visit - The Sakala

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ
ବାରିପଦା: ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଆଗମନ ସୂଚନା ରହିଛି। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅତି ବ୍ୟାପକ ଓ ସୁଦୃଢ଼ କରାଯାଉଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏକ ପ୍ରେସମିଟ୍‌ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ଲୁ-ବୁକ୍ ର ପ୍ରୋଟୋକଲ୍ ଏବଂ ସମସ୍ତ ପ୍ରାବଧାନ ଅନୁଯାୟୀ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ମାନ୍ୟବର ଡିଜିପି ନିଜେ ଗସ୍ତ କରି ସର୍ଜମିନ ତଦାରଖ କରିଛନ୍ତି। ମୋଟାମୋଟି ଆକଳନ ଅନୁଯାୟୀ, ଏହି ସାରା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଆରେଞ୍ଜମେଣ୍ଟ ପାଇଁ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯିବ।

ମିଟିଂ ପ୍ଲେସ୍, ଟ୍ରାଫିକ ପରିଚାଳନା, ହେଲିପ୍ୟାଡ୍ ବ୍ୟବସ୍ଥା, ସୁରକ୍ଷା ଏବଂ ସେଫ୍ଟି ବ୍ୟବସ୍ଥା ଭଳି ଭିନ୍ନ ଭିନ୍ନ ଦିଗ ପାଇଁ ସିନିୟର ଅଫିସରମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ପୃକ୍ତ ଅଞ୍ଚଳକୁ 'ନୋ-ଫ୍ଲାଇ ଜୋନ୍' ଭାବେ ଘୋଷଣା କରାଯିବ। ଏହା ସହିତ ଯେକୌଣସି ଅନଧିକୃତ ଡ୍ରୋନ୍ ସମସ୍ୟାକୁ ପ୍ରତିହତ କରିବା ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ଟିମ୍ ମଧ୍ୟ ନିୟୋଜିତ ରହିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ଥିବା ଡିଆଇଜି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଆସିପାରନ୍ତି। ଟ୍ରମ୍ପ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଭଲଭାବେ କଥାବାର୍ତ୍ତା ଚାଲୁ ରହିଛି ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଚର୍ଚ୍ଚା ଗଠନମୂଳକ ଭାବେ ଆଗକୁ ବଢ଼଼ଛି ବୋଲି ସେ କହିଛନ୍ତି। ହ୍ୱାଇଟ ହାଉସ୍‌‌ର ଓଭାଲ କାର୍ଯ୍ୟାଳୟରେ ଗଣମଧ୍ୟମଗୁଡିକ ସହ କଥା ହେବା ବେଳେ ସେ ପୁଣି ଥରେ ମୋଦୀଙ୍କୁ ନିଜର ଏକ ଭଲ ବନ୍ଧୁ ଓ ଉତ୍ତମ ବ୍ୟକ୍ତି ବୋଲି ଅଭିହିତ କରିଥିଲେ। ଆମ ମଧ୍ୟରେ ପ୍ରାୟ କଥାବାର୍ତ୍ତା ଚାଲିଛି। ସେ ରୁଷଠାରୁ ତୈଳ କ୍ରୟର ପରିମାଣକୁ କମାଇଛନ୍ତି। ଭାରତ ଆସିବାକୁ ସେ ମୋତେ ନିମନ୍ତ୍ରଣ ଦେଇଛନ୍ତି ଓ ଭାରତ ଯିବାକୁ ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି। ଏକ ପ୍ରଶ୍ନ ଉତ୍ତର ଦେଇ ସେ ଆସନ୍ତାବର୍ଷ ହିଁ ଭାରତ ଆସିପାରିନ୍ତି ବୋଲି କହିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବା ନେଇ ସେ ତାଙ୍କର ପୁରୁଣା ଦାବିକୁ ପୁଣି ଥରେ ଦୋହରାଇଛନ୍ତି। ବିଶ୍ୱରେ ୮ଟି ଯୁଦ୍ଧରୁ ୫ରୁ ୬ଟିକୁ ଟାରିଫ୍‌‌ ସହାୟତା ବନ୍ଦ କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ କ୍ୱାଡ୍‌‌ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ ନାହିଁ ବୋଲି ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ।