Jammu & Kashmir - The Sakala

ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଉଧମପୁର ନିକଟସ୍ଥ କାନୋଟେ ଗ୍ରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଅତିକମ୍‌ରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ବସ୍‌ଟି ରାମନଗରରୁ ଉଧମପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଖବର ପାଇବା ମାତ୍ରେ ଡିଆଇଜି (ୟୁ-ଆର୍ ରେଞ୍ଜ) ଏବଂ ଉଧମପୁର ଏସଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉଧମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ (ବିମାନ ଯୋଗେ ସ୍ଥାନାନ୍ତର) କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଏହି ହୃଦୟ ବିଦାରକ ଘଟଣାରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉଧମପୁର ଜିଲ୍ଲାପାଳ (ଡିସି) ମିଙ୍ଗା ଶେରପାଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନ ସହ ସେ ନିରନ୍ତର ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି।

ଜମ୍ମୁ କାଶ୍ମୀର ସାମ୍ବା ସେନା କ୍ୟାମ୍ପରେ ଗୁଳିମାଡ଼: ଜେସିଓ ସୁବେଦାର ସୁରଜିତ ସିଂହ ସହିଦ
ଜମ୍ମୁ: ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଏକ ସେନା କ୍ୟାମ୍ପରେ ଅଘଟଣ । ମଙ୍ଗଳବାର ଦିନ କ୍ୟାମ୍ପ ଭିତରେ ହୋଇଥିବା ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ଜୁନିୟର କମିଶନଡ୍ ଅଫିସର (JCO) ପ୍ରାଣ ହରାଇଛନ୍ତି। ସହିଦ ଯବାନ ଜଣଙ୍କ ହେଲେ ସୁବେଦାର ସୁରଜିତ ସିଂହ।

ଏନେଇ ରାଇଜିଂ ଷ୍ଟାର କର୍ପସ ପକ୍ଷରୁ ସୂଚନା ଦିଆଯାଇଛି। ସେନା ପକ୍ଷରୁ 'ଏକ୍ସ' (ଟ୍ୱିଟର)ରେ ଏକ ପୋଷ୍ଟ କରି ସହିଦ ସୁବେଦାର ସୁରଜିତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଜମ୍ମୁରେ ଅପରେସନାଲ ଡ୍ୟୁଟିରେ ଥିବାବେଳେ ସୁବେଦାର ସୁରଜିତ ସିଂହ ବଳିଦାନ ଦେଇଛନ୍ତି। ଏହି ଦୁଃଖଦ ସମୟରେ ଭାରତୀୟ ସେନା ସହିଦଙ୍କ ପରିବାର ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ସମସ୍ତ ସହାୟତା ଯୋଗାଇ ଦିଆଯିବ।

ପ୍ରତିରକ୍ଷା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ସୁବେଦାର ସିଂହଙ୍କୁ ଗୁଳି ବାଜିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ଘଟଣା ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ଘଟଣାର ତଦନ୍ତ ଚାଲିଛି ଏବଂ ସତ୍ୟାସତ୍ୟ ଜଣାପଡ଼ିବା ପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ମୁଖପାତ୍ର କହିଛନ୍ତି।

ଜମ୍ମୁ-କଶ୍ମୀର ନୌଗାମ ଥାନାରେ ବିସ୍ଫୋରଣ, ୯ ଜଣଙ୍କର ମୃତ୍ୟୁ...
ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରର ନୌଗାମ ଥାନା ଭିତରେ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ଯୁ ଘଟିଛି। ସୂଚନା ପାଇ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେନାର ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ସମଗ୍ର ଅଞ୍ଚଳକୁ ଚେତାବନୀ ଜାରି କରାଯାଇଛି।

ସୂଚନା ଅନୁଯାୟୀ,  ଏହି ନୌଗାମ ଅଞ୍ଚଳରେ ଦିଲ୍ଲୀ ବିସ୍ଫୋରଣର ଯାଞ୍ଚ ହେଉଥିଲା। ଫରେନସିକ୍‌ ଟିମ୍‌ ଆଲୁମିନିୟମ ନାଇଟ୍ରେଟର ନମୁନା ନେବାକୁ ଥାନାକୁ ପହଞ୍ଚି ଥିଲା। ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋରୁ ଜବତ ବିସ୍ଫୋରକ ସାମଗ୍ରୀ ପାଇଁ ଏହି ବିସ୍ଫୋରଣ ହୋଇଥିଲା। ତେବେ ଏହାକୁ ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଦୁର୍ଘଟଣା ବୋଲି କୁହାଯାଉଛି। ନୌଗାମ ଥାନା ଏହି ବିସ୍ଫୋରକ ଜବତ କରିଥିଲା। ଏହି ଆତଙ୍କବାଦୀ ମଡ୍ୟୁଲୋ ହିଁ ଦିଲ୍ଲୀର ଲାଲକିଲ୍ଲାରେ ବିସ୍ଫୋରଣ କରାଇ ଥିଲା। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ସେନାର ଯବାନଙ୍କୁ ଚେତାବନୀ ଦିଆଯାଇଥିବା ପୋଷ୍ଟର ଲାଗିଥିଲା। ଏହି ପୋଷ୍ଟର ଆଧାରରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିସ୍ଫୋରଣ ସମ୍ବନ୍ଧିତ ଆତଙ୍କବାଦୀ ମଡ୍ୟୁଲୋ ପର୍ଯ୍ୟନ୍ତ ପହଞ୍ଚି ଥିଲା।

ଦେଶର ୮ ସ୍ଥାନରେ ଚାଲିଛି ଉପନିର୍ବାଚନର ଭୋଟ ଗଣତି: ୬ଟିରେ ଆଗୁଆ ଅନ୍ୟଦଳ, ବିଜେପି ୨....
ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ବହୁ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି। ଏହାରି ମଧ୍ଯରେ ଦେଶର ୮ଟି ସ୍ଥାନରେ ହୋଇଥିବା ଉପନିର୍ବାଚନର ଭଟ ଗଣତି ମଧ୍ଯ ଚାଲିଛି। ଏହି ଭୋଟ ଗଣତିରେ ବିଜେପି ଓଡ଼ିଶାର ନୂଆପଡ଼ା ଓ  ଜାମ୍ମୁ-କାଶ୍ମୀରର ନାଗ୍ରୋତାରେ ଆଗରେ ରହିଥିବା ବେଳେ କଂଗ୍ରେସ ତେଲେଙ୍ଗାନାର ଯୁବେଲଲି ହିଲ୍ସ ଓ ରାଜସ୍ଥାନର ଅନନ୍ତା ଆସନରେ ଆଗରେ ରହିଛି। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଜାମ୍ମୁ-କାଶ୍ମୀରର ଆଉ ଗୋଟିଏ ଆସନରେ ପିପୁଲ ଡେମୋକ୍ରାଟିକ ପାର୍ଟି , ମିଜୋରାମରେ ମିିଜୋ ନ୍ୟାସନାଲ ଫ୍ରଣ୍ଟ ଆଗରେ ରହିଥିବା ବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ଆଗରେ ରହିଛି।