Red Fort car blast - The Sakala

ଦିଲ୍ଲୀରେ ସିରିଜ୍‌ ବିସ୍ଫୋରଣ ପାଇଁ ଚାଲିଥିଲା ଷଡ଼ଯନ୍ତ୍ର; ୪ ସ୍ଥାନ ୩୨ଟି କାରରେ ହୋଇଥାନ୍ତା ବିସ୍ଫୋରଣ...
ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଦିଲ୍ଲୀ ଲାଲ୍‌‌କିଲ୍ଲା ହୋଇଥିବା କାର ବିସ୍ଫୋରଣର ତନାଘନା ଚଳାଇଛନ୍ତି ତଦନ୍ତକାରୀ ସଂସ୍ଥା। ଦିଲ୍ଲୀ, ହରିଆଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।  ଦିଲ୍ଲୀ ବିସ୍ଫୋରଣ ସହ ସଂପର୍କ ସନ୍ଦେହରେ ଗିରଫ ଓ ଅଟକ ଲୋକଙ୍କୁ ପଚରାଉଚରା କରାଯାଉଛି। ଜେରା ଓ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ହାତରେ ଲାଗି ଭୟଙ୍କର ତଥ୍ୟ। ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ସେମାନେ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ କର୍ମକର୍ତ୍ତାର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରୁଥିଲେ।  ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ ଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି। ସୀମା ଏବଂ ବିମାନବନ୍ଦରଗୁଡ଼ିକୁ ସତର୍କ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ,  ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବାକୁ ଯୋଜନା ରଖିଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା।  ଏଥିପାଇଁ ୪ଟି ସ୍ଥାନ ଚୟନ କରାଯାଇଥିଲା। ଏହି ୪ଟି ସ୍ଥାନରେ ୩୨ଟି କାର ବିସ୍ଫୋରଣ ହୋଇଥାଆନ୍ତା। ଏହିସବୁ ସ୍ଥାନର ଦାୟିତ୍ବ ଆଠ ଜଣଙ୍କୁ ଦିଆଯାଇଥିଲା। ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଲାଗି ସେମାନେ ଜୋରସୋରରେ ପ୍ରସ୍ତୁତ ଚଳାଇଥିଲେ। ସେମାନେ ୩୨ଟି ଗାଡ଼ି ପ୍ରସ୍ତୁତ କରିଥିଲେ  ବୋଲି ପୁଲିସ ସୂତ୍ରର ଜଣାପଡ଼ିଛି। ଏହି କାର୍‌‌ଗୁଡିକ ମଧ୍ୟରେ ବ୍ରେଜା, ସ୍ୱିଫ୍‌‌ଟ ଡିଜାୟାର, ଇକୋସ୍ପୋର୍ଟ୍ସ ଓ ଆଇ-୨୦ ଭଳି କାର ସାମିଲ ଥିଲା। ସେଥିମଧ୍ୟରେୁ ଗୋଟିଏ ଆଇ୨୦ କାର ଲାଲକିଲ୍ଲାରେ ବିସ୍ଫୋରଣ ହୋଇଥିବା ବେଳେ ଆଉ ୪ଟି କାର୍‌‌କୁ ତଦନ୍ତକାରୀ ସଂସ୍ଥା ଜବତ କରିଛି। ତେବେ  ଆଉ ୨୭ଟି କାର କେଉଁଠି ରହିଛି, ତାହାର ଖୋଜା ଚାଲିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଡ଼ିଗୁଡିକରେ ବିସ୍ଫୋରକ ଲଗାଇ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରାଯାଉଥିଲା। ଏଥିପାଇଁ ସେମାନେ ୩୨ଟି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ଯୋଜନା କରୁଥିଲେ। ପୁରୁଣା ଗାଡ଼ିଗୁଡ଼ିକ ଏକାଧିକ ବାର ବିକ୍ରି ହୋଇଥିବାରୁ ପ୍ରକୃତ ମାଲିକଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସହଜ ହେବନାହିଁ ବୋଲି ସେମାନେ ଭାବିଥିଲେ। ପୁଣି ଏହି ପୁରୁଣା ଗାଡ଼ିର ରଙ୍ଗ ଓ ଚେହେରା ବଦଳାଇବାକୁ ମଧ୍ୟ ଉଦ୍ୟମ ଚାଲିଥିଲା। ଗୋଟିଏ ସମୟରେ ବିସ୍ଫୋରଣ ଘଟାଇବା ପାଇଁ ଅଭିଯୁକ୍ତମାନେ ବିସ୍ଫାରକ ନେଇ ଯିବାକୁ ଯୋଜନା କରିଥିଲେ ।  ଏହି ୮ ସନ୍ଦିଗ୍ଧଙ୍କ ମଧ୍ୟରେ ଅଛନ୍ତି ଡା. ମୁଜାମ୍ମିଲ, ଡା. ଆଦିଲ, ଡା. ଉମର ଓ ଡା. ଶାହିନ।

ଦିଲ୍ଲୀ ବିସ୍ଫୋରଣର ଯୋଜନା ଗତ ଜାନୁଆରୀରୁ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଲଇ ଫୋନ୍‌‌ରୁ ମିଳିଥିବା ବିଭିନ୍ନ ତଥ୍ୟ ଜଣାପଡ଼ିଛି। ଗତ ଜାନୁଆରୀରେ ଏମାନେ ଲାଲ୍‌‌କିଲ୍ଳାର ରେକି କରିଥିଲେ। ଡା. ମୁଜାମ୍ମିଲ ଗନି ଓ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡା. ଉମର ନବୀ ଏକାଧିକବାର ଲାଲ୍‌‌ କିଲ୍ଳାରେ ରେକି କରିଥିଲେ ଓ ଦୁଇଜଣ ସେଠାରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଓ ଭିଡ଼କୁ ବୁଝିବାକୁ ପ୍ରୟାସ କରିଥିଲେ ବୋଲି ପୁଲିସ କହିଛି। ଜାନୁଆରୀ ୨୬ରେ ଲାଲକିଲ୍ଳା ଉପରେ ଆକ୍ରମଣ କରିବାକୁ ଏମାନେ ଲକ୍ଷ୍ୟ ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି କୁହାଯାଇଛି।

ଏହିସବୁ ହିଂସା ପାଇଁ ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କୀ ନିର୍ଦ୍ଦେଶ ଦେଉଥିଲା।  ଦିଲ୍ଲୀ ବି॥ସ୍ଫୋରଣରେ ମୃତ ଡ. ଉମର ନବୀ ତୁର୍କୀ ରାଜଧାନୀ ଆଙ୍କାରାରେ ରୟସ୍ୟଜନକ ଭାବେ ଜଣେ ପାକ୍‌‌ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ। ତାର ନାମ ‘ଉକାସା’ ଥିଲା। ଏହା ତା’ର କୋଡ୍‌‌ ନାମ ହୋଇପାରେ ବୋଲି କୁହାଯାଉଛି। ଉମର ଓ ଫରିଦାବାଦ୍‌‌ ଟେରର ମଡ୍ୟୁଲ୍‌‌ରେ ଗିରଫ୍‌‌ ହୋଇଥିବା ଅନ୍ୟ ସଂଦିଗ୍ଧ ସେସନ ଆପ୍‌‌ (ଏକ ଏନ୍‌‌କ୍ରିଫ୍‌‌ଟେଡ ମେସେଜିଂ ପ୍ଲାଟଫର୍ମ) ଜରିଆରେ ଏହି ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ। ଏହି ହ୍ୟାଣ୍ଡଲର ଓ ସଂଦୀଗ୍ଧଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ନେଇ ଯାଞ୍ଚ୍‌‌ ଏଜେନ୍ସିଗୁଡିକ ତଦନ୍ତ କରୁଛନ୍ତି। ୨୦୨୨ ମାର୍ଚ୍ଚରେ ଉମର ଓ ଆଉ କେତେକ ସଂଦିଗ୍ଧ ତୁର୍କୀ ଯାଇଥିଲେ। ଏହା ଦ୍ୱାରା ତା’ର ବ୍ରେନ୍‌‌ ୱାସ୍ ହୋଇଥିଲା ବୋଲି କୁହାଯାଉଛି।

ଆତଙ୍କର ଜାଲ ବିଛାଉଥିଲା ଅହମ୍ମଦ ମହିଉଦ୍ଦିନ ସୟଦ

ଗୁଜରାଟ ଏଟିଏସ୍‌‌ ଡା ଅହମ୍ମଦ ମହିଉଦ୍ଦିନ ସୟଦଙ୍କୁ ଗିରଫ୍‌‌ କରିବା ପରେ ପୁଣିଥରେ ହାଇଦରାବାଦ ଆତଙ୍କବାଦ କାରଣରୁ ନଜରକୁ ଆସିଛି। ସେ ଦେଶ ବିରୋଧୀ ଗତିବିଧି ପାଇଁ ଷଡ଼ଯନ୍ତ୍ର ରଚୁଥିଲା। ସେ ସୋସିଆଲ ମିଡିଆରେ କଠୋରପନ୍ଥୀର ପରିଚୟ ହାସଲ କରିଥିଲା ଓ ଆତଙ୍କବାଦ ସହିତ ଜଡିତ ସାମଗ୍ରୀ ପୋଷ୍ଟ କରୁଥିଲା। ୨୦୦୭ରେ ଚୀନ୍‌‌ ଯାଇ ସେ ଏମ୍‌‌ବିବିଏସ୍‌‌ କରିଥିଲା। ୨୦୧୩ରେ ହାଇଦରାବାଦର ବିଭିନ୍ନ ହସ୍ପିଟାଲରେ ସେ ପ୍ରାକ୍ଟିସ କରୁଥିଲା। ଏହାପରେ କୋଭିଡ ପରେ ସେ ଛୋଟ ବିବ୍ୟସାୟ କରିଥିଲା। ଅନଲାଇନ ପ୍ଲାଟଫର୍ମରେ ସେ ଅବୁ ଖାଦିଜା ନାମକ ଏକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲା। ସେ ରିସିନ ଭଳି ବିଷାକ୍ତ ପଦାର୍ଥ ନେଇ ରାସାୟନିକର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା। ଗୁଜରାଟ ଏଟିସ ମହିଉଦ୍ଦିନ ସହ ଉତ୍ତରପ୍ରଦେଶର ଆଜାଦ ସୁଲେମାନ ଶେଖ ଓ ମହମ୍ମଦ ସୁହେଲ ସଲିମ ଖାନଙ୍କୁ ଗିରଫ କରିବା ପରେ ତଦନ୍ତ ନୂଆ ମୋଡ ନେଇଥିଲା। ବିଦେଶୀ ହ୍ୟାଣ୍ଡଲର ଅବୁ ଖାଦିଜାର ନିର୍ଦ୍ଦେଶ କ୍ରମେ ଏମାନେ କାର୍ଯ୍ୟ କରୁଥିଲେ। ଏବେ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ଫ ଓ ଗୁଜରାଟ ଏଟିଏସ୍‌‌ ମିଳିତ ଭାବେ ଯାଞ୍ଚ କରୁଛନ୍ତି ଓ ଏହାପରେ ଆତଙ୍କବାଦ ନେଟ୍‌‌ୱର୍କରେ ଏମାନଙ୍କ ଭୂମିକା ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Delhi Car Blast; ଷଡ଼ଯନ୍ତ୍ରର ପ୍ରମୁଖ କେନ୍ଦ୍ର ଅଲ୍‌-ଫଲାହ ବିଶ୍ବବିଦ୍ୟାଳୟ...
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମ୍‌ନାକୁ ଆସିଥିବା ଅଭିଯୁକ୍ତଙ୍କ ସମ୍ବନ୍ଧ ଫରିଦାବାଦର ଅଲ୍‌-ଫଲାହ ୟୁନିଭର୍ସିଟି ସହ ରହିଛି। ଏ ପର୍ଯ୍ୟନ୍ତ ମାମଲାରେ ୭ ଡାକ୍ତରଙ୍କ ନାମ ସାମ୍‌ନାକୁ ଆସିଲାଣି। ପରସ୍ପର ସହ ଏମାନଙ୍କର କୌଣସି ନା କୌଣସି ସମ୍ବନ୍ଧ ଥିବା ଜଣାପଡ଼ିଛି। ବିସ୍ଫୋରଣ ଦିନ କାର୍‌ ଚଳାଉଥିବା ଡ. ଉମର ଉନ ନବି ପ୍ରାଣ ହରାଇଥିବା କୁହାଯାଉଛି। ସେହିପରି ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଏବେ ବି ଫେରାର ରହିଛି। ଏପରି ସମୟରେ ଅଲ-ଫଲାହ ୟୁନିଭର୍ସିଟିର ଚାନ୍‌ସେଲର ମଧ୍ୟପ୍ରଦେଶରୁ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। ସେ ହିଁ ଏହି କଲେଜ ଖୋଲିଥିଲା ଏବଂ ନିଜେ ଚାନ୍‌ସେଲର ହୋଇଥିଲା।

ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ପର୍ଦ୍ଦାଫାସ୍ ହେବା ପରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟ ସୁରକ୍ଷା ଏଜେନ୍ସିଙ୍କ ରାଡାରରେ ରହିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି। ଆଜି ଏନଆଇଏ ଅଧିକାରୀ ଏହି ବିଶ୍ବବିଦ୍ୟାଳୟକୁ ଯାଇ ଯାଞ୍ଚ କରିଛନ୍ତି। ଦିଲ୍ଲୀ କାର୍ ବୋମା ବିସ୍ଫୋରଣର ସମସ୍ତ ଷଡ଼ଯନ୍ତ୍ର ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍‌ରେ କରା ଯାଇଥିଲା। ୧୭ ନମ୍ବର ବିଲ୍ଡିଂର ତୃତୀୟ ମହଲାରେ ଥିବା ଏହି ରୁମ୍ ଡାକ୍ତର ମୁଜାମିଲ ନାମରେ ଆବଣ୍ଟିତ ହୋଇଥିଲା। କିନ୍ତୁ ଏହି ରୁମ୍‌ରେ ଉମର ରହୁଥିଲା। ଉମରକୁ ପାଖରେ ଏକ କୋଠରୀ ଦିଆଯାଇଥିଲେ ବି ସେ ନିଜ ରୁମ୍‌ରେ ରହୁ ନ ଥିଲା। ଜମ୍ମୁ-କଶ୍ମୀର ପୁଲିସ, ହରିୟାଣା ପୁଲିସ ଏବଂ ଏନଆଇଏ ଏ ସମ୍ପର୍କରେ ପୁନର୍ବାର ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଛି। ବାହାରୁ ତାଲା ପଡ଼ିଥିବାରୁ ଏଟିଏସ ତୃତୀୟ ମହଲାରେ ଥିବା ଡାକ୍ତର ମୁଜାମିଲ ଏବଂ ଉମର ରୁମ୍‌ର କବାଟ ଭାଙ୍ଗି ତଲାସୀ ନେଇଥିଲା। ଏହି ଟିମ୍‌ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଞ୍ଚ କରିଥିଲା। ଏଠାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।

Delhi Car Blast; ଆସିଲା CCTV ଫୁଟେଜ୍, ଦେଖନ୍ତୁ କେତେ ଭୟଙ୍କର ଥିଲା ଏହି ବିସ୍ଫୋରଣ...

୧୦/୧୧ ବିସ୍ଫୋରଣ; ୩୭ ଦିନର ଷଡ଼ଯନ୍ତ୍ର, ବିବାହ କାର୍ଯ୍ୟକ୍ରମରେ ଗଠନ ହୋଇଥିଲା ଆତଙ୍କୀ ଗ୍ରୁପ୍‌...
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ (୧୦/୧୧) ଘଟଣାକୁ ‘ଆତଙ୍କୀ ଆକ୍ରମଣ’ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହି ଘଟଣା ପଛରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ)ର ‘ନୂଆ ହ୍ବାଇଟ କଲାର ଟେରର ମଡ୍ୟୁଲୋ’ର ପର୍ଦ୍ଦାଫାସ ହୋଇଛି। ଏହି ମଡ୍ୟୁଲ୍‌ରେ ପେଶାଦାର ଡାକ୍ତର ସାମିଲ ଥିବା ସହ ପାକିସ୍ତାନୀ ହ୍ୟାଣ୍ଡଲର୍ସ ସହ ଯୋଗାଯୋଗରେ ଥିଲେ। ହରିୟାଣାର ଫରିଦାବାଦ, ଜମ୍ମୁ-କଶ୍ମୀରର ପୁଲୱାମା ଏବଂ ଉତ୍ତର ପ୍ରଦେଶର ସହାରନପୁର ସହିତ ଅନେକ ଅଞ୍ଚଳରେ ଏହି ମଡ୍ୟୁଲ୍‌ କାମ କରୁଥିଲା।

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦/୧୧ ବିସ୍ଫୋରଣକୁ ନିନ୍ଦା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି। ଏହି ବିସ୍ଫୋରଣକୁ ଅତ୍ୟନ୍ତ ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯିବା ସହ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆପଣାଇବାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ ପୁଣି ଦୋହରାଇଛନ୍ତି ସରକାର। ଆକ୍ରମଣକୁ ବିଶ୍ୱର ଅନେକ ସରକାରଙ୍କ ନିନ୍ଦା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଦଣ୍ଡ ଦେବାକୁ ସୁରକ୍ଷା ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ଦିଲ୍ଲୀ ବିସ୍ଫୋରଣର ୩୭ ଦିନ ପୂର୍ବରୁ ଅକ୍ଟୋବର ୪ରେ ଏଥିସହିତ ସମ୍ପୃକ୍ତ ଗୋଷ୍ଠୀ ସକ୍ରିୟ ହୋଇଥିଲା। ସାହରନପୁରର ଏକ ବିବାହରେ ସବୁ ଆତଙ୍କୀ ଏକତ୍ରିତ ହୋଇ ଟେଲିଗ୍ରାମ୍‌ ଆପ୍‌ରେ ଏକ ଗ୍ରୁପ୍‌ ଆରମ୍ଭ କରିଥÒଲେ। ଏହା ପରେ ସେନାକୁ ଧମକାଉଥିବା ପୋଷ୍ଟର, ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ପାଣ୍ଠି ସଂଗ୍ରହ ପାଇଁ ନେଟୱର୍କ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ଥର ପାଇଁ ଅକ୍ଟୋବର ୧୯ରେ କଶ୍ମୀରରୁ ଜୈସର ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରୁ କୌଣସି ମଡ୍ୟୁଲୋ ସକ୍ରିୟ ଥିବା ଜଣାପଡ଼ିଥିଲା। ଏହି ଆତଙ୍କବାଦୀଙ୍କ ନେଟୱର୍କରେ ମହିଳା ସଦସ୍ୟ ଡ. ସାହିନ ସୈୟିଦ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମହିଳା ଶାଖାର ସେ ନେତୃତ୍ବ ନେଉଥିଲା। ଜୈସର ମୁଖିଆ ମାସୁଦ ଆଝାରର ଭଉଣୀ ସାଦିଆ ଆଝାର ସହ ସାହିନ ଯୋଗାଯୋଗରେ ଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଅକ୍ଟୋବର ୪ରେ ସହାରନପୁରରେ ଡ. ଆଦିଲର ବିବାହ ଡ. ରୁକୈୟା ସହ ହେଉଥିବାବେଳେ ଏହି ମଡ୍ୟୁଲୋ ସକ୍ରିୟ ହୋଇଥିଲା। ଏହି ବିବାହରେ କିଛି ସ୍ବତନ୍ତ୍ର ଅତିଥି ସାମିଲ ହୋଇଥିଲେ। ଏବେ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କୁ ଚିହ୍ନଟ କରୁଛନ୍ତି। ବିବାହର ଦିନକ ପରେ ଏହି ମଡ୍ୟୁଲୋ କାମ ଆରମ୍ଭ କରିଦେଇଥିଲା। ଡ. ଆଦିଲ ଲଜିଷ୍ଟିକ ଏବଂ ଆର୍ଥିକ ଚ୍ୟାନେଲକୁ ସମ୍ଭାଳୁ ଥିଲା। ମେଡିକାଲ ପ୍ରଫେସନ ଆଳରେ ପାଣ୍ଠି ସଂଗ୍ରହ ଏବଂ ଯୋଗାଣ ଚ୍ୟାନେଲ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଥିଲା।

ଅକ୍ଟୋବର ୧୯ରେ କଶ୍ମୀର ନୌଗାମ ଅଞ୍ଚଳରୁ ଜୈସ ପୋଷ୍ଟର ମିଳିବା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଏହାର କିଛି ଦିନ ପରେ ଅକ୍ଟୋବର ୨୭ରେ ୨୫ରୁ ଅଧିକ ପୋଷ୍ଟର ଲଗା ଯାଇଥିଲା। ୫୦ରୁ ଅଧିକ ଅଧିକାରୀ ଏହି ମାମଲାର ତଦନ୍ତ କରିଥିଲେ। ସିସିଟିଭିରେ ଡ. ଆଦିଲକୁ ଦେଖିବାକୁ ପାଇଥିଲେ। ସେ ପାକିସ୍ତାନୀ ହ୍ୟାଣ୍ଡଲର୍ସଙ୍କ ସହ ଜଡ଼ିତ ଥିବା ଫୋନ୍‌ ସର୍ଭିଲାନ୍ସରୁ ଜଣା ପଡ଼ିଥିଲା। ସହାରନପୁରରେ ତାର ଫୋନ ଥିବା ଜଣାପଡ଼ିଥିଲା। ଗତ ୬ ତାରିଖରେ ତାକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଏକେ-୪୭, ଗ୍ରେନେଡ ଏବଂ ବିସ୍ଫୋରକ ଜବତ କରାଯାଇଥିଲା। ଜେରା ସମୟରେ ଫରିଦାବାଦରେ ପଢୁଥିବା ଡ.ମୁଜାମିଲ ପାଖରେ ବିପୁଳ ବିସ୍ଫୋରକ ଥିବା ସେ କହିଥିଲା। ଏହା ପରେ ଗତ ୯ ତାରିଖରେ ଜମ୍ମୁ-କଶ୍ମୀର ପୁଲିସ ହାଇଦରାବାଦରେ ପହଞ୍ଚି ୧୦ ତାରିଖରେ ମୁଜାମିଲକୁ ଧରି ଥିଲା।  ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଜଣ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଡାକ୍ତର ମଧ୍ୟ ଫେରାର ରହିଛି।
ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ କମିଟି ବୈଠକ ଡକାଇ ଥିଲେ। ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ବିଦେଶମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହୋଇଥିଲେ। ଏଥିରେ ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ଏବଂ ୨ ମିନିଟ ପାଇଁ ମୌନ ରଖାଯାଇଥିଲା।

ଟାର୍ଗେଟ୍‌ ଥିଲା ଡିସେମ୍ବର ୬

-ବାହାରିଲା ତୁର୍କୀ, ଆଫଗାନିସ୍ତାନ ସହ ଉମର୍‌ର ଲିଙ୍କ୍‌

ଦିଲ୍ଲୀ ବିସ୍ଫୋରଣ ତଦନ୍ତରୁ ଭୟଙ୍କର ତଥ୍ୟ ସାମ୍‌ନାକୁ ଆସିଛି। ବିସ୍ଫୋରକ ଭର୍ତ୍ତି କାର୍‌ ଚଲାଇ ନିଜକୁ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଡ. ଉମର ନବି ଲିଙ୍କ ଆଫଗାନିସ୍ତାନ ଏବଂ ତୁର୍କୀକୁ ଲମ୍ବିଛି। ସେହିପରି ସେ ଡିସେମ୍ବର ୬ରେ ସିରିଜ୍‌ ବିସ୍ଫୋରଣ କରିବାକୁ ଚାହୁଁଥିଲା; କାରଣ ଏହି ଦିନ ବାବ୍ରୀ ମସ୍‌ଜିଦ ଧ୍ବଂସ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ୩ ଡାକ୍ତରଙ୍କ ସହ ବିସ୍ଫୋରକ ଜବତ ହେବା ପରେ ବିଚଳିତ ହୋଇ ସେ ଲାଲ୍‌କିଲ୍ଲାରେ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ ଉମର୍‌ର ବିଦେଶୀ ଲିଙ୍କ୍‌ ସାମ୍‌ନାକୁ ଆସିଛି। ତୁର୍କୀ ଏବଂ ଆଫଗାନିସ୍ତାନର ନଙ୍ଗରହାରରେ ଥିବା ହ୍ୟାଣ୍ଡଲରଙ୍କ ସହ ନବି ଯୋଗାଯୋଗରେ ଥିଲା। ଡ. ମୁଜାମିଲ ଏବଂ ଡ. ଉମର୍‌ର ପାସପୋର୍ଟରୁ ଏହି ଦୁଇଜଣ ତୁର୍କୀ ଗସ୍ତ କରିଥÒବାର ପ୍ରମାଣ ମିଳିଛି। ତୁର୍କୀ ଏବଂ ନଙ୍ଗରହାରରେ ବସିଥିବା ଆତଙ୍କବାଦୀଙ୍କ ସଙ୍କେତରେ ଏହି ଆକ୍ରମଣ ହୋଇଥିଲା ବୋଲି କୁହାଯାଉଛି। ଏହି ହ୍ୟାଣ୍ଡଲରମାନେ କ୍ରମାଗତ ଭାବେ ଉମର୍‌ ସହ ଯୋଗାଯୋଗରେ ଥିଲେ। ଏହି ଡାକ୍ତର ମଡ୍ୟୁଲୋ ବିଷୟରେ ଉଭୟେ ତାଙ୍କ ହ୍ୟାଣ୍ଡଲରଙ୍କୁ ସୂଚନା ଦେଉଥିଲେ। ନିର୍ଦ୍ଦିଷ୍ଟ ଆପ୍‌ ଜରିଆରେ ହ୍ୟାଣ୍ଡଲର୍‌ମାନଙ୍କ ସହ ଯୋଗାଯୋଗ କରାଯାଉଥିଲା।

Red Fort car blast: ଆରଡିଏକ୍ସଠାରୁ ବି ଭୟଙ୍କର ଥିଲା; ଦିଲ୍ଲୀ ନୁହେଁ, ଉତ୍ତର ପ୍ରଦେଶରେ ହେବାର ଥିଲା ବିସ୍ଫୋରଣ...
ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ସୋମବାର ହୋଇଥିବା ବିସ୍ଫୋରଣ ଆରଡଏକ୍ସଠାରୁ ବି ଭୟଙ୍କର ଥିଲା। ଏଥିରେ ଆମୋନିୟମ ନାଇଟ୍ରେଟ ଫୁଏଲ ଅଏଲ (ଏଏନଏଫଓ) ଏବଂ ଡିଟୋନେଟର୍ସ ବ୍ୟବହାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ଘଟଣାସ୍ଥଳରୁ ଆମୋନିୟମ ନାଇଟ୍ରେଟ ମିଳିଛି। ଏହି ବିସ୍ଫୋରକ ଆଇଇଡିଠାରୁ ବି ଭୟଙ୍କର ହୋଇଥିଲେ ବି ସହଜରେ ମିଳି ଯାଇଥାଏ। କମ୍‌ ଖର୍ଚ୍ଚରେ ଏହା ଅଧିକ କ୍ଷୟକ୍ଷତି ଘଟାଇ ଥାଏ। ଏଥିପାଇଁ ଆତଙ୍କବାଦୀ ମାନେ ଏହାକୁ ବ୍ୟବହାର କରୁଛନ୍ତି। ତେବେ ଫରେନସିକ ରିପୋର୍ଟ ଆସିବା ପରେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ଗତ ସପ୍ତାହରେ ପର୍ଦ୍ଦାଫାସ ହୋଇଥିବା ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋର ସଦସ୍ୟ ଡ. ମହମ୍ମଦ ଉମର ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା କୁହାଯାଉଛି। ସେ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଏହି ଯୋଜନା କରିଥିଲା। ଏଥିରେ ବ୍ୟବୃତ ଏଏନଏଫଓ ଅଧିକ ଜ୍ବଳନଶୀଳ ପଦାର୍ଥ। ବିଶେଷ କରି ଉଦ୍ୟୋଗିକ ବିସ୍ଫୋରଣ ଲାଗି ଏହାକୁ ବ୍ୟବହାର କରାଯାଇଥାଏ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିପୁଳ ବିସ୍ଫୋରକ ସହ ସହଯୋଗୀ ଡ. ମୁଜାମିଲ ସକିଲ ଗିରଫ ହେବା ପରେ ଡ. ଉମର ଭୟଭୀତ ହୋଇ ଯାଇଥିଲା। ପରେ ସେ ଦୁଇ ସହଯୋଗୀଙ୍କ ସହାୟତାରେ ଏକ କାର୍‌ରେ ଡେଟୋନିଟର ସହିତ ଅନ୍ୟ ବିସ୍ଫୋରକ ନେଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରକ କେଉଁଠୁ ଆସିଥିଲା ଏବଂ କିଏ ଆଣିଥିଲା ଏବେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଆଖପାଖରେ ଥିବା ଗାଡ଼ି ଗୁଡିକର ଝରକା ଭାଙ୍ଗି ଯାଇଥିଲା। ଆପେ ଆପେ ଏୟାର ବ୍ୟାଗ୍‌ ବାହାରି ଯାଇଥିଲା। ପ୍ରାୟ ୨ କିମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା।

ଅନ୍ୟପଟେ ଏହି ବିସ୍ଫୋରଣ ଭେଇକିଲ-ବର୍ଣ୍ଣ ଇମ୍‌ପ୍ରୋଭାଇଜ୍ଡ ଏକ୍ସପ୍ଲୋଜିଭ ଡିଭାଇସ (ଭିବିଆଇଡି) ଥିବା କୁହାଯାଉଛି। କାରଣ ପୂର୍ବରୁ ଆତଙ୍କବାଦୀ ଏହାର ବ୍ୟବହାର କରିଛନ୍ତି। ଏକ ଗାଡ଼ିରେ ବିସ୍ଫୋରକ ନେଇ ତାହାକୁ ଉଡ଼ାଇ ଦିଅନ୍ତି। ଏହି ପ୍ରକ୍ରିୟାକୁ ଠାବ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ଆତଙ୍କବାଦୀଙ୍କୁ ଚିହ୍ନଟ କରି ଜେରା କରିବା ମଧ୍ୟ କାଠିକର ହୋଇଥାଏ। ନିଜ ଉପସ୍ଥିତି ଦର୍ଶାଇବା ପାଇଁ କିମ୍ବା ଭାରତଠାରୁ ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଏଭଳି ଆକ୍ରମଣ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଯେଉଁ ବିସ୍ଫୋରଣ ହୋଇଥିଲା ତାହାକୁ ୪୬୦ କିମି ଦୂର ଉତ୍ତର ପ୍ରଦେଶ (ୟୁପି) ରେ କରାଇବାକୁ ଯୋଜନା କରାଯାଇଥିଲା। ଜମ୍ମୁ-କଶ୍ମୀର ପୁଲିସ ଏବଂ ଗୁଜରାଟ ଏଟିଏସ ପକ୍ଷରୁ ଦିଆଯାଇଥିବା ଏହି ସୂଚନା ୟୁପି ସୁରକ୍ଷା ଏଜେନ୍ସି ଗୁଡିକର ହୋସ୍‌ ଉଡ଼ାଇ ଦେଇଛି। ୟୁପିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ଏହି ସୂଚନା ମିଳିବା ପରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ଆତଙ୍କବାଦୀଙ୍କ ନିଶାଣରେ ଲକ୍ଷ୍ନୌ, କାଶୀ, ମଥୁରା, ଅଯୋଧ୍ୟା ଭଳି ବଡ଼ ସହର ଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ୟୁପିରେ ଦୁଇଟି ଅଲଗା ଅଲଗା ଆତଙ୍କବାଦୀ ମଡ୍ୟୁଲୋ ସାମ୍‌ନାକୁ ଆସିଥିଲା। ଗୋଟିଏକୁ ଗୁଜରାଟ ପୁଲିସ ଏବଂ ଅନ୍ୟଟିକୁ ଜମ୍ମୁ-କଶ୍ମୀର ପୁଲିସ ବିଫଳ କରିଦେଇଛି। ଏଥିପାଇଁ ଆତଙ୍କବାଦୀ ଅନ୍ୟ ଯୋଜନା କରୁଛନ୍ତି।