ISKCON - The Sakala

ପୁଣିଥରେ ଇସ୍କନର ମନମାନି: ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ତେଜୁଛି ବିବାଦ
ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍ (ISKCON) ବା ଇସ୍କନ ପକ୍ଷରୁ ପୁଣିଥରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ତେଜିଛି। ପୁରୀ ଶ୍ରୀମନ୍ଦିରର ତିଥି ଏବଂ ନୀତିକାନ୍ତିକୁ ଉଲ୍ଲଂଘନ କରି ବିଦେଶରେ ଅସମୟରେ ରଥଯାତ୍ରା କରାଯାଉଥିବାରୁ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ସମାଜରେ ଘୋର ଅସନ୍ତୋଷ ଦେଖାଦେଇଛି। ନିକଟରେ ଜର୍ମାନୀର ୱିସବାଡେନ୍, ଆମେରିକାର ନ୍ୟୁୟର୍କ ସମେତ ଲଣ୍ଡନ, ସିଡନୀ ଏବଂ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଓଡ଼ିଆଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଏହି ମନମାନିକୁ ବିରୋଧ କରିବାରୁ ପ୍ରବାସୀ ଓଡ଼ିଆମାନଙ୍କୁ ଇସ୍କନ ସମର୍ଥକମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରୁଥିବା ଓଡ଼ିଆମାନଙ୍କୁ କୁକୁର ବୋଲି ସମ୍ବୋଧନ କରାଯାଇ ଅପମାନିତ କରାଯାଇଥିବା ନେଇ ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଜଗନ୍ନାଥ ସଂସ୍କୃତି ରକ୍ଷା କରିବା ପାଇଁ ଏବଂ ଇସ୍କନର ଏଭଳି ସ୍ୱେଚ୍ଛାଚାରିତା ଉପରେ ରୋକ୍ ଲଗାଇବାକୁ ଦାବି ଜୋର ଧରିଛି। ମହାପ୍ରଭୁଙ୍କ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଏକ ପବିତ୍ର ପରମ୍ପରା, ଯାହା ନିର୍ଦ୍ଦିଷ୍ଟ ତିଥି ଓ ରୀତିନୀତି ଅନୁଯାୟୀ ପାଳନ କରାଯିବା ଉଚିତ୍ ବୋଲି ଭକ୍ତମାନେ ମତ ଦେଇଛନ୍ତି।

ଗଜପତି ମହାରାଜଙ୍କ କଡ଼ା ଚେତାବନୀ

ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଇସ୍କନକୁ ଅଦିନିଆ ରଥଯାତ୍ରା ଏବଂ ସ୍ନାନଯାତ୍ରା ନକରିବାକୁ କଡ଼ା ଚେତାବନୀ ଦିଆଯାଇଥିଲା। ଏନେଇ ଗଜପତି ମହାରାଜା ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ସତର୍କ କରାଇଥିଲେ। ତଥାପି ଇସ୍କନ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପରମ୍ପରାକୁ ଅଣଦେଖା କରି ନିଜ ଜିଦରେ ଅଟଳ ରହିବା ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଭକ୍ତମାନଙ୍କୁ ମର୍ମାହତ କରିଛି। ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ନୀତିକାନ୍ତିକୁ କିପରି ସୁରକ୍ଷିତ କରାଯିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି
ଭୁବନେଶ୍ୱର: ଭାରତ ବାହାରେ ବିଦେଶରେ ଇସ୍କନ ଦ୍ୱାରା ଅଦିନିଆ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶୁକ୍ରବାର ଦିନ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିଛି। ବୈଠକ ପରେ ଏସଜେଟିଏ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜାଙ୍କ ଉଦ୍ବେଗ ବିଷୟରେ ଜଣାଇଛନ୍ତି।

ଡକ୍ଟର ପାଢ଼ୀ କହିଛନ୍ତି ଯେ ପୂର୍ବରୁ ଦେଶ ଭିତରେ ମଧ୍ୟ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ହେଉଥିଲା, କିନ୍ତୁ ମନ୍ଦିର ପ୍ରଶାସନର କଡ଼ା ହସ୍ତକ୍ଷେପ ପରେ ତାହା ବନ୍ଦ ହୋଇଛି। ତେବେ ଭାରତ ବାହାରେ କୌଣସି ନିୟମ ନ ମାନି ଅସମୟରେ ଏହି ପବିତ୍ର ରୀତିନୀତି ପାଳନ କରାଯାଉଛି। ପରିଚାଳନା କମିଟି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି। ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ ପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ନୀଳାଦ୍ରି ବିଜେ ନୀତି ସରିବା ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟି ଆଲୋଚନା କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରତ୍ନଭଣ୍ଡାରର ଅଳଙ୍କାର ଗଣତି ଏବଂ ଦସ୍ତାବିଜୀକରଣ ପ୍ରକ୍ରିୟା ଆଗାମୀ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଇଁ ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଗଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ ପୁନର୍ବାର ଆରମ୍ଭ ହେବ। ଏଥିପାଇଁ ଏକ ନୂଆ ତାରିଖ ସ୍ଥିର କରାଯାଇ ସରକାରଙ୍କୁ ଜଣାଇ ଦିଆଯିବ। ଏହା ସହିତ ଅଳଙ୍କାର ଗଣତିକୁ ଅଧିକ ସୁଗମ କରିବା ପାଇଁ ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରି ଇସ୍କନ ପକ୍ଷରୁ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ପରିଷଦର ଆବାହକ ରବି ବେହେରାଙ୍କ ପକ୍ଷରୁ ଲେଖା ଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭକ୍ତି ଭାବନା ସହ ଇସ୍କନ ବାରମ୍ବାର ଖେଳ ଖେଳି ଚାଲିଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧକୁ ବେଖାତିର କରି ଇସ୍କନ ଅଦିନିଆ ରଥଯାତ୍ରା କରିଚାଲିଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଭାରତ ସରକାରଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ବେହେରା ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉ କି ଆଗାମୀ ଦିନରେ ଇସ୍କନ ପକ୍ଷରୁ ୮୦ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଓ ୧୦ ଟି ଜାଗାରେ ଅଦିନିଆ ସ୍ନାନଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି ।

ପୁଣି ଇସ୍କନର ମନମାନି: ତାଇୱାନରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା, ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର: ପୁଣି ଇସ୍କନର ମନମାନି । ଆସନ୍ତା ୨୩ ତାରିଖ ଦିନ ଇସ୍କନ ପକ୍ଷରୁ ତାଇୱାନର ତାଇପେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏହି ଅଦିନିଆ ରଥଯାତ୍ରା କଥା ଜଣା ପଡିବା ପରେ ଜଗନ୍ନାଥ ପ୍ରେମୀ ଓ ଅଗଣିତ ଭକ୍ତଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖା ଦେଇଛି । ଏଠାରେ ଉଲ୍ଲେଖ ଥାଉ କି ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନ ଦେଇ ଓଡିଶା ସରକାର, ଗଜପତି ଦିବ୍ୟସିଂହ ଦେବ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ବେଖାତିର କରି ଅଦିନିଆ ରଥଯାତ୍ରା କରୁଛି । ଏହା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି । ଓଡିଶା ସରକାର ତୁରନ୍ତ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଆବଶ୍ୟକ ହେଲେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଓଡିଶା ସରକାର ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ସେ ଦାବି କରଛନ୍ତି ।