିବାବେଳେ ଏବେ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ୧ ମାସ ଭିତରେ ଏସ୍‍ଟିଏଫ୍‍ ଓ ଫ୍ଲାଇଂ ସ୍କ୍ୱାଡ୍‍ ଜଣେ ମହିଳାଙ୍କ ସମେତ ୩ ଜଣ ବ୍ରାଉନ୍‍ସୁଗର ବ୍ୟବସାୟୀଙ୍କୁ ଗିରଫ କଲେଣି। ସେମାନଙ୍କଠାରୁ ୭୭୦ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗର ଜବତ କଲେଣି। ତଥାପି ଥମୁନି ଏ ବେପାର।

ଯାଉଛି ବ୍ରାଉନସୁଗର, ଆସୁଛି ଗଞ୍ଜେଇ: ନାଇଟକୋଚ୍ ବସ୍ ରେ ହେଉଛି ଚାଲାଣ, ମାଷ୍ଟର ମାଇଣ୍ଡକୁ ଧରୁନି ପୁଲିସ
ଭୁବନେଶ୍ବର: ରାଜଧାନୀ ପାଲଟିଛି ବ୍ରାଉନ୍‌ସୁଗର ବେପାରୀଙ୍କ ହବ୍। ରାଜଧାନୀର ବ୍ରାଉନସୁଗର ବେପାରୀମାନେ ଏବେ କୋରାପୁଟ ଆଡ଼କୁ ମୁହାଁଇଲେଣି। ନାଇଟକୋଚ୍ ବସ୍‌ରେ ବେପାରୀମାନେ କୋରାପୁଟ ଅଞ୍ଚଳକୁ ବ୍ରାଉନସୁଗର ପଠାଇ ସେଠାରୁ ଗଞ୍ଜେଇ

ଆମଦାନୀ କରୁଛନ୍ତି। ନିଶା ମାଫିଆ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରକୁ ୫ ରୁ ୧୦ ହଜାର ଟଙ୍କା  ଦେଇ ଏହି ନିଶା ଚାଲାଣ କରୁଛନ୍ତି। ସେମାନେ ବସ୍ ତଳ ଭାଗରେ ନିଶା ଭର୍ତ୍ତି କରି ଆଣୁଛନ୍ତି। ଯେଉଁଥିପାଇଁ ପୁଲିସର ନଜର ଏହା ଉପରେ ପଡୁନି। ଏହାସହ ରାତିରେ ବସ୍‌ କୋରାପୁଟରୁ ଆସୁଥିବାରୁ ବାଟରେ ଯାଞ୍ଚ ହେଉନାହିଁ । ଯାହାକି ନିଶା ମାଫିଆଙ୍କ ପାଇଁ ସୁହାଉଛି। ସେମାନେ ଏଭଳି ନିଶା କାରବାର କରି ରାତିଆରାତି ଲକ୍ଷାଧ୍ଵକ ଟଙ୍କା ରୋଜଗାର କରୁଛନ୍ତି।

ଚାଲାଣ ପଛରେ ଇଞ୍ଜିନିୟରିଂ ଛାତ୍ର

ଅଧିକାଂଶ ଇଞ୍ଜିନିୟରିଂ ଛାତ୍ରମାନେ ହଷ୍ଟେଲରେ ରହୁଥିବାରୁ ଘରୁ ଆଣୁଥିବା ଟଙ୍କା ସେମାନଙ୍କ ପାଇଁ ସମୁଦ୍ରରୁ ଶଙ୍ଖ ପରି ମନେ ହେଉଛି । ତେଣୁ ରାଜଧାନୀରେ ରାଜକୀୟରେ ଭାବେ ରହିବା ପାଇଁ ଛାତ୍ରମାନେ ନିଶା କାରବାର କରୁଛନ୍ତି। ସେମାନେ ନାଇଟ୍ ବସ୍ ଯୋଗେ କୋରାପୁଟକୁ ବ୍ରାଉନ୍‌ସୁଗର ଚାଲାଣ କରୁଛନ୍ତି । ଥରେ ସେମାନେ ବ୍ରାଉନ୍‌ସୁଗର ଚାଲାଣ କଲେ ୨୦ରୁ ୨୫ ହଜାର ଟଙ୍କା ମିଳୁଛି । ନିକଟରେ କୋରାପୁଟ ପୁଲିସ ଗିରଫ କରିଥିବା ୩ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଚରାଉଚରା କରିବା ପରେ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ପଦାକୁ ଆସିଛି ।

ମାଷ୍ଟରମାଇଣ୍ଡକୁ ଧରୁନି ପୁଲିସ

ରାଜଧାନୀରୁ ବ୍ରାଉନ୍‌ସୁଗର କୋରାପୁଟକୁ ପଠାଉଥିବା ମାଷ୍ଟରମାଇଣ୍ଡକୁ ପୁଲିସ ହାତ ଲଗାଉନାହିଁ । ସେମାନେ ଖୁଲମଖୁଲା ବୁଲି ଏହି ନିଶା କାରବାର କରୁଛନ୍ତି । ଏପରିକି କୋରାପୁଟରୁ ଗିରଫ ୩ ଇଞ୍ଜିନିୟର ଛାତ୍ର ରାଜଧାନୀର କେତେକ ନିଶା ମାଫିଆଙ୍କ ନାମ ପୁଲିସକୁ କହିଛନ୍ତି। ହେଲେ ପୁଲିସ ଏହି ମାଫିଆଙ୍କ ନାମ ଜାଣିଥିଲେ ମଧ୍ୟ ଗିରଫ କରିପାରୁନି। କାରଣ ଏହି ମାଫିଆଙ୍କ ପଛରେ ଏକାଧିକ ସ୍ଥାନୀୟ କୁଜି ନେତାଙ୍କ ହାତ ରହିଥିବା ଜଣାପଡ଼ିଛି।

ସ୍ଥାନୀୟ ପୁଲିସର ସହଯୋଗ

ରାଜଧାନୀରୁ ପୁଳାପୁଳା ବ୍ରାଉନ୍‌ସୁଗର କୋରାପୁଟ ଯାଉଛି ଏନେଇ ସ୍ଥାନୀୟ ପୁଲିସ ଜାଣିଛି। ହେଲେ ପୁଲିସ ଏଥି ପ୍ରତି ଦୃଷ୍ଟି ଦେଉନାହିଁ। ରାତିରେ ଯାଉଥିବା ନାଇଟ୍‌କୋଚ୍‌ ବସ୍‌କୁ ପୁଲିସ ଯାଞ୍ଚ କଲେ ନିଶା ମାଫିଆମାନେ ସାବାଡ଼ ହେବେ। ଏହାସହ କୋରାପୁଟରୁ ଆସୁଥିବା ନାଇଟ୍‌କୋଚ୍ ବସ୍‌କୁ ମଧ୍ୟ ଯାଞ୍ଚ କଲେ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇପାରିବ । ହେଲେ ସ୍ଥାନୀୟ ପୁଲିସର ନିଶା ମାଫିଆଙ୍କ ସହ ମଧୁଚନ୍ଦ୍ରିକା ପାଇଁ ଏଭଳି କାରବାର ହେଉଥିବା ଅଭିଯୋଗ ହେଉଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଯଦି ପୁଲିସ ଯାଞ୍ଚ କଡାକଡି ହେବ ତେବେ ନିଶା ଚାଲାଣ ରୋକି ହେବ କୁହାଯାଉଛି।

ରାଜଧାନୀରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ
ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍‌, ବାଇକ୍‌ ଓ ମୋବାଇଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସହିଦ ନଗର ଥାନା ପୋଲିସ। ଏହି ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ତେବେ ଗିରଫ ମଧ୍ୟରେ ଜଣେ ମହିଳା ଥିବା କୁହାଯାଉଛି।

କରୋନା କଟକଣା ସମୟରେ ମାଛ ଓ ପନିପରିବା ଗାଡିରେ ବ୍ରାଉନସୁଗର ଚାଲାଣ
ବାଲେଶ୍ଵର: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ କିନ୍ତୁ ଚୋରା ବ୍ରାଉନସୁଗର ବେପାରୀଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି ବୋଲି କୁହାଯାଇଛି। ଜଳେଶ୍ୱର ବ୍ରାଉନସୁଗର ବେପାର ପାଇଁ ହବ ପାଲଟିଥିବା ବେଳେ ଏଠାକାର ବହୁ ଚୋରା ବେପାରୀ ଏବେ ସମଗ୍ର ରାଜ୍ୟରେ ବ୍ରାଉନସୁଗର ବେପାରର ଚେର ଲମ୍ବାଇ ସାରିଲେଣି।ଗତ ଦୁଇଦିନ ମଧ୍ୟରେ ଓଡିଶା ପୁଲିସ୍ ଦ୍ବାରା ଭୁବନେଶ୍ୱର ଓ ଜଳେଶ୍ଵରରୁ ୩/୩ ଜଣ ଚୋରା ବେପାରୀ ଗିରଫ ହେବା ଏହି ଆଶଙ୍କାକୁ ସତ ପ୍ରମାଣିତ କରୁଛି। ଫଳରେ କରୋନା କଟକଣା ଅର୍ଥାତ ଲକଡାଉନ, ସଟଡାଉନ ଭଳି ସମୟରେ ମଧ୍ୟ ବାଲେଶ୍ଵର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଯେ ବ୍ରାଉନସୁଗର କାରବାର ନିର୍ବିଘ୍ନରେ ଚାଲିଛି ତାହା ନିଶ୍ଚିତ ହୋଇଛି।

ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଭିତରକୁ ଏହି ବ୍ରାଉନସୁଗର ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗ ସୀମାକୁ ପୁଲିସ ଦ୍ବାରା ସିଲ କରାଯାଇଥିଲେ ବି କେଉଁ ରାସ୍ତାରେ ଜିଲ୍ଲା ଭିତରକୁ ବ୍ରାଉନସୁଗର ଆସୁଛି ତାହା ଏବେ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତକାଲି ଭୁବନେଶ୍ୱରର କୁଇକ ଆକ୍ସନ ଟିମ୍ ଓ ମଞ୍ଚେଶ୍ବର ଥାନା ପୁଲିସ ଭୁବନେଶ୍ୱରରୁ ଜଳେଶ୍ଵର ଅଞ୍ଚଳର ଦୁଇଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଧଳା ଜହ୍ନର ଜବତ କରିଥିଲେ।ଏହି ଦୁଇ ଗିରଫ ହେଉଛନ୍ତି ଜଣେ ଗଡିଚାଳକ ମଦନ କୁମାର ବେହେରା ଓ ଅନ୍ୟ ଜଣେ ବେପାରୀ ଶେଖ ମଙ୍ଗୁଲୁ ଓ ମଦନ ନିୟମିତ ଭାବେ ଜଳେଶ୍ଵରରୁ ମାଛ ନେଇ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି। ତେବେ ମାଛ ବିକ୍ରୀ ନାମରେ ସେମାନେ ବ୍ରାଉନସୁଗର ବେପାର ହିଁ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। କେବଳ ଏହି ଦୁଇଜଣ ନୁହେଁ ଆଜି ଜଳେଶ୍ଵର ପୁଲିସ ଦ୍ବାରା ମଧ୍ୟ ବ୍ରାଉନସୁଗର ସହ ଜଣେ ଚୋରା ବ୍ୟବସାୟୀ ଗିରଫ ହୋଇଛି।

କୁହାଯାଇଛି ଏହି ଚୋରା ବ୍ୟବସାୟୀ ଜଣକ ଜଳେଶ୍ଵର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁଙ୍କ ସହ ବ୍ରାଉନସୁଗର ବେପାର ପାଇଁ ହେଉଥିବା ଡିଲ ର ଅଡିଓ ଭାଇରାଲ କରିଥିଲେ। ମାତ୍ର ଦୁଇଟି ଯାକ ଘଟଣାରୁ ସ୍ପଷ୍ଟ ହୋଇଛି ଜିଲ୍ଲାରେ ବିଶେଷ କରି ଜଳେଶ୍ଵର ଅଞ୍ଚଳରେ କରୋନା କଟକଣା ସତ୍ୱେ ଏବେବି ବ୍ରାଉନସୁଗର ବେପାରୀ ସକ୍ରିୟ ଅଛନ୍ତି।କୁହାଯାଏ ବାଂଲାଦେଶରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଦେଇ  ଜଳେଶ୍ୱରରେ ପ୍ରଥମେ ବ୍ରାଉନସୁଗର ପହଞ୍ଚି ପରେ ବାଲେଶ୍ଵର ସମେତ ରାଜ୍ୟର ଅନ୍ୟ ସ୍ଥାନକୁ ଯାଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ସୀମା ସିଲ ଥିବା ବେଳେ ଓ ସମସ୍ତ ସୀମାକୁ ପୁଲିସ ଜଗିଥିବା ବେଳେ ଜଳେଶ୍ଵରରେ ବ୍ରାଉନସୁଗର କିପରି ପହଞ୍ଚୁଛି ତାହା ଏବେ ସାଧାରଣରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

କୁହାଯାଉଛି ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ଫାଟକ ଦେଇ ବିଭିନ୍ନ ମାଛ,ପନିପରିବା ତଥା ଅନ୍ୟ ମାଲ ଗାଡିରେ ବ୍ରାଉନସୁଗର ଜଳେଶ୍ଵର କୁ ଆସୁଛି। ଏସବୁ ଗାଡ଼ିକୁ ଯାଞ୍ଚ କରାଯାଉନଥିବା ବେଳେ ଯେପରି ଓଡ଼ିଶା ସୀମା ଭିତରକୁ ସ୍ବାଚ୍ଛନ୍ଦ୍ୟରେ ପ୍ରବେଶ କରି ପାରିବ ସେଥିପାଇ କେତେକ ଅସାଧୁ ପୁଲିସ କର୍ମଚାରୀ ଟଙ୍କା କାରବାର ବୁଡି ରହିଛନ୍ତି। ଜିଲ୍ଲାର ଜଣେ ନିଲମ୍ବିତ ଆଇଆଇସିଙ୍କୁ ସବୁଠାରୁ ସମ୍ବଦନଶୀଳ ଲକ୍ଷ୍ମଣନାଥ ଫାଟକ ଦାୟିତ୍ଵରେ ରଖାଯାଇଥିବା ବେଳେ ଏଠାରେ ଏବେ ଦିନରାତି ନିର୍ଦ୍ଦିଷ୍ଟ କେତେକ ଗାଡିରୁ ଅର୍ଥ ସଙ୍ଗ୍ରହ କରାଯାଉଥିବା ଦେଖିବାକୁ ମିଳୁଛି। କେବଳ ଲକ୍ଷ୍ମଣନାଥ ନୁହେଁ ଜଳେଶ୍ଵର ଥାନା ଅଧିନସ୍ଥ ସୋଲପଟ୍ଟା- ଆମ୍ବିଳିଅଠା,ମାଟିବିରୁଆ-ସୁଗୋ ରାସ୍ତା,ସୁନାକଣିଆ-ବୈରାଟଆଡି, ଲକ୍ଷ୍ମଣନାଥ ରାସ୍ତା, ରାଇବଣିଆ ଥାନା ଅଧିନସ୍ଥ ନୟାଗ୍ରାମ-ଚୁଡାମଣିପୁର,ସର୍ଦ୍ଦାରବନ୍ଧ ରାସ୍ତା, ତାଳସାରି ସାମୁଦ୍ରିକ ଥାନା ଅଧିନସ୍ଥ ଦୀଘା ଉଦୟପୁର ରାସ୍ତା ସମେତ ଅନ୍ୟ କେତେକ ରାସ୍ତା ଦେଇ ଏବେ ନିୟମିତ ଭାବେ ବିଭିନ୍ନ ଚୋରା ଗାଡି ସହ ପ୍ରବାସୀଙ୍କୁ ନେଇ ଆସୁଥିବା ଗାଡ଼ି ଆସୁଛି। ଏସବୁ ଗାଡିରେ ବ୍ରାଉନସୁଗର ପ୍ରଥମେ  ଜଳେଶ୍ଵର ଓ ସେଠାରୁ ବାଲେଶ୍ଵର ସମେତ ଅନ୍ୟ ସ୍ଥାନରେ ପହଞ୍ଚୁଛି। ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।