Tirtol - The Sakala

ସୁଦାନରେ ଓଡ଼ିଆ ଶ୍ରମିକଙ୍କୁ ଅପହରଣ; ବିଦ୍ରୋହୀଙ୍କ କବଳରେ ତିର୍ତ୍ତୋଲର ଆଦର୍ଶ ବେହେରା, ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ନିବେଦନ
ନୂଆଦିଲ୍ଲୀ/ଜଗତସିଂହପୁର: ଆଫ୍ରିକୀୟ ଦେଶ ସୁଦାନରେ ଓଡ଼ିଶାର ଜଣେ ଶ୍ରମିକଙ୍କୁ ଅପହରଣ କରିେନଇଛନ୍ତି ବିଦ୍ରୋହୀ୤ ଗୃହଯୁଦ୍ଧ ଯୋଗୁଁ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୁଦାନରୁ ଏଭଳି ଖବର ଆସିଛି। ଏହି ଖବର କେବଳ ଓଡ଼ିଶା ନୁହେଁ; ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି୤ ତାଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଉଦ୍ୟମ ଚଳାଇଛନ୍ତି। ଦିଲ୍ଲୀରେ ଅବସ୍ଥାପିତ ସୁଦାନର ରାଷ୍ଟ୍ରଦୂତ ମଧ୍ୟ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୁଦାନରେ ଅପହୃତ ହୋଇଥିବା ଓଡ଼ିଶାର ଏହି ଶ୍ରମିକ ହେେଲ ଆଦର୍ଶ ବେହେରା। ତାଙ୍କର ଘର ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗ୍ରାମରେ। ଗତ ତିନି ବର୍ଷ ହେଲା ଆଦର୍ଶ ସୁଦାନରେ ଏକ ଘରୋଇ କଂପାନୀେର ଚାକିରି କରୁଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି୤ ତାଙ୍କର ଅପହରଣ  ଖବରକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କୁ ଉଦ୍ଧାର କରିବା ଲାଗି ସେମାନେ ଓଡ଼ିଶା ଓ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।ଶ୍ରୀ ବେହେରା ସୁଦାନରେ ଏକ ପ୍ଲାଷ୍ଟିକ କାଖାନାରେ ୨୦୨୨ରୁ କାମ କରୁଥିଲେ।

ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ  ୩୬ ବର୍ଷୀୟ ଆଦର୍ଶ ବେହେରାଙ୍କୁ ଅଲ-ଫସିର ନାମକ ଏକ ସହରରୁ ରାପିଡ୍ ସପୋର୍ଟ ଫୋର୍ସ ନାମକ ବିଦ୍ରୋହୀ ସଂଗଠନ ଅପହରଣ କରିନେଇଛି। ରାଜଧାନୀ ଖାର୍ତୁମ୍‌ଠାରୁ ଏକ ହଜାର କିଲୋମିଟର ଦୂରରେ ରହିଛି ଅଲ-ଫସିର। ବିଦ୍ରୋହୀମାନେ ଆଦର୍ଶଙ୍କୁ ନୟାଲା ନେଉଥିବା ଜଣାପଡ଼ିଛି। ଏହି ସହର ଏବେ  ବିଦ୍ରୋହୀଙ୍କ କବଜାରେ ରହିଛି। ତେବେ ସେମାନେ ବେହେରାଙ୍କୁ କାହିଁକି ଅପହରଣ କରିଛନ୍ତିି ଏବଂ ସେମାନଙ୍କର ଦାବି କଣ ରହିଛି, ତାହା ଜଣାପଡ଼ିନାହିଁ। ଆଦର୍ଶ ବେହେରାଙ୍କର ଏକ ଭିଡିଓ ଜାରି କରିଛନ୍ତି ବିଦ୍ରୋହୀ। ସେମାନେ ତାଙ୍କୁ ଶାହରୁଖ ଖାନଙ୍କ ବିଷୟରେ ପଚାରୁଥିବା ଶୁଣାଯାଉଛି।

ତାଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏସଂପର୍କରେ ଦିଲ୍ଲୀରେ ଅବସ୍ଥାପିତ ସୁଦାନର ରାଷ୍ଟ୍ରଦୂତଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତିି ଯେ ବେହେରାଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବିଦ୍ରୋହୀମାନେ ତାଙ୍କର କୌଣସି କ୍ଷତି କରିବେ ନାହିଁ ଏବଂ ସେ ସୁରକ୍ଷିତ ଫେରିଆସିବେ ବୋଲି ରାଷ୍ଟ୍ରଦୂତ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ସୁଦାନରେ ଏବେ ବଡ଼ ଧରଣର ଗୃହଯୁଦ୍ଧ ଚାଲିଛି ଏବଂ ଏଥିରେ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ଅନାହାରରେ ରହିଛନ୍ତି।