missing - The Sakala

ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ
ବାରିପଦା: ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା । ବନ୍ୟା ପାଣିରେ ଜଣେ ଖବର କାଗଜ ବିକ୍ରେତା ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି। ଖବରକାଗଜ ବିକ୍ରେତା ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି(୬୫)। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଖବରକାଗଜ ବିକ୍ରି କରିବାକୁ ଯାଇଥିବା ବେଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିବା ସୂଚନା ମିଳିଛି।

ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ
ବାରିପଦା: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନିଖୋଜ ହୋଇଛନ୍ତି ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାର। ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ପରିବାରର ଯୋଗାଯୋଗ ହୋଇପାରୁନାହିଁ ବୋଲି ବାପା ଶେଖ୍ ସଲାମତ ଉଲ୍ଲା କହିଛନ୍ତି । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୨୧ ତାରିଖରେ କୁଲସୁମ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ। ସେଠାରେ ଭୁବନେଶ୍ୱରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ପହଞ୍ଚିଥିଲେ। ରକ୍ସୋଲରୁ ଏକ ୧୨ ଜଣିଆ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଯାଇଥିଲେ। ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ। ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ ଯେ, ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରେ। ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ। ତେବେ ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାରର ଚିନ୍ତା ବଢ଼ିଯାଇଛି। କୁଲସୁମଙ୍କ ବଡ ଭଉଣୀ ତରନମ୍ ନିଗାର ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।

କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ଉଦ୍ଧାର ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। କୁଲସୁମ କେଉଁଠି ଅଛନ୍ତି, ତାଙ୍କ ସୁରକ୍ଷା ନେଇ ପରିବାର ଅନିଶ୍ଚିତତାରେ।

ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର ଓ ଅନ୍ୟ ଜଣେ ନିଖୋଜ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଟିପିରିସିଂହା ନିକଟସ୍ଥ ଲିଙ୍ଗରା ନାଳରେ ପାଣି ଉଠାଇବା ବେଳେ ପ୍ରବଳ ସୁଅରେ ଦୁଇ ଜଣ କାଉଡ଼ିଆ ଭାସିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଉପଲକ୍ଷେ ଟିପିରିସିଂହା ମନ୍ଦିରରେ ଜଳାଭିଷେକ ପାଇଁ ଉଭୟ ଭକ୍ତ ଲିଙ୍ଗରା ନାଳକୁ ପାଣି ଆଣିବାକୁ ଯାଇଥିଲେ। ତେବେ ପାଣି ସଂଗ୍ରହ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ସୁଅ ଆସିବାରୁ ଉଭୟେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପଦକ୍ଷେପ ନେଇ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ଦ୍ୱିତୀୟ କାଉଡ଼ିଆଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ।

ଖବର ପାଇବା ମାତ୍ରେ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ନିଖୋଜ କାଉଡ଼ିଆ ଜଣକ ବେଣ୍ଟପୁର ଅଞ୍ଚଳର ହୋଇଥାଇପାରନ୍ତି, ତେବେ ତାଙ୍କର ପ୍ରକୃତ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଲଗାଣ ବର୍ଷା କାରଣରୁ ନାଳରେ ଜଳପତ୍ତନ ବୃଦ୍ଧି ପାଇବା ସହ ପାଣିର ସୁଅ ଅତ୍ୟନ୍ତ ପ୍ରଖର ରହିଛି, ଯାହା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି। ବର୍ତ୍ତମାନ ସମୟରେ ନଦୀ, ନାଳ କିମ୍ବା କୌଣସି ଜଳାଶୟ ନିକଟକୁ ଗଲାବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

କୁଆଖାଇ ନଦୀରେ ଭାସି ୨ ଯୁବକ ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି
ବାଲିଅନ୍ତା: ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ଛାତ୍ର । କୁଆଖାଇ ନଦୀରେ ଭାସି ୨ ଯୁବକ ନିଖୋଜ ।ବାଲିଅନ୍ତା ଥାନା ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା । ୪ ଜଣ ଯୁବକ ଗାଧୋଇବାକୁ ଆସିଥିବା ବେଳେ ୨ ଜଣ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଦୁଇ ନିଖୋଜ ଯୁବକ ହେଲେ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ । ଦିବ୍ୟଜ୍ୟୋତିଙ୍କ ଘର ଲକ୍ଷ୍ମୀସାଗର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଧଉଳି ଅଞ୍ଚଳରେ । ଦୁହିଁଙ୍କ ବୟସ ୨୦ ବର୍ଷ ଭିତରେ ହୋଇଥିବା ସନ୍ଦେହ । ଆଜି ଦିବ୍ୟଜ୍ୟୋତି ଓ ରୁଦ୍ର ନାରାୟଣ ସେମାନଙ୍କ ଆଉ ୨ ସାଙ୍ଗଙ୍କ ସହ କୁଆଖିଆକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦିବ୍ୟଜ୍ୟୋତି ଓ ରୁଦ୍ର ନାରାୟଣ ବୁଡ଼ି ଯାଇଛନ୍ତି। ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି।

ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ
ପୁରୀ: ଦୟାନଦୀରେ ଭାସିଗଲେ ମତ୍ସ୍ୟଜୀବୀ । ଉଚ୍ଛୁଳା ଦୟାନଦୀରେ ବାପା-ପୁଅ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡି ପୁଅ ନିଖୋଜ । ପୁରୀ ଜିଲ୍ଲା କଣାସ ଜାଗୁଳାଇପଦରରେ ଘଟିଛି ଏପରି ଏକ ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। ଖବର ପାଇବା ପରେ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ମତ୍ସ୍ୟଜୀବୀଙ୍କର କୌଣସି ପତ୍ତା ମିଳିପାରିନାହିଁ ଏବଂ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି। ଏହି ଅଘଟଣ ପରେ ସ୍ଥାନୀୟ ଗାଁରେ ଶୋକର ଛାୟା ଖେଳିଯାଇଛି।

ମଝି ଆକାଶରୁ ୫ କ୍ରୁ' ସଦସ୍ୟଙ୍କ ସହ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ
ନୂଆଦିଲ୍ଲୀ: ଆରବ ସାଗର ଉପରେ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ । ବୋଇଙ୍ଗ-୭୩୭ର କାର୍ଗୋ ବିମାନରେ ୫ ଜଣ କ୍ରୁ ମେମ୍ବର ଥିବା ସୂଚନା । ୧୪ ଘଣ୍ଟା ପରେ ପାକିସ୍ତାନ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ । ମଙ୍ଗଳବାର ବିଳମ୍ବିତ ରାତିରେ ଆରବ ସାଗର ଉପରେ କେଟୁ ଏୟାରୱେଜ୍ (K2 Airways) ର ଏକ କାର୍ଗୋ ବିମାନ ହଠାତ୍ ନିଖୋଜ ହୋଇଯାଇଛି। ଏହି ବିମାନରେ ଥିବା ୫ ଜଣ କ୍ରୁ' ସଦସ୍ୟ ଏବେବି ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଏହି ମାଲବାହୀ ବିମାନଟି ସାରଜାହାରୁ କରାଚି ଅଭିମୁଖେ ଏକ ନିୟମିତ ଉଡ଼ାଣରେ ଥିଲା। ଏହାର ଚୂଡ଼ାନ୍ତ ଗନ୍ତବ୍ୟସ୍ଥଳଠାରୁ ପ୍ରାୟ ୩୦୦ କିଲୋମିଟର ପଶ୍ଚିମରେ କଣ୍ଟ୍ରୋଲରଙ୍କ ସହିତ ଏହାର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସମ୍ପର୍କ ବିଚ୍ଛିନ୍ନ ହେବାର ଠିକ୍ ପୂର୍ବରୁ ବିମାନର କ୍ୟାପଟେନ୍ ଏକ ଗୁରୁତର ବୈଷୟିକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଦେବା ସହ ଆଞ୍ଚଳିକ ନିୟନ୍ତ୍ରଣ ୟୁନିଟ୍‌ଗୁଡ଼ିକରୁ ତୁରନ୍ତ ସହାୟତା ମାଗିଥିଲେ। ପାକିସ୍ତାନ ବିମାନବନ୍ଦର ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଏହି ବ୍ୟବସାୟିକ ଉଡ଼ାଣରେ ଠିକ୍ ୫ ଜଣ ପେସାଦାର କ୍ରୁ' ସଦସ୍ୟ ଥିଲେ।

କରାଚି ଏରିଆ କଣ୍ଟ୍ରୋଲ୍ ସେଣ୍ଟରର ଫ୍ଲାଇଟ୍ ମନିଟରଗୁଡ଼ିକ ରାତି ୯:୧୮ ରେ ଏକ ବଡ଼ ଟ୍ରାକିଂ ଉପକରଣ ବିଫଳତା ଦେଖାଇଥିଲେ। ମାତ୍ର ତିନି ମିନିଟ୍ ପରେ, ରାଡାର୍ ସ୍କ୍ରିନରେ ବିମାନଟି ଦ୍ରୁତ ଗତିରେ ତଳକୁ ଖସିବା ସହ ଏକ ଅପ୍ରତ୍ୟାଶିତ ମୋଡ଼ ନେଉଥିବା ଦେଖାଯାଇଥିଲା। ଯେତେବେଳେ ବିମାନଟି ପାକିସ୍ତାନ ଉପକୂଳଠାରୁ ୨୮୭ କିଲୋମିଟର ଦୂରରେ ଥିଲା, ସେତେବେଳେ ରାଡାର୍ ସହିତ ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ଛିନ୍ନ ହୋଇଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ବିଶେଷଜ୍ଞଙ୍କ ଅନୁଯାୟୀ, ଜେଟ୍ ପ୍ରଥମେ ଉଚ୍ଚତା ହରାଇଥିଲା, ତା'ପରେ କିଛି ସମୟ ପାଇଁ ଉପରକୁ ଉଠିଥିଲା ଏବଂ ଶେଷରେ ପ୍ରତି ମିନିଟରେ ୨୨,୪୦୦ ଫୁଟ୍ ବେଗରେ ସମୁଦ୍ରର ଅନ୍ଧକାର ଜଳରାଶି ଆଡ଼କୁ ମୁହାଁଇଥିଲା । ଏହି ଅଚାନକ ନିଖୋଜ ଘଟଣା ପାକିସ୍ତାନର ବିମାନ ଚଳାଚଳ ଇତିହାସ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ
ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ୩ଜଣ ଶିଶୁ ନିଖୋଜ । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ସୂଚନା ପାଇଁ ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ । ଯିଏ ସୂଚନା ଦେବ, ତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ଏନେଇ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର ।

ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ସାଲିଆସାହି ହାତିଆସୁଣୀର ଶୁଭଶ୍ରୀ ନାୟକ ଏବଂ ଅନ୍ୟ ଜଣେ ନିଖୋଜ ନାବାଳକ ହେଉଛନ୍ତି ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନ । ପ୍ରଦ୍ୟୁମ୍ନଙ୍କୁ ଶେଷଥର ପାଇଁ ଧଉଳି ପାହାଡ଼ ଉପରେ ଦେଖିବାକୁ ମିଳିଥିଲା । ୩ଜଣ ଶିଶୁ ନିଖୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆର ପୋଷ୍ଟ କରିଛି ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି । ଛୋଟ ପିଲାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା। ସିସିଟିଭି ଆଧାରରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ଧଉଳି ଓ ନୟାପଲ୍ଲୀ ଥାନା ପୋଲିସ ।

ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ
ଭୁବନେଶ୍ୱର: ମଝି ସମୁଦ୍ରରୁ ରହସ୍ୟମୟ ଭାବେ ଜଣେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍‌ ସାର୍ଥକ ମହାପାତ୍ର ଗାଏବ ହୋଇଯାଇଛନ୍ତି। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ତାଙ୍କ ସଂପର୍କରେ କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକ ବହୁତ ଚିନ୍ତିତ । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।

ଭଦ୍ରକ ଜିଲ୍ଲାର ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍‌ ଇଏ ଜର୍ସିରେ କ୍ୟାଡେଟ ଭାବେ ଯୋଗଦେଇଥିଲେ। ସିଙ୍ଗାପୁରରୁ ଚୀନ୍‌କୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ସେ ରହସ୍ୟମୟ ଭାବେ ଗାଏବ ହୋଇଯାଇଛନ୍ତି। ଶେଷଥର ପାଇଁ ସେ ଘଟଣା ଦିନ ରାତି ୯ରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ସକାଳ ୪ଟାରୁ ୮ପର୍ଯ୍ୟନ୍ତ ରିପୋର୍ଟ ଟାଇମ୍‌ ହୋଇଥିଲେ ମଧ୍ୟ ଡ୍ୟୁଟି ମଝିରୁ ଅର୍ଥାତ୍‌ ସକାଳ ୬ଟାରେ ସେ ନିଜ ରୁମ୍‌କୁ ଆସିଥିଲେ। ପରେ ୮ଟାରେ ସେ ରୁମ୍‌ରେ ନଥିବା ସହକର୍ମୀମାନେ ଜାଣିବା ପରେ କମ୍ପାନୀ ପକ୍ଷରୁ ପରିବାରକୁ ଅବଗତ କରାଯାଇଥିଲା। ତାଙ୍କ ପୁଅ ନିଖୋଜ ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଥିବା ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ସାର୍ଥକଙ୍କ ମା’ ଓ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପୁଅକୁ ଖୋଜି ଆଣିବାକୁ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ପରିବାର ଲୋକଙ୍କ ଅନୁରୋଧ ପରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଛନ୍ତି ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ।

ଡ୍ୟାମକୁ ଖସିଲା କାର; ୩ ପୁଲିସକର୍ମୀ ମୃତ, ଜଣେ ନିଖୋଜ...
ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିରେ ଅଭାବନୀୟ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୁଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।

ଖବର ମୁତାବକ, ପୁଲିସକର୍ମୀମାନେ କାର ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ନିୟନ୍ତ୍ରଣ ହରାଇ ଡ୍ୟାମକୁ ଖସି ଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ପୁଲିସ କର୍ମୀ ନିଖୋଜ ରହିଛନ୍ତି ।