Raids - The Sakala

ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ
ବାରିପଦା/ରାଇରଙ୍ଗପୁର: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ପୋଲିସ୍ ପକ୍ଷରୁ ବଡ଼ ଧରଣ ଚଢାଉ ଜାରି ରହିଛି। ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ, ବୈଶିଙ୍ଗା, ଏବଂ ଝାରପୋଖରୀଆ ଥାନା ଅଞ୍ଚଳରେ ମାଫିଆଙ୍କ ଘରେ ଚଢ଼ାଉ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଶନିବାର ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି। ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଅନ୍ତର୍ଗତ କେନ୍ଦ୍ରାଇ ଗ୍ରାମ ଏସ କେ ଟକରା ଓ ଏସ କେ ତବରେଜ ଏବଂ ବୈଶିଙ୍ଗା ଥାନା ଅଧୀନରେ ଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର୍ ଆସିକୁର ରେହମାନ ଔରଫ ଫକୀର ଓ ତାଳପଦା ଗ୍ରାମର ମଲ୍ଲିକ ଉସ୍ତାର ଔରଫ ଡାକ୍ତର ଘରେ ଚାଲିଛି ଚଢ଼ାଉ କରାଯାଇଛି। ଗୋମାଫିଆଙ୍କୁ ନିସ୍ତାର ନାହିଁ। ମାଫିଆ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମୟୁରଭଞ୍ଜ ପୁଲିସର ଚଢ଼ାଉ ଚାଲିଛି। ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ। ଚଢ଼ାଉରେ ସାମିଲ। ରହିଛନ୍ତି। ଗୋ ମାଫିଆ ମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଇଡି ଚଢଉ
ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡି ବିଭାଗ ତରଫରୁ ଏକାସାଙ୍ଗରେ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଓ ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଚଢଉ । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢଉ ଜାରି ରହିଛି । ଏହି ଚଢଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଚଢଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି ।

ଖବର ମୁତାବକ, ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢଉ କରିଛି । ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି ।

ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି । ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି । ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି ଇଡି । କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।