Rare Frog - The Sakala

ବିରଳ ବେଙ୍ଗ: ପାଟିରେ ଦେଖେ ଦୁନିଆ
କାନାଡ଼ାର ଓଣ୍ଟାରିଓ ଅନ୍ତର୍ଗତ ବର୍ଲିଂଟନ୍‌ରେ ଏକ ବିରଳ ପ୍ରଜାତିର ବେଙ୍ଗର ସନ୍ଧାନ ମିଳିଛି।  ସାଧାରଣ ବେଙ୍ଗର ଆଖି ମୁହଁ ଉପରେ ଥିବାବେଳେ ଏହାର ଆଖି ପାଟି ଭିତରେ ରହିଛି। ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି ‘ଇଣ୍ଟ୍ରୋସ୍ପେକ୍ଟିଭ ଫ୍ରଗ୍’। କାରଣ ଏହି ବେଙ୍ଗକୁ ଦୁନିଆ ଦେଖିବାକୁ ତା’ର ପାଟି ଖୋଲିବାକୁ ପଡ଼ିଥାଏ। ପାଟି ଭିତରେ ଆଖି ରହିବା କାରଣ ଜେନେଟିକ୍‌ ମ୍ୟୁଟେଶନ।

ଘଟଣାକ୍ରମେ ଓଣ୍ଟାରିଓର ଜଣେ ହାଇସ୍କୁଲ ଛାତ୍ର ଡିଡ୍ରେ ଘର ଅଗଣାରେ ଖେଳୁଥିଲେ। ଏହି ସମୟରେ ସେ ଏକ ବିଚିତ୍ର ବେଙ୍ଗକୁ  ଦେଖିଥିଲେ। ତାଙ୍କୁ ଲାଗିଥିଲା ବେଙ୍ଗଟି ଆଖି ବନ୍ଦ କରି ଶୋଇଛି। ହେଲେ ବେଙ୍ଗଟିକୁ ଧରିବାବେଳେ ସେ ପାଟି ଖୋଲିଥିଲା। ବେଙ୍ଗର ଆଖି ତା’ର ପାଟି ଭିତରେ ଥିବା ଦେଖି ଡିଡ୍ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଣୁ ସେ ଏହି ବେଙ୍ଗକୁ ନେଇ ଘରେ ରଖିଥିଲେ। ଏହାର ନାଁ ଦେଇଥିଲେ ‘ଗୋଲମ’। ଏହା ସହିତ ସେ ସାମ୍ବାଦିକ ସ୍କଟ୍‌ ଗାର୍ଡନରଙ୍କୁ ଫୋନ୍‌ କରି ବେଙ୍ଗଟି ବିଷୟରେ କହିଥିଲେ। ସ୍କଟ୍‌ ବେଙ୍ଗର କଳା ଧଳା ଫଟୋ ଉଠାଇ ଥିଲେ।  ଫଟୋରେ ବେଙ୍ଗର  ମୁହଁ ଖୋଲାଥିଲା। ଗାର୍ଡନରଙ୍କ କହିବାନୁସାରେ, ଏହି ବେଙ୍ଗଟି ସାମାନ୍ୟ ଦେଖାଯାଉଥିଲେ  ହେଁ, ଏହା ଆଖି  ଖୋଲିଲେ ଭୟାନକ ଲାଗିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହା ମ୍ୟାକ୍ରୋମ୍ୟୁଟେସନ ଅଟେ। ସାଧାରଣତଃ ବେଙ୍ଗ ଭ୍ରୁଣରେ ଆଖି ମୁଣ୍ଡ ଉପରେ ବିକଶିତ ହୁଏ। ଆଖି ଡୋଳା ବାହାରକୁ ଆସିଥାଏ। ହେଲେ ଗୋଲମର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଯାଇ ଥାଇପାରେ।  ଟରୋଣ୍ଟୋ ବିଶ୍ବବିଦ୍ୟାଳୟର ପ୍ରଫେସର ଜେମ୍ସ ବୋଗର୍ଟ ଏହି ମାମଲାର ଯାଞ୍ଚ କରିଥିଲେ।  ତାଙ୍କ କହିବାନୁସାରେ, ‘ବେଙ୍ଗ ପାଟି ଭିତରେ ଆଖି ରହିବା ଜିନ୍‌ ନିୟନ୍ତ୍ରଣରେ ବ୍ୟାହତ କିମ୍ବା ପରିବେଶ ପ୍ରଦୂଷଣର ମଧ୍ୟ କାରଣ ହୋଇପାରେ। ଗୋଲମ୍‌ କ୍ଷେତ୍ରରେ କିନ୍ତୁ ଏହା ଜନ୍ମଜାତ।’