Odia Girl - The Sakala

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ମାଲିକଙ୍କ ପୁଅ ଗିରଫ
ରାୟଗଡ଼ା: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା। ମୃତ ଯୁବତୀଜଣଙ୍କ ହେଲେ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ସୃଷ୍ଟି ଶର୍ମା(୨୩)। ପୁଲିସ ସେଠାକାର ଏକ ନଦୀରୁ ତାଙ୍କ ଶବ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ୍‌ ସୃଷ୍ଟ ଭଡ଼ାରେ ରହୁଥିବା ଘର ମାଲିକର ପୁଅକୁ ଗିରଫ କରିଛି। ସେ ହେଲା, ଅମିତ ସିଂହ। ସୃଷ୍ଟିଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ସେ ଶବକୁ ଚାଦରରେ ଗୁଡ଼ାଇ ସେଥିରେ ଇଟା, ପଥର ବାନ୍ଧି ନଦୀ‌ରେ ଫିଙ୍ଗି ଦେଇଥିଲା। ଅପର‌ପକ୍ଷେ, ପୁଲିସ ସୃଷ୍ଟିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଇଛି।

ସୂଚନା ଅନୁଯାୟୀ, ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରସ୍ଥିତ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀରେ ୬ ମାସ ହେଲା ଇଣ୍ଟର୍ଣ୍ଣସିପ୍‌ କରୁଥିଲେ। ସେ ଲାଲପୁରର ଭାରତୀୟମ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପଛରେ କାମେଶ୍ୱର ସିଂହଙ୍କ ଘରେ ଏକ କୋଠରି ଭଡ଼ା ନେଇ ରହୁଥିଲେ। ମଙ୍ଗଳବାର ଅପରାହ୍‌ରୁ ସୃଷ୍ଟିଙ୍କ ଫୋନ ବନ୍ଦ ରହିବାରୁ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା। ପରିବାରଲୋ‌‌କ ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତେଣୁ ପରେ ବାଧ୍ୟ ହୋଇ ସେ ଭଡ଼ାରେ ରହୁଥିବା ଘରର ମାଲିକ  ଓ ତାଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ପରିବାରଲୋକଙ୍କ ମନକୁ ପାପ ଛୁଇଁଥିଲା। ପରେ ସୃଷ୍ଟିଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ତାଙ୍କ ବନ୍ଧୁ ସୂରଜ ଏବଂ ମନୀଷଙ୍କ ସହ ଲାଲପୁରଠାରେ ପହଞ୍ଚିଥିଲେ। ସେ ଲାଲପୁର ପୁଲିସ ଷ୍ଟେସନରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ।

ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ସେମାନେ କାମେଶ୍ୱର ସିଂହଙ୍କ ଘର ବିପରୀତରେ ଥିବା ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କର ସନ୍ଦେହ ହେବାରୁ ପୁଲିସକୁ କହିଥିଲେ। ପୁଲିସ ଘର ମାଲିକଙ୍କ ପୁଅକୁ ପଚରାଉଚରା କରିବା ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିଲା। ପୁଲିସ ଅମିତଙ୍କୁ ପଚରାଉଚରା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ସେଥିରେ ପଥର ବାନ୍ଧି ବାଡୋର ନଦୀରେ ଫିଙ୍ଗି ଦେଇଥିବା କହିଥିଲେ। ଏହି ସୂଚନା ପାଇବା ପରେ ପୁଲିସ ଆଜି ଅପରାହ୍‌ଣରେ ନଦୀରୁ ମୃତଦେହ ଉଦ୍ଧାର କରିଛି। ତେବେ ହତ୍ୟାକାଣ୍ଡର କାରଣ ସଂପର୍କରେ ଜଣାପଡ଼ିନାହିଁ।

ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ
ରାଞ୍ଚି: ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ରଙ୍କୁ ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୁଲିସ ଡିଜି ପଦରେ ନିଯୁକ୍ତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ । ଡିଜି ପଦରୁ ଅନୁରାଗ ଗୁପ୍ତା ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ଶ୍ରୀମତୀ ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଗତକାଲି ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ସେ ନୂଆ ଦାୟିତ୍ବ ଗ୍ରହଣ କରିବେ ।

ମିଳିଥିବା ସୂଚନା ଅନୁଯାୟୀ ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଅସ୍ଥାୟୀ ରୂପେ ଏହି ଦାୟିତ୍ବ ତୁଲାଇବେ । ଏବେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ତଦାଶା ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ନେବା ପୂର୍ବରୁ ସେ ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ । ଏହାସହିତ ରାଜ୍ୟ ପୁଲିସ ବିଭାଗରେ ସେ  ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ । ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ରେ ଆଇପିଏସ୍ ବିହାର କ୍ୟାଡର୍‌ରେ ଯୋଗ ଦେଇଥିଲେ  । ତେବେ ୨୦୦୦ରେ ବିହାର ବିଭାଜନ ପରେ ତାଙ୍କୁ ଝାଡ଼ଖଣ୍ଡ କ୍ୟାଡର ମିଳିଥିଲା ।