Phulbani - The Sakala
ପାରିବାରିକ କଳହ: ଜ୍ୱାଇଁର ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁର ଜୀବନ
ଫୁଲବାଣୀ: ନିଶାସକ୍ତ ଜ୍ୱାଇଁର ଉନ୍ମୁକ୍ତ କାଣ୍ଡ । ଜ୍ବାଇଁର ଟାଙ୍ଗିଆ ଚୋଟରେ ବୃଦ୍ଧା ଶାଶୁ ମୃତ । ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ ।  କ.ନୂଆଗାଁ ଥାନା ସିର୍ତିଗୁଡା ପଞ୍ଚାୟତର କୁଡୁପାକିଆ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ପରିବାର ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ଶାଶୁ ପେଟି ମଳିକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, କୁଡୁପାକିଆ ଗାଁର ଜ୍ୱାଇଁ ସୁରତ ପ୍ରଧାନ ପାରିବାରିକ କଳହ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗିଆରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ଶାଶୁ ପେଟି ମଳିକ ବିରୋଧ କରିଥିଲେ । ଅତ୍ୟଧିକ କ୍ରୋଧରେ ଜ୍ୱାଇଁ ଶାଶୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଶାଶୁଙ୍କୁ ଆକ୍ରମଣ ପରେ ଜ୍ୱାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । କ.ନୂଆଗାଁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜ୍ୟରେ ଜାରି ରହିଛି ଶୀତ: ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା, ଫୁଲବାଣୀ ସବୁଠୁ ଥଣ୍ଡା
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ୭ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲା ୭.୨, ଝାରସୁଗୁଡା ୭.୭, ସୋନପୁର ୯ ଡିଗ୍ରୀ , ଭବାନୀପାଟଣା ୯.୯, ସୁନ୍ଦରଗଡ ୧୦.୨ , କେନ୍ଦୁଝରରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ଵରରେ ରାତି ତାପମାତ୍ରା ୧୩.୨ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।  ଅନ୍ୟପଟେ କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଏବଂ ନୟାଗଡ଼ ଜିଲାକୁ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଜାଡ଼ରେ ଥରୁଛି ସାରା ଓଡ଼ିଶା, ଫୁଲବାଣୀ ସବୁଠୁ ଥଣ୍ଡା…
ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୬  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା  ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ୭.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ତାରିଖ ପରେ ଶୀତ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ସକାଳେ ଟ୍ବିନ୍ ସିଟିରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଯାହାଫଳରେ କି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ଠାରୁ କମ ରେକର୍ଡ ସର୍ବନିମ୍ନ ରାତ୍ରି ତାପମାତ୍ରା
ଫୁଲବାଣୀ ୭.୫ ଡିଗ୍ରୀ, ରାଉରକେଲା ୮.୭ ଡିଗ୍ରୀ, ଅନୁଗୁଳ- ୯ ଡିଗ୍ରୀ, ଝାରସୁଗୁଡ଼ା- ୯ ଡିଗ୍ରୀ,  ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ ଓ ଭବନୀପାଟଣା ୯.୯ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଆତ୍ମହତ୍ୟା
ଫୁଲବାଣୀ: ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଆତ୍ମହତ୍ୟା । ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି। ଫୁଲବାଣୀର ଆଇଟିଡିଏର କର୍ମଚାରୀମାନେ ତାଙ୍କ ବାସଭବନରେ ପହଞ୍ଚି ଭୁବନେଶ୍ୱରରେ ରହୁଥିବା ତାଙ୍କ ପରିବାରଙ୍କୁ ଖବର ଦେଇଛନ୍ତି।
ସୂଚନା ପ୍ରକାରେ, ଦୀର୍ଘ ୨୦ ଦିନହେବ ଶ୍ରୀ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଥିଲେ। ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ବାପ-ପୁଅ ସମେତ ତିନି ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଆନ୍ତର୍ଗତ ଶଶି ପାନଦୋକାନ ଛକ ନିକଟରେ ଏସିଡ୍ ମାଡ଼। ଏହି ଏସିଡ଼ ମାଡ଼ରେ ବାପ ପୁଅ ସମେତ ତିନି ଜଣ ଗୁରୁତର ହେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିବା ସୂଚନା । ଏସିଡ଼ ମାଡ଼ ମାରିଥିବା ଯୁବକ ପ୍ରମୋଦ ସାହୁ ସ୍ଥାନୀୟ ଲୋକଙ୍କ ମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବିରଳ ପ୍ରତିଭା: ବୟସ ମାତ୍ର ୧୫, ମାତ୍ର ବନ୍ଦ ଆଖିରେ ବି ପଢିପାରନ୍ତି ଫୁଲବାଣୀର ବିଦୁସ୍ମିତା
ଫୁଲବାଣୀରୁ(ସଞ୍ଜୟ ପାତ୍ର): ବିଶ୍ୱାସ ନ ହେଲେ ବି ମନ ଓ ଚିତ୍ତ ଉପରେ ବିଜୟ ହାସଲ କରି ଅସାଧ୍ୟ ହାସଲ କରୁଥିବା ଅନେକ ବିରଳ ପ୍ରତିଭା ରହିଛନ୍ତି। ସେମିତି ଜଣେ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀର ବିଦୁସ୍ମିତା ପ୍ରଧାନ। ବୟସ ମାତ୍ର ୧୫ କିନ୍ତୁ ଖୋଲା ଆଖିରେ ବେଶ୍‌‌ ଭଲଭାବେ ଦେଖିପାରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ବନ୍ଦ ଆଖିରେ ବି ପଢିପାରନ୍ତି। ଏ ସବୁ କିନ୍ତୁ ଅଲୌକିକ ନୁହେଁ; ଏସବୁ ସାଧନାର ଫଳ ବୋଲି କହନ୍ତି ବିଦୁସ୍ମିତା।
ଫୁୁଲବାଣୀ ଜିଇଡି କଲୋନୀର ବଳରାମ ଓ ଅର୍ଚ୍ଚନା ପ୍ରଧାନଙ୍କ ଝିଅ ବିଦୁସ୍ମିତା। ଫୁୁଲବାଣୀ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ୍‌‌ରେ ସେ ଦଶମ ଶେଣୀ ଛାତ୍ରୀ। ମୂଳରୁ କିନ୍ତୁ ଏମିତି ସ୍ଥିରଚିତ୍ତ ନ ଥିଲେ ବିଦୁସ୍ମିତା। ଛୋଟବେଳୁ ଭାରି ଚଞ୍ଚଳ ସ୍ୱଭାବର ଥିଲେ। ଘରେ ଚଗଲାମି କରୁଥିଲେ। ଲକ୍‌‌ଡାଉନ ସମୟରେ ବାପାମାଆ ତାଙ୍କୁ ନେଇ କୋଲକାତାର ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ। ସେଠାରେ ହିଁ ବିଦୁସ୍ମିତା ନିଜକୁ ଏକାଗ୍ରଚିତ୍ତ କରିବା ସହ ଏ ଚମତ୍କାର ଅଭ୍ୟାସ ଆରମ୍ଭ କରିଥିଲେ। ଗୋଟିଏ ବହିକୁ ବାରମ୍ବାର ଓଲଟାଇବା ପରେ ସେ ଆଖି ବନ୍ଦ କରି ଏହାକୁ ପଢିପାରୁଛନ୍ତି। କାଗଜ ଚକ୍ରକୁ ହାତ ନ ଲଗାଇ ବୁଲାଇପାରୁଛନ୍ତି। ବୋର୍ଡରେ କିଛି ଲେଖିଲେ ତାହାକୁ ନ ଦେଖି ସେ ପଢି ପାରୁଛନ୍ତି। ମଣିଷ ଶରୀରରେ ଅନେକ ଶକ୍ତି ସୁପ୍ତ ଅବସ୍ଥାରେ ରହିଛି। ଏହାକୁ ଜାଗ୍ରତ କରିବାକୁ ହେଲେ ଧ୍ୟାନଯୋଗ ଆବଶ୍ୟକ। ଇନ୍ଦ୍ରୀୟ ସ୍ଥିର ରଖି ଧ୍ୟାନ କରିବା ଦ୍ୱାରା ଏହି ସୁପ୍ତ ଶକ୍ତି ଜାଗ୍ରତ ହୋଇଥାଏ। ତେଣୁ କମ୍‌‌ ବୟସରୁ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଶରୀର କେନ୍ଦ୍ରୀୟ ଜାଗ୍ରତ ହୋଇଥାଏ। ଏତେ କମ୍‌‌ ବୟସରୁ ଏଭଳି କାର୍ଯ୍ୟ କରିପାରୁଛନ୍ତି। ପ୍ରତ୍ୟେକ ମଣିଷ ଅସୀମ ଶକ୍ତିର ଅଧିକାରୀ। ତେବେ ଏହାକୁ ଚିହ୍ନି ସାଧନା ମାଧ୍ୟମରେ ଜାଗ୍ରତ କରିବା ପାଇଁ ଆବଶ୍ୟକ ନିଷ୍ଠା ଓ ଏକାଗ୍ରତା। ସୁପ୍ତ ଶକ୍ତିକୁ ଜାଗ୍ରତ କରି ଯେ ଅଲୌକିକ ପ୍ରତିଭା ହାସଲ କରାଯାଇ ପାରେ, ଏହା ପ୍ରମାଣ କରି ଦେଖାଇଛନ୍ତି ବିଦୁସ୍ମିତା।
ଶାଳ ଓ ଶିଆଳି ପତ୍ରରୁ ହୋଇଛନ୍ତି ସ୍ୱାବଲମ୍ବୀ; ୫୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର, ଦେଶ ବିଦେଶରୁ ମିଳୁଛି ଆଦର
ଫୁଲବାଣୀ (ସଞ୍ଜୟ ପାତ୍ର ): ଉଦ୍ୟୋଗ ଛୋଟ ହେଉ କି ବଡ଼; ସଫଳତା ପାଇଁ ବଡ଼ ସ୍ୱପ୍ନ ଦେଖିବା ସହ ବଡ଼ ଉଦ୍ୟମ କରିବା ଜରୁରୀ। ଏମିତି ଉଦ୍ୟମ ପାଇଁ ଶାଳ ଓ ଶିଆଳି ପତ୍ରରୁ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଫୁଲବାଣୀର ବନାନୀ ରାଣ ପଟ୍ଟନାୟକ। ଏଥିରୁ ପ୍ରସ୍ତୁତ ଖଲିଦନା, କପ୍‌‌ପ୍ଲେଟର ଆଦର କେବଳ ଦେଶରେ ନୁହେଁ; ବରଂ ଜର୍ମାନୀ ଓ ଅଷ୍ଟ୍ରେଲିଆରୁ ମଧ୍ୟ ଆସୁଛି।
ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ପ୍ରଥମେ ବନାନୀ ଏକ ଛୋଟ ପ୍ରୟାସ କରିଥିଲେ। ପରେ ସେ ଖଲିପତ୍ର ତିଆରି ପାଇଁ ନିଜସ୍ୱ ୟୁନିଟ୍‌‌ ପ୍ରତିଷ୍ଠା କରିଥିଲେ। ବନାନୀ ନିଜେ ସ୍ୱାବଲମ୍ବୀ ହେବା ସହିତ ୫୦ ଜଣ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି। ଗରିବ ଓ ଜନଜାତି ମହିଳାମାନଙ୍କୁ କାମ ଯୋଗାଇ ଦେଇ ଉନ୍ନତ ଜୀବନଶୈଳୀ ପ୍ରଦାନ କରିବାରେ ବନାନୀଙ୍କର ଏକ ବଡ଼ ଭୂମିକା ରହିଛି। ଫୁଲବାଣୀ ସହରର ମାଷ୍ଟରପଡ଼ାଠାରେ ‘ସାଇ ସ୍ୱପ୍ନା ଉଦ୍ୟୋଗ’ ନାମରେ ଏକ ୟୁନିଟ୍‌‌ ପ୍ରତିଷ୍ଠା କରି ଏଥିରେ ଜନଜାତି ମହିଳାଙ୍କୁ ନିୟୋଜିତ କରିଛନ୍ତି। ବନାନୀ କୁହନ୍ତି, ପ୍ରଥମେ ଦୁଇଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ। ଏବେ ତାଙ୍କ ୟୁନିଟ୍‌‌ରେ ୧୫ ଜଣ ମହିଳା ସ୍ଥାୟୀ ଭାବେ କର୍ମନିଯୁକ୍ତି ପାଇଥିବା ବେଳେ ୬୦ରୁ ୭୦ ଜଣ ମହିଳା ଆବଶ୍ୟକ ଅନୁଯାୟୀ ନିୟୋଜିତ ହୋଇପାରିଛନ୍ତି।
ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ଋଣ ଆଣି ପ୍ରାରମ୍ଭିକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ ବନାନୀ। ବର୍ତ୍ତର୍ମାନ ତାଙ୍କର କାରବାର କୋଟିଏରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଶାଳ ଓ ଶିଆଳି ଖଲିପତ୍ର ଥାଳି, କପ୍‌‌ ପ୍ଲେଟ୍‌‌ ଓ ଦନା ପ୍ରସ୍ତୁତ ପାଇଁ ସେ ପାଞ୍ଚ ପ୍ରକାର ମେସିନ୍‌‌ କିଣିଥିଲେ। ଏଭଳି ବ୍ୟବସାୟ ଆରମ୍ଭ ପୂର୍ବରୁ ବନାନୀଙ୍କର ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୂଳ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା। ତେବେ ତାଙ୍କ ସ୍ୱାମୀ ଭବାନୀ ପ୍ରସନ୍ନ ମହାନ୍ତି ତାଙ୍କୁ ଏଥିରେ ସହାୟତା କରିଥାନ୍ତି। ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଅଣସଂଗଠିତ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଜନଜାତି ମହିଳାମାନେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବନାନୀଙ୍କ ଉତ୍ପାଦନ ୟୁନିଟ୍‌‌ ପାଇଁ ଯୋଗାଇଥାନ୍ତି। ଆଦିବାସୀ ମହିଳାମାନେ ବନାନୀଙ୍କ ଏହି ୟୁନିଟ୍‌‌ରେ ପତ୍ର ସିଲେଇଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ୍‌‌ ପେପର୍‌‌ ବୋର୍ଡ କଟିଂ କରିବା ଏବଂ ମେସିନରେ ସିଲେଇ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରୀମାନେ ଘଣ୍ଟାକୁ ଏକ ହଜାରରୁ ଅଧିକ ପ୍ଲେଟ୍‌‌ ଓ ଥାଳି ପ୍ରସ୍ତୁତ କରନ୍ତି।
ଏହି ୟୁନିଟ୍‌‌ ଆରମ୍ଭ କରିବା ପୂର୍ବରୁ ବନାନୀ ଏମ୍‌‌ଏସ୍‌‌ଏମ୍‌‌ଇ ପ୍ରଶିକ୍ଷଣ ନେଇଥିଲେ। କରୋନା ମହାମାରୀ ସମୟରେ ବନାନୀଙ୍କର ଏହି ପରିବେଶ ଅନୁକୂଳ ଖଲିପତ୍ର ବ୍ୟବସାୟ ଆଦିବାସୀ ମହିଳାମାନଙ୍କୁ ଅର୍ଥ ରୋଜଗାରର ପନ୍ଥା ଦେଖାଇଥିଲା। ତାଙ୍କର ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ଦେଶବିଦେଶରେ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଉତ୍ପାଦ ହେଉଥିବା ଏହି ଖଲି ଓ ଦନା ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା।
ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଫୁଲବାଣୀ: ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଆଜଣା ଗାଡିଟି ଫେରାର ହୋଇଯାଇଛି ।ଦୁର୍ଘଟଣା ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ବାନ୍ଦାପାଙ୍ଗାର ଅଚ୍ୟୁତ ଦିଗାଳ ଏବଂ ବଡ଼ଗାଁର ପେଟୁ ମଳିକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବାଲିଗୁଡା ରେ ଏନେଇ କ୍ଷତପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ମୁତାବକ, ରାତି ପ୍ରାୟ ୧୦ଟା ବେଳେ ଦୁଇ ବାଇକ ଆରୋହୀ କୌଣସି କାମରେ ମହସିଂରୁ ବାଲିଗୁଡା ଫେରୁଥିବା ବେଳେ ସୁରୁବାଲି ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଥିଲା ।ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଜୀବନ ଚାଲିଯାଇଛି। ଖବରପାଇ ବାଲିଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା । ଦୁର୍ଘଟଣା ଘଟାଇ ଚମ୍ପଟ୍ ମାରିଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଅନ୍ୟପଟେ ଅଜଣା ଗାଡିକୁ ପୁଲିସ ଧରିବା ସହିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା ମାଗି ୧ ଲକ୍ଷ ଟଙ୍କା ସଞ୍ଜିତ ପୁଞ୍ଜିକୁ ଜଗନ୍ନାଥ ମନ୍ଦିରକୁ ଦାନ କଲେ ତୁଳା ବେହେରା
ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଂଚିତ କରି ରଖିଥିଲେ ।
ପ୍ରଥମେ ଦିବ୍ୟାଙ୍ଗ ସ୍ୱାମି ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିଜେ ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା ବେହେରା । ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ତିତିରେ ବୃଦ୍ଧା ଭିକାରୁଣି ମହିଳା ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ମନ୍ଦିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବନ୍ଧାହେଲେ ଲାଞ୍ଚୁଆ ଲାଇନ ମ୍ୟାନ୍, ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ
ଫୁଲବାଣୀ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଲାଇନ ମ୍ୟାନ୍ । ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । କନ୍ଧମାଳ ଜିଲ୍ଲା ଟିକାବାଲି ବିଦୁତ ବିଭାଗର ଲାଇନ ମ୍ୟାନ କାଳୁ ଚରଣ ପଲେଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଇନ ମ୍ୟାନଙ୍କୁ ଗିରଫ କରାଯିବା ସହ ଘଟଣା ସ୍ଥଳରୁ ଟଙ୍କା ଜବତ କରାଯାଇଛି ।
ସୂଚନା ଅନୁସାରେ, ଲାଇନମ୍ୟାନ କାଳୁ ଚରଣ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ବ୍ୟକ୍ତିଙ୍କଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଲାଞ୍ଚ ଟଙ୍କା ନେଉଥିଲେ । ମାତ୍ର ଘଟଣା ବିଷୟରେ ଜାଣି ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ମାଡ଼ିବସିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଥିବା ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି ।
ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି। ଫୁଲବାଣୀ ସାହି ସରକାରୀ ୟୁଜିଏମ୍ଇ ସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଭୁବନେଶ୍ୱର ଓୟୁଏଟିରେ ପଢ଼ିଛନ୍ତି ଶୁଭଶ୍ରୀ। ପରେ ୨୦୧୬ ମସିହାରୁ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ବାନ ଡାଟା ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛନ୍ତି। ଦୁଇ ଥର ସାକ୍ଷାତକାର ପରେ ତୃତୀୟ ଚାନସ୍ ରେ ସଫଳତା ପାଇଛନ୍ତି।
ଶୁଭଶ୍ରୀଙ୍କ ବାପା ଦୁର୍ଯ୍ୟୋଧନ ରଥ ବରିଷ୍ଠ ଫାର୍ମାସିଷ୍ଟ ଭାବେ ଜିଲ୍ଲା ମେଡିକାଲରୁ ଚାକିରିରୁ ଅବସର ନେଇଛନ୍ତି । ମାଆ ସୁମତି ରଥ ଗୃହିଣୀ ହୋଇଥିବା ବେଳେ ଭାଇ ଆଇ ଆଇ ଟି ମୁମ୍ବାଇରୁ ପାସ କରିଛନ୍ତି। ସରକାରୀ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିବା ବେଳେ ବିନା କୋଚିଂ ରେ ଅନ ଲାଇନ୍ ଷ୍ଟଡି ମାଧ୍ୟମରେ ମଧ୍ୟ କଠିନ ଓ ନିରନ୍ତର ପରିଶ୍ରମ ଦ୍ଵାରା ସଫଳତା ମିଳି ପାରିବ ବୋଲି କହିଛନ୍ତି ଶୁଭଶ୍ରୀ। ଶୁଭଶ୍ରୀଙ୍କ ସଫଳତା ପରେ ଗତ କିଛି ବର୍ଷ ଧରି ଫୁଲବାଣୀର ଛାତ୍ର ଛାତ୍ରୀ ମାନେ ଓ ଏ ଏସ ପରୀକ୍ଷାରେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିବା ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଆଲୋଚନା କରୁଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଏମ ଅନୁରାଧା, କିରଣ ମହାନ୍ତି ମଧ୍ୟ ଅନୁରୂପ ସ୍ଥାନ ପାଇଥିଲେ।
ଶୁଭଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମନୋଜ ଉପାଧ୍ୟାୟ, ଏନ୍ ଏଚ୍ ଏମ ଅଧିକାରୀ କର୍ମଚାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଅଭିନନ୍ଦନ ଜଣାଇଛନ୍ତି ।
ପୁଲିସକୁ ପୁଲିସର ମାଡ଼: ଗୃହରକ୍ଷୀଙ୍କୁ ମାଡ ମାରିଲେ ଥାନା ଅଧିକାରୀ
ଫୁଲବାଣୀ: କନ୍ଧମାଳରେ ପୁଲିସ ବିଭାଗରେ ବିଚିତ୍ର ସ୍ଥିତି। ପୁଲିସ ମାଡ ମାରୁଛି ପୁଲିସ କର୍ମଚାରୀଙ୍କୁ। କୋଟଗଡ ଥାନା ଅଧିକାରୀ ଧିରଜ ଲେଙ୍କା ସେହି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀକୁ ପ୍ରବଳ ମାଡ ମାରିଛନ୍ତି । ଆହତ ଗୃହରକ୍ଷୀ ଆଜି ଫୁଲବାଣୀ ଆସି ଏସପି ବିନିତ୍‌ ଅଗ୍ରବାଲଙ୍କୁ ସାକ୍ଷାତ କରି ଗୁହାରି କରିଛନ୍ତି । ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଡିଏସପି (ଏଚଆରପିସି )ଙ୍କ ମାଧ୍ୟମରେ ଅଭିଯୋଗ ଦାଖଲ କରିଛନ୍ତି ପିଡିତ ହୋମଗାର୍ଡ କବିଚନ୍ଦ୍ର ନାୟକ।
ଅଭିଯୋଗ ଅନୁଯାୟୀ, ହୋମଗାର୍ଡ କବିଚନ୍ଦ୍ର ୨୦୦୬ ମସିହାରୁ ହୋମଗାର୍ଡ ଭାବେ ଦିର୍ଘ ୧୬ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତେବେ ଚଳିତ ମାସ ଆଠ ତାରିଖ ଦିନ ଥାନାକୁ ଯାଇଥିବା ବେଳେ କୋଟଗଡ ଥାନା ଅଧିକାରୀ ଇନ୍ସପ୍‌କ୍‌ଟର ଧୀରଜ ଲେଙ୍କା ତାଙ୍କୁ ଗାଳିଗୁଲଜ କରିବା ସହିତ ପୂବରୁ ଜଣେ ଅଭିଯୁକ୍ତକୁ ମାରୁଥିବା ଲାଠିରେ ପ୍ରବଳ ମାଡ ମାରିଥିଲେ । ମିଛ କହି ଗୋଡ ଛୋଟା ହୋଇଛି କହି ଠକୁଛୁ ବୋଲି କହିଥିଲେ। ହାଜତରେ ପୁରାଇବାକୁ ମଧ୍ୟ ଉପସ୍ଥିତ ଥିବା ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ କହିଥିଲେ। ଏପରିକି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ପରେ ପରେ ଘରକୁ ଆସିବା ସହିତ ମୁଁ ଛୁଟିରେ ଚାଲିଆସିଥିଲି ବୋଲି କହିଛନ୍ତି ପୀଡିତ ହୋମଗାର୍ଡ । ଏହା ସହିତ ଥାନା ଅଧିକାରୀ ଶ୍ରୀ ଲେଙ୍କା ସାଧାରଣ ଲୋକଙ୍କୁ ମଧ୍ୟ ଅତ୍ୟନ୍ତ ଅମାନୁସିକ ଭାବେ ମାଡ ମାରୁଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ପୀଡିତ ହୋମଗାର୍ଡ । ଏପରିକି ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ।
ମାଡ ଖାଇବା ପରେ ଅତ୍ୟନ୍ତ ମାନସିକ ଅବସାଦରେ ରହିଛି ବୋଲି ସେ କହିଛନ୍ତି । ଏନେଇ ହୋମଗାର୍ଡ ସଂଘ ସମେତ ରାଜ୍ୟ ବରିଷ୍ଟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଲିଖିତ ଜଣାଇଛନ୍ତି । ଏସଆରପିସି ଡିଏସପିଙ୍କ ମାଧ୍ୟମରେ ଏସପିଙ୍କୁ ଭେଟିବା ପରେ ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ବିନିତ୍‌ ଅଗ୍ରବାଲ । ଏଠାରେ ସୂଚନା ଯୋଗ୍ୟ ଯେ ଘୁଉଦୟିଗିରି ଥାନା ଏସଆଇ ମଧ୍ୟ ନିର୍ଯ୍ୟାତନା ଅଭିଯୋଗରେ ଆତ୍ମହତ୍ୟା କରିଥିବା ନେଇ ଗୁରୁତର ଅଭିଯୋଗ ହେବା ସହିତ ପରିବାର ଲୋକଙ୍କ ଧାରଣା ହେତୁ ପୁଲିସ ପାଇଁ ଅତ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ।