gambling - The Sakala

ମାନବିକତାକୁ ଲଜ୍ଜିତ କଲା ଭଳି ଘଟଣା: ଜୁଆରେ ହାରିବା ପରେ ନିଜ ପତ୍ନୀଙ୍କୁ ଅନ୍ୟ ୮ଜଣ ଲୋକଙ୍କୁ ସମର୍ପି ଦେଇଥିଲା ସ୍ବାମୀ....
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତ ଜିଲ୍ଳାରୁ ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଜୁଆରେ ହାରିବା ପରେ ନିଜ ନବବିବାହିତା ପତ୍ନୀଙ୍କୁ ଅନ୍ୟ ୮ଜଣ ଲୋକଙ୍କୁ ସମର୍ପି ଦେଇଥିଲା। ଏହାପରେ ସେମାନେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୁଲିସ ଏହି ଜଘନ୍ୟ ମାମଲାର ଯାଞ୍ଚ କରୁଛି। ପୀଡିତା ନିବାଡା ଗାଁରେ ରୁହନ୍ତି। ଗତବର୍ଷ ଅକ୍ଟୋବର ୨୪ରେ ମିରଟର ଖିବାଇ ଗାଁର ଦାନିଶ ସହିତ ଏହି ମହିଳାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର କିଛିଦିନ ପରେ ପତି ମଦ୍ୟପ ଓ ଜୁଆଡି ବୋଲି ମହିଳା ଜାଣିବାକୁ ପାଇଥିଲେ। ଯୌତୁକ କମ୍‌‌ ମିଳିବା କାରଣରୁ ପତି ଓ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ।

ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଦିନେ ସ୍ବାମୀ ଜୁଆ ଖେଳି ଖେଳି ହାରି ଚାଲିଥିଲେ। ଶେଷରେ ସେ ପତ୍ନୀଙ୍କୁ ବାଜି ଲଗାଇ ଦେଇଥିଲେ। ହାରିବା ପରେ ଏହି ମହିଳାଙ୍କୁ ୮ ଜଣ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଉମେଶ ଗୁପ୍ତା, ମୋନୁ ଏବଂ ଅଂଶୁଲ ସାମିଲ ଅଛନ୍ତି। ଏମାନେ ଗାଜିଆବାଦର ବାସିନ୍ଦା। ପୀଡ଼ିତାଙ୍କ ଦୁଃଖ ଏତିକିରେ ଶେଷ ହୋଇ ନ ଥିଲା। ନିଜ ଦେଢ଼ଶୂର, ନଣଦେଇ ଓ ଶଶୂର ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି। ଯୌତୁକ ଆଣି ନଥିବାରୁ ଶଶୂର ବାରମ୍ବାର ଦୁଷ୍କର୍ମ କରୁଥିଲେ ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଏହାପରେ ଗର୍ଭପାତ କରିବାକୁ ଶଶୁର ଘର ଲୋକ ବାରମ୍ବାର ଚାପ ପକାଉଥିଲେ। ତାଙ୍କ ଉପରକୁ ଏସିଡ୍‌‌ ମାଡ଼ କରି ହତ୍ୟା କରିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେ କୌଣସି ପ୍ରକାରେ ସେଠାରୁ ମୁକୁଳି ବାପାଘରକୁ ପଳାଇ ଆସିଥିଲେ। ବାପଘର ଲୋକଙ୍କ ସହାୟତାରେ ସେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ମାମଲା ପ୍ରତ୍ୟାହାର କରିବାକୁ ଶାଶୂଘର ଲୋକେ ତାଙ୍କ ବାପାଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେ କହିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।