Hardeep Singh Puri - The Sakala

ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ବି ଭାରତରେ ନାହିଁ ଇନ୍ଧନର ଅଭାବ; ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତରେ କୌଣସି ଇନ୍ଧନର ଅଭାବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁବାର ଦିନ ଆଶ୍ୱାସନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି ଏବଂ ଭାରତର ଊର୍ଜା ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ନିରାପଦ ଅଟେ। ସଂସଦରେ ଉଦବୋଧନ ଦେଇ ସେ ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବର ଶିକାର ନହେବାକୁ ପରାମର୍ଶ ଦେଇଛନ୍ତି।

ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅଶାନ୍ତି କାରଣରୁ ଭାରତ ନିଜର ଇନ୍ଧନ ଆମଦାନୀ ପାଇଁ ବିକଳ୍ପ ପଥ ଆପଣାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ କୂଟନୈତିକ ପ୍ରୟାସ ଯୋଗୁଁ, ହରମୁଜ୍ ପ୍ରଣାଳୀ ଦେଇ ଯେତିକି ପରିମାଣର ଅଶୋଧିତ ତୈଳ ଆସିବା କଥା, ତା'ଠାରୁ ଅଧିକ ତୈଳ ସୁରକ୍ଷିତ ଭାବେ ଅଣାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଭାରତ ବିଭିନ୍ନ ବିକଳ୍ପ ମାର୍ଗ ଦେଇ ପ୍ରାୟ ୪୦ଟି ଦେଶରୁ ଅଶୋଧିତ ତୈଳ ସଂଗ୍ରହ କରୁଛି।

ଦେଶର ଘରୋଇ ଖାଉଟିମାନଙ୍କ ପାଇଁ ଇନ୍ଧନର କୌଣସି ଅଭାବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିଶେଷ କରି ସାଧାରଣ ପରିବାର ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ସିଏନଜି (CNG) ଏବଂ ପିଏନଜି (PNG) ଯୋଗାଣ ଜାରି ରହିବ। ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଦେଶବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ, ଘରୋଇ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ଊର୍ଜା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ।

ଅନ୍ୟପକ୍ଷରେ, ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ପ୍ରଦାନ ଏବଂ ସିପିଂ କ୍ଷେତ୍ରର ସୁରକ୍ଷା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ନିରନ୍ତର କାର୍ଯ୍ୟ କରୁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ମଧ୍ୟରେ ନିକଟରେ ତିନିଥର ଆଲୋଚନା ହୋଇଛି। ଏହି ଆଲୋଚନାରେ ମୁଖ୍ୟତଃ ଜାହାଜ ଚଳାଚଳର ସୁରକ୍ଷା ଏବଂ ଭାରତର ଊର୍ଜା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।

ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କ ପକେଟରେ ମହଙ୍ଗା ମାଡ଼। ଘରୋଇ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଦେଶବ୍ୟାପୀ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ହୋଇଛି । କେବଳ ଘରୋଇ ଗ୍ୟାସ୍ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ହେଉଥିବା ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial LPG) ଦର ମଧ୍ୟ ୧୧୫ ଟଙ୍କା ବଢିଛି।  ଆଜିଠୁ ନୂଆ ଦର ଲାଗୁ ହେବ ।

ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପୂର୍ବରୁ ଏହା ୮୫୨.୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ୯୧୨.୫୦ ଟଙ୍କା ହୋଇଛି। କୋଲକାତାରେ ଦର ବୃଦ୍ଧି ପାଇ ୯୩୯ ଟଙ୍କା (ଆନୁମାନିକ) ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କାରୁ ବଢି ୯୨୮.୫୦ ଟଙ୍କା ହୋଇଛି। ଆଜିଠାରୁ ଏହି ନୂତନ ଦର ଲାଗୁ ହୋଇଛି। ଏହାପୂର୍ବରୁ ଏପ୍ରିଲ ୨୦୨୫ରୁ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଥିଲା।

ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାଇଁ ମଧ୍ୟ ଖରାପ ଖବର ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦର ୧୭୬୮.୫୦ ଟଙ୍କାରୁ ବଢି ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ୧୮୩୫ ଟଙ୍କା, କୋଲକାତାରେ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨୦୪୩.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ହୋଟେଲ ଖାଦ୍ୟ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତେବେ ଦେଶରେ ଇନ୍ଧନ ଅଭାବ ନେଇ ଉଠୁଥିବା ଗୁଜବକୁ ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଦେଶରେ ଶକ୍ତିର କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଅଭାବ ନେଇ ପ୍ରଚାରିତ ଖବରକୁ ଭିତ୍ତିହୀନ ବୋଲି କହିଛି। କମ୍ପାନୀ ଅନୁଯାୟୀ, ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ରହିଛି ଏବଂ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି।

ଶସ୍ତା ହେବ କି ଗ୍ୟାସ ସିଲିଣ୍ଡର ? ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଦିନ ଘୋଷଣା କରିଛନ୍ତି ଯେ, ଭାରତୀୟ ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା (US) ରୁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଆମଦାନୀ କରିବା ପାଇଁ ଏକ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

ମନ୍ତ୍ରୀ ଶ୍ରୀ ପୁରୀ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଚୁକ୍ତି ବିଷୟରେ ଜଣାଇଛନ୍ତି ଏବଂ ଏହାକୁ ଦେଶର LPG ବଜାର ପାଇଁ ଏକ "ଐତିହାସିକ ପଦକ୍ଷେପ" ବୋଲି କହିଛନ୍ତି। ବିଶ୍ବର ସର୍ବବୃହତ ଏଲପିଜି ବଜାର ମଧ୍ୟରେ ଅନ୍ୟତମ ଭାରତ ଏବେ ଆମେରିକା ପାଇଁ ଖୋଲି ଯାଇଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଭାରତର ଲୋକମାନଙ୍କୁ ସୁରକ୍ଷିତ, ସୁଲଭ LPG ଯୋଗାଣ ଯୋଗାଇବା ପାଇଁ ଆମର ପ୍ରୟାସରେ, ଆମେ ଆମର LPG ଉତ୍ସଗୁଡ଼ିକୁ ବିବିଧ କରୁଛୁ। ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କ୍ରମରେ, ଭାରତୀୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରାୟ ୨.୨ ନିୟୁତ ଟନ୍ ପ୍ରତିବର୍ଷ LPG ଆମଦାନୀ ପାଇଁ ଏକ ବର୍ଷିଆ ଚୁକ୍ତି ସଫଳତାର ସହ ଶେଷ କରିଛନ୍ତି।"