Budget 2026 - The Sakala

Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ
ନୂଆଦିଲ୍ଲୀ: ବୈଶ୍ୱିକ ଅସ୍ଥିରତା, ରପ୍ତାନୀ ହ୍ରାସ, ଦରଦାମ ବୃଦ୍ଧି, ନିଯୁକ୍ତି ଅନିଶ୍ଚିତତା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।  ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା  ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ବଜେଟରେ ରାଜସ୍ବ ଆୟ ୩୫ ଲକ୍ଷ ୩୩ ହଜାର ୧୫୦ କୋଟି ରହିଥିବା ବେଳେ ବିତ୍ତୀୟ ନିଅଣ୍ଟ ପରିମାଣ ୧୬ ଲକ୍ଷ ୯୫ ହଜାର ୭୬୮ କୋଟି ଥିବା ଦର୍ଶାଯାଇଛି।

ଏନ୍‌ଡିଏ ସରକାରଙ୍କ ତୃତୀୟ ତଥା ନିର୍ମଳାଙ୍କ ଏହି ୯ମ  ବଜେଟ୍‌ ଉପରେ ସାରା ବିଶ୍ୱର ଧ୍ୟାନ ନିବଦ୍ଧ ରହିଥିଲା। ଆମେରିକା ସହ ବାଣିଜ୍ୟିକ ଉତ୍ତେଜନାଜନିତ ଚାପ ଓ ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ବୁଝାମଣା ଜନିତ ଆଶ୍ୱସ୍ତି ମଧ୍ୟରେ ଉପସ୍ଥାପନ ହୋଇଥିବା ଏହି ବଜେଟ ଉପରେ ଭାରତୀୟ ରପ୍ତାନୀକାରୀ, ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଦେଶର ଟିକସଦାତା ମଧ୍ୟବିତ୍ତ ଏବଂ  ଆର୍ଥିକ ଚାପଗ୍ରସ୍ତ ସାଧାରଣଜନତା ଅନେକ କିଛି ଆଶା ରଖିଥିଲେ। ମାତ୍ର ଏହି ବଜେଟ ପ୍ରାୟ ସବୁ ବର୍ଗକୁ ନିରାଶ କରିଛି। ଆୟକର ରିଆତି, ନିଯୁକ୍ତି ସୃଷ୍ଟି, ଦରଦାମ ହ୍ରାସ ସମ୍ପର୍କରେ ବଜେଟ୍‌ରେ ସେପରି କିଛି ଯୋଜନା ନାହିଁ। ଅର୍ଥମନ୍ତ୍ରୀ ତାଙ୍କର ୮୫ ମିନିଟର ବଜେଟ୍‌ ଅଭିଭାଷଣରେ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବିଶେଷକରି ଦେଶ ଚଳାଇବା ପାଇଁ ସରକାର ଋଣ ଉପରେ ବେଶି ନିର୍ଭରଶୀଳ ହୋଇଛନ୍ତି। ବଜେଟ ୨୦୨୬-୨୭ ଅନୁଯାୟୀ ସରକାର ଚଳିତ ବର୍ଷ ଦେଶ ଚଳାଇବା ପାଇଁ ଆବଶ୍ୟକ ଅର୍ଥର ୨୪% ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆୟକରରୁ ୨୧%, କର୍ପୋରେଟ ଟିକସରୁ ୧୮% ଓ ଅନ୍ୟାନ୍ୟ ଟିକସରୁ ୧୫ ପଇସା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ ବ୍ୟୟ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଟିକସ ଅଂଶ ବାବଦରେ ୨୨% ବ୍ୟୟ କରିବେ। ଋଣ ଓ ସୁଧ ବାବଦରେ ୨୦%, କେନ୍ଦ୍ରୀୟ ଯୋଜନା ବାବଦରେ ୧୭%, ପ୍ରତିରକ୍ଷା ନିମନ୍ତେ ୧୧%, କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୮%, ଅର୍ଥ କମିଶନ ଅନୁଦାନ ବାବଦରେ ୭%, ବିିଭିନ୍ନ ଯୋଜନାରେ ରିଆତି ବାବଦରେ ୬%, ସାମାଜିକ କଲ୍ୟାଣ ଯୋଜନାରେ ୨% ବ୍ୟୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପକ୍ଷରେ  ପ୍ରତିରକ୍ଷା ବଜେଟ ବୃଦ୍ଧି ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ତୁଳନାରେ ପ୍ରତିରକ୍ଷା ବରାଦ ୧୫.୨% ବୃଦ୍ଧି ବଜେଟର ପ୍ରମୁଖ ଉପଲବ୍ଧି ବୋଲି କୁହାଯାଉଛି। ତେବେ ବଜେଟରେ ଉତ୍ସର୍ଗୀକୃତ ବିରଳ ଖଣିଜ (ରେୟାର ଆର୍ଥ)କରିଡର, ହାଇ-ସ୍ପିଡ୍‌ ରେଳ କରିଡର, ନଡ଼ିଆ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ ଓ ଅର୍ଥମନ୍ତ୍ରୀଙ୍କ କାଞ୍ଜିଭରମ୍‌ ଶାଢ଼ୀକୁ ଅର୍ଥନୀତିଜ୍ଞ ଓ ଆର୍ଥିକ ସମୀକ୍ଷକମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ ନିର୍ବାଚନ ସହ ସଂଯୋଗ କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କାର ଆବଣ୍ଟନ ସହିତ ଜୈବ ଔଷଧ ଉପରେ ଏକ ନୀତି ପ୍ରଣୟନ କରିବାର ଯୋଜନା ଅଛି। ସେହିପରି ସରକାର ଏକ ସେମିକଣ୍ଡକ୍ଟର ମିଶନ୍‌ ଆରମ୍ଭ କରିବେ ଓ ଏକ ବିଶ୍ୱ-ମାନକ ଔଷଧ ନିୟାମକ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି। ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ତିନୋଟି ରାସାୟନିକ ପାର୍କ ଓ ଏକ ବଡ଼ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା କରିବେ। ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଉତ୍ପାଦନ ପାଇଁ ୪୦,୦୦୦ କୋଟି ଖର୍ଚ୍ଚ କରିବେ। ଦେଶର ଅଭିବୃଦ୍ଧିର ଲାଭ ପ୍ରତ୍ୟେକ ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଯୁବପିଢ଼ିଙ୍କ ପାଖରେ ବୋଲି ଉଲ୍ଲେଖ କରିବା ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସୁଦୃଢ଼  କରିବା ପାଇଁ  ଆତ୍ମନିର୍ଭର ଭାରତ ପାଣ୍ଠିକୁ ଅତିରିକ୍ତ ୪,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆଗାମୀ ଆର୍ଥିକ ବର୍ଷରେ ୨୦୦ ପୁରୁଣା ଶିଳ୍ପ କ୍ଲଷ୍ଟରକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନା ପ୍ରସ୍ତାବ ଦେଇଛନ୍ତି। ଖଦି ହସ୍ତତନ୍ତକୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ବିକାଶ କରାଯିବ, ଅନ୍ୟପକ୍ଷରେ ବୈଷୟିକ ବୟନଶିଳ୍ପରେ ନିବେଶ ସହ ବଡ଼ ମେଗା ଟେକ୍ସଟାଇଲ୍‌ ପାର୍କ ସ୍ଥାପନ କରାଯିବ।ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍‌ୟୋଗଗୁଡ଼ିକ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକରୁ କରାଯାଉଥିବା ସମସ୍ତ କ୍ରୟ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରାଯିବ। ଆଗାମୀ ବର୍ଷଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଭାରତର ଅଭିବୃଦ୍ଧିର ପ୍ରକୃତ ଶକ୍ତି ହେବ । ଭାରତ ଆଉ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣକାରୀ ରହିବ ନାହିଁ,ଭବିଷ୍ୟତରେ ଭାରତ ଏହାର ନେତୃତ୍ୱ ନେବ।  ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ବଜାରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଛଅଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରିବେ।

ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏ ନେତାମାନେ ବଜେଟ୍‌କୁ ଏକ ଶକ୍ତିଶାଳୀ ଓ ବିକଶିତ ଭାରତ ନିମନ୍ତେ ରୋଡ଼ମ୍ୟାପ ବୋଲି ବର୍ଣ୍ଣନା କରୁଥିବାବେଳେ ବିରୋଧୀ ଏହାକୁ ନିରାଶାଜନକ, ସବୁବର୍ଗକୁ ନିରାଶ କରିବା ପରି ବଜେଟ୍‌ ବୋଲି ଅଭିହିତ କରିଛନ୍ତି । ଦେଶର ବିକାଶ ପାଇଁ ସରକାରଙ୍କ ଧ୍ୟାନ ୩ଟି ପ୍ରସଙ୍ଗ  ‘ଗତି’, ‘କ୍ଷମତା’ ଓ ‘ସମୂହ’ ଉପରେ କେନ୍ଦ୍ରୀତ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦକତା ବୃଦ୍ଧି କରି ଆର୍ଥିକ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବା, ଦେଶର ବିକାଶରେ ଅଂଶୀଦାର ହେବା ପାଇଁ ଲୋକଙ୍କ କ୍ଷମତା ବିକାଶ କରିବା,  ଦେଶର ପ୍ରତ୍ୟେକ ପରିବାର ଓ ଅଞ୍ଚଳର ପର୍ଯ୍ୟାପ୍ତ ସମ୍ବଳ ଏବଂ ରୋଜଗାର ପାଇଁ ସୁଯୋଗ ସୃଷ୍ଟି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି;  ମାତ୍ର ଏହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

ଜାନୁଆରି ୨୮ରୁ ସଂସଦର ବଜେଟ ଅଧିବେଶନ, ପ୍ରଥମଥର ପାଇଁ ରବିବାର ହେବ ଆଗତ
ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଆସନ୍ତା ଫେବୃଆରୀ ପହିଲାରେ ଆଗତ ହେବ। ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି। ତେବେ ସିସିପିଏର ଏହି ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମୋହର ବାଜିବା ପରେ ବଜେଟ ଅଧିବେଶନର ରୂପରେଖ ଚୂଡ଼ାନ୍ତ ହେବ।

ସିସିପିଏର ପ୍ରସ୍ତାବିତ ସୂଚୀ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲା (ରବିବାର)ରେ ବଜେଟ ଉପସ୍ଥାପନ କରିବେ। ଜାନୁଆରୀ ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ସଂସଦୀୟ ବ୍ୟାପାର କମିଟି ଆଜି ବଜେଟ ଦିନ ଧାର୍ଯ୍ୟ କରିବା ପରେ ଏ ନେଇ ପୂର୍ବରୁ ରହିଥିବା ସଂଶୟ ଦୂର ହୋଇଛି। କାରଣ ଫେବୃଆରୀ ୧ ତାରିଖ ରବିବାର ଦିନ ପଡୁଛି। ତେଣୁ ରବିବାର ଛୁଟି ଦିନରେ ବଜେଟ ଆଗତ କରାଯିବ କିମ୍ବା ତାହାର  ଦିବସ ପରିବର୍ତ୍ତନ ହେବ ବୋଲି ରିପୋର୍ଟ ମାନ ପ୍ରକାଶ ପାଉଥିଲା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିସିପିଏର ବୈଠକ ବସିଥିଲା। ସେଥିରେ  ସଂସଦର ଆଗାମୀ ବଜେଟ୍ ଅଧିବେଶନ ପାଇଁ ତାରିଖ ପ୍ରସ୍ତାବିତ ହୋଇଥିଲା। ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱିତୀୟ ଭାଗ ମାର୍ଚ୍ଚ ୯ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ମଞ୍ଜୁର ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୮ରେ ସଂସଦ ଆରମ୍ଭ ହେବ । ୨୯ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ ।

ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୬ ବଜେଟ୍, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୨୬ ଫେବ୍ରୁଆରି ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଆସନ୍ତା ଡିସେମ୍ବର ୨୧ ତାରିଖରୁ ୨୦୨୬ ଜାନୁଆରୀ ୫ ପର୍ଯ୍ୟନ୍ତ ପ୍ରାକ୍‌-ବଜେଟ ଆଲୋଚନା ଏବଂ ଫେବ୍ରୁଆରି ୬ ତାରିଖରେ ବିଭିନ୍ନ ପ୍ରମୁଖ ବିଭାଗର ସଚିବଙ୍କ ସହ ମୁଖ୍ୟ ସଚିବ ଏବଂ ଉନ୍ନୟନ କମିଶନର ବୈଠକ କରିବେ। ଫେବ୍ରୁଆରି ୭ ତାରିଖରୁ ୧୦ ତାରିଖ ମଧ୍ୟରେ ମନ୍ତ୍ରିପରିଷଦ ବାର୍ଷିକ ବଜେଟକୁ ଅନୁମୋଦନ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିି। ଏହାସହ ମାର୍ଚ୍ଚ ମାସ ଶେଷରେ ବିଧାନସଭାରେ  ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ନୂତନ ବଜେଟ୍‌ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଆସନ୍ତା ଡିସେମ୍ୱର ୨୫ ତାରିଖ ସୁଦ୍ଧା ନିଜ ନିଜର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ବିଭାଗ ଲେଖିଥିବା ଚିଠିରେ ଓଡ଼ିଶା ବଜେଟ ମାନୁଆଲର ଅଧ୍ୟାୟ-୩ରେ ଥିବା ନିର୍ଦ୍ଦେଶ ସହିତ ଅତିରିକ୍ତ ନିର୍ଦ୍ଦେଶ ଅନୁପାଳନ କରି ବଜେଟ ପ୍ରସ୍ତୁତ କରିବାକୁ କୁହାଯାଇଛି।

ରାଜସ୍ୱ ଦୃଷ୍ଟିକୋଣରୁ ରାଜ୍ୟର ମୋଟ ରାଜସ୍ୱ ରସିଦ ୨୦୨୬-୨୭ରେ ୨୦୨୫-୨୦୨୬ ବର୍ଷର ସଂଶୋଧିତ ଅନୁମାନଠାରୁ ୧୦ ପ୍ରତିଶତ ବୃଦ୍ଧି ପାଇବ। ସେହିପରି ଜିଏସଟି ସୁଧାର ସକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚିଠିରେ ଦର୍ଶାଯାଇଛି।