APk File Fraud - The Sakala

‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ
ଭୁବନେଶ୍ୱର: ସାଇବର ଅପରାଧୀମାନେ ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ତରିକା ବଦଳାଇ ଲୋକଙ୍କୁ ଚୂନ ଲଗାଉଛନ୍ତି। ଅଜଣା ନମ୍ବରରୁ ଲୋକଙ୍କ ପାଖକୁ ଏପିକେ ଫାଇଲ୍‌‌ ପଠାଉଛନ୍ତି। ଆର୍‌‌ଟିଓ ଚାଲାଣ, ନିମନ୍ତ୍ରଣ କାର୍ଡ, ଟ୍ରାଫିକ ଚାଲାଣ, ଏସବିଆଇ, କେୱାଇସି ଅପଡେଟ, ସରକାରୀ ସବସିଡି, ଏସବିଆଇ ୟୋନୋ ଭଳି ଏପିକେ ଫାଇଲ୍‌‌ ପଠାଉଥିବାରୁ ଲୋକମାନେ ସହଜରେ ବିଶ୍ୱାସକୁ ନେଇ ଯାଉଛନ୍ତି। ଆଉ ଫାଇଲ୍‌‌ ଖୋଲିବା ମାତ୍ରେ ମୋବାଇଲ୍‌‌ ଫୋନ୍‌‌ ହ୍ୟାକ୍‌‌ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଅନେକ ସାଧାରଣ ଲୋକ ସାଇବର ଠକଙ୍କ ’ଏପିକେ’ ଜାଲରେ ପଡ଼ୁଛନ୍ତି। କିଏ ପେନସନ ଟଙ୍କା ହରାଉଛି ତ ଆଉ କିଏ ଝିଅ ବାହାଘର ପାଇଁ ରଖିଥିବା ପୁଞ୍ଜି। ଏମିତିକି ଏପିକେ ଫାଇଲ୍‌‌ ମାଧ୍ୟମରେ ଫିକ୍ସ ଡିପୋଜିଟ୍‌‌ ଭାଙ୍ଗି ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର ଠକ।

ପାଣ୍ଡରାର ଯଶୋବନ୍ତ ଜେନାଙ୍କ ହ୍ୱାଟ୍ସଆପକୁ ଆରଟିଓ ଚାଲାଣ ନାମରେ ଏକ ଏପିକେ ଫାଇଲ୍‌‌ ଆସିଥିଲା। ଚାଲାଣ ଆସିଥିବା ଭାବି ଯଶୋବନ୍ତ ଉକ୍ତ ଏପିକେ ଫାଇଲକୁ ଖୋଲିଥିଲେ। ଫାଇଲ୍‌‌ ଖୋଲିବା ମାତ୍ରକେ ତାଙ୍କ ମୋବାଇଲ ଫୋନରୁ ନିୟନ୍ତ୍ରଣ ହରାଇ ବସିଥିଲେ। ନିଜ କଣ୍‌‌ଟ୍ରୋଲକୁ ନେବାପରେ ସାଇବର ଠକ ଯଶୋବନ୍ତଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟରେ ଦୁଇଟି ହିତାଧିକାରୀଙ୍କ ଆକାଉଣ୍ଟ ଯୋଡ଼ିଥିଲେ। ଆଉ ଆଖି ପିଛୁଳାକେ ୭ ଲକ୍ଷ ଟଙ୍କା ଉଡ଼ାଇ ନେଇଥିଲେ। ସେହିପରି ନୀଳାଦ୍ରି ବିହାରର ବିଦ୍ୟୁତ ଭୁଷଣ ପରିଡ଼ାଙ୍କ ହ୍ୱାଟ୍ସଆପକୁ କ୍‌‌ରେଡିଟ୍‌‌ କାର୍ଡ ଆବେଦନ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ହ୍ୱାଟ୍ସଆପକୁ ବ୍ୟାଙ୍କ ଅଫ୍‌‌ ବରୋଦାର କ୍‌‌ରେଡିଟ୍‌‌ କାର୍ଡ ଭେରିଫିକେସନ ପାଇଁ ଏକ ଏପିକେ ଫାଇଲ୍‌‌ ଆସିଥିଲା। ସାଇବର ଠକ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଭିଡିଓ କଲ୍‌‌ ମାଧ୍ୟମରେ ବିଭିନ୍ନ ତଥ୍ୟ ପୂରଣ କରିବାକୁ କହିଥିଲା। ଆଉ ଏହାପରେ ସାଇବର ଠକମାନେ ବିଦ୍ୟୁତଙ୍କର ଦୁଇଟି ଫିକ୍ସ ଡିପୋଜିଟକୁ ଭାଙ୍ଗି ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୨୫ ହଜାର ଟଙ୍କା ଉଡ଼ାଇ ନେଇଥିଲେ।

ଇଏ କେବଳ ଦୁଇଟି ଘଟଣା ନୁହଁ, ଅନେକ ଲୋକ ସାଇବର ଠକଙ୍କ ’ଏପିକେ’ ଜାଲରେ ପଡ଼ୁଛନ୍ତି। ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ମାତ୍ରେ ମୋବାଇଲର ଆକ୍‌‌ସେସ୍‌‌? ସହ ବ୍ୟକ୍ତିଗତ ତଥ୍ୟ ସାଇବର ଠକଙ୍କ ପାଖକୁ ପଳାଉଛି। ଆଉ ତା’ ପରେ ମୋବାଇଲର ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ସବୁକିଛି ନେଇ ଯାଉଛନ୍ତି ସାଇବର ଠକ।

ଏପିକେ ଇନଷ୍ଟଲ୍‌‌ କଲେ କ’ଣ ହୁଏ
ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ଦ୍ୱାରା ସ୍ପାଇୱେୟାର ନାମକ କ୍ଷତିକାରକ ସଫ୍ଟୱେର ମୋବାଇଲରେ ପ୍ରବେଶ କରେ। ବ୍ୟବହାରକାରୀଙ୍କ ବିଭିନ୍ନ ଗୋପନୀୟ ତଥ୍ୟ, ଓଟିପି, ବ୍ୟାଙ୍କ ପାସୱାର୍ଡ, ଫଟୋ, ଭିଡିଓ ଓ କଲ୍‌‌ ରେକର୍ଡିଂ ଆଦି ସଂଗ୍ରହ କରେ। ଏଥିସହିତ ବ୍ୟବହାରୀଙ୍କ ବିନା ଅନୁମତିରେ ହ୍ୟାକର ବା ସାଇବର ଠକଙ୍କୁ ପଠାଇଦିଏ। ମୋବାଇଲର କ୍ୟାମେରା, ମାଇକ୍‌‌, ଜିପିଏସ୍‌‌ ଆପେ ଆପେ ଅନ୍‌‌ କରିବା ସହ ଗତିବିଧିକୁ ଟ୍ରାକ୍‌‌ କରେ। ଏମିତିକି ଆପ୍‌‌ ନିଜେ ନିଜେ ଟଙ୍କା ଟ୍ରାନ୍ସଫର କରିଦିଏ।

କ’ଣ ଏହି ଏପିକେ ଫାଇଲ୍‌‌
ଏପିକେର ପୁରା ନାମ ହେଉଛି ଆଣ୍ଡ୍ରଏଡ ପ୍ୟାକେଜ କିଟ୍‌‌। ଏହି ଫାଇଲକୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ୍‌‌ ବୁଝିପାରେ ଓ ଇନଷ୍ଟଲ୍‌‌ କରିପାରେ। ଯେମିତି କମ୍ପ୍ୟୁଟରରେ କୌଣସି ସଫ୍ଟୱେର ଇନଷ୍ଟଲ୍‌‌ କରିବାକୁ ଇଏକ୍ସଇ ଫାଇଲ୍‌‌ ଦରକାର ହୁଏ, ସେମିତି ଆଣ୍ଡ୍ରଏଡ ଫୋନରେ କୌଣସି ଆପ୍‌‌ ଇନଷ୍ଟଲ୍‌‌ କରିବାକୁ ଏପିକେ ଫାଇଲର ଆବଶ୍ୟକ ପଡ଼େ। ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନ ଥିବା ଆପକୁ ଏପିକେ ଫାଇଲ୍‌‌ ଡାଉନଲୋଡ କରି ଇନଷ୍ଟଲ୍‌‌ କରାଯାଏ। ଏମିତିକି ଯଦି କୌଣସି ନୂଆ ଅପଡେଟ୍‌‌ ଫୋନରେ ଚାଲୁ ନାହିଁ ବା ଆପଣଙ୍କୁ ପୁରୁଣା ଭର୍ସନ୍‌‌ ଭଲ ଲାଗୁଛି, ତେବେ ଏପିକେ ଫାଇଲରୁ ସେହି ପୁରୁଣା ଭର୍ସନ ଇନଷ୍ଟଲ୍‌‌ କରି ବ୍ୟବହାର କରିପାରିବେ।

ସାଇବର ଠକ ବା ହ୍ୟାକର ମାନେ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମରୁ କାହାର ବାହାଘର ହେଉଛି, କାହାର ବ୍ୟାଙ୍କ ଆପ୍ଲିକେସନ କାମ କରୁନାହିଁ, କିଏ କ୍ରେଡିଟ୍‌‌ କାର୍ଡ ଆବେଦନ କରିବାକୁ ଚାହୁଁଛି ଓ କିଏ ସବସିଡି ପାଇବାକୁ ଚାହୁଁଛି, ସେସବୁ ତଥ୍ୟ ସଂଗ୍ରହ କରି ନେଉଛନ୍ତି। ତଥ୍ୟ ଆଧାରରେ ଲୋକଙ୍କ ଆବଶ୍ୟକତା ଅନୁସାରେ ’ଏପିକେ’ ତିଆରି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଉଛନ୍ତି। ଲୋକମାନେ ମଧ୍ୟ ସେହି ଆବଶ୍ୟକତା ସନ୍ଧାନରେ ଥିବାରୁ ଖୁବଶୀଘ୍ର ହ୍ୟାକର ପଠାଇଥିବା ଏପିକେ ଫାଇଲ୍‌‌ ଡାଉନଲୋଡ କରି ଦେଉଛନ୍ତି। ଆଉ ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ ପରେ ମାଲୱେୟାର ପୁରା ଫୋନକୁ ସାଇବର ଠକଙ୍କ ନିୟନ୍ତ୍ରଣକୁ ଠେଲି ଦେଉଛି।

ଚିନ୍ତା ବଢ଼ାଇଲାଣି ଏପିକେ ଫାଇଲ୍‌‌: ହ୍ୟାକର୍‌‌ଙ୍କ କଣ୍ଟ୍ରୋଲ୍‌‌ରେ ଆପଣଙ୍କ ମୋବାଇଲ୍‌‌...
ଭୁବନେଶ୍ୱର: ସାଇବର ଅପରାଧୀମାନେ ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ତରିକା ବଦଳାଇ ଲୋକଙ୍କୁ ଚୂନ ଲଗାଉଛନ୍ତି। ଅଜଣା ନମ୍ବରରୁ ଲୋକଙ୍କ ପାଖକୁ ଏପିକେ ଫାଇଲ୍‌‌ ପଠାଉଛନ୍ତି। ନିମନ୍ତ୍ରଣ କାର୍ଡ, ଟ୍ରାଫିକ ଚାଲାଣ, ଏସବିଆଇ, କେୱାଇସି ଅପଡେଟ, ସରକାରୀ ସବସିଡି, ଏସବିଆଇ ୟୋନୋ ଭଳି ଏପିକେ ଫାଇଲ୍‌‌ ପଠାଉଥିବାରୁ ଲୋକମାନେ ସହଜରେ ବିଶ୍ୱାସକୁ ନେଇ ଯାଉଛନ୍ତି। ଆଉ ଫାଇଲ୍‌‌ ଖୋଲିବା ମାତ୍ରେ ମୋବାଇଲ୍‌‌ ଫୋନ୍‌‌ ହ୍ୟାକ୍‌‌ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଅନେକ ସାଧାରଣ ଲୋକ ସାଇବର ଠକଙ୍କ ‘ଏପିକେ’ ଜାଲରେ ପଡ଼ୁଛନ୍ତି। କିଏ ପେନସନ ଟଙ୍କା ହରାଉଛି ତ ଆଉ କିଏ ଝିଅ ବାହାଘର ପାଇଁ ରଖିଥିବା ପୁଞ୍ଜି ମଧ୍ୟ ହରାଉଛି। ଏମିତିକି ଏପିକେ ଫାଇଲ୍‌‌ ମାଧ୍ୟମରେ ଫିକ୍ସ ଡିପୋଜିଟ୍‌‌ ଭାଙ୍ଗି ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର ଠକ।

ନୀଳାଦ୍ରି ବିହାରର ବିଦ୍ୟୁତ ଭୁଷଣ ପରିଡ଼ାଙ୍କ ହ୍ୱାଟ୍ସଆପକୁ କ୍‌‌ରେଡିଟ୍‌‌ କାର୍ଡ ଆବେଦନ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ହ୍ୱାଟ୍ସଆପକୁ ବ୍ୟାଙ୍କ ଅଫ୍‌‌ ବରୋଦାର କ୍ରେଡିଟ୍‌‌ କାର୍ଡ ଭେରିଫିକେସନ ପାଇଁ ଏକ ଏପିକେ ଫାଇଲ୍‌‌ ଆସିଥିଲା। ସାଇବର ଠକ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଭିଡିଓ କଲ୍‌‌ ମାଧ୍ୟମରେ ବିଭିନ୍ନ ତଥ୍ୟ ପୂରଣ କରିବାକୁ କହିଥିଲା। ଆଉ ଏହାପରେ ସାଇବର ଠକମାନେ ବିଦ୍ୟୁତଙ୍କର ଦୁଇଟି ଫିକ୍ସ ଡିପୋଜିଟକୁ ଭାଙ୍ଗି ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୨୫ ହଜାର ଟଙ୍କା ଉଡ଼ାଇ ନେଇଥିଲେ। ସୁନ୍ଦରପଦା ଅଞ୍ଚଳର ସତ୍ୟଭାମା ବେହେରାଙ୍କ ଏସବିଆଇ ୟୋନୋ ଆପ୍ଲିକେସନ କାମ କରୁନଥିବାରୁ ସେ ଇଣ୍ଟରନେଟ ମାଧ୍ୟମରେ କଷ୍ଟମର କେୟାରକୁ ଯୋଗାଯୋଗ କରିବାବେଳେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିଲେ। ସାଇବର ଠକ କଷ୍ଟମର କେୟାର ଅଧିକାରୀ ହୋଇ ଏସବିଆଇ ୟୋନୋ ଏପିକେ ଫାଇଲ୍‌‌ ଡାଉନଲୋଡ କରିଥିଲେ। ଆଉ କ୍ଷଣିକ ମଧ୍ୟରେ ସବୁ କଲ୍‌‌ ଓ ମେସେଜ ଅନ୍ୟତ୍ର ଫରୱାର୍ଡ ହୋଇ ଯାଇଥିଲା। ଏପିକେ ଫାଇଲ୍‌‌ ମାଧ୍ୟମରେ ଆକ୍‌‌ସେସ ନେଇ ତାଙ୍କ ଏସବିଆଇ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକ।

ଇଏ କେବଳ ଦୁଇଟି ଘଟଣା ନୁହଁ, ଅନେକ ଲୋକ ସାଇବର ଠକଙ୍କ ‘ଏପିକେ’ ଜାଲରେ ପଡ଼ୁଛନ୍ତି। ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ମାତ୍ରେ ମୋବାଇଲର ଆକ୍ସେସ୍‌‌ ସହ ବ୍ୟକ୍ତିଗତ ତଥ୍ୟ ସାଇବର ଠକଙ୍କ ପାଖକୁ ପଳାଉଛି। ଆଉ ତା’ ପରେ ମୋବାଇଲର ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ସବୁକିଛି ନେଇ ଯାଉଛନ୍ତି ସାଇବର ଠକ।

କ’ଣ ଏହି ଏପିକେ ଫାଇଲ୍‌‌
ଏପିକେର ପୁରା ନାମ ହେଉଛି ଆଣ୍ଡ୍ରଏଡ ପ୍ୟାକେଜ କିଟ୍‌‌। ଏହି ଫାଇଲକୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ୍‌‌ ବୁଝିପାରେ ଓ ଇନଷ୍ଟଲ୍‌‌ କରିପାରେ। ଯେମିତି କମ୍ପ୍ୟୁଟରରେ କୌଣସି ସଫ୍ଟୱେର ଇନଷ୍ଟଲ୍‌‌ କରିବାକୁ ଇଏକ୍ସଇ ଫାଇଲ୍‌‌ ଦରକାର ହୁଏ, ସେମିତି ଆଣ୍ଡ୍ରଏଡ ଫୋନରେ କୌଣସି ଆପ୍‌‌ ଇନଷ୍ଟଲ୍‌‌ କରିବାକୁ ଏପିକେ ଫାଇଲର ଆବଶ୍ୟକ ପଡ଼େ। ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନ ଥିବା ଆପ୍‌‌କୁ ଏପିକେ ଫାଇଲ୍‌‌ ଡାଉନଲୋଡ କରି ଇନଷ୍ଟଲ୍‌‌ କରାଯାଏ। ଏମିତିକି ଯଦି କୌଣସି ନୂଆ ଅପଡେଟ୍‌‌ ଫୋନରେ ଚାଲୁ ନାହିଁ ବା ଆପଣଙ୍କୁ ପୁରୁଣା ଭର୍ସନ୍‌‌ ଭଲ ଲାଗୁଛି, ତେବେ ଏପିକେ ଫାଇଲରୁ ସେହି ପୁରୁଣା ଭର୍ସନ ଇନଷ୍ଟଲ୍‌‌ କରି ବ୍ୟବହାର କରିପାରିବେ।

ସାଇବର ଠକ ବା ହ୍ୟାକର ମାନେ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମରୁ କାହାର ବାହାଘର ହେଉଛି, କାହାର ବ୍ୟାଙ୍କ ଆପ୍ଲିକେସନ କାମ କରୁନାହିଁ, କିଏ କ୍ରେଡିଟ୍‌‌ କାର୍ଡ ଆବେଦନ କରିବାକୁ ଚାହୁଁଛି ଓ କିଏ ସବସିଡି ପାଇବାକୁ ଚାହୁଁଛି, ସେସବୁ ତଥ୍ୟ ସଂଗ୍ରହ କରି ନେଉଛନ୍ତି। ତଥ୍ୟ ଆଧାରରେ ଲୋକଙ୍କ ଆବଶ୍ୟକତା ଅନୁସାରେ ’ଏପିକେ’ ତିଆରି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଉଛନ୍ତି। ଲୋକମାନେ ମଧ୍ୟ ସେହି ଆବଶ୍ୟକତା ସନ୍ଧାନରେ ଥିବାରୁ ଖୁବଶୀଘ୍ର ହ୍ୟାକର ପଠାଇଥିବା ଏପିକେ ଫାଇଲ୍‌‌ ଡାଉନଲୋଡ କରି ଦେଉଛନ୍ତି। ଆଉ ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ ପରେ ମାଲୱେୟାର ପୂରା ଫୋନକୁ ସାଇବର ଠକଙ୍କ ନିୟନ୍ତ୍ରଣକୁ ଠେଲି ଦେଉଛି।

ଏପିକେ ଇନଷ୍ଟଲ୍‌‌ କଲେ କ’ଣ ହୁଏ
ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ଦ୍ୱାରା ସ୍ପାଇୱେୟାର ନାମକ କ୍ଷତିକାରକ ସଫ୍ଟୱେର ମୋବାଇଲରେ ପ୍ରବେଶ କରେ। ବ୍ୟବହାରକାରୀଙ୍କ ବିଭିନ୍ନ ଗୋପନୀୟ ତଥ୍ୟ, ଓଟିପି, ବ୍ୟାଙ୍କ ପାସୱାର୍ଡ, ଫଟୋ, ଭିଡିଓ ଓ କଲ୍‌‌ ରେକର୍ଡିଂ ଆଦି ସଂଗ୍ରହ କରେ। ଏଥିସହିତ ବ୍ୟବହାରକାରୀଙ୍କ ବିନା ଅନୁମତିରେ ହ୍ୟାକର ବା ସାଇବର ଠକଙ୍କୁ ପଠାଇଦିଏ। ମୋବାଇଲର କ୍ୟାମେରା, ମାଇକ୍‌‌, ଜିପିଏସ୍‌‌ ଆପେ ଆପେ ଅନ୍‌‌ କରିବା ସହ ଗତିବିଧିକୁ ଟ୍ରାକ୍‌‌ କରେ। ଏମିତିକି ଆପ୍‌‌ ନିଜେ ନିଜେ ଟଙ୍କା ଟ୍ରାନ୍ସଫର କରିଦିଏ।