torture - The Sakala

୫୦ ହଜାର ଟଙ୍କା ପାଇଁ ଆଦିବାସୀ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗି ମାଡ଼ ମାରିଲେ ଇଟାଭାଟି ମାଲିକ, କ୍ଷତ ସ୍ଥାନରେ ଲଗାଇଲେ ଲଙ୍କାଗୁଣ୍ଡ
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅତି ଅମାନବୀୟ ତଥା ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଆଦିବାସୀ ଯୁବକଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଛରେ ଓଲଟା ଟାଙ୍ଗି ନିର୍ଦ୍ଦୟ ଭାବେ ପିଟିଛନ୍ତି ଜଣେ ଇଟାଭାଟି ମାଲିକ। ଏପରିକି ଯୁବକଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବଡ଼ ଭାଇ ନେଇଥିବା ୫୦,୦୦୦ ଟଙ୍କା ଉଧାରକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଟଙ୍କା ଉଧାର ନେଇ ଫେରାର ଥିଲା ଭାଇ

ପୋଲିସର ସୂଚନାନୁସାରେ, ପୀଡ଼ିତ ଯୁବକ ଜଣକ ହେଉଛନ୍ତି ପାଲଘର ଅଞ୍ଚଳର ବାସିନ୍ଦା ସୁଭାଷ ଶିନୱାର ଭୋଇର (୨୫)। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭିୱଣ୍ଡି ଅଞ୍ଚଳର ଇଟାଭାଟି ମାଲିକ ନନ୍ଦୁ ଦେଓଲିକର ଏବଂ ତାଙ୍କର ଜଣେ ସହଯୋଗୀ। ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଦିନ ଅଭିଯୁକ୍ତମାନେ ସୁଭାଷଙ୍କୁ ତାଙ୍କ ବଡ଼ ଭାଇଙ୍କୁ ଖୋଜିବା ବାହାନାରେ ଜୋରଜବରଦସ୍ତି ଏକ ଚାରିଚକିଆ ଯାନରେ ଉଠାଇ ନେଇଥିଲେ। ସୁଭାଷଙ୍କ ବଡ଼ ଭାଇ ଇଟାଭାଟି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଉଧାର ନେଇ ଫେରାର ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ବଡ଼ ଭାଇଙ୍କର କୌଣସି ପତ୍ତା ନ ମିଳିବାରୁ ସେମାନେ ସୁଭାଷଙ୍କୁ ଭିୱଣ୍ଡିର ପାୟେ ଅଞ୍ଚଳରେ ଥିବା ନିଜ ଇଟାଭାଟିକୁ ନେଇଯାଇଥିଲେ।

ଗଛରେ ଓଲଟା ଟାଙ୍ଗି କଲେ ନିର୍ମମ ମାଡ଼

ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ କ୍ରୂରତାର ସମସ୍ତ ସୀମା ପାର କରିଥିଲେ। ସେମାନେ ଯୁବକଙ୍କ ହାତ ଓ ଗୋଡ଼କୁ ରଶିରେ ବାନ୍ଧି ଏକ ଗଛରେ ଓଲଟା ଟାଙ୍ଗି ଦେଇଥିଲେ। ଏହାପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କୁ ବେଧଡ଼କ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା, ସେମାନେ ସୁଭାଷଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଯୁବକ ଜଣକ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ।

ପୋଲିସରେ ମାମଲା ରୁଜୁ

ଅଭିଯୁକ୍ତମାନେ ଯୁବକଙ୍କୁ ରାତିସାରା ବନ୍ଦୀ କରି ରଖିଥିଲେ। ତେବେ କୌଣସି ମତେ ସୁଯୋଗ ପାଇ ସୁଭାଷ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେ ସେଠାରୁ ବାହାରି ନାଗାଭେ ଅଞ୍ଚଳରେ ପହଞ୍ଚିବା ପରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପୀଡ଼ିତଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ନନ୍ଦୁ ଦେଓଲିକର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅପହରଣ, ବେଆଇନ ଆଟକ, ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିବା ଆଦି ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ମୋବାଇଲ୍ ଚୋରି ଅଭିଯୋଗ; ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ, ଛାତିକୁ ପାଇପ୍‌ରେ ପିଟି ଦେହରୁ ସାର୍ଟ ଖୋଲିଦେଲା ପୁଲିସ...
ଭଦ୍ରକ: ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ। ଭଦ୍ରକ ଜିଲ୍ଲା, ତିହିଡ଼ି ବ୍ଲକ୍‌ ପୀରହାଟ ଥାନା ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଏକ ମୋବାଇଲ୍‌ ଚୋରି ଅଭିଯୋଗରେ ନରେନ୍ଦ୍ରପୁର ଗାଁର ଜଣେ ନାବାଳକକୁ ପୁଲିସ ଥାନା ଭିତରେ ନିସ୍ତୁକ ମାଡ଼ ମାରିଛି। ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ପିଟିବା ସହ ଜୋରଜବରଦସ୍ତ ତାଙ୍କ ସାର୍ଟ ଖୋଲାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିବା ଅଭିଯୋଗ ହୋଇଛି। ଅବସ୍ଥା ଏପରି ହୋଇଥିଲା ଯେ ନାବାଳକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏପରି ଅଭିଯୋଗ କରି ନାବାଳକର ବାପା ଶରତ ମାଝୀ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ତଦନ୍ତ କରି ଦୋଷୀ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି।

ଶରତ ଅଭିଯୋଗରେ ଦର୍ଶାଯାଇଛି ଯେ, ଏକ ମୋବାଇଲ ଚୋରି ଘଟଣାକୁ ନେଇ ନରେନ୍ଦ୍ରପୁର ଗାଁର ଜଣେ ମହିଳା ଗତ ମାସ ୨୭ ତାରିଖରେ ତାଙ୍କ ନାବାଳକ ପୁଅଙ୍କ ନାଁରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ଏହାର ପରଦିନ ଶରତ ମଧ୍ୟ ଏହି ଘଟଣାକୁ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଗତ ୨ ତାରିଖ ରାତି ପ୍ରାୟ ୮ଟାରେ ଥାନାରେ ହାଜର ହେବାକୁ ଶରତଙ୍କୁ ଫୋନ ଯୋଗେ ପୁଲିସ ଜଣାଇଥିଲା। ତଦନୁଯାୟୀ ଶରତ ଏବଂ ତାଙ୍କ ନାବାଳକ ପୁଅ ଥାନାରେ ପହଞ୍ଚିଥିଲେ। ଥାନାଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ଡାକି ମୋବାଇଲ ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ପୁଅ ମୋବାଇଲ ଚୋରି ଅଭିଯୋଗକୁ ଅସ୍ୱୀକାର କରିବାରୁ ଥାନାର ଜଣେ ଏସ୍‌ଆଇ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ନିସ୍ତୁକ ପିଟିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ସେହି କର୍ମଚାରୀ ନାବାଳକର ଦେହରୁ କପଡ଼ା ଖୋଲିବାକୁ ଧମକ ଦେବାରୁ ସେ ସାର୍ଟ ଖୋଲିଥିଲେ। ରାତି ୧ଟା ପରେ ବାପ-ପୁଅଙ୍କୁ ପୁଲିସ ଛାଡ଼ିଥିଲା।

ପୁଲିସ ମାଡ଼ରେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନାବାଳକ ସୁସ୍ଥ ହେବା ପରେ ତାଙ୍କ ବାପା ଏ ସମ୍ପର୍କରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ସହ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ରୋଜାଲିନ ବେହେରା କହିଛନ୍ତି ଯେ ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ମାତ୍ର ପୁଲିସ ମାଡ଼ ମାରିଥିବା ଅଭିଯୋଗ ସତ ନୁହେଁ।