Prathamasthami - The Sakala

ଆଜି ପ୍ରଥମାଷ୍ଟମୀ; ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର, ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଭାର...
ପୁରୀ: ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୁଧବାର ଭୋଗମଣ୍ଡପ ବଢ଼ିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯିବ। ପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯିବ। ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳି ମାଧବଙ୍କ ପୀଠରୁ ଗତ ପାଞ୍ଚବର୍ଷ ହେବ ପୋଢୁଆଁ ଭାର ଆସୁଛି। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି। ଏବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି। ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦାନ ଆକାରରେ ଗ୍ରହଣ କରିଛି।

ଗତକାଲି ଅପରାହ୍‌ଣରେ ମାଧବ ମନ୍ଦିରରୁ ଭାର ଆଣି ଆସିଥିବା ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ ଚନ୍ଦନକାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ଆସିଛି। ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଶୋଭାଯାତ୍ରା କରି ଏହି ଭାର ଶ୍ରୀମନ୍ଦିରକୁ ନେଇଥିଲେ। ଆଗରେ ଭୋଇ ସେବକମାନେ ପତାକା ଧରି ଚାଲିଥିଲେ। ଢୋଲିଆ ଓ ମହୁରିଆ ମଙ୍ଗଳ ବାଦ୍ୟରେ କମ୍ପିଥିଲା ପରିବେଶ। ପଛକୁ ପଛ ସଂକୀର୍ତ୍ତନ, ଲଉଡ଼ି ଖେଳ, ନୃତ୍ୟ ଆଦି ପରିବେଷଣ କରାଯାଉଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଡୋନେସନ୍‌ ସେଲ୍‌ରେ ଏହି ଭାର ରଖାଯାଇଛି ଶ୍ରୀଶ୍ରୀମାଧବାନନ୍ଦଜୀଉ ବିକାଶ ପରିଷଦ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ଥିଲେ।