Bank Mega Merger - The Sakala

ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ: ସବୁ ମିଶି ଦେଶରେ ରହିବେ ୫ଟି ବ୍ୟାଙ୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, 'ନିତି' ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିପାରନ୍ତି। ଏହି ମେଗା ମିଶ୍ରଣର ଏକ ଅଂଶ ସ୍ୱରୂପ, ସରକାର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ। ମିଶ୍ରଣ ପରେ, ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟାକରଣ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ।

ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢ଼ୁଛି। ଉଦ୍ଦେଶ୍ୟ ରହିଛି ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିତ୍ତିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ବଡ଼ ଆକାରରେ ଋଣ ଦେଇପାରିବ। ଆଉ ଏହି ଉଦ୍ଦେଶ୍ୟର ଏକ ଅଂଶ ହେଉଛି ଦେଶର ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ (ପିଏସ୍‌ୟୁ)ଗୁଡିକର ମିଶ୍ରଣ। ଏହି ଯୋଜନା କେବଳ ଯେ, ଭାରତୀୟ ବ୍ୟାଙ୍କଗୁଡ଼ିକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ପ୍ରତିଷ୍ଠାନଗୁଡିକର ସମକକ୍ଷ କରିବ ତାହା ନୁହେଁ; ବରଂ ଏହା ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ମଧ୍ୟ ପୂରଣ କରିବାରେ ବଡ଼ ଭୂମିକା ନିର୍ବାହ କରିବ। ବାସ୍ତବରେ  ବିଶ୍ୱର ଶ୍ରେଷ୍ଠ ୨୦ ବ୍ୟାଙ୍କ ତାଲିକାରେ ଭାରତର କୌଣସି ବ୍ୟାଙ୍କର ନାମ ନାହିଁ। ତେଣୁ ଅତି କମ୍ରେ ଏହି ସୂଚୀରେ ଭାରତର ୨ ବିଶ୍ୱସ୍ତରୀୟ ବ୍ୟାଙ୍କ ରହୁ ବୋଲି ସରକାର ଯୋଜନା କରୁଛନ୍ତି। କାରଣ ବିକଶିତ ଭାରତ ୨୦୪୭ର ରୋଡ୍‌ମ୍ୟାପ୍ ଏଭଳି ଏକ ଅର୍ଥନୀତିର କଳ୍ପନା କରେ, ଯାହା ଦେଶର ବିକାଶ ପାଇଁ ନିଜେ ପାଣ୍ଠି ଯୋଗାଇପାରିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ବ୍ୟାଙ୍କିଙ୍ଗ ସିଷ୍ଟମ ଏତେ ମଜଭୁତ ହେବା ଦରକାର, ଯେପରି ଗ୍ରୀନ୍ ଏନର୍ଜି, ସ୍ମାର୍ଟ ସିଟି ଏବଂ ଆଡଭାନ୍ସ ମାନୁଫ୍ୟାକ୍‌ଚରିଂ ଭଳି କ୍ଷେତ୍ର ପାଇଁ ବଡ଼ ଆକାରର ଋଣ ଦେଇପାରିବ। ନଭେମ୍ବର ୬ରେ ଏସ୍‌ୟୁଆଇର ଏକ କନ୍‌କ୍ଲେଭରେ ଯୋଗଦେଇ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂକେତ ଦେଇଥିଲେ। ଦେଶକୁ ଅନେକ ବଡ଼, ବିଶ୍ୱସ୍ତରୀୟ ବ୍ୟାଙ୍କର ଆବଶ୍ୟକତା ଅଛି। ଆମକୁ ଆର୍‌ବିଆଇ ଓ ବ୍ୟାଙ୍କଗୁଡ଼ିକ ସହିତ ବସି ଆଲୋଚନା କରିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ପୂର୍ବରୁ ବି କିଛି ବ୍ୟାଙ୍କର ମିଶ୍ରଣ କରାଯାଇସାରିଛି। ହେଲେ ଏଥର ଯେଉଁ ମିଶ୍ରଣ କରାଯିବ ତା ପଛରେ ଏକ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି। ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦୀର୍ଘ ବର୍ଷରୁ ଖଣ୍ଡବିଖଣ୍ଡିତ ହୋଇ ରହିଆସିଛି। ଅନେକ ସରକାରୀ ବ୍ୟାଙ୍କ ବିଭିନ୍ନ ସ୍ତରରେ ସମାନ ପ୍ରକାରର ସୁବିଧା ଯୋଗାଇ ଆସୁଥିଲେ। ହେଲେ କିଛି ବ୍ୟାଙ୍କ ଦୁର୍ବଳ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ମଜଭୁତ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଥିଲା। ଫଳରେ ସେମାନଙ୍କ ସ୍ଥିତିରେ ସୁଧାର ଆସିଥିଲା।

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣର ପ୍ରଥମ ପର୍ଯ୍ୟାୟ ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିଲା। ୨୦୧୯ ଅଗଷ୍ଟରେ ସରକାର ୪ଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିଲେ। ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରାଇ ୫ଟି ବଡ଼ ବ୍ୟାଙ୍କ ଗଠନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ  ବ୍ୟାଙ୍କ ସଂଖ୍ୟା ପୂର୍ବର ୨୭ ରୁ ହ୍ରାସ ପାଇ ମାତ୍ର ୧୨ ହୋଇଯାଇଥିଲା। ଏହି ମିଶ୍ରଣ ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା। ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ବିଲୟ କରାଯାଇଥିଲା। ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଏବଂ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରିଥିଲେ ସରକାର। ତେବେ ତା ପୂର୍ବରୁ ୨୦୧୯ ରେ, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦାରେ ମିଶାଇ ଦିଆଯାଇଥିଲା।

ଏହାର ଲକ୍ଷ୍ୟ ଥିଲା ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା ଯାହାର ବାଲନ୍ସ ସିଟ୍ ମଜଭୁତ ହେବ ସହ ଏହା ଅଧିକ ଲୋକଙ୍କୁ ସେବା ଦେଇପାରିବ। ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କର ଦକ୍ଷତା ସାମାନ୍ୟ ବୃଦ୍ଧି ହୋଇଥିଲା। ଏହା ସହ ଅନେକ ଛୋଟ ବ୍ୟାଙ୍କ ଭଲ ସ୍ଥିତିକୁ ଆସିଥିଲେ। ତଥାପି, ଏହି ସଂସ୍କାର ପରେ ମଧ୍ୟ ଭାରତ ବିଶ୍ୱ ବ୍ୟାଙ୍କିଂ ରାଙ୍କିଙ୍ଗରେ ଉଲ୍ଲେଖନୀୟ ଭାବରେ ଅଭିବୃଦ୍ଧି ହୋଇ ନ ଥିଲା। ସେହି ମିଶ୍ରଣ ପରଠାରୁ ଭାରତରେ ବର୍ତ୍ତମାନ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବା ପିଏସ୍‌ୟୁ କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ସମ୍ପତ୍ତି ଅନୁସାରେ ବିଶ୍ୱ ବ୍ୟାଙ୍କର ଶ୍ରେଷ୍ଠ ୫୦ ତାଲିକାରେ ଭାରତର କେବଳ ଗୋଟିଏ ପିଏସ୍‌ୟୁ ସ୍ଥାନ ପାଇଛି। ତାହା ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ୟୁଆଇ)। ଏସ୍ଆଣ୍ଡ୍‌ପି ରାଙ୍କିଙ୍ଗ୍ ଅନୁସାରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୩ତମ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୭୩ତମ ସ୍ଥାନ ସହ ଶ୍ରେଷ୍ଠ ୧୦୦ ବିଶ୍ୱ ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଶ୍ୱସ୍ତରୀୟ ବ୍ୟାଙ୍କ ତାଲିକାରେ ଶ୍ରେଷ୍ଠରେ ଚୀନ୍‌ର ବ୍ୟାଙ୍କ ରହିଥିବା ବେଳେ ଶୀର୍ଷ ୨୦ ଭିତରେ  ମଧ୍ୟ ଚୀନ୍‌ର ୭ଟି ବ୍ୟାଙ୍କ ରହିଛି। ଭାରତରେ ଥିବା ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ସମ୍ପତ୍ତି ସମ୍ପତ୍ତି ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୧୭୧ ଟ୍ରିଲିୟନ ଟଙ୍କା ବା (୧.୯୫ ଟ୍ରିଲିୟନ ଡଲାର) ରହିଛି।