Increased - The Sakala

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...
ଭୁବନେଶ୍ୱର: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ୧୭୫ ଟଙ୍କା ହୋଇଥିବାବେଳେ ବାଳିକାଙ୍କ ପୋଷାକ ପାଇଁ ୧୫୦ରୁ ବଢ଼ି ୨୨୫ ଟଙ୍କା ହୋଇଛି । ସେହିପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି । ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ୩ ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା ଓ ମୋଜା ଏବଂ ପ୍ଲେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଧିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ଛୋଟ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି। ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।

ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାର ପାର, ୧୪ ବିଲିୟନ ଡଲାର ବୃଦ୍ଧି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ବୈଦେଶିକ ମୁଦ୍ରାଭଣ୍ଡାର ନେଇ ସାପ୍ତାହିକ ସୂଚନା ଜାରି କିରଛନ୍ତି। ଏଥିରେ ୧୬ ଜାନୁୟାରୀରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୧୪.୧୬ ବିଲିୟନ ଡଲାର ବଢି ୭୦୧.୩୬ ବିଲିୟନ ଡଲାର ପାର ହୋଇଯାଇଥିବା ସୂଚିତ କରାଯାଇଛି। ଏହା ପୂର୍ବ ସପ୍ତାହରେ ମୋଟ ମୁଦ୍ରାଭଣ୍ଡାର ୩୯.୨ କୋଟି ଡଲାର ବଢି ୬୮୭.୧୯ ବିଲିୟନ ଡଲାର ଥିଲା। ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ସେପ୍ଟେମ୍ବର ୨୦୨୪ରେ ୭୦୪.୮୯ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଥିଲା।

କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଅନୁସାରେ ୧୬ ଜାନୁୟାରୀ ସପ୍ତାହନ୍ତ କାଳରେ ବିଦେଶୀ ମୁଦ୍ରା ଆସେଟ୍ ୯.୬୫ ବିଲିୟନ ଡଲାର ବଢି ୫୬୦.୧ ବିଲିୟନ ଡଲାର ହୋଇଯାଇଛି। ଡଲାର ରୂପେ ବ୍ୟକ୍ତ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମାନଙ୍କର ମୂଲ୍ୟ ବୃଦ୍ଧି ଓ ମୂଲ୍ୟ ହ୍ରାସ ମଧ୍ୟ ସାମିଲ। ଆରବିଆଇ କହିଛନ୍ତି ଯେ ସମୀକ୍ଷାଧୀନ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୪.୬୨ ବିଲିୟନ ଡଲାର ବଢି ୧୧୭.୪୫ ବିଲିୟନ ଡଲାର ହୋଇଯାଇଛି।

ଶୀର୍ଷ ବ୍ୟାଙ୍କ କହିଛନ୍ତି ଯେ ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଯୋଗୁ ବିଶେଷ ଆହରଣ ଅଧିକାର (ଏସଡିଆର) ୩.୫ କୋଟି ଡଲାର ହ୍ରାସ ହୋଇ ୧୮.୭୦ ବିଲିୟନ ଡଲାର ହୋଇଯାଇଛି। ଶୀର୍ଷ ବ୍ୟାଙ୍କର ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ଭାରତର ଆରକ୍ଷିତ ସ୍ଥିତି ୭.୩ କୋଟି ଡଲାର ହ୍ରାସ ହୋଇ ୪.୬୮ ବିଲିୟନ ଡଲାର ହୋଇଯାଇଛି। ବଜାର ଏବେ ଖୁବ୍ ତଳ ଉପର ହେଉଛି। ଏଣୁ ମୁଦ୍ରାଭଣ୍ଡାର ଉପରେ ଚାପ ପଡୁଛି। ଖସ କରି ସେତେବେଳେ ଯେତେବେଳେ ଟଙ୍କା ର ମୂଲ୍ୟ ହ୍ରାସ ହେଉଛି। ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ମୁଦ୍ରାଭଣ୍ଡାରକୁ ଉପଯୋଗ କରାଯାଉଛି।

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା, ୧୮୦୦ ବଦଳରେ ପାଇବେ ୨୫୦୦ ଟଙ୍କା
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର । ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା । ଏଣିକି ୧୮ ଶହ ବଦଳରେ ଗ୍ରାମରକ୍ଷୀ ପାଇବେ ୨୫ ଶହ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥିସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

ଗାଡ଼ି ମାଲିକଙ୍କୁ ବଡ଼ ଝଟ୍‌କା: ୧୦ ଗୁଣ ବଢ଼ିଲା ଯାନବାହନ ଫିଟନେସ୍ ପରୀକ୍ଷା ଫି’
ନୂଆଦିଲ୍ଲୀ: ପୁରୁଣା ଗାଡ଼ି ମାଲିକଙ୍କୁ ବଡ଼ ଝଟକା । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ଯାନବାହାନ ଫିଟ୍‌ନେସ୍‌ ପରୀକ୍ଷା ଫି’ରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ନୂତନ ଫି’ ହାର ଜାରି କରାଯାଇଛି। ଫଳସ୍ୱରୂପ, ମୋଟର ଚାଳକଙ୍କୁ ଏଣିକି ଯାନବାହାନ ଫିଟନେସ୍ ପରୀକ୍ଷା ପାଇଁ ୧୦ ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଆହୁରିମଧ୍ୟ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟ ଏହି ଅଧିକ ଫି’ର ସ୍ଲାବ୍‌ରେ ବୃଦ୍ଧି କରିଛି। ପୂର୍ବରୁ, ଏହି ଅବଧି ୧୫ ବର୍ଷ ଥିଲା, କିନ୍ତୁ ଏବେ ଏହାକୁ ୧୦ ବର୍ଷକୁ ହ୍ରାସ କରାଯାଇଛି। ଅର୍ଥାତ୍‌ ପୂର୍ବରୁ ବର୍ଦ୍ଧିତ ଶୁଳ୍କ ୧୫ ବର୍ଷ ପୁରୁଣା ଯାନବାହାନରେ ଲାଗୁ କରାଯାଉଥିବାବେଳେ ବର୍ତ୍ତମାନ ଏହାକୁ ୧୦ ବର୍ଷ ପୁରୁଣା ଯାନ କ୍ଷେତ୍ରରେ ଲାଗୁ କରାଯିବ। ଏଥିରେ ସରକାରଙ୍କ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଯାନବାହାନକୁ ଏହି ଫି’ ଢାଞ୍ଚା ପରିସରକୁ ଆଣିବା। ନୂଆ ବ୍ୟବସ୍ଥାରେ ୩ ସ୍ତରୀୟ ଫି’ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଗାଡ଼ିର ଆୟୁ ହିସାବରେ ଭିନ୍ନ ଭିନ୍ନ ବର୍ଗ  ରଖାଯାଇଛି। ଆୟୁ ଆଧାରରେ ଗାଡ଼ିକୁ ୧୦ ରୁ ୧୫ ବର୍ଷ, ୧୫ ରୁ ୨୦ ବର୍ଷ ଏବଂ  ୨୦ ବର୍ଷରୁ ଅଧିକ ତିନୋଟି ବର୍ଗ କରାଯାଇଛି।

ପୂର୍ବରୁ, ୧୫ ବର୍ଷରୁ ଅଧିକ ପୁରୁଣା ଯାନଗୁଡ଼ିକ ପାଇଁ ଅଧିକ ଫି’ ଦେବାକୁ ପଡୁଥିଲା, କିନ୍ତୁ ଏବେ ୧୦ ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ ମଧ୍ୟ ଅଧିକ ଫି’ଦେବାକୁ ପଡିବ। ନୂଆ ବ୍ୟବସ୍ଥାରେ ଗାଡ଼ି ପୁରୁଣା ହେବା ସହିତ, ଫି’ ବୃଦ୍ଧି ପାଇଛି। ଏହି ନୂଆ ନିୟମ ସମସ୍ତ ପ୍ରକାରର ଯାନଗୁଡ଼ିକ ପାଇଁ ପ୍ରଯୁଜ୍ୟ। ଏଥିରେ ଦୁଇଚକିଆ, ତିନିଚକିଆ, ଭାରୀ ସାମଗ୍ରୀ/ଯାତ୍ରୀବାହୀ ଯାନ, ମଧ୍ୟମ ଏବଂ ଭାରୀ ସାମଗ୍ରୀ/ଯାତ୍ରୀବାହୀ ଯାନ ଏବଂ ହାଲୁକା ମୋଟର ଯାନ ଅନ୍ତର୍ଭୁକ୍ତ। ଏଣିକି ୨୦ ବର୍ଷରୁ ପୁରୁଣା ଯାନଗୁଡ଼ିକ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ। ଭାରୀ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ମଧ୍ୟ ଅଧିକ ଶୁଳ୍କ ଦେବାକୁ ପଡିବ। ଭାରୀ ବାଣିଜ୍ୟିକ ଯାନଗୁଡ଼ିକ (ଟ୍ରକ୍/ବସ୍) ପାଇଁ ପୂର୍ବରୁ ଫି’ ୨୫୦୦ ଟଙ୍କା ଥିଲା, ଯାହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ଶୁଳ୍କ ୧୮୦୦ରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦ ବର୍ଷରୁ ପୁରୁଣା ହାଲୁକା ମୋଟର ଯାନ ପାଇଁ ଶୁଳ୍କ ଏବେ ୧୫,୦୦୦ ବୃଦ୍ଧି କରାଯାଇଛି। ୨୦ ବର୍ଷରୁ ପୁରୁଣା ତିନି ଚକିଆ ଯାନ ପାଇଁ ଫି’୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ୨୦ବର୍ଷରୁ ଅଧିକ ପୁରୁଣା ଦୁଇ ଚକିଆ ଯାନ ପାଇଁ ଫି’ ୬୦୦ ଟଙ୍କାରୁ ୩ ଗୁଣ ବଢ଼ାଇ ୨୦୦୦ ଟଙ୍କା ବୃଦ୍ଧି କରାଯାଇଛି।

୧୫ ବର୍ଷରୁ କମ୍‌ ଆୟୁର ପୁରୁଣା ଗାଡ଼ିକୁ ମଧ୍ୟ ଏଥିରେ କୌଣସି ରିଆତି ଦିଆଯାଇନାହିଁ।  ୧୫ ବର୍ଷରୁ କମ୍‌ ଆୟୁର ମୋଟର ସାଇକେଲ୍‌ର ଫିଟ୍‌ନେସ୍ ପରୀକ୍ଷା ଫି’ ୪୦୦ ଟଙ୍କା, ହାଲୁକା ମୋଟର ଯାନ ବା ତିନି ଚକିଆ ପାଇଁ ୬୦୦ ଟଙ୍କା ଏବଂ ମଧ୍ୟମ/ଭାରୀ ବାଣିଜ୍ୟିକ ଯାନ ପାଇଁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ୧୫ରୁ ୨୦ ବର୍ଷ ମଧ୍ୟରେ ଆୟୁ ଥିବା ଗାଡ଼ିର ଫିଟ୍‌ନେସ୍ ପରୀକ୍ଷା ସଂଶୋଧିତ ଫି’ ମୋଟର ସାଇକେଲ୍‌ ପାଇଁ ୫୦୦ ଟଙ୍କା, ହାଲୁକା ମୋଟର ଯାନ ବା ତିନି ଚକିଆ ପାଇଁ ୧୦୦୦ ଟଙ୍କା ,ମଧ୍ୟମ ବାଣିଜ୍ୟିକ ଯାନ ପାଇଁ ୧୩୦୦ ଟଙ୍କା ଏବଂ ଭାରୀ ବାଣିଜ୍ୟିକ ଯାନ ଲାଗୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।