oath - The Sakala

ବିହାରରେ ପୁଣି ନୀତୀଶ ସରକାର, ଆଜି ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ନେବେ ଶପଥ...
ପାଟନା: ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଛି। ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଓ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‌ ଶାହା, ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୫୦ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ନୀତୀଶ ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସୂଚନା ମିଳିଛି।

ଗତକାଲି ସକାଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳୀୟ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ସହ ପର୍ଯ୍ୟବେକ୍ଷକ ଅର୍ଜୁନରାମ ମେଘୱାଲ ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଉପସ୍ଥିତିରେ ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଓ ବିଜୟ ସିହ୍ନାଙ୍କୁ ବିଧାୟକ ଦଳ ଉପନେତା ମନୋନୟନ କରାଯାଇଥିଲା। ଅନ୍ୟପକ୍ଷରେ ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ। ପରେ ଏନ୍‌ଡିଏ ବିଧାୟକ ଦଳ ବୈଠକ ବିଧାନସଭା ସେଂଟ୍ରାଲ ହଲରେ ଅନୁଷ୍ଠିତ ହୋଇଥିଲା ଏବଂ ନୀତୀଶ କୁମାର ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଥିଲେ। ତେଣୁ ଆସନ୍ତାକାଲି ନୀତୀଶ ମୁଖ୍ୟମନ୍ତ୍ରୀ ଏବଂ  ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପ୍ରାୟ ଚୂଡ଼ାନ୍ତ ହୋଇଛି।

ନୀତୀଶଙ୍କ ସହ ଶପଥ ନେବାକୁ ଥିବା ସମ୍ଭାବ୍ୟ ମନ୍ତ୍ରୀମାନଙ୍କର ନାମ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିଲେ ହେଁ ତାହା ଚୂଡ଼ାନ୍ତ ହୋଇପାରି ନାହିଁ। ଆଜି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ପାଟନାରେ ପହଞ୍ଚିବା ପରେ ନୀତୀଶଙ୍କ ସହ ଏସଂକ୍ରାନ୍ତରେ ଆଲୋଚନା କରିବେ। ବୈଠକରେ ମନ୍ତ୍ରୀ ତାଲିକା ଚୂଡ଼ାନ୍ତ ହୋଇପାରେ।

ଅନ୍ୟପକ୍ଷରେ ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପି ତାଙ୍କ ଦଳ ପାଇଁ ଅନ୍ୟୂନ ୨ଟି ମନ୍ତ୍ରୀପଦ ଦାବି କରିଛନ୍ତି। ତେବେ ନୀତୀଶଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କ ଭାଇ ଅରୁଣ ଭାରତୀଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି କୁହାଯାଉଛି।

ବିହାର ନିର୍ବାଚନ ଫଳ ପ୍ରକାଶ ପରେ ବିଜେପି ସର୍ବାଧିକ ଆସନ ପାଇଥିବା ସତ୍ତ୍ବେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ଦଳରେ କିଛି ପରିମାଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ଦଳର କିଛି ବରିଷ୍ଠ ନେତା ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ବିଜେପିରୁ କରାଯାଉ ବୋଲି ଦାବି କରିଛନ୍ତି। ମାତ୍ର ବିହାର ନେତାଙ୍କ ଦାବିକୁ ବିଜେପି ଜାତୀୟ ନେତୃତ୍ୱ ଗ୍ରହଣ କରିନାହାନ୍ତି। ନୀତୀଶଙ୍କ ପରି ବଡ଼ ନେତା ବିହାର ବିଜେପିରେ ନ ଥିବା ଯୋଗୁଁ ବିଜେପି ଏପରି କଷ୍ଟସାଧ୍ୟ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

କୁହାଯାଉଛି ଯେ ବିଜେପି ନିକଟରେ ନୀତୀଶଙ୍କ ବିକଳ୍ପ ନାହିଁ। ଯେଉଁଥିପାଇଁ ଦୀର୍ଘବର୍ଷ ଧରି ବିଜେପି ବିହାରରେ ଏକାକୀ ସଂଖ୍ୟା ଗରିଷ୍ଠତା ପାଇପାରୁ ନାହିଁ। ପୁନଶ୍ଚ ବିହାର ରାଜନୀତି ବିଶେଷତଃ ଜାତି ଆଧାରିତ ଓ ସୁଶୀଲ କୁମାର ମୋଦିଙ୍କ ପରଲୋକ ପରେ ଜାତୀୟସ୍ତରରେ ମାନ୍ୟତା ପାଇଥିବା କୌଣସି ଓବିସି ଚେହେରା ବିଜେପିରେ ନାହାନ୍ତି। ଗତ ଦେଢ଼ ଦଶନ୍ଧି ଧରି ବିଜେପି ବିହାରରେ ନୀତୀଶ କୁମାରଙ୍କ କନିଷ୍ଠ ସହଯୋଗୀ ହୋଇ ରହିଛି ଓ ଜଣେ ବି ପ୍ରଭାବଶାଳୀ ନେତା ସୃଷ୍ଟି କରିବାରେ ଦଳ ସମର୍ଥ ହୋଇପାରି ନାହିଁ। ଦ୍ୱିତୀୟ କାରଣଟି ହେଉଛି ନୀତୀଶ କୁମାର ବିହାରର କୁର୍ମୀ, ଇବିସି ଓ ମହାଦଳିତ ସମ୍ପ୍ରଦାୟର ପ୍ରମୁଖ ନେତାର ମାନ୍ୟତା ପାଇଛନ୍ତି। ବିହାରର ମୋଟ ମତଦାତାଙ୍କ ମଧ୍ୟରୁ ଏହି ବର୍ଗ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦% ଓ ଗତ ନିର୍ବାଚନରେ ଏହି ବର୍ଗ ହିଁ ଏନ୍‌ଡିଏ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ନୀତୀଶଙ୍କୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ଶେଷ କାରଣଟି ହେଉଛି ନୀତୀଶଙ୍କୁ ଉପେକ୍ଷା କରିବା କେନ୍ଦ୍ର ସରକାରଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଭୟ। ବର୍ତ୍ତମାନ ଲୋକସଭାରେ ଏନ୍‌ଡିଏର ଆସନ ସଂଖ୍ୟା ୨୯୨, ଯାହା ସଂଖ୍ୟା ଗରିଷ୍ଠତାଠାରୁ ମାତ୍ର ୨୦ଟି ଆସନ ଅଧିକ। ନୀତୀଶଙ୍କ ଜେଡିୟୁ ସମର୍ଥନ ପ୍ରତ୍ୟାହାର କରିନେଲେ ବି କେନ୍ଦ୍ରରେ ବିଜେପି ସରକାର ପାଇଁ ତତ୍‌କ୍ଷଣାତ୍‌ କୌଣସି ବିପଦ ସୃଷ୍ଟି ହେବ ନାହିଁ; ମାତ୍ର ଏହାର ପରିଣାମ ଆଦୌ ଭଲ ହେବ ନାହିଁ। ଯେ କୌଣସି ସମୟରେ ଅନ୍ୟ ଅଂଶୀଦାର ଦଳ ବିଜେପି ସହ ଅସଙ୍ଗତ ମୂଲଚାଲ କରିବାକୁ ବାହାରି ଆସିବେ। ତେଣୁ ବିହାରରେ ନୀତୀଶଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଚାଲୁ ଓ କେନ୍ଦ୍ର ସରକାର ସୁରକ୍ଷିତ ରହୁ ବୋଲି ବିଜେପି ଆପାତତଃ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।