Jashipur - The Sakala

ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଜୀବନ ଫେରିପାଇଲେ କବିତା
ଯଶିପୁର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ସାହାରା ହୋଇଛି। ଅର୍ଥ ଅଭାବରୁ ବହୁ ଲୋକ ସଠିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ମାତ୍ର ଏହି ସମସ୍ୟାକୁ ଉପଲବ୍ଧି କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବିରୋଧୀ ରାଜନୈତିକ ଦଳ ଯେତେ ଅପପ୍ରଚାର କଲେ ମଧ୍ୟ ତାହା ଫସର ଫାଟି ଯାଇଛି।

ଏପରି ଏକ ଘଟଣା ଯଶିପୁର ବ୍ଲକର ବେଗୁନିଆ ପଞ୍ଚାୟତର ବେଲ୍ଡି ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ବାବୁଲୁ ମୁର୍ମୁଙ୍କ ୧୧ ବର୍ଷ ଝିଅ କବିତା ମୁର୍ମୁ ଦୀର୍ଘ ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାହାଣ ପାର୍ଶ୍ୱକୁ ଢଳିବା ସହିତ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ବାପା ବହୁବାର ଚିକିତ୍ସା ନିମନ୍ତେ ଡାକ୍ତର ପାଖକୁ ଯାଇ ପରାମର୍ଶ କରିଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଥିଲା। ଶେଷରେ ବାବୁଲୁ ନିରୁପାୟ ହୋଇ ବାରିପଦା ସରକାରୀ ଡାକ୍ତରଖାନାରେ ଝିଅ କବିତାକୁ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ କବିତାଙ୍କ ଚିକିତ୍ସା କେବଳ ଭୁବନେଶ୍ୱର ଏମ୍ସ ରେ ହୋଇପାରିବ ବୋଲି କୁହାଯାଇଥିଲା। ଡାକ୍ତର ବାବୁଲୁଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଳିଛି କି ବୋଲି ପଚାରିଥିଲେ। ବାବୁଲୁ ହଁ କହିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କବିତା ଏମ୍ସରେ ଚିକିତ୍ସିତ ହୋଇଥିଲେ। ପ୍ରଥମ ଅସ୍ତ୍ରୋପଚାର ଅସଫଳ ହେବା ପରେ ପୁଣି ୧୪ ଦିନ ପରେ ଡାକ୍ତର ଆଉଏକ ଅସ୍ତ୍ରୋପଚାର କରିବା ସହିତ କବିତା ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅସ୍ତ୍ରୋପଚାର ପାଇଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ବିନିଯୋଗ ହୋଇଥିବା କବିତାଙ୍କ ପିତା କହିଛନ୍ତି।ନିଜ ପ୍ରତିକ୍ରିୟାରେ ବାବୁଲୁ କହିଛନ୍ତି, ସେ ଜଣେ ଗରିବ ପରିବାରର ଲୋକ। ଚିକିତ୍ସା ପାଇଁ ଏତେଗୁଡିଏ ଟଙ୍କା ତାଙ୍କ ପକ୍ଷରେ ଯୋଗାଡ଼ କରିବା ଅସମ୍ଭବ ଥିଲା। ମାତ୍ର ଏହି କାର୍ଡ ଯୋଗୁଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଖି ଛଳ ଛଳ ହୋଇ କୋଟି କୋଟି ପ୍ରଣାମ ଜଣାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ସକ୍ରିୟ ହେଉଛନ୍ତି ଡକାୟତ ଗ୍ୟାଙ୍ଗ, ପୁଲିସର ହାତ ଖାଲି
ଯଶିପୁର: ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରୁ ଗତକାଲି ବିଳମ୍ବିତ ରାତିରେ ସମ୍ମୁଖ ଗେଟ ତାଲା ଭାଙ୍ଗିବାସହ CCTV ଭାଙ୍ଗି ବ୍ୟାଙ୍କ ଭିତରେ ଡ଼କାୟତ ଗ୍ୟାଙ୍ଗ ପ୍ରବେଶ କରିଥିଲେ । ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମର ଜାଲିଗେଟ ମଧ୍ୟ ଭାଙ୍ଗିଥିଲେ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରେ ଚୋରି ହୋଇଛି କି ନାହିଁ ଜଣା ପଡି ନାହିଁ । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲାପରେ ହିଁ ଅଧିକ ତଦନ୍ତ ହେବା ସହିତ ଷ୍ଟ୍ରଙ୍ଗରୁମ ଯାଞ୍ଚ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଯଶିପୁର ପୁଲିସର ପ୍ରାଥମିକ ତଦନ୍ତ ଜାରି ରହିଛି ।ତେବେ ଗତ କିଛି ଦିନ ପୂର୍ବରୁ ମୟୂରଭଞ୍ଜ ସମବାୟ ବ୍ୟାଙ୍କ ଯଶିପୁର ଶାଖା ଏବଂ ପୋଷ୍ଟ ଅଫିସରୁ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିଲା । ସେହିପରି ତିନି ପୂର୍ବରୁ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଗୋଲେଇ ନିକଟରେ ଥିବା ଆୟନ ଟ୍ରେଡ୍ରର୍ସରୁ ପାଞ୍ଚ ଲକ୍ଷ ଟଙ୍କାର ସିଗାରେଟ ସହିତ ଦୁଇ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିଲେ ଦୁର୍ବୁତ୍ତ । ଏ ସବୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସର ହାତ ଖାଲି । ଦିନକୁ ଦିନ ଏପରି ଚୋରି ଡକାୟତି ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ନୂତନ ଏସପି ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ପରଲୋକ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତ ନାଏକ(୬୭)ଙ୍କର ଆଜି ସକାଳେ କେନ୍ଦୁଝରଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ । ବିଜୁ ଜନତା ଦଳରୁ ୧୪ଶ ବିଧାନସଭାକୁ ନିର୍ବାଚିତ ହୋଇ (୨୦୦୯-୨୦୧୪) ସେ ଯଶିପୁରର ବିଧାୟକ ହୋଇଥିଲେ ।

ରରୁଆଁ ବ୍ଲକ୍ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମପଞ୍ଚାୟତର ଜାମୁନ୍ତି ଗ୍ରାମରେ ଆଦିବାସୀ ପରିବାରରେ ୧୯୫୪ ଫେବୃଆରୀ ୧ତାରିଖରେ କମଳାକାନ୍ତ ଜନ୍ମଗ୍ରହଣ କରିଥିଲେ । ସେ କଳାରେ ସ୍ନାକକୋତ୍ତର ଡ଼ିଗ୍ରୀ ହାସଲ କରିବା ପରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ଯୋଗ ଦେଇଥିଲେ । ଚାକିରି କାଳ ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଡ଼ିଓ ଓ ତହସିଲଦାର ରୂପେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ସ୍ୱେଚ୍ଛାକୃତ ଭାବେ ଓଡ଼ିଶା ପ୍ରଶାସନିକ ସେବା ଚାକିରୀରୁ ଅବସର ନେବା ପରେ ରାଜନୀତିରେ ପାଦ ଦେଇଥିଲେ । ସେହିବର୍ଷ ସେ ପ୍ରଥମେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଜନତା ଦଳ ବିଜୁ ଜନତା ଦଳ(ବିଜେଡ଼ି)ରେ ପରିଣତ ହୋଇଥିଲା । ବିଜେଡ଼ି-ବିଜେପି ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୦୦ ନିର୍ବାଚନରେ ଏହି ଆସନଟି ବିଜେପି ଭାଗରେ ପଡ଼ିଥିଲା । ସେ ବିଜେପିରୁ ଟିକେଟ୍ ପାଇଁ ଆଶାୟୀ ଥାଇ ନିରାଶ ହେବାପରେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଏହାପରେ ପୁଣି ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରିଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ବିଧାନସଭାର ବିଧାୟକ ହୋଇଥିଲେ ।

ଶିକ୍ଷା ସମାପ୍ତ ପରେ କିଛି ଦିନ ଅଙ୍ଗାରପଦା ପଞ୍ଚାୟତ ମହାବିଦ୍ୟାଳୟ, ରରୁଆଁରେ ଅବୈତନିକ ଅଧ୍ୟାପକ ରୂପେ ଅଧ୍ୟାପନା କରିଥିଲେ । ତାଙ୍କର କଳା, ସାହିତ୍ୟ ପ୍ରତି ଅନେକ ରୁଚି ରହିଥିଲା । ତାଙ୍କର ବିଧବା ପତ୍ନୀଙ୍କ ସମେତ ଦୁଇ ପୁଅ, ଜଣେ ଝିଅ ରହିଛନ୍ତି । ତାଙ୍କ ବିୟୋଗରେ ଯଶିପୁର ବିଧାୟକ ଗଣେଶରାମ ସିଂଖୁଣ୍ଟିଆ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ସେବା ପାଇଁ ସେ ସବୁଦିନ ଅଞ୍ଚଳବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିଥିବେ ବୋଲି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ରରୁଆଁ ବ୍ଲକର ବିଜେଡ଼ି ନେତା ବିପିନ୍ ବିହାରୀ ମହାନ୍ତ ଓରଫ୍ ଲାଲି, ଆଦିବାସୀ ନେତା ତଥା ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ତିଳକୁଟି ପଞ୍ଚାୟତର ସରପଞ୍ଚ ମିନୁ ଚାତାର, ବୈଦ୍ୟନାଥ ପଞ୍ଚୟତର ସରପଞ୍ଚ ନର୍ମଦା ନାଏକ ପ୍ରମୁଖ ପୂର୍ବତନ ବିଧାୟକ କମଳାକାନ୍ତ ନାଏକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।