nuapda - The Sakala

ନୂଆପଡ଼ା ଉପନିର୍ବାଚନ; ସସ୍‌ପେଣ୍ଡ ହେଲେ ଆଉ ଜଣେ ପ୍ରିଜାଇଡିଂ ଅଫିସର...
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍‌ପେଣ୍ଡ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ୍‌ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ମତଦାନବେଳେ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ନୂଆପଡ଼ା ଉପନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ...
ନୂଆପଡା : ଆଜି ନୂଆପଡ଼ା ଭୋଟ । ଭୋଟର ବାଛିବେ ନୂଆ ବିଧାୟକ । ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ। ନୂଆପଡ଼ା ବ୍ଲକ, କୋମନା ବ୍ଲକ, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସିରେ ଚାଲିଛି ମତଦାନ । ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ଯୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ହେବ ଭୋଟଗ୍ରହଣ। ମୋଟ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ଯା ରହିଛି ୧ ଲକ୍ଷ ୨୯ ହଜାର ୯୩୨। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ରହିଛି ୨୧। ମୋଟ ବୁଥ ସଂଖ୍ଯା ୩୫୮। ସେଥିରୁ ୫୮ଟି ବୁଥ ସମ୍ବେଦନଶୀଳ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବୁଥ ପାଇଁ ଇଭିଏମର ୭୨୦ଟି ବାଲଟ ୟୁନିଟ, ୭୨୦ଟି କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ଟି ଭି.ଭି.ପାଟ ଉପଲବ୍ଧ କରାଯାଇଛି। ନିର୍ବାଚନ ରଣାଙ୍ଗନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ପ୍ରମୁଖ ଦଳ ଭିତରେ ବିଜୁ ଜନତା ଦଳରୁରୁ ସ୍ହେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀଯ କଂଗ୍ରେସରୁ ଘାସିରାମ ମାଝୀ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ, ସମାଜବାଦି ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ଭାଗ୍ଯ ପରୀକ୍ଷା କରୁଛନ୍ତି।

ଉପନିର୍ବାଚନ ସୁପରିଚାଳନା ପାଇଁ ମୋଟ ୧୫୮୪ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଭିତରୁ ୧୫୫୨ଜଣ ପୁରୁଷ ପୋଲିଂ କର୍ମଚାରୀ ହୋଇଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ସଂଖ୍ଯା ୩୨। ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ୬ଟି ଶଖୀ ବୁଥ। ପ୍ରତ୍ଯେକ ଶଖୀ ବୁଥରେ ଲାଲ କାର୍ପେଟ ପକାଯାଇଛି। ଏହାସହିତ ପ୍ରତ୍ଯେକ ବୁଥରେ ଭୋଟରଙ୍କ ସୁବିଧା ପାଇଁ ପିଇବା ପାଣିର ବ୍ଯବସ୍ଥା ରହିଛି । ଖରାରୁ ରକ୍ଷା ଦେବା ପାଇଁ ସାମିଆନା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁକ୍ତ ଓ ଅବାଧ ଭୋଟଗ୍ରହଣ ପାଇଁ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି କରାଯିବା ପାଇଁ ବ୍ଯବସ୍ଥା କରାଯାଇଛି। ସକାଳ ୬ଟାରୁ ଇଭିଏମ୍ ଓ ଭି.ଭି ପାଟରେ ମକ ପୋଲିଂ କରାଯିବା ପରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ବୁଥ ଭିତରୁ ସିଲଟପାଣି ବୁଥରେ ସର୍ବାଧିକ ୧୧୨୪ ଜଣ ଭୋଟର ଥିବାବେଳେ ଅନୁପଗଡ଼ ବୁଥରେ ସବୁଠାରୁ କମ ୧୮୬ଜଣ ମତଦାତା ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ଯର ୮ଟି ବୁଥରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଛି। ସେଗୁଡ଼ିକ ହେଲା ବୁଥ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର ବୁଥ।

ସ୍ୱାସ୍ଥ୍ୟସେବାରେ ନୂଆପଡ଼ାକୁ ପ୍ରତାରଣା; ସ୍ୱାସ୍ଥ୍ୟବୀମା ଯୋଜନାରେ ନାହିଁ ଜିଲ୍ଲାର ଗୋଟିଏ ବି ଘରୋଇ ହସ୍‌ପିଟାଲ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ନିର୍ଦ୍ଦେଶନାମା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଉପଲବ୍ଧ ନାହିଁ। ଯୋଜନା ଅଧୀନରେ ନୂଆପଡ଼ା ଜିଲ୍ଲା॥େର ଏପରିକି  ପଡେ଼ାଶୀ ରାୟପୁରରେ ଗୋଟିଏ ହେଲେ ବି ବେସରକାରୀ ଅନୁବନ୍ଧିତ ହସ୍ପିଟାଲ ନ ଥିବା ଜଣାପଡ଼ିଛି। ରାଜ୍ୟସାରା ଅନ୍ୟ ଜିଲ୍ଲାମାନଙ୍କରେ ଲୋକେ ଦେୟମୁକ୍ତ ବୀମା ଚିକିତ୍ସା ସୁବିଧା ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ନୂଆପଡ଼ାବାସୀଙ୍କୁ ଏଥିରୁ କାହିିଁକି ବଞ୍ଚିତ ରଖିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ଅକ୍ଟୋବର ୧୦ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଭିସି ଯୋଗେ ଏକ ବୈଠକ କରିଥିଲେ। ବୈଠକରେ ଉପ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଚିକିତ୍ସା ସୁବିଧା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା। ମାତ୍ର ବୈଠକରେ ସ୍ୱାସ୍ଥ୍ୟ ସଚିବ ନୂଆପଡ଼ା କିମ୍ୱା ପଡେ଼ାଶୀ ରାୟପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଅଧୀନରେ କୌଣସି ଘରୋଇ ହସ୍ପିଟାଲ ସହବନ୍ଧିତ ହୋଇ ନ ଥିବା ସୂଚନା ଦେଇଥିଲେ। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ଉପ ନିର୍ବାଚନ ସମୟରେ ନୂଆପଡ଼ାରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀ, ପୁଲିସ ଏବଂ ସିଏପିଏଫ ଯବାନଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ଥିଲା। ଫଳସ୍ୱରୂପ ଗ୍ରାମାଞ୍ଚଳର ଗରିବ ଲୋକେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇ ପାରୁଥିଲେ। ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଏସକେୱାଇକୁ ବନ୍ଦ କରିଦେବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେବା ସହ ନୂଆପଡ଼ା ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲ ଯୋଜନା ଅନୁବନ୍ଧିତ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏପରିକି ପଡେ଼ାଶୀ ରାୟପୁରରେ ମଧ୍ୟ କୌଣସି ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବୀମା  ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ ଉନ୍ନତ ତଥା ଦେୟମୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ସନ୍ତୁଳି ହେଉଛନ୍ତି ନୂଆପଡ଼ାବାସୀ। କେଉଁ ଅପରାଧ ପାଇଁ ବିଜେପି ସରକାର ଆମକୁ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରଖିଲେ ବୋଲି ନୂଆପଡ଼ାବାସୀ  ପଚାରୁଥିବା ବେଳେ ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ।

ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ୪ଟି ଆକସ୍ମିକ ଘଟଣା ଯଥା ସାପକାମୁଡା, ହୃଦଘାତ, ଦୁର୍ଘଟଣା କିମ୍ୱା ଅନ୍ୟ କୌଣସି ଜୀବନପ୍ରତି ବିପଦ ଥିବା ଜରୁରୀକାଳୀନ ସ୍ଥିତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ସେପରି କୌଣସି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ଓଡ଼ିଶା କିମ୍ୱା ରାୟପୁରରେ ଯେକୌଣସି ସରକାରୀ କିମ୍ୱା ବେସରକାରୀ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ଘଟଣାରେ ନୂଆପଡ଼ାରେ ଉଭୟ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଆବଶ୍ୟକସ୍ଥଳେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହାର ସମସ୍ତ ଖର୍ଚ୍ଚ ପରବର୍ତ୍ତୀ ସମୟରେ ନିର୍ବାଚନ ଖର୍ଚ୍ଚ ବ୍ୟୟ ଅଟକଳରୁ ବହନ କରାଯିବ ବୋଲି ସୂଚନା ମିଳିଛି ।

କୋମନା ଯାଦବ ମହାସଭାରେ ରଣହୁଙ୍କାର, ନବୀନ ବାବୁଙ୍କ ସହ ଥିଲୁ ଆଉ ରହିବୁ...
ନୂଆପଡ଼ା: ଓଡ଼ିଶା ପ୍ରତି ନବୀନ ବାବୁଙ୍କ ଅବାଦନ କେବେ ଭୁଲି ହେବ ନାହିଁ । ଦୁଇ ଦଶନ୍ଧି ଧରି ନବୀନ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ଶାସନରେ ଓଡ଼ିଶା ଆଜି ସୁନାର ଓଡ଼ିଶା ହୋଇଛି । ଶଙ୍ଖ ଚିହ୍ନ ସହିତ ଆମେ ରହିଥିଲୁ, ଆଉ ଆଗକୁ ମଧ୍ୟ ଅଟଳ ରହିବୁ । ନୂଆପଡ଼ାରେ ବିଜେଡି ପ୍ରାର୍ଥିନୀ ସେହ୍ନାଙ୍ଗିନୀଙ୍କ ବିଜୟ ସୁନିଶ୍ଚିତ ବୋଲି ଶନିବାର କୋମନା ଠାରେ ଆୟୋଜିତ ଯାଦବ ମହାସଭାରେ ଦମ୍ଭୋକ୍ତି ପ୍ରକାଶ ପାଇଥିଲା । ବରିଷ୍ଠ ଯାଦବ ନେତା କ୍ଷମା ସିଂ ନିଆଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସର୍ବଭାରତୀୟ ଯାଦବ ମହାସଭା ସମ୍ପାଦକ ରାଜୁ ଘିବେଲା ମୁଖ୍ୟ ବକ୍ତା, ଉକ୍ରଳ ଯାଦବ ମହାସଭା ମହାସଚିବ ନନ୍ଦଲାଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବିଜେଡି ଶାସନ କାଳରେ ଓଡ଼ିଶାରେ ସଦଭାବନାର ନୂଆ ପରମ୍ପରା ସୃଷ୍ଟି ହୋଇଥିଲା । କେବଳ ଯାଦବ ସମ୍ପ୍ରଦାୟ ନୁହେଁ, ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟକୁ ନବୀନ ପଟ୍ଟନାୟକ ସମାନ ଦୃଷ୍ଟିରେ ଦେଖିଛନ୍ତି । କାହା ପ୍ରତି ସେ ଅନ୍ୟାୟ ହେବାକୁ ଦେଇ ନାହାନ୍ତି । ଯାଦବ ସମାଜ ପାଇଁ ନବୀନ ପଟ୍ଟନାୟକଙ୍କର ଅନେକ ଅବଦାନ ରହିଛି । ସେଥିପାଇଁ ନୂଆପଡ଼ା ଉପନିର୍ବାଚନରେ ଯାଦବ ମହାସଭା ବିଜେଡି ପ୍ରତି ନିଜର ସମର୍ଥନକୁ ଅବ୍ୟାହତ ରଖିବ ବୋଲି କୁହାଯାଇଥିଲା।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା କଳ୍ପନା ଯାଦବ, କେସିଙ୍ଗା ଏନଏସି ଅଧ୍ୟକ୍ଷ ଓ କଳାହାଣ୍ଡି ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଭବାନୀପାଟଣା ଏନଏସିର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ସିନାପାଲି ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଳ, ଝରିଆ ସମାଜ ସଭାପତି ପ୍ରୀତରାମ ରାଉତ, କେସିଙ୍ଗା କାଉନସିଲର ପ୍ରକାଶ ବାନ୍ଛୋର ଯୋଗଦେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ମତଦାନ ପାଇଁ ଆହ୍ୱାନ ଜଣାଇଥିଲେ । ପୂର୍ବତନ ଶିକ୍ଷକ କୁଳମଣି ନିଆଲ ସଭା ସଂଚାଳନ କରିଥିଲେ ।