Controversy - The Sakala

ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ
ଭଦ୍ରକ: ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେଇ ଠକିଗଲେ ଯାତ୍ରା କମିଟି । ଅଗ୍ରିମ ଟଙ୍କା ନେଇ ମଧ୍ୟ ଯାତ୍ରା କରୁନାହିଁ ଯାତ୍ରା ପାର୍ଟି ଅଶୋକ ସମ୍ରାଟ । ଏନେଇ ପୁଣି ବିବାଦରେ ଫସିଛନ୍ତି ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରୟଣ ଧଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଏଭଳି ଅଭିଯୋଗ। ବିରୋଧ କରି ଧାରଣାରେ ବସିଛନ୍ତି ଆୟୋଜକ ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟ। ଏଭଳି ଠକେଇ ଅଭିଯୋଗରେ ଧୂଷୁରୀ ଥାନା ଅଧିନ ଫତେପୁର ଗ୍ରାମରେ ଅଟକିଛି ଯାତ୍ରା ପାର୍ଟି "ଯାତ୍ରା ଅଶୋକ ସମ୍ରାଟ"। ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଛନ୍ତି ।

ଅଭିଯୋଗ ଅନୁସାରେ ଚାନ୍ଦବାଲି ଥାନା ଅଧୀନ ତେନ୍ତୁଳିଡିହ ଗ୍ରାମର ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ୯ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । କିନ୍ତୁ ଯାତ୍ରା ପରିବେଷଣ କରିବା ପାଇଁ ଆସିନଥିଲେ କିମ୍ବା ଅଗ୍ରିମ ଆକାରରେ ନେଇଥିବା ଅନୁଷ୍ଠାନକୁ ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। କମିଟି ସଦସ୍ୟମାନେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ।

ରବିବାର ଦିନ କମିଟି ମେମ୍ବରମାନେ ଜାଣିବାକୁ ପାଇଥିଲେ କି ଧୂଷୁରୀ ଥାନା ଅଧୀନ ଫତେପୁରରେ ଯାତ୍ରା ଅଶୋକ ସମ୍ରାଟ ଯାତ୍ରା ପରିବେଷଣ କରିବାକୁ ଆସିଛି । ତୁରନ୍ତ ବାସନ୍ତୀ ଦୁର୍ଗା କମିଟି ତେନ୍ତୁଳି ଡିହର ସଦସ୍ୟମାନେ ଫତେପୁରରେ ପହଞ୍ଚିଥିଲେ ଏବଂ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଯାତ୍ରା ଟ୍ରକ ଅଟକ ରଖିଛନ୍ତି । ଯାତ୍ରା ପାର୍ଟିର ପରିଚାଳକ ପକ୍ଷରୁ କମିଟି ସଦସ୍ୟ ମାନଙ୍କ ଉପରେ ଏକ ପାଲଟା ଅଭିଯୋଗ ମଧ୍ୟ ହୋଇଥିବା ସୂଚନା ମିଳିଛି ।

‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା
‘ଦ କେରଳ ଷ୍ଟୋରୀ ୨’ (The Kerala Story 2) ବକ୍ସ ଅଫିସରେ ମୁକ୍ତିଲାଭ କରିବା ପରେ ପୁଣି ଥରେ ବିବାଦ ଘେରକୁ ଆସିଛି। ଫିଲ୍ମର ବିଷୟବସ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ମୁଖ୍ୟ ଅଭିନେତ୍ରୀ ଉଲ୍‌କା ଗୁପ୍ତା (Ulka Gupta) ଙ୍କୁ ସୋସିଆଲ ମିଡିଆରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡୁଛି। ତାଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ (Death Threats) ମିଳୁଥିବା ନେଇ ସେ ଖୁଲାସା କରିଛନ୍ତି।

କାହିଁକି ହେଉଛି ବିବାଦ?

ଫିଲ୍ମର ଏକ ଦୃଶ୍ୟରେ ଉଲ୍‌କା ଗୁପ୍ତାଙ୍କ ଚରିତ୍ର ‘ସୁରେଖା’ଙ୍କୁ ଜୋରଜବରଦସ୍ତି ରେଡ୍ ମିଟ୍ (Red Meat) ବା ଗୋମାଂସ ଖୁଆାଯାଉଥିବା ଦେଖାଯାଇଛି। ଟ୍ରେଲର ଏବଂ ଫିଲ୍ମରେ ଏହି ଦୃଶ୍ୟ ଆସିବା ପରେ କିଛି ଲୋକ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଉଲ୍‌କା କହିଛନ୍ତି ଯେ, ଲୋକମାନେ ତାଙ୍କ ଇନଷ୍ଟାଗ୍ରାମ ଡିଏମ୍‌ରେ (DM) ଘୃଣ୍ୟ ମେସେଜ ପଠାଉଛନ୍ତି ଏବଂ ତାଙ୍କ ଫଟୋ ତଳେ ବିଭିନ୍ନ ନନ୍-ଭେଜ୍ ରେସିପି ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି।

ମୁହଁ ଖୋଲିଲେ ଉଲ୍‌କା ଗୁପ୍ତା

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଉଲ୍‌କା କହିଛନ୍ତି, "ଟ୍ରେଲର ରିଲିଜ୍ ପରଠାରୁ ମୋତେ ବହୁତ ଘୃଣା ମିଳୁଛି। ମୁଁ ସାଧାରଣତଃ ପରିସ୍ଥିତିର ସାମ୍ନା କରେ, କିନ୍ତୁ ଏଥର ମୋତେ ଚୁପ୍ ରହିବାକୁ ପଡିଲା କାରଣ ମାମଲା ଗମ୍ଭୀର ଥିଲା।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମର ସୁଟିଂ ସମୟରେ ପୀଡ଼ିତାଙ୍କ କାହାଣୀ ଶୁଣି ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଥିଲେ ଏବଂ ତାଙ୍କୁ ଠିକ୍‌ରେ ନିଦ ମଧ୍ୟ ହେଉନଥିଲା।

ଫିଲ୍ମ ବିଷୟରେ ତଥ୍ୟ

କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଫେବୃଆରୀ ୨୭, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏଥିରେ ଉଲ୍‌କା ଗୁପ୍ତାଙ୍କ ସହ ଅଦିତି ଭାଟିଆ ଏବଂ ଐଶ୍ୱର୍ଯ୍ୟା ଓଝା ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ଧର୍ମ ପରିବର୍ତ୍ତନ ଏବଂ ମହିଳାଙ୍କ ଉପରେ ହେଉଥିବା ମାନସିକ ଓ ଶାରୀରିକ ଅତ୍ୟାଚାର ଉପରେ ପର୍ଯ୍ୟବସିତ।

Shubhankar Mishra Controversy: ପୁରୀ ଶ୍ରୀମନ୍ଦିରକୁ ନେଇ ଇନଫ୍ଲୁଏନସର ଶୁଭଙ୍କରଙ୍କ ବିବାଦୀୟ ଟିପ୍ପଣୀ: ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସମ୍ପର୍କ’
ଭୁବନେଶ୍ୱର: 'ଶ୍ରୀମନ୍ଦିରକୁ ଯିବାକୁ ପ୍ରେମୀ ଯୁଗଳଙ୍କୁ ବାରଣ। ଯୁବକ-ଯୁବତୀ ଯଦି ପ୍ରେମ କରୁଥାନ୍ତି ତେବେ ଶ୍ରୀମନ୍ଦିରକୁ ଏକାଠି ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗଯାଏ। ପ୍ରେମୀଯୁଗୋଳଙ୍କର ବିବାହ ହୋଇପାରେନା। ଶ୍ରୀମନ୍ଦିରକୁ ରାଧାରାଣୀ ଅଭିଶାପ ଦେଇଥିବାରୁ ଏପରି ଘଟୁଛି।' ଏକଥା ଆମେ କହୁନାହିଁ, ବରଂ ଏଭଳି ବିବାଦୀୟ ଟିପ୍ପଣୀ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା । ହଁ ଆଜ୍ଞା, ସମ୍ବାଦ ଉପସ୍ଥାପକରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ପାଲଟିଥିବା ଆଉ ଯୁବବର୍ଗଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିବା ଶୁଭଙ୍କର ମିଶ୍ରଙ୍କ ଏଭଳି ଟିପ୍ପଣୀକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ପ୍ରସିଦ୍ଧ ୟୁଟ୍ୟୁବର୍‌ ଓ ପଡକାଷ୍ଟର୍‌ ଶୁଭଙ୍କର ମିଶ୍ରା ଶ୍ରୀମନ୍ଦିରକୁ ନେଇ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶୁଭଙ୍କର ମିଶ୍ରା ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ, ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। ତାଙ୍କ ଅନୁଯାୟୀ, ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା' ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ, ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା' ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା, ବିଶେଷ କରି ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀବାସୀ ତଥା ଶ୍ରୀଜଗନ୍ନାଥ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି ଯେ, ଜଣେ ଏତେ ଉଚ୍‌ଚଶିକ୍ଷିତ ତଥା ପ୍ରଭାବଶାଳୀ ବ୍ୟକ୍ତି କିଭଳି ଶ୍ରୀମନ୍ଦିର ସମ୍ପର୍କରେ ଏଭଳି ବିଭ୍ରାନ୍ତିକର ଓ ତଥ୍ୟହୀନ ଟିପ୍ପଣୀ ଦେଇପାରିଲେ? ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏହି ପ୍ରସଙ୍ଗରେ କହିଛନ୍ତି, ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍‌ ତଥ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।

ଶୁଭଙ୍କର ମିଶ୍ରା ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର। ପୂର୍ବରୁ ସେ ବଡ଼ ବଡ଼ ଜାତୀୟ ଚ୍ୟାନେଲରେ ନ୍ୟୁଜ୍‌ ଆଙ୍କର ଭାବେ କାମ କରିସାରିଛନ୍ତି। ତାଙ୍କର ୟୁଟ୍ୟୁବରେ ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି। ସେ ରାଜନୀତି, ମନୋରଞ୍ଜନ, ଜୀବନଶୈଳୀ, କ୍ରିକେଟ୍‌ ଏବଂ ରହସ୍ୟମୟ କଂଟେଟ ଉପରେ ଭିଡିଓ ବନାନ୍ତି। ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଭାବରେ, ଶୁଭଙ୍କର ମିଶ୍ରା ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟର ସତ୍ୟତା ଯାଂଚ କରିବା କ'ଣ ଉଚିତ୍‌ ନଥିଲା କି? ତାଙ୍କର ଏହି ଟିପ୍ପଣୀ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ପରମ୍ପରାକୁ ନେଇ ସାଧାରଣ ଲୋକଙ୍କ ମନରେ କି ପ୍ରକାର ପ୍ରଭାବ ପକାଇବ? ଏ ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି।

ଆୟକର ବିଲ୍‌କୁ ନେଇ ଉଠିଲା ବିବାଦ, ଆଉ ସୁରକ୍ଷିତ ରହିବ ନାହିଁ କରଦାତାଙ୍କ ବ୍ୟକ୍ତିଗତ ତଥ୍ୟ
ନୂଆଦିଲ୍ଲୀ: ଆୟକରଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଆଉ ସୁରକ୍ଷିତ ରହିବ ନାହିଁ। ଆୟକର ଅଧିକାରୀ ଚାହିଁଲେ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍‌, ବ୍ୟାଙ୍କ ଆକାଉଣ୍ଟ, ଅନଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ୍‌ସ ଏବଂ ଏପରିକି ଟ୍ରେଡିଂ ଆକାଉଣ୍ଟ୍‌ସ ମଧ୍ୟ ଦେଖିପାରିବେ। ଏଥିପାଇଁ କୌଣସି ସୂଚନା ବା ଅଭିଯୋଗର ଆବଶ୍ୟକତା ନାହିଁ; କେବଳ ସନ୍ଦେହ ହେଲେ ଯଥେଷ୍ଟ। ଗତମାସ ଲୋକସଭାରେ ସରକାର ଆଗତ କରିଥିବା ଆୟକର ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି।

ଆୟକର ଅଧିକାରୀ ଚାହିଁଲେ ଆୟକରଦାତାଙ୍କ ଘର କବାଟ ଭାଙ୍ଗି ପଶିପାରିବେ। ସେମାନେ ବାକ୍ସ, ଲକର, ସେଫ୍‌ ଓ ଆଲମିରା ମଧ୍ୟ ଭାଙ୍ଗିପାରିବେ। ଲୋକସଭାରେ ଆଗତ ଆୟକର ବିଲର ୨୪୭ ଧାରାରେ ଆୟକର ଅଧିକାରୀମାନଙ୍କୁ ଏଭଳି ଅଖଣ୍ଡ କ୍ଷମତା ଦିଆଯାଇଛି। କେବଳ ସନ୍ଦେହ ହେଲେ ସେମାନେ ଯେକୌଣସି ସ୍ଥାନ ହେଉ କି ଘର ସେଠାରେ ପଶି ଛାନଭିନ୍ କରିପାରିବେ। କଂପ୍ୟୁଟର/ଲ୍ୟାପଟପ୍ ଖୋଲି ଛାନଭିନ୍ କରିପାରିବେ। ଜଣେ ବ୍ୟକ୍ତି କାହା ସହିତ ବ୍ୟକ୍ତିଗତ କଥା ହୋଇଥିଲେ, ସେସଂକ୍ରାନ୍ତ ତଥ୍ୟ ମଧ୍ୟ ଅଧିକାରୀ ହାସଲ କରିପାରିବେ। ଆୟକର ଦାଖଲର ସରଳୀକରଣ ନାମରେ ନୂଆ ବିଲ୍‌ରେ କରାଯାଇଥିବା ଏହିସବୁ ବ୍ୟବସ୍ଥା ନେଇ ଘୋର ଆପତ୍ତି ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏନ୍‌ଡିଏ ସରକାର ପ୍ରଥମେ ପେଗାସସ୍ ଜରିଆରେ ଆମ ଉପରେ ଗୁଇନ୍ଦା ନଜର ରଖିଲେ, ଏବେ ସେମାନେ ଆମର ବ୍ୟକ୍ତିଗତ ଅଧିକାରକୁ ମଧ୍ୟ ନେଇଯିବାକୁ ବସିଲେଣି। ଆମର ଡିଜିଟାଲ ଜୀବନ ମଧ୍ୟ ଆଉ ସୁରକ୍ଷତ ନୁହେଁ। ଚଢ଼ଉ କି ଖାନତଲାସି ପାଇଁ କୌଣସି ନୋଟିସ ବା ୱାରାଣ୍ଟ ଦରକାର ନାହିଁ। ଆପଣ ଟିକସ ଫାଙ୍କୁଛନ୍ତି ବୋଲି ଆୟକର ଅଧିକାରୀ କେବଳ ସନ୍ଦେହ ଆଧାରରେ ଆପଣଙ୍କର ବ୍ୟକ୍ତିଗତ ଅଧିକାରକୁ ଛଡ଼ାଇନେବେ। ଏହାର ସମସ୍ତେ ବିରୋଧ କରିବା ଉଚିତ। ଅନେକ ସଂଗଠନ କହିଛନ୍ତି ଯେ ଏହି ବିଲ୍ ଗୋପନୀୟତା ରକ୍ଷା ପାଇଁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାରର ଏହା ଉଲ୍ଳଂଘନ କରୁଛି।

ସୂଚନାଯୋଗ୍ୟ ଯେ ଏହି ବିଲ ଆଗତ ହେବାପରେ ଲୋକସଭା ବାଚସ୍ପତି ଏହା ଉପରେ ଅଧିକ ଆଲୋଚନା ପାଇଁ ୩୧ ଜଣିଆ ସିଲେକ୍ଟ କମିଟିକୁ ପଠାଇଛନ୍ତି।

ମହାପ୍ରଭୁଙ୍କୁ ନେଇ ସମ୍ବିତ ପାତ୍ରଙ୍କ ଅରୁଚିକର ବୟାନ: ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା, ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ବରେ ରଖିବାକୁ ନବୀନଙ୍କ ଅପିଲ୍
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବଦେବତା । ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ପ୍ରଭୁଙ୍କ ପ୍ରତି ଅପମାନ ଅଟେ। ଏହା ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି । ମହାପ୍ରଭୁ ହେଉଛନ୍ତି ଓଡ଼ିଶା ଅସ୍ମିତାର ପ୍ରତୀକ । ମହାପ୍ରଭୁଙ୍କୁ ରାଜନୀତିର ଉର୍ଦ୍ଧ୍ବରେ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ନିନ୍ଦନୀୟ। ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଦେଇଥିବା ବିବୃତ୍ତିକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ଦ୍ବାରା ଆପଣ ଓଡ଼ିଆ ଅସ୍ମିତାଙ୍କୁ ଗଭୀର ଭାବରେ ଆଘାତ ଦେଇଛନ୍ତି ବୋଲି ନବୀନ କହିଛନ୍ତି।

Mahaprabhu Shree Jagannatha is the Lord of Universe.

Calling Mahaprabhu a bhakt of another human being is an insult to the Lord. This has hurt the sentiments and demeaned the faith of crores of Jagannatha bhaktas and Odias across the world.

The Lord is the greatest Symbol of…

— Naveen Patnaik (@Naveen_Odisha) May 20, 2024

ସୂଚନା ଅନୁଯାୟୀ, ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଥିଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଥିଲା। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି।।