Delhi blast - The Sakala

ଦିଲ୍ଲୀ କାର୍‌ ବିସ୍ଫୋରଣ ପାଇଁ ଆସିଥିଲା ୪୦ ଲକ୍ଷ, ଟଙ୍କା ଭାଗବାଣ୍ଟାକୁ ନେଇ ଆତଙ୍କୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା
ନୂଆଦିଲ୍ଲୀ: ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପାଇଁ ମିଳିଥିଲା ୪୦ ଲକ୍ଷ ଟଙ୍କା । ଏହି ୪୦ ଲକ୍ଷ ଟଙ୍କା ପାଇଁ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ଡକ୍ଟର ଉମର ଏବଂ ଡକ୍ଟର ମୁଜାମ୍ମିଲ ମଧ୍ୟରେ ବିବାଦ ହୋଇଥିଲା । ଏହି ପାଣ୍ଠି ଜମାତରୁ ଆସିଥିଲା। ଏହି ଟଙ୍କା ବ୍ୟବହାର କରି ସାମଗ୍ରୀ କିଣିବା ନେଇ ଉମର ଏବଂ ମୁଜାମ୍ମିଲ ମଧ୍ୟରେ ବିବାଦ ଥିଲା। ଏହି ମାମଲାରେ ଏନଆଇଏ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ମସଜିଦରୁ ମୌଲବୀ ଇସ୍ତିଆକକୁ ଗିରଫ କରିଛି। ସେ ଜମାତ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଇଥିଲା। ଏହାକୁ ମୁଜାମ୍ମିଲ ବିସ୍ଫୋରଣ ପାଇଁ ସାମଗ୍ରୀ କିଣିବାରେ ବ୍ୟବହାର କରିଥିଲେ। ଅନ୍ୟପଟେ ସବୁ ଆତଙ୍କବାଦୀ ପୃଥକ ହ୍ୟାଣ୍ଡଲରଙ୍କ ସଂସ୍ପର୍ଶରେ ଥିଲେ ବୋଲି ଜଣାପଡ଼ିଛି।

ଉମର ଓ ମୁଜମିଲ୍‌କୁ ମିଳିଥିବା ୪୦ ଲକ୍ଷ ଟଙ୍କାରେ ଅନେକ ପ୍ରକାରର ବିସ୍ଫୋରକ ସାମଗ୍ରୀ କିଣାଯାଇଥିଲା । ଗିରଫ ମୌଲବୀକୁ ଏକ କଠୋରପନ୍ଥୀ ଗୋଷ୍ଠୀ ଜରିଆରେ ପାକିସ୍ତାନ ଟଙ୍କା ପଠାଉଥିଲା । ମୌଲବୀ ଏହି ୪୦ ଲକ୍ଷ ଟଙ୍କା ନେଇ ଉମରକୁ ଦେଉଥିଲା । ଏହାପରେ ଉମର ଓ ମୁଜମିଲ୍‌ ମିଳିମିଶି ବିସ୍ଫୋରକ ସାମଗ୍ରୀ କିଣୁଥିଲେ । ତଦନ୍ତ ବେଳେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି । ଫରିଦାବାଦ ପୁଲିସ ଧୋଜ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଛାନଭିନ୍‌ ଚଳାଇଥିଲା । ଏଠାରେ ଥିବା ମସଜିଦ, ଦୋକାନ, ହୋଟେଲ୍‌ ଓ ଏକାଧିକ ଘରେ ଚଢ଼ାଉ କରିଥିଲା ପୁଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ପ୍ରତ୍ୟେକ ଅଲଗା ଅଲଗା ହ୍ୟାଣ୍ଡଲରକୁ ରିପୋର୍ଟ କରୁଥିଲେ । ବିସ୍ଫୋରଣ ଘଟାଇଥିବା ଡାକ୍ତର ଉମର୍‌ର ଦୁଇ ଜଣ ହ୍ୟାଣ୍ଡଲର ଥିଲେ । ଏହି ଦୁଇ ହ୍ୟାଣ୍ଡଲରଙ୍କ ଜଣେ ବରିଷ୍ଠ ଆତଙ୍କୀ ହ୍ୟାଣ୍ଡଲର ରହିଥିଲା । ଯିଏ କି ପୂରା ଗତିବିଧିର ତଦାରଖ କରୁଥିଲା ।

୨୬/୧୧ ଭଳି ବହୁ ସହରରେ ଆକ୍ରମଣ ଯୋଜନା ପଣ୍ଡ, ୨୦୦ ବୋମାରେ ହୋଇଥାନ୍ତା ସିରିଜ୍‌ ବିସ୍ଫୋରଣ....
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣଠାରୁ ଅତି ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ। ଏହି ଫରିଦାବାଦ ମଡ୍ୟୁଲୋରେ ସାମିଲ ଆତଙ୍କବାଦୀମାନେ ୨୦୦ ବୋମା (ଆଇଇଡି)ରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ଫରିଦାବାଦରୁ ଗିରଫ ଡ. ସାହିନ ସାହିଦ ଦୁଇ ବର୍ଷ ହେଲା ବିସ୍ଫୋରକ ସଂଗ୍ରହ କରୁଥିଲା। ସାହିନ ଏବଂ ତାର ସହଯୋଗୀ ମିଶି ‘ହ୍ବାଇଟ କଲାର ଟେରର ମଡ୍ୟୁଲୋ’ ଗଠନ କରିଥିଲେ। କାହାକୁ ସନ୍ଦେହ ନ ହେବା ପାଇଁ ଏଥିରେ କେବଳ ବୃତ୍ତିଗତ ଲୋକଙ୍କୁ ସାମିଲ କରିଥିଲେ। ଏହି ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଏବଂ ଅନ୍‌ସାର ଗଜୱତ-ଉଲ-ହିନ୍ଦ ନାମକ ସଂଗଠନ ସହ ଜଡ଼ିତ ଥିଲେ।

ହରିୟାଣା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମଡ୍ୟୁଲୋ ୨୦୦ରୁ ଅଧିକ ଆଇଇଡି ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ୨୯୦୦ କେଜି ବିସ୍ଫୋରକ ସହିତ ଟାଇମର ଏବଂ ବୋମା ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଆଣି ଥିଲେ। ଏମାନେ ଏକାସଙ୍ଗେ ଅନେକ ସହରରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। କେବଳ ବିସ୍ଫୋରଣ ନୁହେଁ, ଏକେ-୫୬, ୪୭ ଭଳି ରାଇଫଲରୁ ସାର୍ବଜନୀନ ସ୍ଥାନରେ ଗୁଳିଗୋଳା ମାଡ଼ କରି ଲୋକଙ୍କ ଜୀବନ ନେବାକୁ ଚାହୁଁଥିଲେ। ଆଖପାଖରେ ଡାକ୍ତରଖାନା ନ ଥିବା ଅଞ୍ଚଳକୁ ନିଶାଣ କରିବାକୁ ଯୋଜନା କରିଥିଲେ। ଲୋକଙ୍କୁ ସହଜରେ ହସ୍ପିଟାଲରେ ପହଞ୍ଚିବାକୁ ନ ଦେବା ପାଇଁ ଏପରି କରିଥିଲେ।

ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦ ନିଶାଣରେ ଥିଲା। ଦିଲ୍ଲୀର ଲାଲକିଲ୍ଲା, ଇଣ୍ଡିଆ ଗେଟ୍‌, କନ୍‌ଷ୍ଟିଚ୍ୟୁସନ କ୍ଳବ ଏବଂ ଗୌରୀ ଶଙ୍କର ମନ୍ଦିର ଭଳି ପ୍ରମୁଖ ସ୍ଥାନକୁ ଆକ୍ରମଣ ପାଇଁ ଆତଙ୍କବାଦୀ ବାଛି ଥିଲେ। ଏହା ବ୍ୟତୀତ ସାରା ଦେଶର ରେଳ ଷ୍ଟେସନ ଏବଂ ବଡ଼ ମଲ୍‌ ମଧ୍ୟ ଟାର୍ଗେଟରେ ଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷଡ଼ଯନ୍ତ୍ର ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଜେଇଏମ ସହ ଏହି ଆତଙ୍କବାଦୀଙ୍କ ସମ୍ପର୍କ ଥିଲା। ଧାର୍ମିକ ସ୍ଥଳରେ ଆକ୍ରମଣ କରି ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଏଥିପାଇଁ କଶ୍ମୀରର ପୁଲୱାମା, ସୋପିଆନ ଏବଂ ଅନନ୍ତନାଗର କିଛି ଡାକ୍ତରଙ୍କୁ ବାଛି ଥିଲେ। ବିନା ସମସ୍ୟାରେ ଆକ୍ରମଣ ପାଇଁ ଏହି ପନ୍ଥା ଆପଣାଇ ଥିଲେ। ଆତଙ୍କବାଦୀମାନେ ଫରିଦାବାଦରେ ଦୁଇଟି ଘର ଭଡ଼ା ନେଇଥିଲେ। ପ୍ରଥମ ଠିକଣାଟି ଧୌଜ ଗ୍ରାମରେ ଥିଲା। ଏହା ଫଲାହ ବିଶ୍ବବିଦ୍ୟାଳୟରୁ ମାତ୍ର ୩୦୦ ମିଟର ଦୂରରେ ରହିଛି। କୋଠା ତିଆରି ପାଇଁ ସାମଗ୍ରୀ ଯୋଗାଣ କରୁଥିବା ଇକବାଲ ଏହି ଆତଙ୍କବାଦୀମାନଙ୍କୁ ଘର ଦେଇଥିଲା। ତା ଘରୁ ୩୬୦ କେଜି ଆମୋନିୟମ ନାଇଟ୍ରେଟ, ରାଇଫଲ୍ସ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଥିଲା। ଏଠାରେ ଏକ ସିମେଣ୍ଟ ଗୋଦାମ ଥିଲା। କାହାର ସନ୍ଦେହ ନ ହେବା ପାଇଁ ବିସ୍ଫୋରକ ଏଠାରେ ରଖା ଯାଇଥିଲା। ସେହିପରି ଅନ୍ୟ ଠିକଣାଟି ଫତେହପୁର ଗ୍ରାମରେ ଥିଲା। ଏହା ବିଶ୍ବବିଦ୍ୟାଳୟରୁ ତିନି କିମି ଦୂରରେ ରହିଥିଲା। ଏହା ନୁହ ବାସିନ୍ଦା ମୌଲବୀ ଇସ୍ତିୟାକର ଘର ଥିଲା। ଏଠାରୁ ୨୫୬୩ କେଜି ଆମୋନିୟମ ନାଇଟ୍ରେଟ ଜବତ କରାଯାଇଥିଲା। ଜାଣିଶୁଣି ମୁସଲିମ ବହୁଳ ଅଞ୍ଚଳରେ ଘର ଭଡ଼ା ନେଇ ଏହା ରଖାଯାଇଥିଲା। ଏହି ଘର ବାହାରେ ସିସିଟିଭି ଲାଗିଥିଲା। ମୌଲବୀର ଘର ହୋଇଥିବାରୁ ସନ୍ଦେହର କୌଣସି ଆଶଙ୍କା ନ ଥିଲା। କାରଣ ମୁସଲିମ ସମାଜ ମୌଲବୀଙ୍କ ଘରେ ଥିବା ଭଡ଼ାଟିଆଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ନ ଥାଏ।

ଦିଲ୍ଲୀ ବିସ୍ଫୋରଣ ପଛରେ କିଏ ? ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ: ୧୯୯୬ରୁ ୨୦୨୫...
ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ  ନେସନାଲ ସିକୁରିଟି ଗାର୍ଡ, ନେସନାଲ ସିକୁରିଟି ଏଜେନସି, ଦିଲ୍ଳୀ ପୁଲିସ ଏବଂ ଫରେନସିକ୍ ସାଇନ୍ସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ଏହି ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ ପଛରେ କିଏ, ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଯେଉଁ କାରରେ ବିସ୍ଫୋରଣ ହୋଇଛି, ତାହାର ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।  ମହମ୍ମଦ ସଲମାନ ନାମକ ଏହି ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଉକ୍ତ କାରକୁ  ଓଖଲାର ଦେବେନ୍ଦ୍ର ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ପୁଣି ଦେବେନ୍ଦ୍ର ଏହି କାରକୁ ଅମ୍ବାଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ।  ସଲମାନଙ୍କ ଘର ହରିଆଣାର ଗୁରୁଗ୍ରାମ ହୋଇଥିବା ବେଳେ କାରର ନମ୍ବର ମଧ୍ୟ ହରିଆଣାରେ ପଞ୍ଜୀକରଣ ହୋଇଛି। ତେବେ ଏବେ ଯେଉଁ ଲୋକର ନାମରେ ଏହି କାର ରହିଛି, ତାହାକୁ ପୁଲିସ ଖୋଜୁଛି। ଏହି ବିସ୍ଫୋରଣରେ ସେମାନଙ୍କର ସଂପୃକ୍ତି ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହି କାରଟି ହେଉଛି ହୁଣ୍ଡାଇ ଆଇ-୨୦ କାର ଏବଂ ଏଥିରେ ତିନି ଚାରି ଜଣ ଲୋକ ବସିଥିଲେ ବୋଲି କୁହାଯାଉଛି। ପୁଲିସ ଏଅଧିକ କିଛି ସୂଚନା ଦେଉନାହିଁ।

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଥିବା ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ଏସଂପର୍କରେ ପଚରାଉଚରା କରୁଛି।ଆଜିର ବିସ୍ଫୋରଣ ସହିତ ସେମାନଙ୍କର ସଂପର୍କ ରହିଛି କି ନାହିଁ ତାହାର ଖୋଳତାଡ଼ କରରୁଛି ପୁଲିସ।  ଗିରଫ ୮ ଜଣଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ୭ ଜଣ ହେଉଛନ୍ତି କଶ୍ମୀର ବାସିନ୍ଦା। ସେମାନେ ମଧ୍ୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ ଆଗରେ ବୟାନ ଦେଇଥିଲେ॥ ତେଣୁ ଆଜିର ବିସ୍ଫୋରଣ ପଛରେ ସେମାନଙ୍କ ଗୋଷ୍ଠୀର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସେମାନେ ଆଉ କାହା ସହିତ ସଂପର୍କରେ ଥିଲେ, ସେସଂପର୍କରେ ସୂଚନା ହାସଲ ଲାଗି ଆଜି ରାତି ତମାମ ସେମାନଙ୍କୁ ଜେରା କରାଯାଉଛି।  ଇଈତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ପରେ ବିସ୍ଫୋରଣ ସ୍ଥଳକୁ ମଧ୍ୟ ଯାଇଥିଲେ।

ଦିଲ୍ଲୀ ବିସ୍ଫୋରଣରରେ ନୂଆ ପାଟର୍ଣ୍ଣ; ହୋଇନି ଖାଲ କି କଳା ପଡ଼ିନି ଆହତଙ୍କ ଶରୀର

ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣରେ ନୂଆ ପାଟର୍ଣ୍ଣ ସାମ୍‌ନାକୁ ଆସିଛି। ଯେଉଁ କାର୍‌ରେ ବିସ୍ଫୋରଣ ହୋଇଥିଲା, ସେଥିରେ ଆଉ କିଛି ଲୋକ ବସି ଥିଲେ। ତେବେ ଏହି ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ କୌଣସି ଖାଲ ହୋଇ ନ ଥିଲା। ଆହତଙ୍କ ଶରୀରରେ କଣ୍ଟା କିମ୍ବା ତାର ପଶି ଯାଇ ନ ଥିଲା। ଆହତ ବ୍ୟକ୍ତିଙ୍କ ମୁହଁ କିମ୍ବା ଶରୀର କଳା ପଡ଼ି ନ ଥିଲା। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହା ସାଧାରଣ ବିସ୍ଫୋରଣ ନ ଥିଲା। ଏହା ଏକ ବଡ଼ ବୋମା ବିସ୍ଫୋରଣ ଥିଲା। ୨୦୦ ମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଏହା ଏକ ବଡ଼ ଆତଙ୍କବାଦୀ ଘଟଣା ବୋଲି ଜଣାପଡୁଛି। ଏବେ ଯାଞ୍ଚ ଜାରି ରହିଛି। ଏବେ ବିସ୍ଫୋରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ବିସ୍ଫୋରଣରେ କେଉଁ ବାରୁଦ ବ୍ୟବହାର କରାଯାଇଥିଲା?   କାହିଁକି ବିସ୍ଫୋରଣ ପରେ ମୃତାହତଙ୍କ ଶୀରର କଳା ପଡ଼ି ନ ଥିଲା? କାର୍‌ ଭିତରେ କିଏ ବସି ଥିଲେ?  ଜମ୍ମୁ-କଶ୍ମୀରରୁ ଜବତ ବିସ୍ଫୋରକ ସହ ଏହାର କୌଣସି ଲିଙ୍କ୍‌ ନାହିଁ ତ?  ବିସ୍ଫୋରଣ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଉଠୁଛି।

ଆତଙ୍କୀଙ୍କ ଟାର୍ଗେଟରେ  ଦିଲ୍ଲୀ: ୧୯୯୬ରୁ ୨୦୨୫

୧୯୯୬ ମେ ୨୫: ଲାଜପତ ନଗରରେ ବିସ୍ଫୋରଣ, ୨୦ ମୃତ
୧୯୯୭ ନଭେମ୍ବର ୩୦; ଲାଲକିଲ୍ଳା ଅଞ୍ଚଳରେ ଟ୍ୱିନ୍‌‌ ବ୍ଲାଷ୍ଟ, ୩ ମୃତ
୧୯୯୭ ଡିସେମ୍ବର ୩୦: ପଞ୍ଜାବୀ ବାଗରେ ବସ୍‌‌ ବିସ୍ଫୋରଣ, ୪ମୃତ
୨୦୦୦ ଜନୁ ୧୮; ଲାଲକିଲ୍ଲାରେ ଦୁଇଟି ବିସ୍ଫୋରଣ,  ୨ ମୃତ
୨୦୦୧ ଡିସେମ୍ବର: ପାର୍ଲାମେଣ୍ଟ ଉପରେ ଆକ୍ରମଣ, ୯ ସୁରକ୍ଷା କର୍ମୀ ସହିଦ
୨୦୦୫ ଅକ୍ଟୋବର ୨୯: ସରୋଜିନୀ ନଗର, ପାହାଡଗଞ୍ଜରେ ବିସ୍ଫୋରଣ, ୬୭ ମୃତ
୨୦୦୬ ଏପ୍ରିଲ ୧୪; ଜାମା ମସଜିଦ ପରିସରରେ ବିସ୍ଫୋରଣ, ୧୪ ଆହତ
୨୦୦୮ସେପ୍ଟେମ୍ବର ୧୩; କାରୋଲ ବାଗ, କନଟ ପ୍ଲେସ, ଗ୍ରେଟର କୈଳାଶ-୧ରେ ସିରିଜ ବିସ୍ଫୋରଣ,  ୩୦ ମୃତ
୨୦୧୧ ମେ ୨୫:  ଦିଲ୍ଳୀ ହାଇକୋର୍ଟ ପାର୍କିଂ ଲଟ୍‌‌ରେ ବିସ୍ଫୋରଣ, ୧୫ ମୃତ
୨୦୨୫ନଭେମ୍ବର ୧୦: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ, ୮ ମୃତ