corona medicine - The Sakala

ରାଜ୍ୟରେ ନକଲି କରୋନା ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ଏହି ମେଡିସିନରୁ 40 ହଜାର 600 ଗୋଆଲିଅର ପଠା ଯାଇଥିବା ବେଳେ ବାକି 17 ହଜାର 400 ଜବତ ହୋଇଛି । ସେଥିରୁ 400ଟି ଟେଷ୍ଟିଂ ପାଇଁ ପଠାଯାଇଛି । ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀର ଏହି ମେଡିସିନ । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ ।

ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର 13ରୁ 14ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି 9 ଟି ମେଡିସିନିର ନୁମୁନା ମିଳିଛି । ଅବ୍ୟଶକ ପଡ଼ିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ମଧ୍ୟପ୍ରଦେଶକୁ ଲଜ୍ଜା , ପୋଡ଼ିଗଲା ୨୫ ଲକ୍ଷ ଟଙ୍କାର କରୋନା ଔଷଧ
ଇନ୍ଦୋର : ଦେଶରେ କରୋନାର ଦ୍ବିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁଁ କରୋନା ରୋଗୀଙ୍କ ସଂଖ୍ୟା ବଢିବା ସହିତ ମେଡିକାଲରେ ବେଡ, ଅମ୍ଳଜାନ ଏବଂ ଔଷଧ ଅଭାବ ଦେଖାଦେଇଛି। ଏପରି ସଙ୍କଟ ସମୟରେ ରବିବାର ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏକ ଔଷଧ ଗୋଦାମରେ ନିଆଁ ଲାଗିଯାଇଛି। ଏଥିଯୋଗୁଁ ପ୍ରାୟ ୨୫ ଲକ୍ଷ ଟଙ୍କାର କରୋନା ଟିକା ଏବଂ ଔଷଧ ପୋଡି ଧ୍ବଂସ ହୋଇଯାଇଛି ବୋଲି ଅଗ୍ନିଶମ ଅଧିକାରୀ ସନ୍ତୋଷ ଦୁବେ କହିଛନ୍ତି। ସେ କହିଛନ୍ତି ଯେ ଇନ୍ଦୋର ସ୍ଥିତ ଭାରତ ସେରମସ ଆଣ୍ଡ ଭ୍ୟାକ୍ସିନ ଲିମିଟେଡର ପଣ୍ୟଗାର (ୱେରହାଉସ)ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ନିଆଁ ଲାଗିବାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ପଣ୍ୟଗାରରେ ବ୍ଲାକ ଫଙ୍ଗସ ସଂକ୍ରମଣରେ ବ୍ୟବହାର ହେଉଥିବା ଟିକା, କରୋନା ଚିକିତ୍ସାରେ ଲାଗୁଥିବା ଔଷଧ ଏବଂ ମେଡିକାଲ ସାମଗ୍ରୀ ରଖାଯାଇଥିଲା। ଏବେ ନିଆଁ ନିୟନ୍ତ୍ରଣରେ ରହିଛି। ଅନେକ ମେଡିକାଲ ଉତ୍ପାଦକୁ ସେଠାରୁ ବାହାର କରାଯାଇ ଶୀତଳ ଭଣ୍ଡାରରେ ରଖାଯାଇଛି। ଡ୍ରଗ୍ସ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ତଦନ୍ତ ଜାରି ରହିଛି।