Twin Brother Died - The Sakala

କରୋନା ହେଲା କାଳ : ସାଙ୍ଗହୋଇ ଆସିଥିଲେ ସାଙ୍ଗହୋଇ ଦୁନିଆ ଛାଡିଲେ
ଲକ୍ଷ୍ନୌ: ମହାମାରୀ କରୋନା ସାରା ଦେଶରେ ନିଜର କାୟା ବିସ୍ତାର କରିଛି । ଦିନକୁ ଦିନ ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ଲକ୍ଷ୍ନୌ ରୁ ଆସିଛି ଏକ ଦୁଃଖଦ ଖବର । ଏକାଠି ଦୁନିଆକୁ ଆସିଥିଲେ । ଏକାଠି ଚାଲିଗଲେ । ଦୁଇ ଭାଇ ତିନି ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥିଲେ । ଆଉ ୨୪ ଘଣ୍ଟାର ଅନ୍ତରାଳରେ ଆରପାରିର ଯାତ୍ରୀ ହୋଇଛନ୍ତି । ଏହା ହେଉଛି କରୋନା କାଳର କରୁଣ କାହାଣୀ । ଦେଶରେ କେବେ ଲିଭୁନଥିବା ଜୁଇ ଓ କବରସ୍ଥାନରେ ଅଭାବ ପଡୁଥିବା ଭୁଇଁ ଭିତରେ ଇଏ ହେଉଛି ଏମିତି ଗୋଟିଏ ପରିବାରର କାହାଣୀ ,ଯିଏ ମାତ୍ର ୨୪ ଘଣ୍ଟା ଭିତରେ ହରାଇଛି ଦୁଇ ପୁଅଙ୍କୁ । କରୋନା ମହାମାରୀ ଅନେକ ପରିବାରକୁ ଉଜାଡି ଦେଇଛି । କିନ୍ତୁ ଉତ୍ତରପ୍ରଦେଶର ମିରଟ ବାସିନ୍ଦା ରାଫେଲ ପରିବାରର କାହାଣୀ ବେଶ ବେଦନାଦାୟକ । ଏହି ପରିବାର ଦୁଇ ଜାଆଁଳା ଭାଇ ଜୋଫ୍ରେଡ୍ ଭର୍ଗୀସ ଗ୍ରେଗୋରୀ ଓ ରାଲଫ୍ରେଡ୍ ଜର୍ଜ୍ ଗ୍ରୋଗରି କରୋନା ସହ ଯୁଦ୍ଧ ହାରି ଯାଇଛନ୍ତି । ପେଶାରେ ଇଂଜିନିୟର ଏହି ଦୁଇ ଭାଇଙ୍କ ବୟସ ଥିଲା ମାତ୍ର ୨୪ ।

ରାଫେଲ ଭାଇଙ୍କ ଜନ୍ମ ୨୩ ଏପ୍ରିଲ ୧୯୯୭ରେ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ମାତ୍ର ତିନି ମିନିଟର ଥିଲା । ରାଲଫ୍ରେଡ୍ ଥିଲେ ସାନ । ୨୩ ଏପ୍ରିଲରେ ସେମାନେ ଜନ୍ମଦିନ ପାଳନ କରିଥିଲେ । କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପରେ ଉଭୟ ଘାତକ ଭାଇରସର ଶିକାର ହୋଇଥିଲେ । ଉଭୟ ବିଟେକ୍ ପରେ ହାଇଦ୍ରାବାଦରେ କାମ କରୁଥିଲେ । ଏପ୍ରିଲ ୨୪ରେ କରୋନା ଶିକାର ହେବା ପରେ ଉଭୟଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଶେଷରେ ୧୩ ଓ ୧୪ ମେ ଭିତରେ ମାତ୍ର ୨୪ ଘଣ୍ଟା ବ୍ୟବଧାନରେ ଉଭୟ ଦୁନିଆକୁ କହିଥିଲେ ଅଲବିଦା ।

କରୋନା ସଂକ୍ରମଣ ପରେ ଦୁଇ ଭାଇଙ୍କ ଚିକିତ୍ସା ଘରେ ଚାଲୁଥିଲା । ଗ୍ରେଗୋରିଙ୍କ ଅନୁସାରେ ଅକ୍ସିଜେନ୍ ସ୍ତର ୯୦ ହେବା ପରେ ସେମାନଙ୍କୁ ଡାକ୍ତରଖାନା ନେବାକୁ ଚିକିତ୍ସକ ପରାମର୍ଶ ଦେଇଥିଲେ । ଦୁହିଁଙ୍କର ପ୍ରଥମ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଥିଲା କିନ୍ତୁ ପରବର୍ତ୍ତି ରିପୋର୍ଟ ନେଗେଟିଭ୍ ଆସିଥିଲା । ଗ୍ରଗୋରୀଙ୍କ ଅନୁସାରେ ରାଲଫ୍ରେଡ୍ ଶେଷଥର ପାଇଁ ନିଜ ମା’ ସହିତ ଫୋନରେ କଥା ହୋଇଥିଲା । ସେ ଭାଇ ଜୋଫ୍ରେଡ୍ ବାବଦରେ ପଚାରିଥିଲା । ମୁଁ ଭଲ ଅଛି ଭାଇ କେମିତି ଅଛି ବୋଲି ରାଲଫ୍ରେଡ୍ ପଚାରିଥିଲା । ତେବେ ସେତେବେଳକୁ ଜୋଫ୍ରେଡର ମୃତ୍ୟୁ ହୋଇ ସାରିଥିଲା । କିନ୍ତୁ ମା’ ଏକଥା ଲୁଚାଇ ଥିଲେ । ତାକୁ କହିଥିଲେ ଯେ, ଜୋଫ୍ରେଡକୁ ଦିଲ୍ଲୀ ପଠାଯାଇଛି । ଯାହାକୁ ଶୁଣି ରାଲଫ୍ରେଡ୍ କହିଥିଲା,ତୁମେ ମିଛ କହୁଛ । ଆଉ ଏହାପରେ ରାଲଫ୍ରେଡ୍ ବି ଭାଇ ପାଖକୁ ଚାଲିଯାଇଥିଲା ।