third degree - The Sakala

ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା
କେନ୍ଦ୍ରାପଡା: ବଢ଼ିଲା ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ଅଡ଼ୁଆ । ରାଜନଗର ଥାନାରେ SIଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୩୧ ତାରିଖରେ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ତାଙ୍କ ବିରୁଦ୍ଧରେ ଲାଗିଛି ।

ସୂଚନାଯୋଗ୍ୟ, ବରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ ।  ଏଥିରେ ରାଗିଯାଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାମାନେ ତାଙ୍କୁ ଗାଡି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ରାଜନଗର ଥାନାରେ ତାଙ୍କୁ ୧୧ ଘଣ୍ଟା ଅଟକ ରଖିଥିଲେ ।

ପୁଣି ଥାନାରେ ଥାର୍ଡ ଡିଗ୍ରି! ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଗଞ୍ଜାମ: ପୁଣି ଥାନାରେ ଥାର୍ଡ ଡିଗ୍ରି । ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଥାନାରେ ଯୁବକଙ୍କୁ ମାଡ଼ ପରେ ଗୁରୁତର ହେଲେ, ମାତ୍ର ଡାକ୍ତରଖାନାରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ ।

ଯୁବକକୁ କୌଣସି ଏକ ମାମଲାର ତଦନ୍ତ ପାଇଁ ପୋଲିସ ଉଠାଇ ନେଇ ଅକଥନୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ଡକାଇ ଗୁରୁତର ଅବସ୍ଥାରେ ପଠାଇ ଦେଇଥିଲା ପୋଲିସ । ଆଜି ତାଙ୍କର MKCGରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି ।  ତେବେ ପୋଲିସ କର୍ମଚାରୀଙ୍କ ମାଡ଼ରେ ସମ୍ପୃକ୍ତ ଯୁବକ ଜଣକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ମେଡ଼ିକାଲ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ।

ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀ: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼, ପୁଅକୁ ପାଇଖାନା ଭିତରେ ପୂରାଇ...
ରାଜନଗର: ଥାନା ଭିତରେ ମହିଳାଙ୍କ ଚୁଟି ଘୋଷାଡ଼ିବା ସହ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼। ଖାଲି ସେତିକି ନୁହେଁ, ମହିଳାଙ୍କ ଆଗରେ ତାଙ୍କ ପୁଅକୁ ଥାନା ପାଇଖାନା ଭିତରେ ପୂରାଇ ନିର୍ଘାତ ମାଡ଼। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ପୁଲିସ୍‌ର ଥାର୍ଡ ଡିଗ୍ରୀରେ ମା’-ପୁଅ ଗୁରୁତର ହେବା ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି। ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମା’-ପୁଅଙ୍କ ଉପରେ ୬ ଘଣ୍ଟା ଧରି ପୁଲିସର ଏପରି ବର୍ବରତାକୁ ନେଇରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଗୁରୁତରଦ୍ବୟ ହେଲେ,ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ। ଆଜି ମା’-ପୁଅଙ୍କୁ ଆଜି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ନପୂର୍ଣ୍ଣାଙ୍କ ହାତରେ ମାଡ଼ ଚିହ୍ନ ଥିବାବେଳେ ଅନନ୍ତଙ୍କ ବେକ, ହାତ, ଗୋଡ, ପିଠିରେ ମାଡ଼ ଚିହ୍ନ ରହିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନଷ୍ଟେବଳ ମିଳିତ ଭାବେ ସେମାନଙ୍କୁ ମାଡ଼ ମାରିଥିଲେ ବୋଲି ଆଜି ସେମାନେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସର ଥାର୍ଡ ଡିଗ୍ରୀ ଭିଡିଓ ଥାନାର ସିସିଟିଭିରେ ରହିଛି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ସୂଚନାନୁଯାୟୀ, ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ପୁଅ ଅନନ୍ତ ସହ ସେ ଥାନାକୁ ଏକ ଅଭିଯୋଗ ନେଇ ଯାଇଥିଲେ। କିନ୍ତୁ, ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ରଖିବା ବଦଳରେ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କୁ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ। ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହ ତାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା ଯେ ତାଙ୍କ ଆଖି ଆଗରେ ପୁଅ ଅନନ୍ତଙ୍କୁ ଥାନା ପାଇଖାନା ଭିତରେ ପୂରାଇ ଆଇଆଇସି ଓ ଅନ୍ୟ ଜଣେ କନଷ୍ଟେବଳ ନିସ୍ତୁକ ମାଡ଼ ମାରିଥିଲେ। ବିଧା, ଗୋଇଠା, ଚାପୁଡ଼ା ମାରିବା ସହ ଏକ ବାଡ଼ିରେ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏପରିକି, ଅନନ୍ତଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଏ ସଂପର୍କରେ କାହାରିକୁ କହିଲେ, ଜୀବନରୁ ମାରିଦେବା ଓ ମିଛ ମାମଲାରେ ଫସାଇ ଜେଲ ପଠାଇଦେବାକୁ ଆଇଆଇସି ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି। ମାଆ-ପୁଅଙ୍କୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ୪୦ ଯାଏଁ ଥାନାରେ ରଖି ନିର୍ଯାତନା ଦେବା ପରେ ପୁଲିସ ଛାଡ଼ିଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ମିଳିଛି, ଏସ୍‌ପିଙ୍କୁ ଜଣାଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ମୋବାଇଲ୍ ଚୋରି ଅଭିଯୋଗ; ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ, ଛାତିକୁ ପାଇପ୍‌ରେ ପିଟି ଦେହରୁ ସାର୍ଟ ଖୋଲିଦେଲା ପୁଲିସ...
ଭଦ୍ରକ: ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ। ଭଦ୍ରକ ଜିଲ୍ଲା, ତିହିଡ଼ି ବ୍ଲକ୍‌ ପୀରହାଟ ଥାନା ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଏକ ମୋବାଇଲ୍‌ ଚୋରି ଅଭିଯୋଗରେ ନରେନ୍ଦ୍ରପୁର ଗାଁର ଜଣେ ନାବାଳକକୁ ପୁଲିସ ଥାନା ଭିତରେ ନିସ୍ତୁକ ମାଡ଼ ମାରିଛି। ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ପିଟିବା ସହ ଜୋରଜବରଦସ୍ତ ତାଙ୍କ ସାର୍ଟ ଖୋଲାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିବା ଅଭିଯୋଗ ହୋଇଛି। ଅବସ୍ଥା ଏପରି ହୋଇଥିଲା ଯେ ନାବାଳକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏପରି ଅଭିଯୋଗ କରି ନାବାଳକର ବାପା ଶରତ ମାଝୀ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ତଦନ୍ତ କରି ଦୋଷୀ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି।

ଶରତ ଅଭିଯୋଗରେ ଦର୍ଶାଯାଇଛି ଯେ, ଏକ ମୋବାଇଲ ଚୋରି ଘଟଣାକୁ ନେଇ ନରେନ୍ଦ୍ରପୁର ଗାଁର ଜଣେ ମହିଳା ଗତ ମାସ ୨୭ ତାରିଖରେ ତାଙ୍କ ନାବାଳକ ପୁଅଙ୍କ ନାଁରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ଏହାର ପରଦିନ ଶରତ ମଧ୍ୟ ଏହି ଘଟଣାକୁ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଗତ ୨ ତାରିଖ ରାତି ପ୍ରାୟ ୮ଟାରେ ଥାନାରେ ହାଜର ହେବାକୁ ଶରତଙ୍କୁ ଫୋନ ଯୋଗେ ପୁଲିସ ଜଣାଇଥିଲା। ତଦନୁଯାୟୀ ଶରତ ଏବଂ ତାଙ୍କ ନାବାଳକ ପୁଅ ଥାନାରେ ପହଞ୍ଚିଥିଲେ। ଥାନାଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ଡାକି ମୋବାଇଲ ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ପୁଅ ମୋବାଇଲ ଚୋରି ଅଭିଯୋଗକୁ ଅସ୍ୱୀକାର କରିବାରୁ ଥାନାର ଜଣେ ଏସ୍‌ଆଇ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ନିସ୍ତୁକ ପିଟିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ସେହି କର୍ମଚାରୀ ନାବାଳକର ଦେହରୁ କପଡ଼ା ଖୋଲିବାକୁ ଧମକ ଦେବାରୁ ସେ ସାର୍ଟ ଖୋଲିଥିଲେ। ରାତି ୧ଟା ପରେ ବାପ-ପୁଅଙ୍କୁ ପୁଲିସ ଛାଡ଼ିଥିଲା।

ପୁଲିସ ମାଡ଼ରେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନାବାଳକ ସୁସ୍ଥ ହେବା ପରେ ତାଙ୍କ ବାପା ଏ ସମ୍ପର୍କରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ସହ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ରୋଜାଲିନ ବେହେରା କହିଛନ୍ତି ଯେ ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ମାତ୍ର ପୁଲିସ ମାଡ଼ ମାରିଥିବା ଅଭିଯୋଗ ସତ ନୁହେଁ।