Nuapada Byelection - The Sakala

ନୂଆପଡ଼ାରେ ଜାଲିଆତି କରି ଜିତିଛି ବିଜେପି: ସ୍ନେହାଙ୍ଗିନୀ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ କମିଶନଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି। ଏହାପରେ ମଧ୍ୟ ନୂଆପଡ଼ାବାସୀଙ୍କ ସହ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ। ନୂଆପଡ଼ାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସବୁବେଳେ ଲଢେ଼ଇ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଉପ-ନିର୍ବାଚନର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ।

ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ ଯେ ନିର୍ବାଚନ ପ୍ରଚାର ସମୟରେ ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ, ଭଲ ପାଇବା ଥିବା ଦେଖିଥି‌‌‌ଲେ। ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଳର ନେତା ଓ କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା। ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ପକ୍ଷରୁ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ନିରବ ଅବଧି (ସାଇଲେଣ୍ଟ ପିରିୟଡ୍‌)ରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡ଼ା ଛାଡ଼ି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ। ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବାରୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଆର୍ମ୍ସ ଆକ୍ଟ ଲଗାଇ ଜେଲକୁ ପଠାଇ ଦିଆଗଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍‌ଗୁଡ଼ିକରେ ବିଜେପି କର୍ମୀମାନେ ବୁଥ୍‌ ଭିତରେ ପଶି କ୍ୟାମ୍ପେନିଂ କରିବା ସହ ଭୋଟର୍‌ମାନଙ୍କୁ ପଦ୍ମଫୁଲରେ ଭୋଟ୍‌ ଦେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ। ବୁଥ୍‌ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା। ୪୧ଟି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା। ଭୋଟିଂ ଶେଷ ହେବା ବେଳେ ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫ ପ୍ରତିଶତ ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭ପ୍ରତିଶତ ହୋଇଛି ବୋଲି ସୂଚନା ଦିଆଗଲା। କିନ୍ତୁ  ପରଦିନ ଦିବା ୧୦ଟାରେ ୮୧ ପ୍ରତିଶତ ଓ ୧୨ଟାରେ ୮୩.୪୫ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଗଲା। ଏଥିରୁ  ଭୋଟ୍‌ ଜାଲିଆତିର ଆଭାସ ମିଳୁଛି। ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡ଼ାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା। ମାତ୍ର ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ କରି ବିଜେପି ବିଜୟୀ ହୋଇଛି। ନୂଆପଡ଼ାବାସୀ ତାଙ୍କୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଥିଲେ।

ଭୁବନେଶ୍ୱର ମେୟର୍‌ ସୁଲୋଚନା ଦାସ କହିଥିଲେ ଯେ ପ୍ରଶାସନିକ କଳକୁ ହାତବାରିସି କରି ବିଜେପି ହୁଏତ ନୂଆପନା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇପାରେ, କିନ୍ତୁ ନୂଆପଡ଼ାବାସୀଙ୍କ ସମର୍ଥନ ଶ୍ରୀମତୀ ଛୁରିଆ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି। ସେଥିପାଇଁ ନୂଆପଡ଼ାବାସୀଙ୍କୁ ଦଳ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।

ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ: ନବୀନ
ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନରେ ଏକଜୁଟ ଭାବରେ ଉତ୍ସର୍ଗୀକୃତ ଭାବରେ ବିଜେଡି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବିଜେଡିର ପ୍ରତ୍ୟେକ ନେତା, କର୍ମୀ ଓ ସମର୍ଥକଙ୍କୁ  ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନୂଆପଡ଼ା ଉପନିର୍ବାଚନ ଫଳ ପ୍ରକାଶ ପରେ ନବୀନ  ‘ଏକ୍ସ’ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ସହ ବିଜେଡିର ନେତା ଓ କର୍ମୀଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନବୀନ କହିଛନ୍ତି ଯେ ବିଜେଡିର ପ୍ରତ୍ୟେକ ନେତା, କର୍ମୀ, ସମର୍ଥକଙ୍କ ପ୍ରତିବଦ୍ଧତା ଓ ଉତ୍ସାହ ହିଁ ବିଜେଡିର ପ୍ରକୃତ ଶକ୍ତି।  ନିର୍ବାଚନ ଆସେ ଏବଂ ଯାଏ; କିନ୍ତୁ  ମୂଲ୍ୟବୋଧ ଓ ଲୋକଙ୍କ ବିଶ୍ୱାସ ପ୍ରତି ସର୍ବଦା ସମ୍ମାନ ରହିବା ଆବଶ୍ୟକ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ଓ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ବଜାୟ ରଖିବା ଆମ ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ। ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ତଥାପି ଲୋକଙ୍କ ପାଇଁ ଲଢ଼ିବା ପାଇଁ ଅ।।ମର ସଂକଳ୍ପ ଅତୁଟ ରହିଛି, ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଆମ ଦଳ ଲଢ଼ୁଆ ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ। ଓଡ଼ିଶା ଲୋକଙ୍କ ଅଧିକାର ପାଇଁ ଆମର ଲଢେ଼ଇ ଜାରି ରହିବ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ପୁନର୍ବାର  ବିଜେଡିକୁ ସମର୍ଥନ ଜଣାଇଥିବା  ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେବା ସହ ଏହି ଉପନିର୍ବାଚନ ପାଇଁ କଠିନ ପରିଶ୍ରମ କରିଥିବା ଦଳର ସମସ୍ତ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।  ନୂଆପଡ଼ାରେ ଅର୍ଥପୂର୍ଣ୍ଣ ବିକାଶ ଆଣି ଏହି ଜନାଦେଶକୁ ଜୟ ସମ୍ମାନ ଦେବେ ବୋଲି ନବୀନ ଆଶାପ୍ରକଟ କରିଛନ୍ତି।
ଓଡ଼ିଶାବାସୀଙ୍କ ଅଧିକାର...

ଦେଶର ୮ ସ୍ଥାନରେ ଚାଲିଛି ଉପନିର୍ବାଚନର ଭୋଟ ଗଣତି: ୬ଟିରେ ଆଗୁଆ ଅନ୍ୟଦଳ, ବିଜେପି ୨....
ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ବହୁ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି। ଏହାରି ମଧ୍ଯରେ ଦେଶର ୮ଟି ସ୍ଥାନରେ ହୋଇଥିବା ଉପନିର୍ବାଚନର ଭଟ ଗଣତି ମଧ୍ଯ ଚାଲିଛି। ଏହି ଭୋଟ ଗଣତିରେ ବିଜେପି ଓଡ଼ିଶାର ନୂଆପଡ଼ା ଓ  ଜାମ୍ମୁ-କାଶ୍ମୀରର ନାଗ୍ରୋତାରେ ଆଗରେ ରହିଥିବା ବେଳେ କଂଗ୍ରେସ ତେଲେଙ୍ଗାନାର ଯୁବେଲଲି ହିଲ୍ସ ଓ ରାଜସ୍ଥାନର ଅନନ୍ତା ଆସନରେ ଆଗରେ ରହିଛି। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଜାମ୍ମୁ-କାଶ୍ମୀରର ଆଉ ଗୋଟିଏ ଆସନରେ ପିପୁଲ ଡେମୋକ୍ରାଟିକ ପାର୍ଟି , ମିଜୋରାମରେ ମିିଜୋ ନ୍ୟାସନାଲ ଫ୍ରଣ୍ଟ ଆଗରେ ରହିଥିବା ବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ଆଗରେ ରହିଛି।

ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା; ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନେ୍ଦହଜନକ । ଆହୁରି ପ୍ରାୟ ୪୧ଟି ବୁଥ୍ରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା, ଭୋଟ ରିଗିଙ୍ଗ ହୋଇଥିବା ସନେ୍ଦହ ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖିବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥିବାରୁ, ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧିବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।

ଡ଼ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି । ଇଭିଏମ ମେସିନ ଗୋଟିଏ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତି ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା । ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖିବାକୁ ମିଳିଲା ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା । ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନେ୍ଦହ ସୃଷ୍ଟି କରିଛି । ଏହାଛଡା ସରକାରୀ ଅଧିକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥିଲା । ଶେଷ ପର୍ଯ୍ୟାୟରେ ପୋଲିସ୍ର ତତ୍ୱାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।

ରାଜ୍ୟ ନିର୍ବାଚନ ଇତିହାସରେ ନୂଆପଡ଼ା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡ଼ି
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର ପ୍ରାର୍ଥୀନୀ  ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛି ବିଜେଡି ।

ଶଙ୍ଖ ଭବନରେ ବୁଧବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଟୁକୁନି ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ନୂଆପଡା ଉପନିର୍ବାଚନରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ସରକାରୀ କଳର ଅପବ୍ୟବହାରର ବିସ୍ତୃତ ତାଲିକା ପ୍ରଦାନ କରିବା ସହିତ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନ ଗୁଡିକୁ ଆମେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଯାହାକୁ ଆପଣ ମାନେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଶାଢ଼ୀ ଓ ଟଙ୍କା ବଣ୍ଟନ କରାଗଲା ଯାହାର ପ୍ରାମାଣିକ ତଥ୍ୟ ସହିତ ଆମେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲୁ । ସେହିପରି, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ବାସସ୍ଥଳୀ ଉପରେ ବିନା ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରାଯାଇଥିଲା ଓ ବିଜେଡିର ସ୍ଥାନୀୟ ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟରକୁ ତିନି ଘଣ୍ଟା କାଳ ବିଳମ୍ୱ କରାଯାଇଥିଲା । ସାଇଲେଣ୍ଟ ପିରିଅଡରେ ବିରୋଧୀ ଦଳର ନେତା ମାନେ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଛାଡି ଦେଇଥିବା ବେଳେ ବିଜେପିର ନେତା ମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟ ଜାରି ରଖିଥିଲେ । ନିର୍ବାଚନ ଚାଲିଥିବା ବେଳେ ବିଜେପି ତରଫରୁ ବୁଥ ଭିତରେ କ୍ୟାମ୍ପେନିଂ କରାଯାଉଥିଲା । ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ଉଲ୍ଲଂଘନ କାର୍ଯ୍ୟର ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ବିଜେପିର ସମସ୍ତ ଆଇନ ଉଲ୍ଲଂଘନ ଉଦ୍ୟମ ସତ୍ତ୍ୱେ, ନୂଆପଡା ବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ତେଣୁ, ଚଉଦ ତାରିଖ ଦିନ ଫଳାଫଳ ଘୋଷଣା ହେବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି କରିଥିଲେ ।

ଟୁକୁନି ସାହୁ କହିଥିଲେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାରେ, ବିଜେପି ସମସ୍ତ ସୀମା ଉଲ୍ଲଂଘନ କରିଛି, ଯାହା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ୨୫୦ ନମ୍ୱର ବୁଥରେ ଇଭିଏମରେ ଭୋଟିଂ ବେଳେ ଯେ କୌଣସି ବଟନ ଚିପିଲେ ପଦ୍ମଫୁଲକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ତାକୁ ମଧ୍ୟ ଚାପି ଦିଆ ଯାଇଥିଲା । ଏଇ ସବୁକୁ ଅନୁଶୀଳନ କଲେ, ନୂଆପଡା ଉପନିର୍ବାଚନରେ ମୁକ୍ତ ଓ ଅବାଧ ନିର୍ବାଚନ ହେବା ଉକ୍ତି ଏକ ପ୍ରହସନରେ ପରିଣତ ହୋଇଥିଲା ।

ଇପ୍ସିତା ସାହୁ କହିଥିଲେ, ସମଗ୍ର ଉପନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଭୂମିକା ଯେଉଁଭଳି ସରକାରୀ ଦଳକୁ ଜିତାଇବାକୁ ଖୋଲା ଖୋଲି କାର୍ଯ୍ୟ କରୁଥିଲେ, ତାହା ରାଜ୍ୟର ନିର୍ବାଚନ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ । ଯେଉଁଭଳି ଭାବେ କାର୍ଯ୍ୟରତ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଯାଇଥିଲା, ତାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଏକ ସୁଚିନ୍ତିତ ଯୋଜନା ଥିଲା । ଆଶ୍ଚର୍ଯ୍ୟଜନକ ଭାବେ, ହିମାଂଶୁ ଲାଲଙ୍କ ନେତୃତ୍ୱରେ ସମଗ୍ର ପୋଲିସ ପ୍ରଶାସନ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । ସାଇଲେଣ୍ଟ ପିରିଅଡରେ, ପୋଲିସ ପ୍ରୋଟେକସନରେ ବିଜେପି କର୍ମୀ ମାନେ ଟଙ୍କାବଣ୍ଟା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ବିଜେଡି କର୍ମୀ ଏହାର ଅଭିଯୋଗ ଆଣିବା ପରେ, ପୋଲିସ ଟଙ୍କା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଅଭିଯୋଗ ଆଣିଥିବା ବିଜେଡି କର୍ମୀଙ୍କୁ ଅଟକ ରଖିଥିଲେ ।

ନୂଆପଡ଼ା ଉପନିର୍ବାଚନ: କିଭଳି ହୋଇଥିଲା ଅନିୟମିତତା, ଗୋଟି ଗୋଟି କରି କହିଲା ବିଜେଡ଼ି
ଭୁବନେଶ୍ବର: ଯାହା ଯାହା ବିଜେଡି CEOଙ୍କ ପାଖରେ ଅଭିଯୋଗ କରିଥିଲା ତାହା ଗଣମାଧ୍ୟମରେ ପରିବେଷଣ କରାଯାଇଥିବାରୁ ବିଜେଡ଼ି ଧନ୍ୟବାଦ ଜଣାଇଛି। ଏଥିସହ ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ବିଜେଡ଼ି ବର୍ଷିଛି। ଭୋଟ ଚୋରି ଅଭିଯୋଗ ସହ, ସରକାରୀ କଳର ଅପବ୍ୟବହାରକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତେବେ ନିର୍ବାଚନର ପ୍ରହସନ କାହିଁକି ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଅଭିଯୋଗ ଥିଲା- ମହିଳାମାନଙ୍କୁ ଶାଢ଼ୀ ଟଙ୍କା ବଣ୍ଟନ, ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘରେ ବିନା ୱାରେଣ୍ଟ ସର୍ଚ୍ଚ, ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରେଡ, କୋରାପୁଟ ବିଜେପି ବିଧାୟକଙ୍କ PSO ଗୁଳି ଚଳାଇଲେ, ଜାଣିଶୁଣି ନବୀନ ପଟ୍ଟନାୟକଙ୍କ ବିମାନ ଉଡାଣ ବିଳମ୍ବ କରାଗଲା, ମତଦାନ କେନ୍ଦ୍ର ଆଗରେ ବିଜେପି ତମ୍ବୁ ବାନ୍ଧି ଭୋଟରଙ୍କୁ ପ୍ରଭାବିତ କରୁଥିଲେ, ସ୍କୁଲରେ ମନ୍ତ୍ରୀଙ୍କ ସଭା, ଛତିଶଗଡ ଅପରାଧୀଙ୍କୁ ଆଣି ଲୋକଙ୍କୁ ଭୟଭୀତ କଲେ, ମୁଖ୍ୟମନ୍ତ୍ରୀ ରାସ୍ତା ଅବରୋଧ କରି କିପରି ସଭା କରୁଥିଲେ। ଏତେ ଇର୍ଷା ଯେ ବିଜେଡି ପୋଷ୍ଟର ଲାଗିଲେ, ତାକୁ ବୁଲି ବୁଲି ନଷ୍ଟ କଲେ। ଛତିଶଗଡରୁ ଅସାମାଜିକ ଲୋକଙ୍କ ଦ୍ୱାରା ଲୋକଙ୍କୁ ଭୟଭୀତ କରୁଥିଲେ। ସାଇଲେଣ୍ଟ ପିରିଅଡରେ ବିଜେପି ନେତା ବୁଲିବା କଥା ଜିଲ୍ଲାପାଳ, CEO ଦେଖି ବି ନିରବ ରହିଲେ। ବିଜେପି ଛତିଶଗଡ, ମଧ୍ୟ ପ୍ରଦେଶ, ଗୁଜୁରାଟରୁ ନେତା ଆଣିଥିଲେ। ସେମାନେ ଓ ବିଜେପି ନେତା ରହି ଟଙ୍କା ବାଣ୍ଟିଲେ।

ବିଜେଡି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆଚରଣ ବିଧି ମାନିଛି। ବିଜେପି ନେତାଙ୍କ ଗାଡି ସର୍ଚ୍ଚ ନ କରି ଟଙ୍କା ବାଣ୍ଟିବାରେ ସରକାରୀ କର୍ମଚାରୀ ସାହାଯ୍ୟ କରୁଥିଲେ। ବିଜେଡି କର୍ମୀ ଅଭିଯୋଗ କଲେ, ତାଙ୍କୁ ମିଛ ମାମଲାରେ ପୋଲିସ ଧରୁଥିଲା। ସରକାରୀ କଳ ବିଜେପି ପାଇଁ କାମ କରୁଥିଲା। EVM ଗୋଟେ ଟ୍ରକରେ ଗଞ୍ଜାମରୁ ଆସିଥିଲା। ଜିଲ୍ଲାପାଳ ତାକୁ ଷ୍ଟ୍ରଙ୍ଗ ରୁମ ବଦଳରେ ଅନ୍ୟ କେଉଁଠି ରଖିଥିଲେ। ଯେଉଁ EVM ବ୍ୟବହାର ହେଲା, ଯେଉଁଥିରେ ଭୋଟ ଦେଲେ ବି ବିଜେପିକୁ ଯାଉଥିଲା। ବିଜେପି କର୍ମୀ ବୁଥରେ ପଶି ବିଜେଡି ଏଜେଣ୍ଟଙ୍କୁ ଧମାକାଉଥିଲେ।

କୋମନାରେ ମହିଳା ଭୋଟରଙ୍କ ଭୋଟ ବିଜେପି କର୍ମୀ ଦେଇ ଦେଇଥିଲେ। ହେଲେ ଆମର ବିଶ୍ୱାସ, ନୂଆପଡା ଲୋକଙ୍କ ନବୀନ ପଟ୍ଟନାୟକଙ୍କ ଉପରେ ଭଲ ପାଇବା ଅଛି। ସେମାନେ ବହୁ ମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି। ଯଦି EVM ଜାଲିଆତି ହୋଇଛି, ତାହା କିଛି ଦିନରେ ଜଣା ପଡିଯିବ। ଲୋକ କ୍ଷମା ଦେବେନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ନୂଆପଡାରେ ନିର୍ବାଚନୀ ଅନିୟମିତତା ହେଲା । ଯେମିତି ଆଚରଣ ଵିଧି ମାନିବା କଥା, ହେଲାନି। ବିଜେଡିକୁ ସରକାରୀ ଅଫିସର ଆକ୍ଷେପ କରୁଥିଲେ। ସେମାନେ ବିଜେପି ଏଜେଣ୍ଟ ଭାବେ କାମ କରୁଥିଲେ। ବୁଥର 100 ମିଟର ଭିତରେ ନିର୍ବାଚନ ଚିହ୍ନ ବ୍ୟବହାର କରି ପାରିବେ ନାହିଁ। ହେଲେ ବିଜେପି ତାହା କଲା। ପ୍ରତି ବିଜେଡି ନେତାଙ୍କୁ ଟାର୍ଗେଟ କରି ହଇରାଣ କରାଯାଇଥିଲା। ଯଦି ସରକାରୀ କଳ ଲଗାଇ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ତାହା ବିଜୟ ନୁହେଁ। ଲୋକେ ଆଜି ବି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି। ସେ ବିକାଶ କରିଛନ୍ତି। 16 ମାସରେ ବିଜେପି ସରକାର କିଛି କଲେନି। ନିର୍ବାଚନ କମିଶନ ଆଇନଗତ ଦିଗରେ କାମ କରନ୍ତୁ। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ନିର୍ବାଚନର ପ୍ରହସନ କାହିଁକି? ଏହା ନିନ୍ଦନୀୟ। ଏହାକୁ ଭଗବାନ କ୍ଷମା ଦେବେନି ବୋଲି ବିଜେଡି PAC ସଦସ୍ୟ ଟୁକୁନି ସାହୁ କହିଛନ୍ତି।

ଗାଡି ନମ୍ବର OD- 26-C- 2222। ଏହି ଘରୋଇ ଗାଡିରେ EVM ଅଛି। ଗଞ୍ଜାମରୁ ଟ୍ରକରେ EVM ଆସିଥିବା CEO ପାଖରେ ବିଜେଡି ଅଭିଯୋଗ କରିଥିଲେ। ଯାହାକୁ ଖଣ୍ଡନ କରିଥିଲେ CEO। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଦେଇଛି ବିଜେଡ଼ି। ଏ ଲୋକ କିଏ ବୋଲି ପ୍ରଶ୍ନ କରିଛି ବିଜେଡ଼ି। ସେ ତ ସରକାରୀ ଅଧିକାରୀ ନୁହେଁ। EVM ନେବାର ଅନୁମତି ପତ୍ର କାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଚୋର ଓ ପୋଲିସ ଗୋଟେ ଦଳକୁ ପଳେଇଲେ। ଆଉ କେମିତି ଚୋରକୁ ଧରିବେ। IG ହିମାଂଶୁ ଲାଲ ଛୁଟି ନେଇ ପରିବାର ଛାଡି ନୂଆପଡା ଗଲେ। ପୋଲିସର କର୍ଡନରେ ଟଙ୍କା ବଣ୍ଟନ, EVM ବୁଲା ପାଇଁ ସେ ଏକ ରୁମରୁ ମନିଟରିଂ କରାଯିବ। ତାଙ୍କୁ ଲୋଭ ଦିଆଯାଇଛି ଡିଜିପି କରିବାକୁ। ଗତକାଲି ନିର୍ବାଚନ ସମୟରେ ଗଣତନ୍ତ୍ରକୁ ଗଳା ଚାପି ହତ୍ୟା କରାଗଲା। ଲୋକମତ EVM ରେ ପଡିବା ଆଗରୁ ସଭାସମିତିରୁ ଜଣା ପଡେ। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ ଲୋକ ନଥିଲେ। ବଳକା ଖାଦ୍ୟ ଖାଇ ଗାଈ ମଲେ। ମନମୋହନ ସାମଲଙ୍କ କାର୍ଯ୍ୟକ୍ରମରେ ୨୦ ଲୋକ ଥିଲେ। ହେଲେ ନବୀନ ପଟ୍ଟନାୟକଙ୍କ କୋମନା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ରହିଲେ।

ଗୁଇନ୍ଦା ରିପୋର୍ଟ ଗଲା ଯେ, କୋମନା ବିଜେଡି ଦଖଲରେ ଅଛି। ସରକାର ଆରମ୍ଭ କଲେ ଅପରେସନ। ଯେଉଁ ବୁଥରେ ବିଜେଡି ଭଲ ଭୋଟ ପାଇଥାନ୍ତା, ସେଠି EVM ଖରାପ ବାହାରିଲା ।  ନୂଆପଡା ଲୋକ କହିଲେ ବିଜେପି ଟଙ୍କା ବାଣ୍ଟୁଛି। ବିଜଡ଼ି ଥାନାକୁ ଜଣାଇଲା। ହେଲେ ବିଜେଡି ନେତା ଗିରଫ ହେଲେ। ନିର୍ବାଚନର କଣ ଆବଶ୍ୟକ ଥିଲା ଯେତେବେଳେ ଗଣତନ୍ତ୍ରକୁ ହତ୍ୟା କରାଗଲା.। ବିଜେପି ମାଡିମୋକାଚି ନିଜ ଆଡ଼କୁ ଭୋଟ ନେବାକୁ କାମ କଲେ। ସରକାରୀ ଅଧିକାରୀ ବିଜେପି ଚିରୁକୁଟି ବାଣ୍ଟିଲେ। ପ୍ରଶାସନ ସରକାରଙ୍କ ପୋଷା ଶୁଆ ପାଲଟି ଗଲା। ଗଣତନ୍ତ୍ରକୁ ବଞ୍ଚାଇବାକୁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ସମୟରେ ଫଳାଫଳ ଆସିବ। ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଜବାବ ଦେବେ। ବିଜେପି ଭିତରେ ଭୟ ଭରି ଯାଇଛି ବୋଲି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି।

ନୂଆପଡା ଉପନିର୍ବାଚନ; 'ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଛି ଶାସକ ଦଳ, ଅଫିସର ଶାସକ ଦଳକୁ ଭୋଟ ଦେବାକୁ ବାଧ୍ୟ କରୁଛି'
ନୂଆପଡା: ନୂଆପଡା ଉପନିର୍ବାଚନରେ ଶାସକ ଦଳ ପାଇଁ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇନାହିଁ। ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଛି ଶାସକ ଦଳ। ନିର୍ବାଚନ କମିଶନ ନିର୍ବାଚନୀ ଆଚରଣ ବିଧି ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଖୋଲାଖୋଲି ଭାବେଶାସକ ଦଳ ଟଙ୍କା ବାଣ୍ଟୁଛି । ପ୍ରିଜାଡିଙ୍ଗ ଅଫିସର ଶାସକ ଦଳକୁ ଭୋଟ ଦେବାକୁ ବାଧ୍ୟ କରୁଛି। ତେଣୁ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଓ ଆଲୋକିକରଣ ବ୍ୟବସ୍ଥା  ୨୪ ଘଣ୍ଟିଆ ହେବା ଆବଶ୍ୟକ। ୫ଟା ପରେ ଭୋଟ ପ୍ରତିଶତ ହଠାତ ବଢାଇ ଦେଉଛନ୍ତି ଓ ଆବଶ୍ୟକ ଅନୁସାରେ ଭୋଟ ବାକ୍ସ ପରିବର୍ତ୍ତନ କରୁଥିବାରୁ ନଜର ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏନେଇ ବର୍ଷିଛନ୍ତି । ନିର୍ବାଚନ କମିଶନ ନିରପକ୍ଷ ହେବା ଆବଶ୍ୟକ । ଭୋଟ ବାକ୍ସକୁ ପରିବର୍ତ୍ତନ  କିପରି ନ ହେବ ତାହା ଉପରେ  ନିର୍ବାଚନ କମିଶନ ଓ ଗଣମାଧ୍ୟମ ଗୁରୁତ୍ବ ଦେବାକୁ କଂଗ୍ରେସ ଅପିଲ କରିଛି।

ନୂଆପଡ଼ା ଉପନିର୍ବାଚନରୁ ଆସିଲା ସାଂଘାତିକ ଅଭିଯୋଗ, ଯାହାକୁ ବି ଭୋଟ ଦେଲେ ବିଜେପିକୁ ଯାଉଛି...
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରୁ ଆସିଛି ଭୋଟ ଚୋରି ଅଭିଯୋଗ। ନୂଆପଡ଼ାର ୨୫୦ ନମ୍ବର ବୁଥରେ ଭୋଟ ଚୋରି ଅଭିଯୋଗ ହୋଇଛି। ଯାହାକୁ ବି ଭୋଟ ଦେଲେ ବିଜେପିକୁ ଯାଉଥିବା ଅଭିଯୋଗ। ଭୋଟ ଗ୍ରହଣ କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି। ଭୋଟ୍ ଗ୍ରହଣକୁ ବନ୍ଦ କରାଯାଇଛି। ସାନି ଭୋଟ୍ ଗ୍ରହଣ କରିବାକୁ ଭୋଟର ଦାବି କରିଛନ୍ତି।

ଅନ୍ୟପଟେ, ଜଣେ ଭୋଟର ବୁଥ ନିକଟକୁ ଭୋଟ ଦେବାକୁ ଆସିଥିଲେ। ଭୋଟ ଚୋରି ହେଉଥିବା ଖବର ଶୁଣିବା ପରେ ସେ, ଭୋଟ ଦେବେ ନାହିଁ ବୋଲି କହିଛନ୍ତି। କାହିଁକି ଦେବ ନାହିଁର ଉତ୍ତରରେ ସେ କହିଛନ୍ତି ଯେ, ଯାହାକୁ ବି ଭୋଟ୍ ଦେଲେ ଭୋଟ ଜଣଙ୍କୁ ଯାଉଛି, ଆମେ ଆମ ନେତାକୁ ବାଛି ପାରିବୁନି। ଭୋଟ ଚୋରିର ଡରରେ ସେ ଦେଇ ନ ଥିବା କହିଛନ୍ତି।

ନୂଆପଡ଼ା ଉପନିର୍ବାଚନ; ସସ୍‌ପେଣ୍ଡ ହେଲେ ଆଉ ଜଣେ ପ୍ରିଜାଇଡିଂ ଅଫିସର...
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍‌ପେଣ୍ଡ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ୍‌ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ମତଦାନବେଳେ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଜଳଖିଆ ଦେଇ ଭୋଟ ମାଗୁଛି ବିଜେପି, ବୁଥ ଭିତରେ ଚାଲିଛି ବିଜେପି ପ୍ରଚାର: ବିଜେଡି
ନୂଆପଡ଼ା: ମଙ୍ଗଳବାର ସକାଳୁ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କିନ୍ତୁ ଭୋଟ ଗ୍ରହଣ ଦିନ ବି ଆଦର୍ଶ ଆଚରଣ ବିଧିକୁ ମାନି ନାହିଁ ବିଜେପି । ବିଜେପି କର୍ମୀମାନେ ବୁଥ ଭିତରେ ପଶି ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ବଳପୂର୍ବକ ଚାପ ପକାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ମତଦାନ କେନ୍ଦ୍ର ଆଗରେ ବିଜେପି କର୍ମୀମାନେ ଭୋଟରଙ୍କୁ ଖାଦ୍ୟ ପୁଡିଆ ଦେଇ ପ୍ରଭାବିତ କରୁଛନ୍ତି ବୋଲି ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି କହିଛନ୍ତି, ଭୋଟ ଗ୍ରହଣ ଚାଲିଥିବା ବେଳେ ସବୁ ନୀତି ନିୟମ ଓ କଟକଣାକୁ ବି ମାନୁ ନାହାନ୍ତି ବିଜେପି ନେତା ଓ କର୍ମୀ । ବୁଥ ଭିତରେ ବଳପୂର୍ବକ ଉପସ୍ଥିତ ରହି ଭୋଟରଙ୍କୁ ଭୟଭୀତ କରି ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଚାପ ପକାଉଛନ୍ତି । ଖରୀଆର ରୋଡ ଏନଏସିରେ ଥିବା ବୁଥ୍ ନଂ ୩,୪,୫,୧୩,୧୪,୧୫ ଆଗରେ ଏପରି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ସେଠାରେ ଉପସ୍ଥିତ ସରକାରୀ ଅଧିକାରୀ ସବୁ ଦେଖି ବି କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଭଳି କାର୍ୟ୍ୟରେ ସେମାନେ ଲିପ୍ତ ଅଛନ୍ତି । ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ ।

ଅପରପକ୍ଷେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଅଭିଯୋଗ କରିଛନ୍ତି ଯେ,  ନୂଆପଡ଼ାର ସବୁ ବୁଥ ଆଗରେ ବିଜେପି ନେତା ଓ କର୍ମୀମାନେ ଷ୍ଟଲ ଲଗାଇ ଭୋଟ ଦେବା ପାଇଁ ଆସୁଥିବା ଲୋକଙ୍କୁ ଟିଫିନ୍ ପୁଡିଆ ଧରାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଖାଦ୍ୟ ପୁଡିଆ ଦେଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଆଦର୍ଶ ଆଚାର ବିଥିର ଏହା ଖୋଲା ଉଲ୍ଲଂଘନ । ଏପରି ଏକ ଗୁରୁତର ଓ ସମ୍ୱେଦନଶୀଳ ମାମଲାରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀ ଯୋଶୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଜନମତକୁ ପ୍ରଭାବିତ କରିବା ପାଇଁ ବିଜେପିର ଅପଚେଷ୍ଟା ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି ଦର୍ଶାଇ ନୂଆପଡାରେ ନିରପେକ୍ଷ ଉପନିର୍ବାଚନ ସୁନିଶ୍ଚିତ କରାଯାଉ ବୋଲି ଅପିଲ କରିଛି ବିଜେଡି । ବିଜେପିର ଏହି ନିନ୍ଦନୀୟ କାର୍ୟ୍ୟକୁ ନୂଆପଡ଼ାର ସଚେତନ ନାଗରିକ, ଉଚିତ୍ ଜବତ ଦେବେ ବୋଲି ବିଜେଡି ନେତୃବୃନ୍ଦ କହିଛନ୍ତି।

ନୂଆପଡ଼ା ଉପନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ...
ନୂଆପଡା : ଆଜି ନୂଆପଡ଼ା ଭୋଟ । ଭୋଟର ବାଛିବେ ନୂଆ ବିଧାୟକ । ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ। ନୂଆପଡ଼ା ବ୍ଲକ, କୋମନା ବ୍ଲକ, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସିରେ ଚାଲିଛି ମତଦାନ । ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ଯୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ହେବ ଭୋଟଗ୍ରହଣ। ମୋଟ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ଯା ରହିଛି ୧ ଲକ୍ଷ ୨୯ ହଜାର ୯୩୨। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ରହିଛି ୨୧। ମୋଟ ବୁଥ ସଂଖ୍ଯା ୩୫୮। ସେଥିରୁ ୫୮ଟି ବୁଥ ସମ୍ବେଦନଶୀଳ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବୁଥ ପାଇଁ ଇଭିଏମର ୭୨୦ଟି ବାଲଟ ୟୁନିଟ, ୭୨୦ଟି କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ଟି ଭି.ଭି.ପାଟ ଉପଲବ୍ଧ କରାଯାଇଛି। ନିର୍ବାଚନ ରଣାଙ୍ଗନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ପ୍ରମୁଖ ଦଳ ଭିତରେ ବିଜୁ ଜନତା ଦଳରୁରୁ ସ୍ହେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀଯ କଂଗ୍ରେସରୁ ଘାସିରାମ ମାଝୀ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ, ସମାଜବାଦି ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ଭାଗ୍ଯ ପରୀକ୍ଷା କରୁଛନ୍ତି।

ଉପନିର୍ବାଚନ ସୁପରିଚାଳନା ପାଇଁ ମୋଟ ୧୫୮୪ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଭିତରୁ ୧୫୫୨ଜଣ ପୁରୁଷ ପୋଲିଂ କର୍ମଚାରୀ ହୋଇଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ସଂଖ୍ଯା ୩୨। ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ୬ଟି ଶଖୀ ବୁଥ। ପ୍ରତ୍ଯେକ ଶଖୀ ବୁଥରେ ଲାଲ କାର୍ପେଟ ପକାଯାଇଛି। ଏହାସହିତ ପ୍ରତ୍ଯେକ ବୁଥରେ ଭୋଟରଙ୍କ ସୁବିଧା ପାଇଁ ପିଇବା ପାଣିର ବ୍ଯବସ୍ଥା ରହିଛି । ଖରାରୁ ରକ୍ଷା ଦେବା ପାଇଁ ସାମିଆନା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁକ୍ତ ଓ ଅବାଧ ଭୋଟଗ୍ରହଣ ପାଇଁ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି କରାଯିବା ପାଇଁ ବ୍ଯବସ୍ଥା କରାଯାଇଛି। ସକାଳ ୬ଟାରୁ ଇଭିଏମ୍ ଓ ଭି.ଭି ପାଟରେ ମକ ପୋଲିଂ କରାଯିବା ପରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ବୁଥ ଭିତରୁ ସିଲଟପାଣି ବୁଥରେ ସର୍ବାଧିକ ୧୧୨୪ ଜଣ ଭୋଟର ଥିବାବେଳେ ଅନୁପଗଡ଼ ବୁଥରେ ସବୁଠାରୁ କମ ୧୮୬ଜଣ ମତଦାତା ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ଯର ୮ଟି ବୁଥରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଛି। ସେଗୁଡ଼ିକ ହେଲା ବୁଥ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର ବୁଥ।

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତୁ। ଏହାସହ ସାଇଲେଣ୍ଟ ପିରିୟଡ଼ରେ ବିଭ୍ରାଟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଜିଲ୍ଲା ବାହାରର ନେତାଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ନିରବ ଅବଧିରେ ଏହାର ବ୍ୟତିକ୍ରମ ହେବା ଅତ୍ୟନ୍ତ ଦୁଃଖଦାୟକ ଓ ଆଇନ ବିରୁଦ୍ଧ।

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ, ସାଇଲେଣ୍ଟ ପିରିୟଡରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବିଜେପିର କିଛି ଜିଲ୍ଲା ବାହାରର ନେତା ଏବେ ବି ନୂଆପଡ଼ାରେ ଅବାଧରେ ବୁଲିବା ସହ ଭୋଟରକୁ ଅନୈତିକ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କରୁଛନ୍ତି, ତାଙ୍କୁ ପୁଲିସ ଅଟକ ରଖୁଛି।

ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସାଇଲେଣ୍ଟ ପରିୟଡ଼କୁ କଡ଼ାକଡ଼ି ପାଳନ କରାଯାଉ। ନିର୍ବାଚନ କମିଶନ ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଏହାସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ପଦକ୍ଷେପ ନେଇ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାକୁ ପବିତ୍ରତାର ସହିତ ପାଳନ କରିବାକୁ ଦାବି କରିଛନ୍ତି ନବୀନ। ଭାରତୀୟଭାବେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ଯୁଗ ଯୁଗ ଧରି ପୂର୍ବ ପୂରୁଷଙ୍କ ତ୍ୟାଗ ଓ ବଳିଦାନ ଫଳ ସ୍ବରୂପ ପାଇଛନ୍ତି। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ବିଶେଷ କରି ନିର୍ବାଚନ କମିଶନ ମୁକ୍ତ ଓ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତିଶୃତି ହେବା ଦରକାର।