Puri Shree Mandir - The Sakala

'ଶ୍ରୀମନ୍ଦିର ଉପରେ ବୋମାମାଡ଼ ହେବ', ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ପୋଷ୍ଟ
ପୁରୀ: ‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ଶୀଘ୍ର ବୋମା ପଡ଼ିବ। ଖୁବ୍‌ଶୀଘ୍ର ଶୁଭାଶିଷ୍‌ ଖୁଣ୍ଟିଆଙ୍କୁ ଗୁଳିମାଡ଼ ହେବ। ସେହିପରି ଖୁବ୍‌ଶୀଘ୍ର ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ’। ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ; ଏମିତି ଧମକପୂର୍ଣ୍ଣ ପୋଷ୍ଟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିଶେଷକରି ପୁରୀରେ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜୁଲିରାଣୀ ପଣ୍ଡାଙ୍କ ଫେସ୍‌ବୁକ ପେଜ୍‌ରେ ଏଭଳି ପୋଷ୍ଟ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଜୁଲିରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢ଼ିଛି ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ପୂର୍ବରୁ ଏକାଧିକଥର ଗୁଇନ୍ଦା ଏଭଳି ସୂଚନା ଦେଇଆସିଛି। ଯେଉଁଥିପାଇଁ ବଡ଼ାଦଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସମୟରେ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ଏଭଳି ସ୍ଥିତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଉପରେ ବୋମାମାଡ଼ କରାଯିବା ନେଇ ପୋଷ୍ଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଯାହା ଜଣାପଡୁଛି ଏହି ଫେସ୍‌ବୁକ୍‌ ଆକାଉଣ୍ଟଟି ନୂଆ କରି ଖୋଲାଯାଇଛି। ଆକାଉଣ୍ଟର ଡିପିରେ ଏକ ଟେଡି ଫଟୋ ରହିଛି। କୌଣସି ତଥ୍ୟ ଆକାଉଣ୍ଟରେ ପ୍ରଦାନ କରାଯାଇନାହିଁ। କେବେଳ ଆକାଉଣ୍ଟରେ ଜଣେ ମାତ୍ର ବ୍ୟକ୍ତି ତା’ର ବନ୍ଧୁ ତାଲିକାରେ ରହିଥିବା ଦେଖାଯାଉଛି। ସେୟାର ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଗତ ୧୩ ତାରିଖରୁ ସେୟାର ହୋଇଥିବା ଜଣାପଡ଼ିଛି। ତେବେ ଶ୍ରୀମନ୍ଦିର ସମ୍ପର୍କରେ ଏପରି ଧମକପୂର୍ଣ୍ଣ ପୋଷ୍ଟକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏବଂ କିଭଳି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି, ଖୁବ୍‌ଶୀଘ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ଏ ସମ୍ପର୍କରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସୋସିଆଲ୍‌ ମିଡିଆରେ ଖୋଲାଖୋଲି ଧମକ ଦିଆଯିବା ଏହା ହିଁ ସ୍ପଷ୍ଟ କରୁଛି। ଜଣେ ସାଂସଦଙ୍କ ପ୍ରତି ଯଦି ଏଭଳି ଧମକ ଦିଆଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଜୀବନ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ। ଏଭଳି ପୋଷ୍ଟ ମୋ ଜୀବନ ପ୍ରତି ଓ ମୋ ପରିବାର ଜୀବନ ପ୍ରତି ବିପଦ ଥିବା ଦର୍ଶାଉଛି। ମୋର ସୁରକ୍ଷାକୁ ପୁଲିସ ନିଶ୍ଚିତ କରୁ ବୋଲି କହିଛନ୍ତି ସାଂସଦ ଶ୍ରୀ ଖୁଣ୍ଟିଆ।

ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟ ସମ୍ପର୍କରେ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ଆମ ନଜରକୁ ଏହା ଆସିଛି। ଏନେଇ ସୋସିଆଲ ମିଡିଆକୁ ଏହି ପୋଷ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛୁ। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି। କିଛି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଛି। ଆମ ସୁରକ୍ଷା ବାହିନୀ ସତର୍କ ଓ ସଜାଗ ରହିଛନ୍ତି। ଦୁଇଦିନ ତଳୁ ଆମ ନଜରକୁ ଏଭଳି ପୋଷ୍ଟ ଆସିଛି ବୋଲି ଏସ୍‌ପି ଶ୍ରୀ ସିଂ କହିଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶ୍ରୀଜୀଉଙ୍କର ଏହି ବେଶ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଆଜି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି ।

ଶ୍ରୀମନ୍ଦିର ଦ୍ୱାର  ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଇଅଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ ।

ଅନ୍ୟପଟେ ଆଜି ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି ।