Typhoon Kalmaegi - The Sakala

ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ, ଏଯାଏଁ ଗଲାଣି ୨୪୧ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ଭୟଙ୍କର ଘୂର୍ଣ୍ଣିଝଡ଼ କଲମାଏଗି । 'କଲମାଏଗି'ର ପ୍ରଳୟଙ୍କରୀ ତାଣ୍ଡବରେ ଫିଲିପାଇନ୍ସ ଛାରଖାର ହୋଇଯାଇଛି। ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଏପର୍ଯ୍ୟନ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ନିଖୋଜ ରହିଛନ୍ତି। ଦେଶରେ ସୃଷ୍ଟି ହୋଇଥିବା ଏହି ଅତ୍ୟନ୍ତ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ସାରା ଦେଶରେ ଜରୁରୀକାଳୀନ ସ୍ଥିତି (State of Calamity) ଘୋଷଣା କରିଛନ୍ତି। ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ଘୂର୍ଣ୍ଣଝଢ଼ ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ପ୍ରବଳ ବର୍ଷା ଯୋଗୁ ଅନେକ ଲୋକ ବନ୍ୟାରେ ଭାସି ଯାଇଛନ୍ତି  ।

ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । କଲମାଏଗିର ପ୍ରଭାବିତ ପ୍ରାନ୍ତରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯାଇଥିବା ବାୟୁସେନା ହେଲିକପ୍ଟରରେ ଏମାନେ ଥିଲେ । ଯାହା ଦୁର୍ଘଟଣାର ଶିକାର ହୋଇଥିଲା । ଗୁରୁବାର ପାଣିପାଗ ବିଭାଗ କହିଛି ଯେ, ଭିଏତନାମର ଜିଆ ଲାଇ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ପବନ ନେଇ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି । ଯାହା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିପାରେ ଏବଂ ଚାଷ କାମରେ ବାଧା ଉପୁଜିପାରେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଅନ୍ୟପଟେ ବର୍ଷା ଯୋଗୁଁ ବନ୍ୟା ଆସିବାରୁ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଫିଲିପାଇନ୍ସର ସବୁଠାରୁ କ୍ଷତିଗ୍ରସ୍ତ ପ୍ରଦେଶ ସେବୁରେ ବନ୍ୟା ଜଳ କମିଥିବା ବେଳେ, ଅନେକ ଘର ଭାଙ୍ଗିଯାଇଛି ।