Pressmeet - The Sakala

ମେଟ୍ରୋ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନରେ ସୋମବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ ନିର୍ବାଚନମଣ୍ଡଳୀ) ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ମେୟର ସୁବାସ ସିଂ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ପ୍ରକଳ୍ପର ବାତିଲ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହାର ପୁନଃବିଚାର କରିବା ପାଇଁ ଦାବି କରିଛନ୍ତି।

ଅଶୋକ ପଣ୍ଡା କହିଥିଲେ ଯେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ସହର ମଧ୍ୟରେ ଗମନାଗମନର ଉନ୍ନତି ପାଇଁ ନବୀନ ସରକାର ମେଟ୍ରୋ ପ୍ରକଳ୍ପକୁ ଆରମ୍ଭ କରିଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ରାଜ୍ୟର ବିଜେପି ସରକାର ହୀନମନ୍ୟତାର ପରିଚୟ ଦେଇ ତାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରାଯିବାକୁ ନେଇ ମନ୍ତ୍ରୀମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି, ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ।

ଅନନ୍ତ ନାରାୟଣ ଜେନା କହିଥିଲେ ଯେ ଦେଶର ୧୮ଟି ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ସଫଳତାର ସହିତ ଚାଲୁଛି। ଗମନାଗମନ କ୍ଷେତ୍ରରେ ମେଟ୍ରୋ ଏକ ମାଇଲଖୁଣ୍ଟ ହୋଇଥା’ନ୍ତା। ପୂର୍ବରୁ ଡିପିଆର୍‌ ପ୍ରସ୍ତୁତ ହେବା ସମୟରେ ଏହା କ୍ଷତି ହେବ ବୋଲି ଆକଳନ ହୋଇ ନ ଥିଲା। ଏବେ କିପରି କ୍ଷତି ହେବ ବୋଲି କୁହାଯାଉଛି? ମେଟ୍ରୋ ଚାଲିଲେ ବର୍ଷକୁ ଦୁଇ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ରାଜ୍ୟ ବିଜେପି ସରକାର କହୁଥିବା କଥା କେବଳ ମନଗଢ଼ା କାହାଣୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ, ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ମିଳିବ ବୋଲି ଭାବି ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟବାସୀ ଓ ଭବିଷ୍ୟତ ପିଢ଼ିଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହା ଚରମ ପ୍ରତାରଣା।

ସୁବାସ ସିଂ କହିଥିଲେ ଯେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଏକ ଜଏଣ୍ଟ ଭେଞ୍ଚର୍‌ କମ୍ପାନୀ। ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ୬୨୫୫.୯୪ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ନବୀନ ବାବୁ ଆରମ୍ଭ କରିଥିଲେ। ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ପାଇଁ  ରାଜ୍ୟବାସୀ କେବେ ଏ ସରକାରକୁ କ୍ଷମା ଦେବେ ନାହିଁ। ୨୦୦୭ ମସିହାରୁ ରାଜ୍ୟରେ କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା। କେନ୍ଦ୍ର ସରକାର ସହାୟତା ନ ଦେବାରୁ ନବୀନ ସରକାର ନିଜସ୍ୱ ସମ୍ୱଳରେ ୨୦୨୩ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ।

ମେୟର ସୁଲୋଚନା ଦାସ କହିଥିଲେ ଯେ ମେଟ୍ରୋ ପ୍ରକଳ୍ପ କେବଳ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କ ପାଇଁ ନୁହେଁ; ବରଂ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର ବିଷୟ ଥିଲା। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ସରକାର ୨୦୩୬ ମସିହାରେ ବିକଶିତ ଓଡ଼ିଶା ଗଠନ କଥା କହୁଛନ୍ତି। ମେଟ୍ରୋ ପ୍ରକଳ୍ପ ବିନା ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ଦେଖିବା କେତେଦୂର ଯୁକ୍ତିଯୁକ୍ତ। ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ରିଜିଅନ ପାଇଁ ମେଟ୍ରୋ ଏକ ନୂତନ ସମ୍ଭାବନା ହେବାକୁ ଯାଉଥିଲା। ତେଣୁ ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପର ବାତିଲ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଯୁବ ଓ ଛାତ୍ର ଜନତା ଦଳ: ଇପ୍ସିତା ସାହୁ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତିକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଉଚ୍ଚଶିକ୍ଷା ବିଭାଗର ଏଭଳି ଦୁର୍ଦ୍ଦଶା, ରାଜ୍ୟ ସରକାରଙ୍କ ଅପାରଗ ପଣିଆର ପରିଣାମ ବୋଲି କହିଛନ୍ତି ।

ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଏକ ପ୍ରକାରର ପଙ୍ଗୁ ହୋଇଯାଇଛି । ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ୧୪ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ଅଧିକାଂଶ ସ୍ଥାନରେ ଅଧ୍ୟାପକ ପଦବୀ ଗୁଡିକ ମଧ୍ୟ ଖାଲି ପଡିଛି । ସ୍ଥାୟୀ କୁଳପତି ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଖାଲି ଥିବା ଅଧ୍ୟାପକ ପଦବୀ ଗୁଡିକ ପୂରଣ ହୋଇପାରିବ ନାହିଁ । ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଏଥିନେଇ ବିକ୍ଷୋଭ ପ୍ରଦର୍ଶନ ସହିତ ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଭେଟି କୁଳପତି ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ନିବେଦନ କରାଯାଇଥିଲା । ରାଜ୍ୟପାଳ ମହୋଦୟ ମଧ୍ୟ ଶୀଘ୍ର ଏହା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୯ ମାସ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇପାରି ନାହିଁ ।

ଶ୍ରୀ ସାହୁ ଆହୁରି କହିଥିଲେ, ନବୀନ ସରକାରଙ୍କ ସମୟରେ ଏହି ନିଯୁକ୍ତି ଦାୟିତ୍ୱ ରାଜ୍ୟ ପବ୍ଲିକ ସର୍ଭିସ କମିସନଙ୍କୁ ଦିଆଯାଇଥିଲା । ବିଦାୟ କୁଳପତିମାନଙ୍କ ଅବସର ସମୟର ୬ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯାଉଥିଲା । କିନ୍ତୁ ସେ ବ୍ୟବସ୍ଥାକୁ ଏବେ ଉଚ୍ଛେଦ କରି ଦେଇଛନ୍ତି । ଲମ୍ୱା ସମୟ ଧରି ଏହି ପଦବୀ ଗୁଡିକ ଖାଲି ପଡ଼ିଥିବାରୁ, ବିଶ୍ୱବିଦ୍ୟାଳୟ ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ନବୀନ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଏବେ ଏଠାରେ କୁଳପତିଙ୍କ ସମେତ ସମସ୍ତ ୨୧ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଗୌରୀକିକରଣ କରିବାକୁ ପ୍ରୟାସ କରାଯାଉଛି । ଯୋଗ୍ୟତା ଭିତିରେ ନୁହେଁ ବରଂ ସେମାନଙ୍କ ଆନୁଗତ୍ୟ ଦେଖାଯାଉଛି । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକର ଅଟୋନୋମିକୁ ଅକ୍ଷୁଣ୍ଣ ରଖନ୍ତୁ ଏବଂ ସ୍ୱଚ୍ଛତାର ସହିତ ନିଯୁକ୍ତି ପ୍ରକ୍ରିୟା ଶେଷ କରନ୍ତୁ ।

ଇପ୍ସିତା ସାହୁ କହିଥିଲେ, ଶିକ୍ଷା ବ୍ୟବସ୍ଥା ସମାଜ ବିକାଶର ମେରୁଦଣ୍ଡ । ରାଜ୍ୟର ବିକାଶ ପାଇଁ ଶିକ୍ଷାର ବିକାଶ ଜରୁରୀ । କିନ୍ତୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟ ବିଜେପି ସରକାରଙ୍କ ଗୌରୀକିକରଣ ମନୋଭାବ ଯୋଗୁଁ ଓ କେଉଁଠି କିଏ ରହିବେ, ସେଥିନେଇ ଦଳୀୟ ନେତାଙ୍କ ଭିତରେ ମତଭେଦ ରହିଥିବା ଯୋଗୁଁ ଏହି ନିଯୁକ୍ତି ପ୍ରକ୍ରିୟା ହୋଇପାରୁନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା କୁଳପତି ପଦବୀ ଗୁଡିକ ପୂରଣ ନହେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ବିଜେଡି ।

ବିଜୁ ବାବୁଙ୍କୁ ଅପମାନର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ଚାହୁନାହାନ୍ତି ସରକାର: ବିଜେଡି
ଭୁବନେଶ୍ୱର: ବିଜୁ ବାବୁଙ୍କ ବିଷୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅରୁଚିକର ମନ୍ତବ୍ୟ ଉପରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବା ପାଇଁ ମଙ୍ଗଳବାର ବିଧିବଦ୍ଧ ଭାବେ ଲିଖିତ ଦାବି ରଖିଥିଲା ବିଜେଡି। ବାଚସ୍ପତି ସୁରମା ପାଢ଼ୀ ଏହାକୁ ଗ୍ରହଣ କରିବା ସହିତ ଏହାକୁ ବିଚାର କରିବେ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଧରାତିରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରିଦିଆଯିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ବିଜେପି ସରକାରଙ୍କୁ ଶାଣିତ କଟାକ୍ଷ କରିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅରୁଚିକର ଓ ଅପମାନସୂଚକ ସମଗ୍ର ଓଡ଼ିଆ ଜାତିକୁ ବ୍ୟଥିତ କରିଥିବା ବେଳେ ଏହାକୁ ନେଇ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ପ୍ରତିବାଦ ଦେଖିବାକୁ ମିଳୁଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀ ଦୁବେ ପ୍ରତିନିଧିତ୍ୱ କରୁଥ଄ବା ଦଳ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହିଁ; ଯାହାକୁ ନେଇ ଆଜି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମନରେ ପ୍ରଶ୍ନ ଉଠିଛି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ଗୃହର ସଦସ୍ୟମାନେ ଶ୍ରୀ ଦୁବେଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହିତ ବାଚସ୍ପତିଙ୍କ ପାଖରେ ଏହି ସମ୍ୱନ୍ଧରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ବାଦବିବାଦ ପରେ ସେ ଗ୍ରହଣ କରିଥିଲେ ଓ କେବେ ଆଲୋଚନା ହେବ ତାହା କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା କରି ଜଣାଇବେ ବୋଲି କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗତକାଲି ମଧ୍ୟରାତ୍ରରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ବିଜୁ ବାବୁଙ୍କ ଉପରେ ଅପମାନ ସୂଚକ ମନ୍ତବ୍ୟ ଉପରେ ନିନ୍ଦା ପ୍ରସ୍ତାବ ଆଣିବା ପରେ ସମ୍ଭବତଃ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଇଚ୍ଛୁକ ନ ଥିବାରୁ, ଚଳିତ ଅଧିବେଶନକୁ ଏହାର ଅବଧି ପୂର୍ବରୁ ବାତିଲ କରି ଦେଇଛନ୍ତି। ବିଜୁ ବାବୁଙ୍କ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ୨୦୧୮ରେ ଓଡ଼ିଆ ଅସ୍ମିତାକୁ ଆଘାତ ଦେଲାଭଳି ଅଭିଜିତ୍‌ ଆୟାର ମିତ୍ର ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଟ୍ୱିଟ୍‌ କରିଥିଲେ, ଯାହା ବିରୋଧରେ ନବୀନ ସରକାର ଦୃଢ଼ ପଦକ୍ଷେପ ନେଇଥିଲେ। ଫଳରେ ଆୟାରଙ୍କୁ ୪୪ ଦିନ ଜେଲ୍‌ରେ ରହିବାକୁ ପଡିଥିଲା। ମାତ୍ର ଆଜି ବିଜୁ ବାବୁଙ୍କୁ ଅପମାନର ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟର ବିଜେପି ସରକାର। ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିନ୍ଦା କରନ୍ତୁ ଓ ଦୁବେଙ୍କଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।

ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ଉପରେ ବର୍ଷିଛି। ଚାଷୀ ପ୍ରଥମେ ସାର ମୁଠାଏ ପାଇବା ପାଇଁ ଦହଗଞ୍ଜ ହୋଇଥିବା ବେଳେ ଏବେ ଧାନ ବିକ୍ରି କରିପାରୁନାହାନ୍ତି। ସେହିପରି ରାଜ୍ୟରେ ଶାସନ କ୍ଷମତା ହାତକୁ ନେବା ପରଠାରୁ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ଏହାର ପ୍ରତିବାଦରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଫେବୃଆରୀ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାପରେ ୨୪ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି କୃଷକ ସେଲ୍‌ର ଆବାହକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଡ. ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ବଖାଣିବା ସହିତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ, ବିଭିନ୍ନ ସ୍ତରରେ ଜନସାଧାରଣଙ୍କ କ୍ଷୋଭ ଦେଖିବାକୁ ମିଳୁଛି। ପ୍ରଥମେ ଚାଷୀମାନଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ। ଏବେ ଧାନ ଉତ୍ପାଦନ ପରେ ସରକାର ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ହୋଇପାରୁନାହିଁ, ଯେଉଁଥିପାଇଁ ରାଜ୍ୟର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ବିଜେପି ରାଜ୍ୟର ଶାସନ ଭାର ହାତକୁ ନେବା ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ମୋତେ ଯେତେ ମାଠିବୁ ମାଠ; ମୁଁ ସେଇ ଦରପୋଡ଼ା କାଠ, ସଦୃଶ୍ୟ ଯେତେ କୁହାଗଲେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବାର ନାଁ ନେଉନାହିଁ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବେସୁଧା ମାତ୍ର ୨୯ ପ୍ରତିଶତ ଚାଷୀଙ୍କଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନ୍‌ରୁ ମାତ୍ର ୨୫ଲକ୍ଷ ମେଟ୍ରିକ ଟନ୍‌ ଅର୍ଥାତ୍‌ ୩୪ ପ୍ରତିଶତ ଧାନ କିଣା ଯାଇପାରିଛି। ଏହା ସରକାରଙ୍କ ଚରମ ବିଫଳତାର ନିଦର୍ଶନ। ରାଜ୍ୟର ଜଳସେଚିତ ଅଞ୍ଚଳଗୁଡିକରେ ଏବେ ଡାଳୁଅ ଧାନ ଚାଷ ଆରମ୍ଭ ହୋଇ ଗଲାଣି; ସରକାରଙ୍କର କିନ୍ତୁ ଖରିଫ ଧାନ କିଣା ଶେଷ ହେଲା ନାହିଁ। ଏବେ ସରକାର ଏହି ଧାନ କିଣା ମାର୍ଚ୍ଚ ଯାଏ ଚାଲିବ ବୋଲି କହୁଛନ୍ତି। ଖରିଫ ଧାନ କିଣା ଅଧିକ ବିଳମ୍ୱିତ ହେଲେ ଡାଳୁଅ ଧାନ ଚାଷ ପାଇଁ ଚାଷୀମାନେ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ। ଓଡ଼ିଶା ଧାନ ସଂଗ୍ରହରେ କିପରି ଭାବେ ବିଫଳ ହୋଇଛି ତାହା ପଡୋଶୀ ଛତିଶଗଡ଼ ରାଜ୍ୟର ଧାନ ସଂଗ୍ରହ ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି। ଛତିଶଗଡ଼ ଓଡ଼ିଶା ତୁଳନାରେ ଛୋଟ ରାଜ୍ୟ ହୋଇଥିବା ବେଳେ ଓଡ଼ିଶା ଠାରୁ କମ ଧାନ ଉତ୍ପାଦନ କରୁଛି। ମାତ୍ର ଏବେ ସୁଦ୍ଧା ଛତିଶଗଡ଼ ୧ ଲକ୍ଷ ୨୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରି ସାରିଛି। ତେଣୁ ଓଡ଼ିଶା ସରକାରଙ୍କ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଧାନ କିଣା ବିଫଳ ହେବା କାରଣରୁ ରାଜ୍ୟର ଅର୍ଥନୀତି ଉପରେ କୁପ୍ରଭାବ ପଡିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ ବିଜେପି ବିନା କଟନୀ ଛଟନୀରେ ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ହେଲେ ବ୍ୟାପକ କଟ୍‌ନୀଛଟ୍‌ନୀ ହେଉଛି। ଗତବର୍ଷ କିଣା ଯାଇଥିବା ଖରିଫ ଚାଉଳର ୯ ପ୍ରତିଶତ ଏପର୍ଯ୍ୟନ୍ତ ମିଲର୍‌ମାନଙ୍କଠାରୁ ଉଠା ଯାଇନାହିଁ। ସେହିପରି ଗତ ବର୍ଷର ରବି ଧାନର ଚାଉଳ ରାଜ୍ୟର ୨୨ଟି ଜିଲ୍ଲାରେ ସମଗ୍ର ପରିମାଣ ମିଲର୍‌ଙ୍କଠାରୁ ଉଠାଯାଇ ନାହିଁ। ଏହା ହେଉଛି ରାଜ୍ୟରେ ଧାନ ସଂଗ୍ରହର ସ୍ଥିତି। ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ ହେବାରୁ କ୍ଷୁଦ୍ର ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ଡ. ଅରୁଣ କୁମାର ସାହୁ କହିଥିଲେ ଯେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ସରକାରୀ ତଥ୍ୟ ଅନୁଯାୟୀ ୪୦ ହଜାରରୁ ଉଦ୍ଧ୍ୱର୍ ମହିଳା ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଇତ୍ୟାଦି ଘଟଣା ଅହେତୁକ ଭାବେ ବୃଦ୍ଧି ପାଇଛି। ରାଜ୍ୟର ପୁଲିସ ଷ୍ଟେସନଗୁଡିକ ଏବେ ବିଜେପି ନେତା କର୍ମୀଙ୍କ କବ୍‌ଜାରେ ଥିବାରୁ ସାଧାରଣ ଲୋକଟି ଥାନାକୁ ଯିବା ପାଇଁ ଭୟ କରୁଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଆଉ କେହି ନୁହେଁ; କେବଳ ରାଜ୍ୟ ବିଜେପି ସରକାର ଦାୟୀ ବୋଲି ସେ କହିଥିଲେ। ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ତଥା ଦଳର ପିଏସି ସଦସ୍ୟ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ ଉପସ୍ଥିତ ଥିଲେ।

ଡବଲ ଇଞ୍ଜିନ ସରକାରରେ ମିଳିଛି ଟ୍ରିପଲ ବିଫଳତା: ବିଜେଡି
ଭୁବନେଶ୍ୱର: ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିଲା। କିନ୍ତୁ ବାସ୍ତବରେ ଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଦେଖିବାକୁ ମିଳିଛି। ରାଜ୍ୟର ଆର୍ଥକ ବିକାଶ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହି ସୁଯୋଗ ହାତଛଡା ହେବାକୁ ବସିଲାଣି। ବଡ଼ ବଡ଼ କମ୍ପାନୀ ମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ବିଜେପି ସରକାର ଆବଶ୍ୟକୀୟ ବାତାବରଣ ତିଆରି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି। ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ,  ଗତ ୧୮ ମାସର ବିଜେପି ଶାସନରେ ବିଫଳତା ତାଲିକା ଏତେ ଲମ୍ୱା ହୋଇଛି ଯେ, ରାଜ୍ୟବାସୀ ଆଜି ରାଜ୍ୟରେ ଗୋଟିଏ ସରକାର ଅଛି ବୋଲି ଅନୁଭବ କରି ପାରୁ ନାହାନ୍ତି।

୨୦୨୨ ମସିହାରେ ଷ୍ଟାର୍ଟଅପ୍‌ ନିବେଶ କ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଥିଲା। କିନ୍ତୁ ୨୦୨୫ ବେଳକୁ ଓଡ଼ିଶା ୨୦ ତମ ସ୍ଥାନକୁ ଖସି ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ, ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଯୁବବର୍ଗର ଲୋକମାନଙ୍କୁ ସାହସ ଶକ୍ତି ଓ ପ୍ରେରଣା ପ୍ରଦାନ କରାଯାଉଥିଲା। ହେଲେ ଏବେ କାହିଁକି ଓଡ଼ିଶାର ସ୍ଥାନ ତଳକୁ ତଳ ଖସୁଛି ବୋଲି ଶ୍ରୀ ଘଡ଼ାଇ ପ୍ରଶ୍ନ କରିଛନ୍ତି। ଏହା ବ୍ୟତୀତ ନବୀନ ପଟ୍ଟନାୟକଙ୍କ ସମୟରେ ଦୁବାଇକୁ ଆରମ୍ଭ ହୋଇଥିବା ସିଧା ବିମାନ ସେବା ଏବେ ବନ୍ଦ ହେବାକୁ ଯାଉଛି। ଦୁବାଇ ଏକ ଅନ୍ତର୍ଜାତୀୟ ଟ୍ରେଡ୍‌ ସେଣ୍ଟର ହୋଇଥିବାରୁ, ଏଠାକୁ ବିମାନ ସେବା ବନ୍ଦ ହେବା ଯୋଗୁ ଏହା ରାଜ୍ୟର ବ୍ୟବସାୟ ବୃଦ୍ଧି ପାଇଁ ବାଧକ ହେବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ଶ୍ରୀ ଘଡ଼ାଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଲଘୁ ଖଣିଜ ସମ୍ପଦ ଓ ଗୁରୁ ଖଣିଜ ସମ୍ପଦରେ ବ୍ୟାପକ ଲୁଟ ଚାଲିଛି। ଏଇ ଦୁଇ କ୍ଷେତ୍ରରେ ମାଫିଆମାନେ ରାଜ କରୁଛନ୍ତି। ନିକଟରେ କେନ୍ଦୁଝର ଜିଲ୍ଲାରେ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଡକାୟତ ମାନେ କୋଟି କୋଟି ଟଙ୍କା ଲୁଟିନେବା ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ସଦ୍ୟତମ ନମୁନା ସାଜିଛି। ସବୁ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳୁଥିବା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି। ଫଳସ୍ୱରୂପ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ରାଜ୍ୟ ସରକାରଙ୍କର ତୁରନ୍ତ ନିଦ୍ରା ଭଙ୍ଗ ହେବା ଦରକାର ଓ ରାଜ୍ୟର ଶାସନ ବ୍ୟବସ୍ଥାରେ ସରକାର ସୁଧାର ଆଣିବା ଉଚିତ।  ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଘଡ଼ାଇ ଚେତାବନୀ ଦେଇଛନ୍ତି।

ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରିଥିଲେ ସନାତନ ଓ ଅରବିନ୍ଦ: ବିଜେଡି
ଭୁବନେଶ୍ୱର: ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ଓ ଦଳୀୟ କର୍ମୀଙ୍କ ସହ ବିଶ୍ୱାସଘାତକତା ନିମନ୍ତେ ଚମ୍ପୂଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରୀ।  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ। ନିର୍ବାଚନମଣ୍ଡଳୀର ଅରବିନ୍ଦ ପୁରୁଖା ଦଳୀୟ କର୍ମୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରୁଥିବା ବେଳେ ସେଠାରେ ବାପା-ପୁଅଙ୍କ ଶାସନ ଚାଲିଥିଲା । ସେହିପରି ଚମ୍ପୂଆରେ ସନାତନ ମଧ୍ୟ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ଓ ସମାନ୍ତରାଳ ସଙ୍ଗଠନ ଚଳାଇଥିଲେ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ନେତା ଅମରେଶ ପତ୍ରୀ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପତ୍ରି କହିଛନ୍ତି ଯେ  ଅରବିନ୍ଦଙ୍କୁ ନବୀନ ପାଟକୁରାରେ ଦଳୀୟ ଟିକଟ ଦେଇଥିଲେ। ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ ସହ  ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ ।  ଅତୀତରେ ସ୍ୱର୍ଗତ ବିଜୁ ବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡଯନ୍ତ୍ର କରିଥିଲେ, ଆଜି  ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା ଯୋଜନାରେ ସେ ନିଜକୁ ସାମିଲ କରିଥିଲେ। କିଛି ମାସ ଧରି ଏହି ଷଡ଼ଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ, ତ୍ରୁଟି ସୁଧାରିବା ପାଇଁ ଉଭୟ ସନାତନ ଓ ଅରବିନ୍ଦଙ୍କୁୁ ସୁଯୋଗ ଦେଇଥିଲେ; ମାତ୍ର ଉଭୟଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ ହେବାରୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀ ପତ୍ରୀ କହିଛନ୍ତି।

ସେହିପରି ବିଜେଡି ମୁଖପାତ୍ର ତୁମ୍ୱନାଥ ପଣ୍ଡା କହିଛନ୍ତି ଯେ ଗତ ତିନି ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ଅନେକ ଯୁବ ପ୍ରତିଭାଙ୍କୁ ସମାଜସେବା ପାଇଁ ସୁଯୋଗ ଦେଇଛନ୍ତି, ରାଜନୀତିକୁ ଆଣିଛନ୍ତି । ସେହି କ୍ରମରେ ଅରବିନ୍ଦଙ୍କୁ ପାଟକୁରାରୁ ବିଧାନସଭାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିଲେ। ଏହି ସୁଯୋଗର ସଦବ୍ୟବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ। ଶୃଙ୍ଖଳିତ ଆଚରଣ ପାଇଁ ସାରା ଦେଶରେ ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ୱ ବେଶ୍‌ ପରିଚିତ। ବିଜୁ ଜନତା ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ବର: ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରଶାସନିକ ସ୍ତରରେ ବିଫଳତାର ଅଭିଯୋଗ ଆଣିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ଯେ, ବିଜେପି ଶାସନକୁ ଆସିବା ପରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ମହିଳା ବିରୋଧୀ ଅପରାଧ ବଢିଛି। ଗତ ୧୮ ମାସରେ ୪୦ ହଜାର ୯୪୭ ମହିଳା ବିରୋଧୀ ମାମଲା ରୁଜୁ ହୋଇଛି। ମହିଳା ବିରୋଧୀ ରାଜ୍ୟ ଭାବେ ଦେଶର ୧୦ ରାଜ୍ୟ ଭିତରେ ଓଡ଼ିଶା ଅଛି। ବିଜେପି ନେତା ସରକାରୀ ବ୍ୟବସ୍ଥା ଓ ସମ୍ବିଧାନ ମାନୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଲେଖାଶ୍ରୀ କହିଛନ୍ତି, ଗୃହ ବିଭାଗର ଦାୟିତ୍ଵ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ। ହେଲେ ପୁଲିସ ଉପରେ ଲୋକଙ୍କ ଭରସା ନାହିଁ। ବିଜେପି ଓ ବିଜେପି ସମର୍ଥିତ ଗୁଣ୍ଡାଙ୍କ ହାତ ରହୁଛି। ଶାସନକୁ ଆସୁ ଆସୁ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ। ହେଲେ କିଛି ଆକ୍ସନ୍ ହେଲାନି। ତେଣୁ ଲୋକଙ୍କ ଭୟ ରହିଲାନି। ବିଜେପି କ୍ଷମତାର ଅପବ୍ୟବହାର କରୁଛି। BMC ଅଧିକାରୀଙ୍କୁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାଡ଼ ମାରିଲେ। OAS ସଙ୍ଘ ପ୍ରତିବାଦ କରିବାରୁ ଗିରଫ ହେଲେ। ବିଜେପି ଗୁଣ୍ଡାମାନଙ୍କୁ ଇମ୍ୟୁନିଟି ଦେଉଛି। ବିଜେପି ପ୍ରାର୍ଥୀ ଓ ତାଙ୍କ ଗୁଣ୍ଡା ରାଜନଗର BDOଙ୍କୁ ଆକ୍ରମଣ କଲେ। ତିନି ଦିନ ପରେ ବି ଆକ୍ସନ ହେଲାନି। ଅପରାଧୀଙ୍କ ସାହସ ବଢିଲା। ଏ ଯାଏଁ କେହି ଗିରଫ ହୋଇ ନାହାନ୍ତି। ସେ ଜଣେ ଅଭ୍ୟାସଗତ ଅପରାଧୀ। ଏହି ବିଜେପି ପ୍ରାର୍ଥୀ ପୂର୍ବତନ BDO ଶୋଭନ ପଣ୍ଡାଙ୍କୁ ମଧ୍ୟ ଅଶୋଭନୀୟ ବ୍ୟବହାର କରିବାରୁ ସେ ଛାଡି ପଳେଇଲେ। ତା ପରେ BDO ରବି ଆଚାର୍ଯ୍ୟଙ୍କୁ ବି ଧମାକାଇଲେ। ବର୍ତ୍ତମାନର BDO ମୁଖ୍ୟମନ୍ତ୍ରୀଙ୍କ ସୁପାରିଶରେ ଆସିଛନ୍ତି। ତାଙ୍କୁ ଆକ୍ରମଣ ଏକ ଅପରାଧ। କୌଣସି ଆକ୍ସନ ହେଉନି। କାହା ସାହସରେ ବିଜେପି ନେତା ଏପରି କାମ କ୍ରମାଗତ ଭାବେ କରି ଚାଲିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ଲେଖାଶ୍ରୀ ପୁଣି କହିଛନ୍ତି, ଜମି ମାଡି ବସିବା ପରି ବେଆଇନ କାମ କରୁଛନ୍ତି। ସେ ହେଉଛନ୍ତି ମନମୋହନ ସାମଲଙ୍କ ପାଖ ଲୋକ। ତାଙ୍କ ଚିଙ୍ଗୁଡ଼ି ଚାଷର ପାର୍ଟନର ହେଉଛନ୍ତି ମନମୋହନ ସାମଲ। ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ହୋଇ ବସିଛନ୍ତି। ଓଡ଼ିଶାରେ କୌଣସି ଆଇନ କାନୁନକୁ ବିଜେପି ନେତା ଖାତିର କରୁ ନାହାନ୍ତି। ଏକାମ୍ର ବିଧାୟକ ଠେଙ୍ଗା ବାହିନୀ କଲେ। କି ଆଦର୍ଶ କଥା କହୁଛି ବିଜେପି? କେବଳ ହିଂସାର ଆଦର୍ଶ। ବିଜେପି ପ୍ରଶାସନଠାରୁ କ୍ଷମତା ଛଡାଇ ନେବା ଗଣତନ୍ତ୍ର ପାଇଁ ବିପଦ। ଆଗାମୀ ଦିନରେ ଏହା ମହାଦ୍ରୁମରେ ପରିଣତ ହେବ। ପ୍ରଶାସନିକ ବ୍ୟବସ୍ଥା କାହାର ପୈତୃକ ସମ୍ପତି ନୁହେଁ। ବିଜେପି ଆଇନ କାନୁନ ଜାଣିନି। ବିରୋଧୀ ନୁହେଁ ବିଜେପି ଶାସନରେ ଅଛି। ଦାୟିତ୍ୱ ବଢିଛି। ୨୪ ଘଣ୍ଟା ଭିତରେ ରାଜନଗର ବିଜେପି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଗିରଫ ନ ହେଲେ, ବିଜେଡି ରାଜରାସ୍ତାକୁ ଓଲ୍ହାଇବ। ଆଜି ବି ବିଜେଡି ସେଠି ପ୍ରତିବାଦ କରୁଛି। ସାଧାରଣ ଲୋକ ବି ଆସି ସରକାରଙ୍କୁ ପ୍ରଶ୍ନ କରିବେ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ। BDO ସାତକୋଶିଆ ଥଇଥାନ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ। ହେଲେ ବିଜେପି ନେତା ନୂଆବର୍ଷର ଶୁଭେଚ୍ଛା ଜଣାଇବାକୁ ଅଡି ବସିଲେ। BDO କହିଲେ ପାଞ୍ଚ ମିନିଟ ଭିତରେ କାମ ସାରିବାକୁ। ଯାହା ବିଜେପି ନେତାଙ୍କ ଇଗୋକୁ ବଧିଗଲା। ପୁଲିସ ହାତ ଜାକି ବସିଛି। ଗତକାଲି ଅପରାଧୀ ନିଜେ BDO ଓ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ମିଛ କେସ୍ ଦେଇଛନ୍ତି। ପୁଲିସ ଅପରାଧୀଙ୍କୁ ଗିରଫ ନ କରି ଅଭିଯୋଗ କେମିତି ଗ୍ରହଣ କଲା ବୋଲି ପ୍ରଶ୍ନ କରିଛନ୍ତି ଧ୍ରୁବ। ସେ ପୁଣି କହିଛନ୍ତି, ବର୍ଷେ ହେବ ରାଜନଗର ବ୍ଲକରେ ଅରାଜକତା ଚାଲିଛି। କେହି ରାଜନଗର BDO ହେବାକୁ ରାଜି ହେଉ ନାହାନ୍ତି। ମୁଁ ବିଧାନସଭାରେ ପ୍ରଶ୍ନ କରିବା ପରେ ମୁଖ୍ୟମନ୍ତ୍ରୀ BDO ଭାବେ ତିଲୋତ୍ତମା ପୃଷ୍ଟିଙ୍କୁ ପଠାଇଲେ। ରାଜନଗର ବ୍ଲକର ସମସ୍ତ ଜନପ୍ରତିନିଧି ବ୍ଲକ ଆଗରେ ଧାରଣା ଦେଇଛନ୍ତି। ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି। ଗିରଫ ନହେଲେ ସରକାରଙ୍କୁ ବୁଦ୍ଧି ଶିଖାଇବାକୁ ରାଜରାସ୍ତାକୁ ଓଲ୍ହାଇବ ବିଜେଡି।

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଲା ବିଜେଡ଼ି
ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର ହେଉ। ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଲା ବିଜେଡ଼ି । ବିଧାନସଭାରେ ବିଲ୍ କୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦେଖି ଏହାର ପୁର୍ନବିଚାର କରିବା ପାଇଁ ଦାବି କରୁଥିବା କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ।

ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନକୁ ନେଇ ବିଲ ପାରିତ ହୋଇଛି । କିନ୍ତୁ ଓଡ଼ିଶା ଜନ ସାଧାରଣ ଏହାକୁ ବିରୋଧ କରୁଛନ୍ତି । ଜନମତ ଏହି ବିଲ ବିରୋଧରେ ଯାଉଛି । ତେଣୁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଥିଲେ । ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି, ତାହା ସାଧାରଣ ଲୋକଙ୍କ କାମରେ ଲଗାଯାଏ । ଆମ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ କି ଏହି ବିଲର ସେ ପୁର୍ନବିଚାର କରନ୍ତୁ ।

ନୂଆପଡ଼ାରେ ଜାଲିଆତି କରି ଜିତିଛି ବିଜେପି: ସ୍ନେହାଙ୍ଗିନୀ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ କମିଶନଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି। ଏହାପରେ ମଧ୍ୟ ନୂଆପଡ଼ାବାସୀଙ୍କ ସହ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ। ନୂଆପଡ଼ାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସବୁବେଳେ ଲଢେ଼ଇ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଉପ-ନିର୍ବାଚନର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ।

ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ ଯେ ନିର୍ବାଚନ ପ୍ରଚାର ସମୟରେ ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ, ଭଲ ପାଇବା ଥିବା ଦେଖିଥି‌‌‌ଲେ। ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଳର ନେତା ଓ କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା। ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ପକ୍ଷରୁ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ନିରବ ଅବଧି (ସାଇଲେଣ୍ଟ ପିରିୟଡ୍‌)ରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡ଼ା ଛାଡ଼ି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ। ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବାରୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଆର୍ମ୍ସ ଆକ୍ଟ ଲଗାଇ ଜେଲକୁ ପଠାଇ ଦିଆଗଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍‌ଗୁଡ଼ିକରେ ବିଜେପି କର୍ମୀମାନେ ବୁଥ୍‌ ଭିତରେ ପଶି କ୍ୟାମ୍ପେନିଂ କରିବା ସହ ଭୋଟର୍‌ମାନଙ୍କୁ ପଦ୍ମଫୁଲରେ ଭୋଟ୍‌ ଦେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ। ବୁଥ୍‌ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା। ୪୧ଟି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା। ଭୋଟିଂ ଶେଷ ହେବା ବେଳେ ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫ ପ୍ରତିଶତ ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭ପ୍ରତିଶତ ହୋଇଛି ବୋଲି ସୂଚନା ଦିଆଗଲା। କିନ୍ତୁ  ପରଦିନ ଦିବା ୧୦ଟାରେ ୮୧ ପ୍ରତିଶତ ଓ ୧୨ଟାରେ ୮୩.୪୫ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଗଲା। ଏଥିରୁ  ଭୋଟ୍‌ ଜାଲିଆତିର ଆଭାସ ମିଳୁଛି। ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡ଼ାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା। ମାତ୍ର ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ କରି ବିଜେପି ବିଜୟୀ ହୋଇଛି। ନୂଆପଡ଼ାବାସୀ ତାଙ୍କୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଥିଲେ।

ଭୁବନେଶ୍ୱର ମେୟର୍‌ ସୁଲୋଚନା ଦାସ କହିଥିଲେ ଯେ ପ୍ରଶାସନିକ କଳକୁ ହାତବାରିସି କରି ବିଜେପି ହୁଏତ ନୂଆପନା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇପାରେ, କିନ୍ତୁ ନୂଆପଡ଼ାବାସୀଙ୍କ ସମର୍ଥନ ଶ୍ରୀମତୀ ଛୁରିଆ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି। ସେଥିପାଇଁ ନୂଆପଡ଼ାବାସୀଙ୍କୁ ଦଳ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।