Vande Mataram - The Sakala

‘ବନ୍ଦେ ମାତରମ୍’ ପାଇଁ କେନ୍ଦ୍ରର ନୂଆ ନିୟମାବଳୀ: ଛିଡ଼ା ହେବା ବାଧ୍ୟତାମୂଳକ, ଜାତୀୟ ସଙ୍ଗୀତ ପୂର୍ବରୁ ହେବ ଗାନ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ବୁଧବାର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ପାଇଁ ନୂତନ ନିୟମାବଳୀ ଜାରି କରିଛି। ଏହି ନିୟମ ଅନୁଯାୟୀ, ବର୍ତ୍ତମାନ ସରକାରୀ କାର୍ଯ୍ୟକ୍ରମ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ଜନ ଗଣ ମନ’ (ଜାତୀୟ ସଙ୍ଗୀତ) ପୂର୍ବରୁ ‘ବନ୍ଦେ ମାତରମ୍’ ଗାନ କରାଯିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ, ଯେତେବେଳେ ବି ଏହି ଗୀତ ଗାନ କରାଯିବ କିମ୍ବା ବଜାଯିବ, ସେତେବେଳେ ସମସ୍ତ ବ୍ୟକ୍ତିଙ୍କୁ ଛିଡ଼ା ହେବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କଣ ରହିଛି ନୂଆ ଗାଇଡଲାଇନ୍?

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ଗାଇଡଲାଇନ୍ ଅନୁଯାୟୀ, ଯେଉଁଠାରେ ଜାତୀୟ ଗୀତ ଏବଂ ଜାତୀୟ ସଙ୍ଗୀତ ଉଭୟ ବଜାଯିବାର କାର୍ଯ୍ୟକ୍ରମ ରହିଛି, ସେଠାରେ ପ୍ରଥମେ ‘ବନ୍ଦେ ମାତରମ୍’ ଏବଂ ପରେ ‘ଜନ ଗଣ ମନ’ ବଜାଯିବ। ସମସ୍ତ ସ୍କୁଲରେ ଦିନର ଆରମ୍ଭ ‘ବନ୍ଦେ ମାତରମ୍’ର ସାମୂହିକ ଗାନ ସହିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଗୀତର ସମ୍ପୂର୍ଣ୍ଣ ୬ଟି ପଦ (stanzas) ଗାନ କରାଯିବ, ଯାହାର ଅବଧି ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡ ରହିବ।

ସିନେମା ହଲ୍ ପାଇଁ ନିୟମ କୋହଳ

ତେବେ ସିନେମା ହଲ୍ କିମ୍ବା ଥିଏଟର ପାଇଁ ଏହି ନିୟମରେ କିଛିଟା କୋହଳ କରାଯାଇଛି। ଯଦି କୌଣସି ଚଳଚ୍ଚିତ୍ର କିମ୍ବା ଡକ୍ୟୁମେଣ୍ଟାରୀର ଅଂଶବିଶେଷ ଭାବରେ ‘ବନ୍ଦେ ମାତରମ୍’ ବଜାଯାଏ, ତେବେ ଦର୍ଶକମାନଙ୍କୁ ଛିଡ଼ା ହେବା ଆବଶ୍ୟକ ନାହିଁ। କାରଣ ଏହା ଦ୍ୱାରା ଚଳଚ୍ଚିତ୍ର ପ୍ରଦର୍ଶନରେ ବାଧା ସୃଷ୍ଟି ହେବା ସହ ବିଶୃଙ୍ଖଳା ଦେଖାଦେବାର ଆଶଙ୍କା ରହିଥାଏ।

ସରକାରଙ୍କ ଉଦ୍ଦେଶ୍ୟ

ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଜାତୀୟ ଗୀତ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ସମ୍ମାନ ଦେବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ ‘ବନ୍ଦେ ମାତରମ୍’ର ୧୫୦ ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ସମୟରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କେବଳ ଜାତୀୟ ସଙ୍ଗୀତ ପାଇଁ ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଥିବାବେଳେ ବର୍ତ୍ତମାନ ଜାତୀୟ ଗୀତ ପାଇଁ ମଧ୍ୟ ସ୍ପଷ୍ଟ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ସାମୂହିକ 'ବନ୍ଦେ ମାତରମ୍‌' ଗାନ
ଭୁବନେଶ୍ୱର: ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଶୁଭିଲା ବନ୍ଦେ ମାତରମ୍‌ ଗାନ । 'ବନ୍ଦେ ମାତରମ୍‌'ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଗାନ କଲେ ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ସୋମବାର ଦିନ ୧୧ଟା ସମୟରେ ସମସ୍ତେ ଏକାଠି ହୋଇ ଗାଇଛନ୍ତି ବନ୍ଦେ ମାତରମ୍ । ବନ୍ଦେ ମାତରମ ସଙ୍ଗୀତର ୧୫୦ ତମ ଶତବର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ଛାତ୍ରଛାତ୍ରୀ ଏକାଠି ହୋଇ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରିଛନ୍ତି। ସେହିଭଳି ସମସ୍ତ ସ୍କୁଲରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନ ଲାଗି ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରିଥିଲା।

ରାଷ୍ଟ୍ରକୁ ଜାଗ୍ରତ କରିଥିଲା ‘ବନ୍ଦେ ମାତରମ୍‌’: ମାନସ ମଙ୍ଗରାଜ
ଭୁବନେଶ୍ୱର: ଜାତୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସଭାରେ ହୋଇଛି ସ୍ୱତନ୍ତ୍ର ଆଲୋଚନା। ଏଥିରେ ଅଂଶଗ୍ରହଣ କରି ସାଂସଦ ମାନସ ମଙ୍ଗରାଜ ବନ୍ଦେ ମାତରମ୍‌କୁ ସାମ୍ବିଧାନିକ ସ୍ୱୀକୃତି ମିଳୁ ବୋଲି ନିଜର ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଶବ୍ଦ ଗୁଚ୍ଛର ସମାହାର ‘ବନ୍ଦେ ମାରତମ୍‌’  ଏକ କବିତା ବା ଗୀତ ନୁହେଁ, ଏହା ହେଉଛି ଭାରତର ଜାଗରଣର ମନ୍ତ୍ର।  ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଏବଂ ବନ୍ଦେ ମାତରମ୍‌ ପରସ୍ପର ପରିପୂରକ; ଅବିଚ୍ଛେଦ୍ୟ। ଏହି ଗୀତ କେବେ ଘୃଣା ଉଦ୍ରେକ କରିନଥିଲା; ବରଂ ଏହା ବଳିଦାନ, ଦେଶଭକ୍ତି ଓ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନୁପ୍ରେରଣା ସାଜିଥିଲା।

ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସମ୍ୱଲପୁରରେ ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ ଏବଂ ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ଦେଶାତ୍ମବୋଧକ କାର୍ଯ୍ୟକଳାପ ଅବିସ୍ମରଣୀୟ । ୧୮୯୬ ମସିହା କଲିକତା କଂଗ୍ରେସ ଅଧିବେଶନରେ ଯେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଏହି କବିତା ଗାନ କରିଥିଲେ, ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।  ବଙ୍ଗଳାରୁୁ ଓଡ଼ିଶା, କଟକରୁ ପୁରୀ ପର୍ଯ୍ୟନ୍ତ; ସବୁଆଡେ଼ ଗୋଟିଏ ଧ୍ୱନି ପ୍ରକମ୍ପିତ ହେଉଥିଲା, ଯାହା ହେଲା ବନ୍ଦେ ମାତରମ। ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦ ଘୋଷଣା କରିଥିଲେ ଯେ  ଜାତୀୟ ସଙ୍ଗୀତ ସହିତ ବନ୍ଦେ ମାତରମ୍‌କୁ ସମାନ ସମ୍ମାନ ମିଳିବ। ମାତ୍ର ୭୫ ବର୍ଷ ପରେ ମଧ୍ୟ ଏହାର ସାମ୍ୱିଧାନିକ ସ୍ୱୀକୃତି ମିଳିନାହିଁ। ଏହି ଗୀତ ଭାରତର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କୃଷକ, ପ୍ରତ୍ୟେକ ସୈନିକ, ପ୍ରତ୍ୟେକ ଶିଶୁର ଗୀତ।  ଯେପରି ଓଡ଼ିଆମାନେ ସଭ୍ୟତାଗତ ପରିଚୟକୁ ପ୍ରକାଶ କରିବା ପାଇଁ ଜୟ ଜଗନ୍ନାଥ କହନ୍ତି, ସେହିପରି ବନ୍ଦେ ମାତରମ୍‌ ହେଉଛି ଏକ ଏକୀକୃତ ସମାବେଶୀ ସଙ୍ଗୀତ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଯେଉଁ ରାଷ୍ଟ୍ର ତାହାର ମୁକ୍ତି ଗୀତଗୁଡ଼ିକୁ ଭୁଲିଯାଏ, ସେହି ରାଷ୍ଟ୍ର ଏହାକୁ ନିର୍ମାଣ କରିଥିବା ବଳିଦାନଗୁଡ଼ିକୁ ଭୁଲିଯିବାର ଆଶଙ୍କା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ଉତ୍ତରପ୍ରଦେଶର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ କରାଯିବ ବାଧ୍ୟତାମୂଳକ: ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ କରାଯିବ ବାଧ୍ୟତାମୂଳକ । ଏ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ।

ସେ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ "ବନ୍ଦେ ମାତରମ୍"କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ ।  ସମଗ୍ର ଦେଶ ଭାରତ ମାତାର ମହାନ ପୁତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି । ସ୍ୱାଧୀନତା ପରେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ଭବ ହୋଇଥିଲା । ଏହି ଘଟଣାଗୁଡ଼ିକ ଜାତୀୟ ଏକତାର ଏକ କାରକ ପାଲଟିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବରେ ପାଳନ କରିବା ଆରମ୍ଭ ହୋଇଥିଲା ।

ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି, ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ...
ଭୁବନେଶ୍ବର: ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖ ସମସ୍ତ ସ୍କୁଲ ଓ କଲେଜରେ 'ରାଷ୍ଟ୍ରୀୟ ଗୀତ' ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା। ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ।