New York mayor election - The Sakala

ଆମେରିକାରେ ମେୟର ନିର୍ବାଚନ; ଟ୍ରମ୍ପଙ୍କୁ ଝଟ୍‌କା ଦେଲେ ୩ ଭାରତୀୟ ବଂଶୋଦ୍ଭବ...
ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ପାର୍ଟି ପ୍ରାର୍ଥୀ ଜୋହରାନ ମମ୍‌ଦାନୀ ଆମେରିକାର ଅନ୍ୟତମ ବୃହତ୍ତମ ସହର ନ୍ୟୁୟର୍କର ମେୟର ନିର୍ବାଚିତ ହୋଇ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି। ତାଙ୍କୁ ହରାଇବା ଲାଗି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସମସ୍ତ ରଣନୀତି ଫେଲ୍ ମାରିଛି। କେବଳ ଏତିକି ନୁହେଁ, ଟ୍ରମ୍ପଙ୍କ  ପ୍ରାର୍ଥୀ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପରେ ଆମେରିକାରେ ପ୍ରଥମ ଥର ଲାଗି ହୋଇଥିବା ଏହି ନିର୍ବାଚନରେ ରିପବ୍ଲିକାନ ପ୍ରୀର୍ଥୀଙ୍କ ଶୋଚନୀୟ ପରାଜୟ ଟ୍ରମ୍ପଙ୍କ ପାଇଁ ବଡ଼ ଧରଣର ଝଟକା ହୋଇଛି।

କେବଳ ନ୍ୟୁୟର୍କ ନୁହେଁ, ସିନସିନାଟି ଓ ଭିର୍ଜିନିଆରେ ମଧ୍ୟ ଟ୍ରମ୍ପଙ୍କ ପ୍ରାର୍ଥୀଙ୍କୁ ଝଟକା ଦେଇଛନ୍ତି ଆଉ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ।  ସେମାନେ ହେଲେ ଆଫତାବ ପୁରେୱାଲ ଏବଂ ଗଜାଲା ହାସମୀ ଗତକାଲି ଅନୁଷ୍ଠିତ ନ୍ୟୁୟର୍କ ମେୟର ନିର୍ବାଚନରେ ବିଜୟୀ ହୋଇ ଇତିହାସ ରଚିଛନ୍ତି ମମଦାନୀ।  ୩୪ ବର୍ଷୀୟ ମମ୍‌ଦାନୀ ନ୍ୟୁୟର୍କର ସର୍ବକନିଷ୍ଠ,  ପ୍ରଥମ ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ ମୁସ୍‌ଲିମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଗତ ଗତ ୧୦୦ ବର୍ଷରେ ପ୍ରଥମ ଥର ଲାଗି ନ୍ୟୁୟର୍କରେ ଏଭଳି ବ୍ୟକ୍ତି ମେୟର ନିର୍ବାଚିତ ହୋଇଥିବା କୁହାଯାଉଛି। ଜାନୁଆରୀ ପହିଲାରେ ସେ ନ୍ୟୁୟର୍କର ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଏହା ଡେମୋକ୍ରାଟିକ ଦଳ ପାଇଁ ଏବ ବଡ଼ ବିଜୟ ବିବେଚିତ ହେଉଛି। ୧୯୬୯ ପରେ ନ୍ୟୁୟର୍କରେ ପ୍ରଥମଥର ପାଇଁ କୌଣସି ନେତାଙ୍କୁ ୧୦ ଲକ୍ଷ ଭୋଟ ମିଳିଛି। ମମ୍‌ଦାନୀଙ୍କୁ ୧୦ ଲକ୍ଷରୁ ଅଧିକ ଭୋଟ ମିଳିଛି। ମମ୍‌ଦାନୀ ନିର୍ବାଚନ ଜିତିବା ପରେ ନିଜ ଭାଷଣରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ମେୟର ଭାବେ ମମଦାନୀଙ୍କ ଅନେକ କ୍ଷମତା ଓ ଦାୟିତ୍ବ ରହିଛି। ତାଙ୍କ ଅଧୀନରେ ତିନି ଲକ୍ଷ କର୍ମଚାରୀ କାମ କରିବେ। ବିଭିନ୍ନ ବିଭାଗ ପାଇଁ ମୁଖ୍ୟ ନିଯୁକ୍ତ କରିବା ସହିତ ଜଜ ନିଯୁକ୍ତ କରିବାର କ୍ଷମତା ମଧ୍ୟ ରହିଛି।

ମମ୍‌ଦାନୀ ହେଉଛନ୍ତି ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ମୀରା ନାଏରଙ୍କ ପୁଅ। ତାଙ୍କ ପିତା ହେଉଛନ୍ତି ବିଶିଷ୍ଟ ଲେଖକ ଉଗାଣ୍ଡାରେ ଜନ୍ମିତ ମହମୁଦ ମମଦାନୀ। ମମଦାନୀଙ୍କ ପୂର୍ବପୁରୁଷ ଗୁଜରାଟରେ ରହୁଥିଲେ।  ସେ ୧୯୯୧ ଅକ୍ଟୋବର ୧୮ରେ ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ନିଜ ପରିବାର ସହ ଉଗାଣ୍ଡାରୁ ଦକ୍ଷିଣ ଆଫ୍ରିକା ଓ ପରେ ନ୍ୟୁୟର୍କ ସିଟିରେ ଆସି ରହିଥିଲେ।ଆଉ ଜଣେ ଭାରତୀୟ ବଂଶୋଦ୍ଭବ ୪୩ ବର୍ଷୀୟ ଆଫତାବ ପୁରେୱାଲ ପୁଣିଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଆମେରିକା ଓହିଓ ରାଜ୍ୟର ସିନ୍‌ସିନାଟି ସହରର ମେୟର ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତିୀୟଥର ପାଇଁ ବିଜୟୀ ହୋଇ ଏହି ହାଇପ୍ରୋଫାଲ ପଦକୁ ନିର୍ବାଚିତ ହୋଇଛନ୍ତି।  ଡେମୋକ୍ରାଟିକ ଦଳ ତରଫରୁ ନିର୍ବାଚନ ଲଢିଥିବା ଆଫତାବ୍‌ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ତଥା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସାବତ୍‌ ଭାଇ କୋରି ବୋମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସେ ଏହାପୂର୍ବରୁ ୨୦୨୧ରେ ପ୍ରଥମ ଏସୀୟ ଆମେରିକୀୟ ଭାବେ ସିନ୍‌ସିନାଟିର ମେୟର ଭାବେ ନିର୍ବାଚିତ ହୋଇଥିଲେ। ସେ ଓହିଓରେ ଜଣେ ପଞ୍ଜାବୀ ପିତା ଓ ତିବ୍ବତୀୟ ମାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ।

ସେହିଭଳି ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ ପ୍ରାର୍ଥୀ ଗଜାଲା ହାସ୍‌ମୀ ଆମେରିକାର ଦକ୍ଷିଣପୂର୍ବ ରାଜ୍ୟ ଭିର୍ଜିନିଆର ଉପରାଜ୍ୟପାଳ ଭାବେ ନିର୍ବାଚିତ ହୋଇଛନ୍ତି। ସେ ରିପବ୍ଲିକାନ ପ୍ରାର୍ଥୀ ଜନ୍‌ ରେଡଙ୍କୁ ପରାସ୍ତ କରି ବାଜି ମାରିଛନ୍ତି। ହାସ୍‌ମୀ ପ୍ରଥମ ମୁସ୍‌ଲିମ ଓ ଦକ୍ଷିଣ ଏସିଆ ଆମେରିକୀୟ ଭାବେ ଭିର୍ଜିିନିଆ ସିନେଟ୍‌କୁ ନିର୍ବାଚିତ ହୋଇଛନ୍ତି। ୧୯୬୪ରେ ସେ ଭାରତର ହାଇଦରାବାଦ୍‌ରେ ଜିଆ ହାସମୀ ଓ ତନବୀର ହାସମୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ମହଲକପେଟ୍‌ରେ ସେ ନିଜର ଅଜା ଓ ଆଇ ଘରେ ବାଲ୍ୟକାଳ ବିତାଇଥିଲେ। ୪ ବର୍ଷ  ବୟସରେ ସେ ନିଜର ମା ଓ ବଡ଼ ଭାଇଙ୍କ ସହ ଆମେରିକା ଚାଲିଆସିଥିଲେ ଓ ଜର୍ଜିଆରେ ନିଜ ପିତାଙ୍କ ସହ ରହିଥିଲେ। ଗଜାଲାଙ୍କ ପିତା ଜିଆ ହାସ୍‌ମୀ ଜଣେ ଫ୍ରଫେସର ଥିଲେ।