Biju Chhatra Janata Dal - The Sakala
ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜ୍ୟ ସରକାରଙ୍କ ଅନ୍ଧ ନୀତି ଯୋଗୁଁ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହି ଅନ୍ଧ ନୀତିର ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ୱରର ଆରଟିଓ-୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି । ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ବିଶେଷକରି ପଲୁ୍ୟସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି ।
ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ଅନ୍ଧ ନୀତିର ତୀବ୍ର ସମାଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରାଯାଇଥିଲା । ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲୁ୍ୟସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡୁଛି । ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁଁ ରାଜ୍ୟବାସୀ ଅତିଷ୍ଟ ହୋଇପଡିଲେଣି ।
ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲୁ୍ୟସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଲୁ୍ୟସନ ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହାଛଡା ଫାଇନ ପୈଠ ନହେଲେ ପଲୁ୍ୟସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନକୁ ଅଧିକ ବ୍ୟାପକ କରିବ ।
ଶଙ୍ଖ ଭବନରେ ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ବର: ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିଛନ୍ତି । ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ପ୍ରଦାନ କରିବେ । ଅଧିକରୁ ଅଧିକ ଛାତ୍ର ସାମିଲ ହୋଇ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପିଲା ଓ ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତାଙ୍କୁ ଚାରା ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଛନ୍ତି ।
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସୋମବାରଠାରୁ ଭୁବନେଶ୍ୱରରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ତାହାକୁ ସଫଳ କରିବାକୁ ଯାଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାପଡ଼ିଛି।
ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ ଭାବେ ତ୍ୱରାନିତ କରାଯିବା ସହ କରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶ୍ରୁତିବଦ୍ଧ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍‍ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ବିଜୟ ବସନ୍ତିଆ , ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍‍ ପାଲଟା ସିଂ,ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା ସମେତ ଭୁବନେଶ୍ୱର ଜିଲ୍ଲା ଛାତ୍ର ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ ଓ ବହୁ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ।