Delhi Car Blast - The Sakala

ଦିଲ୍ଲୀ କାର୍‌ ବିସ୍ଫୋରଣ ପାଇଁ ଆସିଥିଲା ୪୦ ଲକ୍ଷ, ଟଙ୍କା ଭାଗବାଣ୍ଟାକୁ ନେଇ ଆତଙ୍କୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା
ନୂଆଦିଲ୍ଲୀ: ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପାଇଁ ମିଳିଥିଲା ୪୦ ଲକ୍ଷ ଟଙ୍କା । ଏହି ୪୦ ଲକ୍ଷ ଟଙ୍କା ପାଇଁ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ଡକ୍ଟର ଉମର ଏବଂ ଡକ୍ଟର ମୁଜାମ୍ମିଲ ମଧ୍ୟରେ ବିବାଦ ହୋଇଥିଲା । ଏହି ପାଣ୍ଠି ଜମାତରୁ ଆସିଥିଲା। ଏହି ଟଙ୍କା ବ୍ୟବହାର କରି ସାମଗ୍ରୀ କିଣିବା ନେଇ ଉମର ଏବଂ ମୁଜାମ୍ମିଲ ମଧ୍ୟରେ ବିବାଦ ଥିଲା। ଏହି ମାମଲାରେ ଏନଆଇଏ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ମସଜିଦରୁ ମୌଲବୀ ଇସ୍ତିଆକକୁ ଗିରଫ କରିଛି। ସେ ଜମାତ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଇଥିଲା। ଏହାକୁ ମୁଜାମ୍ମିଲ ବିସ୍ଫୋରଣ ପାଇଁ ସାମଗ୍ରୀ କିଣିବାରେ ବ୍ୟବହାର କରିଥିଲେ। ଅନ୍ୟପଟେ ସବୁ ଆତଙ୍କବାଦୀ ପୃଥକ ହ୍ୟାଣ୍ଡଲରଙ୍କ ସଂସ୍ପର୍ଶରେ ଥିଲେ ବୋଲି ଜଣାପଡ଼ିଛି।

ଉମର ଓ ମୁଜମିଲ୍‌କୁ ମିଳିଥିବା ୪୦ ଲକ୍ଷ ଟଙ୍କାରେ ଅନେକ ପ୍ରକାରର ବିସ୍ଫୋରକ ସାମଗ୍ରୀ କିଣାଯାଇଥିଲା । ଗିରଫ ମୌଲବୀକୁ ଏକ କଠୋରପନ୍ଥୀ ଗୋଷ୍ଠୀ ଜରିଆରେ ପାକିସ୍ତାନ ଟଙ୍କା ପଠାଉଥିଲା । ମୌଲବୀ ଏହି ୪୦ ଲକ୍ଷ ଟଙ୍କା ନେଇ ଉମରକୁ ଦେଉଥିଲା । ଏହାପରେ ଉମର ଓ ମୁଜମିଲ୍‌ ମିଳିମିଶି ବିସ୍ଫୋରକ ସାମଗ୍ରୀ କିଣୁଥିଲେ । ତଦନ୍ତ ବେଳେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି । ଫରିଦାବାଦ ପୁଲିସ ଧୋଜ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଛାନଭିନ୍‌ ଚଳାଇଥିଲା । ଏଠାରେ ଥିବା ମସଜିଦ, ଦୋକାନ, ହୋଟେଲ୍‌ ଓ ଏକାଧିକ ଘରେ ଚଢ଼ାଉ କରିଥିଲା ପୁଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ପ୍ରତ୍ୟେକ ଅଲଗା ଅଲଗା ହ୍ୟାଣ୍ଡଲରକୁ ରିପୋର୍ଟ କରୁଥିଲେ । ବିସ୍ଫୋରଣ ଘଟାଇଥିବା ଡାକ୍ତର ଉମର୍‌ର ଦୁଇ ଜଣ ହ୍ୟାଣ୍ଡଲର ଥିଲେ । ଏହି ଦୁଇ ହ୍ୟାଣ୍ଡଲରଙ୍କ ଜଣେ ବରିଷ୍ଠ ଆତଙ୍କୀ ହ୍ୟାଣ୍ଡଲର ରହିଥିଲା । ଯିଏ କି ପୂରା ଗତିବିଧିର ତଦାରଖ କରୁଥିଲା ।

ଦିଲ୍ଲୀରେ ସିରିଜ୍‌ ବିସ୍ଫୋରଣ ପାଇଁ ଚାଲିଥିଲା ଷଡ଼ଯନ୍ତ୍ର; ୪ ସ୍ଥାନ ୩୨ଟି କାରରେ ହୋଇଥାନ୍ତା ବିସ୍ଫୋରଣ...
ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଦିଲ୍ଲୀ ଲାଲ୍‌‌କିଲ୍ଲା ହୋଇଥିବା କାର ବିସ୍ଫୋରଣର ତନାଘନା ଚଳାଇଛନ୍ତି ତଦନ୍ତକାରୀ ସଂସ୍ଥା। ଦିଲ୍ଲୀ, ହରିଆଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।  ଦିଲ୍ଲୀ ବିସ୍ଫୋରଣ ସହ ସଂପର୍କ ସନ୍ଦେହରେ ଗିରଫ ଓ ଅଟକ ଲୋକଙ୍କୁ ପଚରାଉଚରା କରାଯାଉଛି। ଜେରା ଓ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ହାତରେ ଲାଗି ଭୟଙ୍କର ତଥ୍ୟ। ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ସେମାନେ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ କର୍ମକର୍ତ୍ତାର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରୁଥିଲେ।  ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ ଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି। ସୀମା ଏବଂ ବିମାନବନ୍ଦରଗୁଡ଼ିକୁ ସତର୍କ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ,  ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବାକୁ ଯୋଜନା ରଖିଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା।  ଏଥିପାଇଁ ୪ଟି ସ୍ଥାନ ଚୟନ କରାଯାଇଥିଲା। ଏହି ୪ଟି ସ୍ଥାନରେ ୩୨ଟି କାର ବିସ୍ଫୋରଣ ହୋଇଥାଆନ୍ତା। ଏହିସବୁ ସ୍ଥାନର ଦାୟିତ୍ବ ଆଠ ଜଣଙ୍କୁ ଦିଆଯାଇଥିଲା। ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଲାଗି ସେମାନେ ଜୋରସୋରରେ ପ୍ରସ୍ତୁତ ଚଳାଇଥିଲେ। ସେମାନେ ୩୨ଟି ଗାଡ଼ି ପ୍ରସ୍ତୁତ କରିଥିଲେ  ବୋଲି ପୁଲିସ ସୂତ୍ରର ଜଣାପଡ଼ିଛି। ଏହି କାର୍‌‌ଗୁଡିକ ମଧ୍ୟରେ ବ୍ରେଜା, ସ୍ୱିଫ୍‌‌ଟ ଡିଜାୟାର, ଇକୋସ୍ପୋର୍ଟ୍ସ ଓ ଆଇ-୨୦ ଭଳି କାର ସାମିଲ ଥିଲା। ସେଥିମଧ୍ୟରେୁ ଗୋଟିଏ ଆଇ୨୦ କାର ଲାଲକିଲ୍ଲାରେ ବିସ୍ଫୋରଣ ହୋଇଥିବା ବେଳେ ଆଉ ୪ଟି କାର୍‌‌କୁ ତଦନ୍ତକାରୀ ସଂସ୍ଥା ଜବତ କରିଛି। ତେବେ  ଆଉ ୨୭ଟି କାର କେଉଁଠି ରହିଛି, ତାହାର ଖୋଜା ଚାଲିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଡ଼ିଗୁଡିକରେ ବିସ୍ଫୋରକ ଲଗାଇ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରାଯାଉଥିଲା। ଏଥିପାଇଁ ସେମାନେ ୩୨ଟି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ଯୋଜନା କରୁଥିଲେ। ପୁରୁଣା ଗାଡ଼ିଗୁଡ଼ିକ ଏକାଧିକ ବାର ବିକ୍ରି ହୋଇଥିବାରୁ ପ୍ରକୃତ ମାଲିକଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସହଜ ହେବନାହିଁ ବୋଲି ସେମାନେ ଭାବିଥିଲେ। ପୁଣି ଏହି ପୁରୁଣା ଗାଡ଼ିର ରଙ୍ଗ ଓ ଚେହେରା ବଦଳାଇବାକୁ ମଧ୍ୟ ଉଦ୍ୟମ ଚାଲିଥିଲା। ଗୋଟିଏ ସମୟରେ ବିସ୍ଫୋରଣ ଘଟାଇବା ପାଇଁ ଅଭିଯୁକ୍ତମାନେ ବିସ୍ଫାରକ ନେଇ ଯିବାକୁ ଯୋଜନା କରିଥିଲେ ।  ଏହି ୮ ସନ୍ଦିଗ୍ଧଙ୍କ ମଧ୍ୟରେ ଅଛନ୍ତି ଡା. ମୁଜାମ୍ମିଲ, ଡା. ଆଦିଲ, ଡା. ଉମର ଓ ଡା. ଶାହିନ।

ଦିଲ୍ଲୀ ବିସ୍ଫୋରଣର ଯୋଜନା ଗତ ଜାନୁଆରୀରୁ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଲଇ ଫୋନ୍‌‌ରୁ ମିଳିଥିବା ବିଭିନ୍ନ ତଥ୍ୟ ଜଣାପଡ଼ିଛି। ଗତ ଜାନୁଆରୀରେ ଏମାନେ ଲାଲ୍‌‌କିଲ୍ଳାର ରେକି କରିଥିଲେ। ଡା. ମୁଜାମ୍ମିଲ ଗନି ଓ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡା. ଉମର ନବୀ ଏକାଧିକବାର ଲାଲ୍‌‌ କିଲ୍ଳାରେ ରେକି କରିଥିଲେ ଓ ଦୁଇଜଣ ସେଠାରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଓ ଭିଡ଼କୁ ବୁଝିବାକୁ ପ୍ରୟାସ କରିଥିଲେ ବୋଲି ପୁଲିସ କହିଛି। ଜାନୁଆରୀ ୨୬ରେ ଲାଲକିଲ୍ଳା ଉପରେ ଆକ୍ରମଣ କରିବାକୁ ଏମାନେ ଲକ୍ଷ୍ୟ ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି କୁହାଯାଇଛି।

ଏହିସବୁ ହିଂସା ପାଇଁ ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କୀ ନିର୍ଦ୍ଦେଶ ଦେଉଥିଲା।  ଦିଲ୍ଲୀ ବି॥ସ୍ଫୋରଣରେ ମୃତ ଡ. ଉମର ନବୀ ତୁର୍କୀ ରାଜଧାନୀ ଆଙ୍କାରାରେ ରୟସ୍ୟଜନକ ଭାବେ ଜଣେ ପାକ୍‌‌ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ। ତାର ନାମ ‘ଉକାସା’ ଥିଲା। ଏହା ତା’ର କୋଡ୍‌‌ ନାମ ହୋଇପାରେ ବୋଲି କୁହାଯାଉଛି। ଉମର ଓ ଫରିଦାବାଦ୍‌‌ ଟେରର ମଡ୍ୟୁଲ୍‌‌ରେ ଗିରଫ୍‌‌ ହୋଇଥିବା ଅନ୍ୟ ସଂଦିଗ୍ଧ ସେସନ ଆପ୍‌‌ (ଏକ ଏନ୍‌‌କ୍ରିଫ୍‌‌ଟେଡ ମେସେଜିଂ ପ୍ଲାଟଫର୍ମ) ଜରିଆରେ ଏହି ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ। ଏହି ହ୍ୟାଣ୍ଡଲର ଓ ସଂଦୀଗ୍ଧଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ନେଇ ଯାଞ୍ଚ୍‌‌ ଏଜେନ୍ସିଗୁଡିକ ତଦନ୍ତ କରୁଛନ୍ତି। ୨୦୨୨ ମାର୍ଚ୍ଚରେ ଉମର ଓ ଆଉ କେତେକ ସଂଦିଗ୍ଧ ତୁର୍କୀ ଯାଇଥିଲେ। ଏହା ଦ୍ୱାରା ତା’ର ବ୍ରେନ୍‌‌ ୱାସ୍ ହୋଇଥିଲା ବୋଲି କୁହାଯାଉଛି।

ଆତଙ୍କର ଜାଲ ବିଛାଉଥିଲା ଅହମ୍ମଦ ମହିଉଦ୍ଦିନ ସୟଦ

ଗୁଜରାଟ ଏଟିଏସ୍‌‌ ଡା ଅହମ୍ମଦ ମହିଉଦ୍ଦିନ ସୟଦଙ୍କୁ ଗିରଫ୍‌‌ କରିବା ପରେ ପୁଣିଥରେ ହାଇଦରାବାଦ ଆତଙ୍କବାଦ କାରଣରୁ ନଜରକୁ ଆସିଛି। ସେ ଦେଶ ବିରୋଧୀ ଗତିବିଧି ପାଇଁ ଷଡ଼ଯନ୍ତ୍ର ରଚୁଥିଲା। ସେ ସୋସିଆଲ ମିଡିଆରେ କଠୋରପନ୍ଥୀର ପରିଚୟ ହାସଲ କରିଥିଲା ଓ ଆତଙ୍କବାଦ ସହିତ ଜଡିତ ସାମଗ୍ରୀ ପୋଷ୍ଟ କରୁଥିଲା। ୨୦୦୭ରେ ଚୀନ୍‌‌ ଯାଇ ସେ ଏମ୍‌‌ବିବିଏସ୍‌‌ କରିଥିଲା। ୨୦୧୩ରେ ହାଇଦରାବାଦର ବିଭିନ୍ନ ହସ୍ପିଟାଲରେ ସେ ପ୍ରାକ୍ଟିସ କରୁଥିଲା। ଏହାପରେ କୋଭିଡ ପରେ ସେ ଛୋଟ ବିବ୍ୟସାୟ କରିଥିଲା। ଅନଲାଇନ ପ୍ଲାଟଫର୍ମରେ ସେ ଅବୁ ଖାଦିଜା ନାମକ ଏକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲା। ସେ ରିସିନ ଭଳି ବିଷାକ୍ତ ପଦାର୍ଥ ନେଇ ରାସାୟନିକର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା। ଗୁଜରାଟ ଏଟିସ ମହିଉଦ୍ଦିନ ସହ ଉତ୍ତରପ୍ରଦେଶର ଆଜାଦ ସୁଲେମାନ ଶେଖ ଓ ମହମ୍ମଦ ସୁହେଲ ସଲିମ ଖାନଙ୍କୁ ଗିରଫ କରିବା ପରେ ତଦନ୍ତ ନୂଆ ମୋଡ ନେଇଥିଲା। ବିଦେଶୀ ହ୍ୟାଣ୍ଡଲର ଅବୁ ଖାଦିଜାର ନିର୍ଦ୍ଦେଶ କ୍ରମେ ଏମାନେ କାର୍ଯ୍ୟ କରୁଥିଲେ। ଏବେ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ଫ ଓ ଗୁଜରାଟ ଏଟିଏସ୍‌‌ ମିଳିତ ଭାବେ ଯାଞ୍ଚ କରୁଛନ୍ତି ଓ ଏହାପରେ ଆତଙ୍କବାଦ ନେଟ୍‌‌ୱର୍କରେ ଏମାନଙ୍କ ଭୂମିକା ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Delhi Car Blast: ଆତଙ୍କବାଦୀଙ୍କ ଠିକଣା; କୋଠା ନଂ-୧୭, ରୁମ୍ ନଂ-୧୩...
ନୂଆଦିଲ୍ଲୀ: ଲାଲ୍‌‌କିଲ୍ଲା ବିସ୍ଫୋରଣ ପରେ ହରିୟାଣାର ଫରିଦାବାଦ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟ ସନ୍ଦେହ ପରିସରକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଶ୍ବିବଦ୍ୟାଳୟର କୋଠା ନମ୍ବର ୧୭ ଏବଂ ରୁମ୍ ନମ୍ବର ୩ରେ  ଦିଲ୍ଲୀ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଏହି ବିଲ୍ଡିଂ ଓ ରୁମରେ ଅଭିଯୁକ୍ତ ଡାକ୍ତର ମୁଜାମ୍ମିଲ, ଡ. ଉମର, ଡ. ଆଦିଲ ଓ ଡ. ସୟିଦ ରହୁଥିଲେ।  ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ- ମହମ୍ମଦ ସହିତ ଯୋଗାଯୋଗ କରି ବିସ୍ଫୋରଣ ଷଡ଼ଯନ୍ତ୍ର କରିଥିଲେ॥  ଏହି କାରଣରୁ ବର୍ତ୍ତମାନ ଅଲ ଫଲାହ ବିଶ୍ବବିଦ୍ୟାଳୟ ଚର୍ଚ୍ଚାରେ ରହିଛି।  ତଦନ୍ତକାରୀ ସଂସ୍ଥା ଏବେ ଏହି ୪ ଡାକ୍ତରଙ୍କ ଉପରେ ଫୋକସ କରି ତଦନ୍ତ ଚଳାଇଛନ୍ତି। ବିସ୍ଫୋରଣରେ ଉମରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ପୁଲିସ ହାଜତରେ ଅଛନ୍ତି୤  ଏହି ଘଟଣାରେ ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି॥

ଇତିମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ଏନ୍‌ଏସି) ଏହି ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଫରିଦାବାଦ ଟେରର ମଡ୍ୟୁଲ୍‌‌ରେ ଗିରଫ ହୋଇଥିବା ଡାକ୍ତରମାନେ ଅଲ ଫଲ୍‌‌ହା ବିଶ୍ୱବିଦ୍ୟାଳୟ ସହ ଜଡିତ ଥିବାର ପ୍ରମାଣ ମଳିବା ପରେ ଏହି ନୋଟିସ ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଗୋଟିଏ ଦିନ ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌ ହ୍ୟାକ୍‌‌ ହୋଇଥିଲା। ଜାଲ୍ ସ୍ବୀକୃତି  ପାଇଥିବା ଅଭିଯୋଗରେ ନୋଟିସ ଜାରି କରାଯାଇଛି ବୋଲି କୁହାଯାଇଛି। ଏହି ବିଶ୍ୱବିଦ୍ୟାଳୟ ଏ ଆଣ୍ଡ ଏ ଓ ସାଇକଲ-୧ ପାଇଁ ମାନ୍ୟତା ହାସଲ କରିନାହିଁ। ନିଜ ୱେବସାଇଟ୍‌‌ରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟ ଅଧୀନରେ ଥିବା ବୋଲି ଉଲ୍ଲେଖ କରାଯାଇଛି। ଏହାର ପରିସରରେ ୩ଟି କଲେଜ ରହିଛି। ଏହା ପୂରାପୂରି ଭୁଲ ଓ ଜନତାଙ୍କୁ ଭ୍ରମିତ କରାଯାଇଛି ବୋଲି ଏନ୍‌ଏସି ତରଫରୁ କୁହାଯାଇଛି। ନୋଟିସର ଜବାବ ଦେବାକୁ ୭ ଦିନ ସମୟ ଦିଆଯାଇଛି। ଏହି ଅନୁଷ୍ଠାନ କେଉଁଠୁ ପାଣ୍ଠି ସଂଗ୍ରହ କରୁଥିଲା, ତାହାର ଯାଞ୍ଚ କରାଯିବ। ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟରେ ଆଜି ଇଡି ଚଢ଼ାଉ କରିଛି। ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟର ସବୁ ରେକର୍ଡର ଫରେନସିକ୍‌‌ ଯାଞ୍ଚ୍‌‌ ପାଇଁ ଆଦେଶ ଦେଇଛି।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି।  ଆଜି ଆଉ ଜଣେ ଆହତ ବ୍ୟକ୍ତିଙ୍କର ମେଡିକାଲରେ ମୃତ୍ୟୁ ଘଟିଛି୤ ମେଡିାକଲରେ ଏବେ ବି ଆଉ ୨୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

-୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ

-ଆଇଏସ୍‌‌ଆଇଏସ୍‌  ସହ ସନ୍ଦିଗ୍ଧ ସମ୍ପର୍କ

ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ସନ୍ଦିଗ୍ଧ ଡାକ୍ତରମାନେ ବିସ୍ଫୋରକ ଓ ଅନ୍ୟ ଜିନିଷ କିଣିବାକୁ ଟଙ୍କା ଯୋଗାଡ଼ କରୁଥିଲେ। ସେମାନେ  ୨୬ ଲକ୍ଷ ଟଙ୍କା ସଂଗ୍ରହ କରିସାରିଥିଲେ। ଏହି ଅର୍ଥକୁ ଡା. ଉମରକୁ ଦିଆଯାଇଥିଲା। ଏହି ଅର୍ଥରେ ଗୁରୁଗ୍ରାମ, ନୁହ ଓ ଆଖପାଖ ଅଞ୍ଚଳରୁ ପାଖାପାଖି ୩ ଲକ୍ଷ ଟଙ୍କାରେ ୨୦ କ୍ୱିଣ୍ଟାଲ ଏନ୍‌‌ପିକେ ଫର୍ଟିଲାଇଜର କିଣିବା ପାଇଁ ଖର୍ଚ୍ଚ କରାଯାଇଥିଲା। ନାଇଟ୍ରୋଜେନ, ଫସ୍‌‌ଫରସ ଓ ପଟାସିଅମର ମିଶ୍ରଣ ହେଉଛି ଏନ୍‌‌ପିକେ ଫର୍ଟିଲାଇଜର। ଏହାକୁ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରାଯାଇଥାଏ।

ଯାଞ୍ଚ ଏଜେନ୍ସି ଅନୁସାରେ ଡା ମୁଜାମ୍ମିଲ ୨୦୨୧ ଓ ୨୦୨୨ରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସହଯୋଗୀଙ୍କ ସମ୍ପର୍କ ସ୍ଥାପନ କରିବା ପରେ ଏହି ସଂଗଠନର ଏକ ଶାଖା ଅନସାର ଗଜବତ-ଊଲ-ହିନ୍ଦ୍‌‌ ଦ୍ବାରା ପ୍ରଭାବିତ ହୋଇଥିଲା। ଇର୍ଫାନ ଉରଫ ମୌଲବୀ ନାମକ ଜଣେ ବ୍ୟକ୍ତି ହିଁ ମୁଜାମ୍ମିଲକୁ ଏହି ନେଟ୍‌‌ୱର୍କ ସହ ପରିଚିତ କରାଇଥିଲା ବୋଲି କୁହାଯାଉଛି। ୨୦୨୩ ଓ ୨୦୨୪ରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ୱତନ୍ତ୍ର ଆତଙ୍କବାଦୀ ସଂଗଠନ ସ୍ଥାପନ କରିବାକୁ ଯୋଜନା ଥିଲା। ଏହି ବ୍ୟାପକ ନେଟ୍‌‌ୱର୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଯାଞ୍ଚ ଏଜେନ୍ସିଗୁଡିକ ପ୍ରୟାସ ଜାରି ରଖିଛନ୍ତି। କାରଣ ଅଭିଯୁକ୍ତମାନେ ଭବିଷ୍ୟତରେ ଆହୁରି ବଡ଼ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଯାଞ୍ଚ ଏଜେନ୍ସିଗୁଡିକ ସନ୍ଦେହ କରୁଛନ୍ତି। ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଏସ୍ ସହିତ ସେମାନଙ୍କର ଥିବା ସନ୍ଦେହ କରାଯାଉଛି ।

ଲାଲ୍‌‌କିଲ୍ଲା ବୋମା ବିସ୍ଫୋରଣ ସହିତ ଜଡିତ ନିଖୋଜ କାର ଓ ଏହାର ଡ୍ରାଇଭରକୁ ଖୋଜା ଚାଲିଛି। ଗତ ସନ୍ଧ୍ୟାରେ ଗୋଟିଏ କାରକୁ ଜବତ କରିଛି ପୁଲସ। ଏହି ଗାଡ଼ିକୁ ପାର୍କ କରିଥିବା ସନ୍ଦିଗ୍ଧକୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଏ ନେଇ ଆଲର୍ଟ ଜାରି କରିଥିଲା। ଏକ ଲାଲ ରଙ୍ଗର ଫର୍ଡ ଇକୋସ୍ପୋର୍ଟ୍ସ କାର ଫରିଦାବାଦ୍‌‌ରୁ ଡା ଉମରର କାର ସହିତ ବାହରିଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଫରିଦାବାଦ୍‌‌ ପୁଲିସ ଖଣ୍ଡାବଲି ଗାଁରୁ ଏହି କାର୍‌‌କୁ ଖୋଜି ପାଇବାରେ ସକ୍ଷମ ହୋଇଛି। ଏହି କାରକୁ ସେଠାରେ ପାର୍କ କରିଥିବା ବ୍ୟକ୍ତି ଫହିମକୁ ଗିରଫ କରାଯାଇଛି। ଫହିମ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଉମରର ସମ୍ପର୍କୀୟ ହୋଇପାରେ ବୋଲି ପୁଲିସ ଆଶଙ୍କା କରୁଛି। ଦୁଇଟି କାର ସାଥି ହୋଇ ବାହାରିଥିଲେ। ଉମର କାର୍‌‌ରେ ବିସ୍ଫୋରଣ ହୋଇଥିଲେ ମଧ୍ୟ ଏହି କାର୍‌‌ର ଖୋଜ ଖବର ନଥିଲା। ଏହି କାରଣରୁ ଦିଲ୍ଲୀ ପୁଲିସ ଆଲର୍ଟ ଜାରି କରିଥିଲା।

ଇଣ୍ଟରପୋଲ୍‌ର ସହାୟତା ଲୋଡ଼ିଲା ପୁଲିସ

କାଶ୍ମୀର ଡାକ୍ତରଙ୍କ ବିରୋଧରେ ଜାରି ହେବ ରେଡ୍‌‌ କର୍ଣ୍ଣର ନୋଟିସ୍‌‌
କାନପୁର ମେଡିକାଲ ଛାତ୍ରଙ୍କୁ ଗିରଫ କଲା ୟୁପି ଏଟିଏସ୍‌‌

ଲାଲକିଲ୍ଲା ବିସ୍ଫୋରଣର ସଂଦିଗ୍ଧ ଅଭିଯୁକ୍ତ ଜଣେ କାଶ୍ମୀର ଡାକ୍ତର ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଜମ୍ମୁ-କଶ୍ମୀର ପୁଲିସ ଇଣ୍ଟରପୋଲ ସହିତ ଯୋଗାଯୋଗ କରିଛି। ଏହି ଡାକ୍ତର ହେଉଛନ୍ତି ଡା ମୁଜାଫର। ମୁଜାଫର ଜୈଶ-ଇ-ମହମ୍ମଦ ସହିତ ଜଡିତ ଏକ ବଡ଼ ଆତଙ୍କବାଦୀ ନେଟ୍‌‌ୱର୍କର ଅଂଶ ବୋଲି ଜଣା ପଡ଼ିଛି। ସେ ଦେଶ ବାହାରେ ଥିବାରୁ ରେଡ କର୍ଣ୍ଣର ନୋଟିସ ଦ୍ୱାରା ତାକୁ ଟ୍ରାକ କରାଯିବ। ମୁଜାଫର ହେଉଛି ଡା ଆଦିଲର ଭାଇ। ଆଦିଲ ଅନନ୍ତନାଗ ମେଡିକାଲ କଲେଜରେ କାର୍ଯ୍ୟରତ। ତେବେ ତା’ର ଲକରରୁ ଏକ ଏକେ-୪୭ ରାଇଫଲ ଜବତ ହେବା ପରେ ତାକୁ ଗିରଫ କରାଯାଇଥିଲା। ଗିରଫ୍‌‌ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ପରେ ମୁଜାଫରର ନାମ ସାମ୍ନାକୁ ଆସିଥିଲା। ମୁଜାଫର ୨୦୨୧ରେ ଅଭିଯୁକ୍ତ ମୁଜାମିଲ ଗନାଇ ଓ ଉମର ନବୀ ସହ ତୁର୍କୀ ଯାଇଥିଲା। ଗତ ଅଗଷ୍ଟରେ ସେ ଦୁବାଇରୁ ଭାରତ ଆସିଥିଲା ଓ ଏବେ ସେ ଆଫଗାନିସ୍ତାନରେ ଅଛି ବୋଲି କୁହାଯାଉଛି। ଏହି ୩ ଜଣ ୨୧ ଦିନ ତୁର୍କୀରେ ଥିଲେ ବୋଲି ପୁଲିସ କହିଛି। କିନ୍ତୁ ତୁର୍କୀ କର୍ତ୍ତୁପକ୍ଷ ଏହାକୁ ଖଣ୍ଡନ କରିଛନ୍ତି।

ଉତ୍ତର ପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କାଡ୍‌‌ (ଏଟିଏସ୍‌‌) ଲାଲ୍‌‌କିଲ୍ଳା ବିସ୍ଫୋରଣ ମାମାଲାରେ କାନପୁରର ମେଡିକାଲ କଲେଜର କାର୍ଡିଲୋଜିଷ୍ଟ ଇନ୍‌‌ଷ୍ଟିଚ୍ୟୁଟର ଅଧ୍ୟୟନରତ ଜମ୍ମୁ-କଶ୍ମୀରର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଛାତ୍ର ହେଉଛନ୍ତି ଡା ମହମ୍ମଦ ଆରିଫ। ଗିରଫ ହୋଇଥିବା ମହିଳା ଡାକ୍ତର ଶାହିନ ସଇଦ୍‌‌ଙ୍କ ଫୋନ୍‌‌ ରେକର୍ଡ ଯାଞ୍ଚ୍‌‌ କରାଯିବା ବେଳେ ଆରିଫ୍‌‌ଙ୍କ ନାମ ସାମ୍ନାକୁ ଆସିଥିଲା। ଦୀର୍ଘଦିନ ଧରି ଦୁଇଜଣଙ୍କ ମଧ୍ୟ ସମ୍ପର୍କ ଥିଲା ବୋଲି ଏଟିଏସ୍‌‌ କହିଛି। ଆରିଫ୍‌‌ କାଶ୍ମୀରର ବାସିନ୍ଦା ଓ ସେ କାନପୁରର ଆଶୋକ ନଗର ଅଞ୍ଚଳ ଭଡ଼ାରେ ଏକ ଫ୍ଲାଟ୍‌‌ରେ ରହୁଥିଲା। ବୁଧବାର ରାତିରେ ଏଟିଏସ୍‌‌ ତା ଘରେ ଚଢ଼ାଉ କରି ଗିରଫ୍‌‌ କରିଥିଲା। ଜଣେ ପ୍ରତିଭାଶାଳୀ ଡାକ୍ତରରୁ ସେ ଏବେ ଆତଙ୍କବାଦୀରେ ପରିଣତ ହୋଇଛି। ପିଲାଟି ବେଳୁ ସେ ଡାକ୍ତର ହେବାକୁ ଚାହୁଁଥିଲା ବୋଲି ତାର ପରିବାର ଲୋକେ କହିଛନ୍ତି। ତେବେ ତାକୁ ପଚରାଉଚରା ପରେ  ଏହି ଆତଙ୍କବାଦୀ ନେଟୱର୍କ ସଂପର୍କରେ ଅନେକ ତଥ୍ୟ ମିଳିବ ବୋଲି କୁହାଯାଉଛି।

୨୬/୧୧ ଭଳି ବହୁ ସହରରେ ଆକ୍ରମଣ ଯୋଜନା ପଣ୍ଡ, ୨୦୦ ବୋମାରେ ହୋଇଥାନ୍ତା ସିରିଜ୍‌ ବିସ୍ଫୋରଣ....
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣଠାରୁ ଅତି ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ। ଏହି ଫରିଦାବାଦ ମଡ୍ୟୁଲୋରେ ସାମିଲ ଆତଙ୍କବାଦୀମାନେ ୨୦୦ ବୋମା (ଆଇଇଡି)ରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ଫରିଦାବାଦରୁ ଗିରଫ ଡ. ସାହିନ ସାହିଦ ଦୁଇ ବର୍ଷ ହେଲା ବିସ୍ଫୋରକ ସଂଗ୍ରହ କରୁଥିଲା। ସାହିନ ଏବଂ ତାର ସହଯୋଗୀ ମିଶି ‘ହ୍ବାଇଟ କଲାର ଟେରର ମଡ୍ୟୁଲୋ’ ଗଠନ କରିଥିଲେ। କାହାକୁ ସନ୍ଦେହ ନ ହେବା ପାଇଁ ଏଥିରେ କେବଳ ବୃତ୍ତିଗତ ଲୋକଙ୍କୁ ସାମିଲ କରିଥିଲେ। ଏହି ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଏବଂ ଅନ୍‌ସାର ଗଜୱତ-ଉଲ-ହିନ୍ଦ ନାମକ ସଂଗଠନ ସହ ଜଡ଼ିତ ଥିଲେ।

ହରିୟାଣା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମଡ୍ୟୁଲୋ ୨୦୦ରୁ ଅଧିକ ଆଇଇଡି ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ୨୯୦୦ କେଜି ବିସ୍ଫୋରକ ସହିତ ଟାଇମର ଏବଂ ବୋମା ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଆଣି ଥିଲେ। ଏମାନେ ଏକାସଙ୍ଗେ ଅନେକ ସହରରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। କେବଳ ବିସ୍ଫୋରଣ ନୁହେଁ, ଏକେ-୫୬, ୪୭ ଭଳି ରାଇଫଲରୁ ସାର୍ବଜନୀନ ସ୍ଥାନରେ ଗୁଳିଗୋଳା ମାଡ଼ କରି ଲୋକଙ୍କ ଜୀବନ ନେବାକୁ ଚାହୁଁଥିଲେ। ଆଖପାଖରେ ଡାକ୍ତରଖାନା ନ ଥିବା ଅଞ୍ଚଳକୁ ନିଶାଣ କରିବାକୁ ଯୋଜନା କରିଥିଲେ। ଲୋକଙ୍କୁ ସହଜରେ ହସ୍ପିଟାଲରେ ପହଞ୍ଚିବାକୁ ନ ଦେବା ପାଇଁ ଏପରି କରିଥିଲେ।

ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦ ନିଶାଣରେ ଥିଲା। ଦିଲ୍ଲୀର ଲାଲକିଲ୍ଲା, ଇଣ୍ଡିଆ ଗେଟ୍‌, କନ୍‌ଷ୍ଟିଚ୍ୟୁସନ କ୍ଳବ ଏବଂ ଗୌରୀ ଶଙ୍କର ମନ୍ଦିର ଭଳି ପ୍ରମୁଖ ସ୍ଥାନକୁ ଆକ୍ରମଣ ପାଇଁ ଆତଙ୍କବାଦୀ ବାଛି ଥିଲେ। ଏହା ବ୍ୟତୀତ ସାରା ଦେଶର ରେଳ ଷ୍ଟେସନ ଏବଂ ବଡ଼ ମଲ୍‌ ମଧ୍ୟ ଟାର୍ଗେଟରେ ଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷଡ଼ଯନ୍ତ୍ର ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଜେଇଏମ ସହ ଏହି ଆତଙ୍କବାଦୀଙ୍କ ସମ୍ପର୍କ ଥିଲା। ଧାର୍ମିକ ସ୍ଥଳରେ ଆକ୍ରମଣ କରି ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଏଥିପାଇଁ କଶ୍ମୀରର ପୁଲୱାମା, ସୋପିଆନ ଏବଂ ଅନନ୍ତନାଗର କିଛି ଡାକ୍ତରଙ୍କୁ ବାଛି ଥିଲେ। ବିନା ସମସ୍ୟାରେ ଆକ୍ରମଣ ପାଇଁ ଏହି ପନ୍ଥା ଆପଣାଇ ଥିଲେ। ଆତଙ୍କବାଦୀମାନେ ଫରିଦାବାଦରେ ଦୁଇଟି ଘର ଭଡ଼ା ନେଇଥିଲେ। ପ୍ରଥମ ଠିକଣାଟି ଧୌଜ ଗ୍ରାମରେ ଥିଲା। ଏହା ଫଲାହ ବିଶ୍ବବିଦ୍ୟାଳୟରୁ ମାତ୍ର ୩୦୦ ମିଟର ଦୂରରେ ରହିଛି। କୋଠା ତିଆରି ପାଇଁ ସାମଗ୍ରୀ ଯୋଗାଣ କରୁଥିବା ଇକବାଲ ଏହି ଆତଙ୍କବାଦୀମାନଙ୍କୁ ଘର ଦେଇଥିଲା। ତା ଘରୁ ୩୬୦ କେଜି ଆମୋନିୟମ ନାଇଟ୍ରେଟ, ରାଇଫଲ୍ସ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଥିଲା। ଏଠାରେ ଏକ ସିମେଣ୍ଟ ଗୋଦାମ ଥିଲା। କାହାର ସନ୍ଦେହ ନ ହେବା ପାଇଁ ବିସ୍ଫୋରକ ଏଠାରେ ରଖା ଯାଇଥିଲା। ସେହିପରି ଅନ୍ୟ ଠିକଣାଟି ଫତେହପୁର ଗ୍ରାମରେ ଥିଲା। ଏହା ବିଶ୍ବବିଦ୍ୟାଳୟରୁ ତିନି କିମି ଦୂରରେ ରହିଥିଲା। ଏହା ନୁହ ବାସିନ୍ଦା ମୌଲବୀ ଇସ୍ତିୟାକର ଘର ଥିଲା। ଏଠାରୁ ୨୫୬୩ କେଜି ଆମୋନିୟମ ନାଇଟ୍ରେଟ ଜବତ କରାଯାଇଥିଲା। ଜାଣିଶୁଣି ମୁସଲିମ ବହୁଳ ଅଞ୍ଚଳରେ ଘର ଭଡ଼ା ନେଇ ଏହା ରଖାଯାଇଥିଲା। ଏହି ଘର ବାହାରେ ସିସିଟିଭି ଲାଗିଥିଲା। ମୌଲବୀର ଘର ହୋଇଥିବାରୁ ସନ୍ଦେହର କୌଣସି ଆଶଙ୍କା ନ ଥିଲା। କାରଣ ମୁସଲିମ ସମାଜ ମୌଲବୀଙ୍କ ଘରେ ଥିବା ଭଡ଼ାଟିଆଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ନ ଥାଏ।

Delhi Car Blast; ଷଡ଼ଯନ୍ତ୍ରର ପ୍ରମୁଖ କେନ୍ଦ୍ର ଅଲ୍‌-ଫଲାହ ବିଶ୍ବବିଦ୍ୟାଳୟ...
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମ୍‌ନାକୁ ଆସିଥିବା ଅଭିଯୁକ୍ତଙ୍କ ସମ୍ବନ୍ଧ ଫରିଦାବାଦର ଅଲ୍‌-ଫଲାହ ୟୁନିଭର୍ସିଟି ସହ ରହିଛି। ଏ ପର୍ଯ୍ୟନ୍ତ ମାମଲାରେ ୭ ଡାକ୍ତରଙ୍କ ନାମ ସାମ୍‌ନାକୁ ଆସିଲାଣି। ପରସ୍ପର ସହ ଏମାନଙ୍କର କୌଣସି ନା କୌଣସି ସମ୍ବନ୍ଧ ଥିବା ଜଣାପଡ଼ିଛି। ବିସ୍ଫୋରଣ ଦିନ କାର୍‌ ଚଳାଉଥିବା ଡ. ଉମର ଉନ ନବି ପ୍ରାଣ ହରାଇଥିବା କୁହାଯାଉଛି। ସେହିପରି ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଏବେ ବି ଫେରାର ରହିଛି। ଏପରି ସମୟରେ ଅଲ-ଫଲାହ ୟୁନିଭର୍ସିଟିର ଚାନ୍‌ସେଲର ମଧ୍ୟପ୍ରଦେଶରୁ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। ସେ ହିଁ ଏହି କଲେଜ ଖୋଲିଥିଲା ଏବଂ ନିଜେ ଚାନ୍‌ସେଲର ହୋଇଥିଲା।

ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ପର୍ଦ୍ଦାଫାସ୍ ହେବା ପରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟ ସୁରକ୍ଷା ଏଜେନ୍ସିଙ୍କ ରାଡାରରେ ରହିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି। ଆଜି ଏନଆଇଏ ଅଧିକାରୀ ଏହି ବିଶ୍ବବିଦ୍ୟାଳୟକୁ ଯାଇ ଯାଞ୍ଚ କରିଛନ୍ତି। ଦିଲ୍ଲୀ କାର୍ ବୋମା ବିସ୍ଫୋରଣର ସମସ୍ତ ଷଡ଼ଯନ୍ତ୍ର ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍‌ରେ କରା ଯାଇଥିଲା। ୧୭ ନମ୍ବର ବିଲ୍ଡିଂର ତୃତୀୟ ମହଲାରେ ଥିବା ଏହି ରୁମ୍ ଡାକ୍ତର ମୁଜାମିଲ ନାମରେ ଆବଣ୍ଟିତ ହୋଇଥିଲା। କିନ୍ତୁ ଏହି ରୁମ୍‌ରେ ଉମର ରହୁଥିଲା। ଉମରକୁ ପାଖରେ ଏକ କୋଠରୀ ଦିଆଯାଇଥିଲେ ବି ସେ ନିଜ ରୁମ୍‌ରେ ରହୁ ନ ଥିଲା। ଜମ୍ମୁ-କଶ୍ମୀର ପୁଲିସ, ହରିୟାଣା ପୁଲିସ ଏବଂ ଏନଆଇଏ ଏ ସମ୍ପର୍କରେ ପୁନର୍ବାର ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଛି। ବାହାରୁ ତାଲା ପଡ଼ିଥିବାରୁ ଏଟିଏସ ତୃତୀୟ ମହଲାରେ ଥିବା ଡାକ୍ତର ମୁଜାମିଲ ଏବଂ ଉମର ରୁମ୍‌ର କବାଟ ଭାଙ୍ଗି ତଲାସୀ ନେଇଥିଲା। ଏହି ଟିମ୍‌ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଞ୍ଚ କରିଥିଲା। ଏଠାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।

Delhi Car Blast; ଆସିଲା CCTV ଫୁଟେଜ୍, ଦେଖନ୍ତୁ କେତେ ଭୟଙ୍କର ଥିଲା ଏହି ବିସ୍ଫୋରଣ...

୧୦/୧୧ ବିସ୍ଫୋରଣ; ୩୭ ଦିନର ଷଡ଼ଯନ୍ତ୍ର, ବିବାହ କାର୍ଯ୍ୟକ୍ରମରେ ଗଠନ ହୋଇଥିଲା ଆତଙ୍କୀ ଗ୍ରୁପ୍‌...
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ (୧୦/୧୧) ଘଟଣାକୁ ‘ଆତଙ୍କୀ ଆକ୍ରମଣ’ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହି ଘଟଣା ପଛରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ)ର ‘ନୂଆ ହ୍ବାଇଟ କଲାର ଟେରର ମଡ୍ୟୁଲୋ’ର ପର୍ଦ୍ଦାଫାସ ହୋଇଛି। ଏହି ମଡ୍ୟୁଲ୍‌ରେ ପେଶାଦାର ଡାକ୍ତର ସାମିଲ ଥିବା ସହ ପାକିସ୍ତାନୀ ହ୍ୟାଣ୍ଡଲର୍ସ ସହ ଯୋଗାଯୋଗରେ ଥିଲେ। ହରିୟାଣାର ଫରିଦାବାଦ, ଜମ୍ମୁ-କଶ୍ମୀରର ପୁଲୱାମା ଏବଂ ଉତ୍ତର ପ୍ରଦେଶର ସହାରନପୁର ସହିତ ଅନେକ ଅଞ୍ଚଳରେ ଏହି ମଡ୍ୟୁଲ୍‌ କାମ କରୁଥିଲା।

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦/୧୧ ବିସ୍ଫୋରଣକୁ ନିନ୍ଦା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି। ଏହି ବିସ୍ଫୋରଣକୁ ଅତ୍ୟନ୍ତ ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯିବା ସହ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆପଣାଇବାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ ପୁଣି ଦୋହରାଇଛନ୍ତି ସରକାର। ଆକ୍ରମଣକୁ ବିଶ୍ୱର ଅନେକ ସରକାରଙ୍କ ନିନ୍ଦା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଦଣ୍ଡ ଦେବାକୁ ସୁରକ୍ଷା ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ଦିଲ୍ଲୀ ବିସ୍ଫୋରଣର ୩୭ ଦିନ ପୂର୍ବରୁ ଅକ୍ଟୋବର ୪ରେ ଏଥିସହିତ ସମ୍ପୃକ୍ତ ଗୋଷ୍ଠୀ ସକ୍ରିୟ ହୋଇଥିଲା। ସାହରନପୁରର ଏକ ବିବାହରେ ସବୁ ଆତଙ୍କୀ ଏକତ୍ରିତ ହୋଇ ଟେଲିଗ୍ରାମ୍‌ ଆପ୍‌ରେ ଏକ ଗ୍ରୁପ୍‌ ଆରମ୍ଭ କରିଥÒଲେ। ଏହା ପରେ ସେନାକୁ ଧମକାଉଥିବା ପୋଷ୍ଟର, ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ପାଣ୍ଠି ସଂଗ୍ରହ ପାଇଁ ନେଟୱର୍କ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ଥର ପାଇଁ ଅକ୍ଟୋବର ୧୯ରେ କଶ୍ମୀରରୁ ଜୈସର ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରୁ କୌଣସି ମଡ୍ୟୁଲୋ ସକ୍ରିୟ ଥିବା ଜଣାପଡ଼ିଥିଲା। ଏହି ଆତଙ୍କବାଦୀଙ୍କ ନେଟୱର୍କରେ ମହିଳା ସଦସ୍ୟ ଡ. ସାହିନ ସୈୟିଦ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମହିଳା ଶାଖାର ସେ ନେତୃତ୍ବ ନେଉଥିଲା। ଜୈସର ମୁଖିଆ ମାସୁଦ ଆଝାରର ଭଉଣୀ ସାଦିଆ ଆଝାର ସହ ସାହିନ ଯୋଗାଯୋଗରେ ଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଅକ୍ଟୋବର ୪ରେ ସହାରନପୁରରେ ଡ. ଆଦିଲର ବିବାହ ଡ. ରୁକୈୟା ସହ ହେଉଥିବାବେଳେ ଏହି ମଡ୍ୟୁଲୋ ସକ୍ରିୟ ହୋଇଥିଲା। ଏହି ବିବାହରେ କିଛି ସ୍ବତନ୍ତ୍ର ଅତିଥି ସାମିଲ ହୋଇଥିଲେ। ଏବେ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କୁ ଚିହ୍ନଟ କରୁଛନ୍ତି। ବିବାହର ଦିନକ ପରେ ଏହି ମଡ୍ୟୁଲୋ କାମ ଆରମ୍ଭ କରିଦେଇଥିଲା। ଡ. ଆଦିଲ ଲଜିଷ୍ଟିକ ଏବଂ ଆର୍ଥିକ ଚ୍ୟାନେଲକୁ ସମ୍ଭାଳୁ ଥିଲା। ମେଡିକାଲ ପ୍ରଫେସନ ଆଳରେ ପାଣ୍ଠି ସଂଗ୍ରହ ଏବଂ ଯୋଗାଣ ଚ୍ୟାନେଲ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଥିଲା।

ଅକ୍ଟୋବର ୧୯ରେ କଶ୍ମୀର ନୌଗାମ ଅଞ୍ଚଳରୁ ଜୈସ ପୋଷ୍ଟର ମିଳିବା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଏହାର କିଛି ଦିନ ପରେ ଅକ୍ଟୋବର ୨୭ରେ ୨୫ରୁ ଅଧିକ ପୋଷ୍ଟର ଲଗା ଯାଇଥିଲା। ୫୦ରୁ ଅଧିକ ଅଧିକାରୀ ଏହି ମାମଲାର ତଦନ୍ତ କରିଥିଲେ। ସିସିଟିଭିରେ ଡ. ଆଦିଲକୁ ଦେଖିବାକୁ ପାଇଥିଲେ। ସେ ପାକିସ୍ତାନୀ ହ୍ୟାଣ୍ଡଲର୍ସଙ୍କ ସହ ଜଡ଼ିତ ଥିବା ଫୋନ୍‌ ସର୍ଭିଲାନ୍ସରୁ ଜଣା ପଡ଼ିଥିଲା। ସହାରନପୁରରେ ତାର ଫୋନ ଥିବା ଜଣାପଡ଼ିଥିଲା। ଗତ ୬ ତାରିଖରେ ତାକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଏକେ-୪୭, ଗ୍ରେନେଡ ଏବଂ ବିସ୍ଫୋରକ ଜବତ କରାଯାଇଥିଲା। ଜେରା ସମୟରେ ଫରିଦାବାଦରେ ପଢୁଥିବା ଡ.ମୁଜାମିଲ ପାଖରେ ବିପୁଳ ବିସ୍ଫୋରକ ଥିବା ସେ କହିଥିଲା। ଏହା ପରେ ଗତ ୯ ତାରିଖରେ ଜମ୍ମୁ-କଶ୍ମୀର ପୁଲିସ ହାଇଦରାବାଦରେ ପହଞ୍ଚି ୧୦ ତାରିଖରେ ମୁଜାମିଲକୁ ଧରି ଥିଲା।  ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଜଣ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଡାକ୍ତର ମଧ୍ୟ ଫେରାର ରହିଛି।
ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ କମିଟି ବୈଠକ ଡକାଇ ଥିଲେ। ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ବିଦେଶମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହୋଇଥିଲେ। ଏଥିରେ ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ଏବଂ ୨ ମିନିଟ ପାଇଁ ମୌନ ରଖାଯାଇଥିଲା।

ଟାର୍ଗେଟ୍‌ ଥିଲା ଡିସେମ୍ବର ୬

-ବାହାରିଲା ତୁର୍କୀ, ଆଫଗାନିସ୍ତାନ ସହ ଉମର୍‌ର ଲିଙ୍କ୍‌

ଦିଲ୍ଲୀ ବିସ୍ଫୋରଣ ତଦନ୍ତରୁ ଭୟଙ୍କର ତଥ୍ୟ ସାମ୍‌ନାକୁ ଆସିଛି। ବିସ୍ଫୋରକ ଭର୍ତ୍ତି କାର୍‌ ଚଲାଇ ନିଜକୁ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଡ. ଉମର ନବି ଲିଙ୍କ ଆଫଗାନିସ୍ତାନ ଏବଂ ତୁର୍କୀକୁ ଲମ୍ବିଛି। ସେହିପରି ସେ ଡିସେମ୍ବର ୬ରେ ସିରିଜ୍‌ ବିସ୍ଫୋରଣ କରିବାକୁ ଚାହୁଁଥିଲା; କାରଣ ଏହି ଦିନ ବାବ୍ରୀ ମସ୍‌ଜିଦ ଧ୍ବଂସ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ୩ ଡାକ୍ତରଙ୍କ ସହ ବିସ୍ଫୋରକ ଜବତ ହେବା ପରେ ବିଚଳିତ ହୋଇ ସେ ଲାଲ୍‌କିଲ୍ଲାରେ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ ଉମର୍‌ର ବିଦେଶୀ ଲିଙ୍କ୍‌ ସାମ୍‌ନାକୁ ଆସିଛି। ତୁର୍କୀ ଏବଂ ଆଫଗାନିସ୍ତାନର ନଙ୍ଗରହାରରେ ଥିବା ହ୍ୟାଣ୍ଡଲରଙ୍କ ସହ ନବି ଯୋଗାଯୋଗରେ ଥିଲା। ଡ. ମୁଜାମିଲ ଏବଂ ଡ. ଉମର୍‌ର ପାସପୋର୍ଟରୁ ଏହି ଦୁଇଜଣ ତୁର୍କୀ ଗସ୍ତ କରିଥÒବାର ପ୍ରମାଣ ମିଳିଛି। ତୁର୍କୀ ଏବଂ ନଙ୍ଗରହାରରେ ବସିଥିବା ଆତଙ୍କବାଦୀଙ୍କ ସଙ୍କେତରେ ଏହି ଆକ୍ରମଣ ହୋଇଥିଲା ବୋଲି କୁହାଯାଉଛି। ଏହି ହ୍ୟାଣ୍ଡଲରମାନେ କ୍ରମାଗତ ଭାବେ ଉମର୍‌ ସହ ଯୋଗାଯୋଗରେ ଥିଲେ। ଏହି ଡାକ୍ତର ମଡ୍ୟୁଲୋ ବିଷୟରେ ଉଭୟେ ତାଙ୍କ ହ୍ୟାଣ୍ଡଲରଙ୍କୁ ସୂଚନା ଦେଉଥିଲେ। ନିର୍ଦ୍ଦିଷ୍ଟ ଆପ୍‌ ଜରିଆରେ ହ୍ୟାଣ୍ଡଲର୍‌ମାନଙ୍କ ସହ ଯୋଗାଯୋଗ କରାଯାଉଥିଲା।

Red Fort car blast: ଆରଡିଏକ୍ସଠାରୁ ବି ଭୟଙ୍କର ଥିଲା; ଦିଲ୍ଲୀ ନୁହେଁ, ଉତ୍ତର ପ୍ରଦେଶରେ ହେବାର ଥିଲା ବିସ୍ଫୋରଣ...
ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ସୋମବାର ହୋଇଥିବା ବିସ୍ଫୋରଣ ଆରଡଏକ୍ସଠାରୁ ବି ଭୟଙ୍କର ଥିଲା। ଏଥିରେ ଆମୋନିୟମ ନାଇଟ୍ରେଟ ଫୁଏଲ ଅଏଲ (ଏଏନଏଫଓ) ଏବଂ ଡିଟୋନେଟର୍ସ ବ୍ୟବହାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ଘଟଣାସ୍ଥଳରୁ ଆମୋନିୟମ ନାଇଟ୍ରେଟ ମିଳିଛି। ଏହି ବିସ୍ଫୋରକ ଆଇଇଡିଠାରୁ ବି ଭୟଙ୍କର ହୋଇଥିଲେ ବି ସହଜରେ ମିଳି ଯାଇଥାଏ। କମ୍‌ ଖର୍ଚ୍ଚରେ ଏହା ଅଧିକ କ୍ଷୟକ୍ଷତି ଘଟାଇ ଥାଏ। ଏଥିପାଇଁ ଆତଙ୍କବାଦୀ ମାନେ ଏହାକୁ ବ୍ୟବହାର କରୁଛନ୍ତି। ତେବେ ଫରେନସିକ ରିପୋର୍ଟ ଆସିବା ପରେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ଗତ ସପ୍ତାହରେ ପର୍ଦ୍ଦାଫାସ ହୋଇଥିବା ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋର ସଦସ୍ୟ ଡ. ମହମ୍ମଦ ଉମର ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା କୁହାଯାଉଛି। ସେ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଏହି ଯୋଜନା କରିଥିଲା। ଏଥିରେ ବ୍ୟବୃତ ଏଏନଏଫଓ ଅଧିକ ଜ୍ବଳନଶୀଳ ପଦାର୍ଥ। ବିଶେଷ କରି ଉଦ୍ୟୋଗିକ ବିସ୍ଫୋରଣ ଲାଗି ଏହାକୁ ବ୍ୟବହାର କରାଯାଇଥାଏ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିପୁଳ ବିସ୍ଫୋରକ ସହ ସହଯୋଗୀ ଡ. ମୁଜାମିଲ ସକିଲ ଗିରଫ ହେବା ପରେ ଡ. ଉମର ଭୟଭୀତ ହୋଇ ଯାଇଥିଲା। ପରେ ସେ ଦୁଇ ସହଯୋଗୀଙ୍କ ସହାୟତାରେ ଏକ କାର୍‌ରେ ଡେଟୋନିଟର ସହିତ ଅନ୍ୟ ବିସ୍ଫୋରକ ନେଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରକ କେଉଁଠୁ ଆସିଥିଲା ଏବଂ କିଏ ଆଣିଥିଲା ଏବେ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଆଖପାଖରେ ଥିବା ଗାଡ଼ି ଗୁଡିକର ଝରକା ଭାଙ୍ଗି ଯାଇଥିଲା। ଆପେ ଆପେ ଏୟାର ବ୍ୟାଗ୍‌ ବାହାରି ଯାଇଥିଲା। ପ୍ରାୟ ୨ କିମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା।

ଅନ୍ୟପଟେ ଏହି ବିସ୍ଫୋରଣ ଭେଇକିଲ-ବର୍ଣ୍ଣ ଇମ୍‌ପ୍ରୋଭାଇଜ୍ଡ ଏକ୍ସପ୍ଲୋଜିଭ ଡିଭାଇସ (ଭିବିଆଇଡି) ଥିବା କୁହାଯାଉଛି। କାରଣ ପୂର୍ବରୁ ଆତଙ୍କବାଦୀ ଏହାର ବ୍ୟବହାର କରିଛନ୍ତି। ଏକ ଗାଡ଼ିରେ ବିସ୍ଫୋରକ ନେଇ ତାହାକୁ ଉଡ଼ାଇ ଦିଅନ୍ତି। ଏହି ପ୍ରକ୍ରିୟାକୁ ଠାବ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ଆତଙ୍କବାଦୀଙ୍କୁ ଚିହ୍ନଟ କରି ଜେରା କରିବା ମଧ୍ୟ କାଠିକର ହୋଇଥାଏ। ନିଜ ଉପସ୍ଥିତି ଦର୍ଶାଇବା ପାଇଁ କିମ୍ବା ଭାରତଠାରୁ ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଏଭଳି ଆକ୍ରମଣ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଯେଉଁ ବିସ୍ଫୋରଣ ହୋଇଥିଲା ତାହାକୁ ୪୬୦ କିମି ଦୂର ଉତ୍ତର ପ୍ରଦେଶ (ୟୁପି) ରେ କରାଇବାକୁ ଯୋଜନା କରାଯାଇଥିଲା। ଜମ୍ମୁ-କଶ୍ମୀର ପୁଲିସ ଏବଂ ଗୁଜରାଟ ଏଟିଏସ ପକ୍ଷରୁ ଦିଆଯାଇଥିବା ଏହି ସୂଚନା ୟୁପି ସୁରକ୍ଷା ଏଜେନ୍ସି ଗୁଡିକର ହୋସ୍‌ ଉଡ଼ାଇ ଦେଇଛି। ୟୁପିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ଏହି ସୂଚନା ମିଳିବା ପରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ଆତଙ୍କବାଦୀଙ୍କ ନିଶାଣରେ ଲକ୍ଷ୍ନୌ, କାଶୀ, ମଥୁରା, ଅଯୋଧ୍ୟା ଭଳି ବଡ଼ ସହର ଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ୟୁପିରେ ଦୁଇଟି ଅଲଗା ଅଲଗା ଆତଙ୍କବାଦୀ ମଡ୍ୟୁଲୋ ସାମ୍‌ନାକୁ ଆସିଥିଲା। ଗୋଟିଏକୁ ଗୁଜରାଟ ପୁଲିସ ଏବଂ ଅନ୍ୟଟିକୁ ଜମ୍ମୁ-କଶ୍ମୀର ପୁଲିସ ବିଫଳ କରିଦେଇଛି। ଏଥିପାଇଁ ଆତଙ୍କବାଦୀ ଅନ୍ୟ ଯୋଜନା କରୁଛନ୍ତି।

Delhi Car Blast; ସାମ୍ନାକୁ ଆସିଲା ସନ୍ଦିଗ୍ଧଙ୍କ ଫଟୋ, ବ୍ଲାଷ୍ଟ ବେଳେ...
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୁଲିସ ବିସ୍ଫୋରଣର ତଦନ୍ତକୁ ଜୋରଦାର କରିଛି। ପ୍ରାରମ୍ଭିକ ତଦନ୍ତରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ଯାହା ଘଟଣାଟିକୁ ଜମ୍ମୁ କଶ୍ମୀର ସହିତ ଜଡିତ ମନେହୁଏ। ମଙ୍ଗଳବାର ବିସ୍ଫୋରଣ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ପାର୍କିଂ ସ୍ଥାନରୁ ଏକ ଧଳା i20 କାର ବାହାରକୁ ଯାଉଥିବାର ଦେଖାଯାଉଛି। ଏହା ଡାକ୍ତର ମହମ୍ମଦ ଉମର ବୋଲି ସନ୍ଦେହ କରାଯାଉଛି।

ଯେଉଁ I20 କାରରେ ବିସ୍ଫୋରଣ ଘଟିଥିଲା ତାହା ପୂର୍ବରୁ କଶ୍ମୀରର ପୁଲୱାମା ଜିଲାର ଜଣେ ଡାକ୍ତରଙ୍କ ମାଲିକାନାରେ ଥିଲା। ପୁଲିସ ଗାଡିର ବର୍ତ୍ତମାନର ମାଲିକ ଏବଂ ତାଙ୍କ ସହିତ ଜଡିତ ଲୋକଙ୍କ ଖୋଜାଖୋଜି ଆରମ୍ଭ କରିଛି।ଦିଲ୍ଲୀ ପୁଲିସ ବିସ୍ଫୋରଣ ସ୍ଥାନ ନିକଟରେ ସ୍ଥାପିତ ସିସି ଟିଭି କ୍ୟାମେରାରୁ ଗୁରୁତ୍ୱପୂର୍ଣ୍ଣ ଫୁଟେଜ ପାଇଛି।  ଫୁଟେଜ୍‌ରେ ଦେଖାଯାଉଛି ଯେ, ଜଣେ ସନ୍ଦିଗ୍ଧ ବ୍ୟକ୍ତି I20 କାର ସହିତ ପାର୍କିଂ ଅଞ୍ଚଳରେ ପ୍ରବେଶ କରୁଛନ୍ତି ଏବଂ ତା’ପରେ କିଛି ସମୟ ପରେ ସେଠାରୁ ଚାଲିଯାଉଛନ୍ତି। ସେ ଟି-ଶର୍ଟ ପିନ୍ଧିଥିବା ଦେଖାଯାଇଛି।

ତଦନ୍ତକାରୀଙ୍କ ଅନୁଯାୟୀ, ଘଟଣା ସମୟରେ ସନ୍ଦିଗ୍ଧ ବ୍ୟକ୍ତି ଏକା ଥିଲେ। ସେ କାର ବାହାର କରିବା ପୂର୍ବରୁ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ପାର୍କିଂରେ ରହିଥିଲେ, ସେହି ସମୟରେ ବିସ୍ଫୋରଣ ଘଟିଥିଲା। ଫୁଟେଜ ବ୍ୟବହାର କରି ପୁଲିସ ବର୍ତ୍ତମାନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ରାସ୍ତାକୁ ଟ୍ରିସ କରୁଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, କାର ଛାଡିବା ପରେ ଏହା ଦରିଆଗଞ୍ଜ ଆଡକୁ ଯାଉଥିଲା। ପୁଲିସ ଦଳଗୁଡ଼ିକ ଏବେ ଦରିଆଗଞ୍ଜ ଏବଂ ସେଠାରୁ ସିସି ଟିଭି ଫୁଟେଜ ଯାଞ୍ଚ କରୁଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଗତିବିଧିକୁ ଠାବ କରିବା ପାଇଁ ପାଖାପାଖି ଟୋଲ ପ୍ଲାଜା ଏବଂ ରାଜପଥରୁ ରେକର୍ଡିଂ ସମେତ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ କ୍ୟାମେରା ରେକର୍ଡିଂ ପ୍ରାପ୍ତ ହୋଇଛି।

ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA)ର ଧାରା ୧୬ ଏବଂ ୧୮ ଅନୁଯାୟୀ, ଏକ ମାମଲା ରୁଜୁ କରିଛି। ଏହା ସହିତ, ବିସ୍ଫୋରକ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ଅନେକ ଧାରା ଲାଗୁ କରାଯାଇଛି। ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ପୋଲିସ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଷଡଯନ୍ତ୍ର ଭାବରେ ଦେଖୁଛି।

ତଦନ୍ତରୁ ଜଣାପଡିଛି ଯେ, ଯେଉଁ କାରରେ ବିସ୍ଫୋରଣ ଘଟିଥିଲା ତାହା ପୁଲୱାମାର ତାରିକ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା। ଜମ୍ମୁ ଏବଂ କଶ୍ମୀର ପୋଲିସ ବର୍ତ୍ତମାନ ପୁଲୱାମାରୁ ତାରିକଙ୍କୁ ଅଟକ ରଖିଛି ଏବଂ ତାଙ୍କୁ ପଚରାଉଚରା କରୁଛି। ଗାଡ଼ିର ମୂଳ ମାଲିକ, ଦକ୍ଷିଣ କାଶ୍ମୀରର ବାସିନ୍ଦା ଡାକ୍ତର ଉମର ମହମ୍ମଦଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

Delhi Car Blast; ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ, ୨୦ରୁ ଅଧିକ ଆହତ...
ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର କାର ବିସ୍ଫୋରଣ।  ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ୧ ନମ୍ବର ଗେଟ ନିକଟରେ ଜୋରଦାର ଧମାକା ।  ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ପରେ ଆଖପାଖରେ ଥିବା କାର ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।  ୫ରୁ ୬ଟି ଗାଡି ପୂରା ଛିନଛତ୍ର ହୋଇଯାଇଛି ।  ବିସ୍ଫୋରଣରେ  ୨୩ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।ବିସ୍ଫୋରଣ ପରେ ଗାଡ଼ି ଗୁଡ଼ିକ ହୁହୁ ହୋଇ ଜଳିଥିଲା ।  ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ପାଖରେ ଥିବା ଦେକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ବେଳେ କାର ପାର୍କିଂ ନିକଟରେ ପ୍ରବଳ ଭିଡ଼ ରହିଥିଲା। ପ୍ରାୟ ୬ଟା ୫୨ରେ ବିସ୍ଫୋରଣ ହୋଇଥିଲା। କାର୍ ଟି ଧୀରେ ଧୀରେ ଆସି ରେଡ୍ ଲାଇଟ୍ ନିକଟରେ ଛିଡ଼ା ହୋଇଥିଲା। ତା ପରେ ହଠାତ ବିସ୍ଫୋରଣ ହେଲା। ବିସ୍ଫୋରଣ ବେଳେ କାର୍ ଭିତରେ ୨ ରୁ ୩ ଜଣ ଲୋକ ବସିଥିବା ସୂଚନା ମିଳିଛି।

ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍ ଟିମ୍ ଓ ଟେକ୍ନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି। ଏନଏସଜି ଓ ଏନଆଇଏ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛନ୍ତି।

ତେବେ କାର ବିସ୍ଫୋରଣ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। କେମିତି ହେଲା ଏହି ଘଟଣା ପରେ ଲାଲକିଲା ନିକଟ ଚାନ୍ଦିନୀଚୌକ ମାର୍କେଟକୁ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଏହି ବଜାର। ଏହି ଘଟଣା ପରେ ପୂରା ନୂଆଦିଲ୍ଲୀ ହାଇ ଆଲର୍ଟରେ। ନୂଆଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଳକିଂ ଚାଲିଛି।