Berhampur SP - The Sakala

ପୀତବାସ ପଣ୍ଡା ହତ୍ୟା ମାମଲା; ବ୍ରହ୍ମପୁର ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା...
କଟକ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନିର୍ବାଚନୀ ମକଦ୍ଦମା ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବା ବ୍ରହ୍ମପୁର ଏସପିଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏହି ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରି ବ୍ରହ୍ମପୁର ଏସପିଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମନୋଜ କୁମାର ପଣ୍ଡାଙ୍କ ପକ୍ଷରୁ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୀତବାସ ପଣ୍ଡା ହତ୍ୟା ଘଟଣା ସହ ଏହି ନିର୍ବାଚନୀ ମକଦ୍ଦମାକୁ ଲିଙ୍କ୍‌ କରି ବ୍ରହ୍ମପୁର ଏସ୍‌ପି ସାର୍ବଜନୀନ ମନ୍ତବ୍ୟ ଦେବା ଘଟଣାକୁ ନେଇ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏସ୍‌ପିଙ୍କ ଭଳି ଜଣେ ବରିଷ୍ଠ ପୁଲିସ ଅଧିକାରୀ କିଭଳି ଓ କେଉଁ କାରଣ ପାଇଁ ଅଦାଲତରେ ବିଚାରାଧୀନ ଥିବା ମକଦ୍ଦମା ଫଳାଫଳ ସମ୍ପର୍କରେ ଏଭଳି ମନ୍ତବ୍ୟକୁ ସାର୍ବଜନୀନ କଲେ, ସେ ସମ୍ପର୍କରେ ଏସପି ସ୍ପଷ୍ଟୀକରଣ ରଖିବେ। ଏଥିସହ ଏହାକୁ କାହିଁକି ଅଦାଲତ ଅବମାନନା ବୋଲି ବିବେଚନା କରା ନଯିବ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଆସନ୍ତା ନଭେମ୍ବର ୭ ତାରିଖ ସୁଦ୍ଧା ଏହି ସ୍ପଷ୍ଟୀକରଣ ଅଦାଲତରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଉକ୍ତ ହତ୍ୟାକାଣ୍ଡ ସମ୍ପର୍କିତ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଆବେଦନକାରୀଙ୍କ ଆଇନଜୀବୀଙ୍କ ପାଖରେ ଉପଲବ୍ଧ ରହିଛି। ସେଥିରେ ଏସ୍‌ପି ଏହି ନିର୍ବାଚନୀ ମକଦ୍ଦମା ଫଳାଫଳ ସମ୍ପର୍କରେ ମନ୍ତବ୍ୟ ଦେଉଥିବା ଦେଖାଯାଇଛି। ସେହିଭଳି ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ହତ୍ୟା ଘଟଣାର ତଦନ୍ତ ସମୟରେ ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାସଙ୍କ ମଧ୍ୟରେ ସାଧାରଣ ସଂଯୋଗ ଭାବେ ଏହି ନିର୍ବାଚନୀ ମକଦ୍ଦମା ଉଭା ହୋଇଥିଲା ବୋଲି ଏସପି କହିଥିଲେ। ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ଦାୟର୍‌ ଏହି ନିର୍ବାଚନୀ ମକଦ୍ଦମା ଶିବଶଙ୍କର ଦାସଙ୍କ ବାସଭବନରେ କାମ କରୁଥିବା ଜଣେ ସହାୟକଙ୍କ ନାମରେ ଦାଖଲ କରାଯାଇଥିଲା। ବାସ୍ତବରେ ଏହାକୁ ଶିବଶଙ୍କର ଦାସ ନିଜେ ଦାଖଲ କରିଥିଲେ। ନିର୍ବାଚନ ମକଦ୍ଦମା ପାଇଁ ଆଇନଗତ ଖର୍ଚ୍ଚ ଓ ଓକିଲାତି ଫି’କୁ ବିକ୍ରମ ପଣ୍ଡା ଭରଣା କରୁଥିଲେ ବୋଲି ଏସ୍‌ପି କହିଥିବା ଗଣମଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଅନ୍ୟପଟରେ ନିର୍ବାଚନୀ ମକଦ୍ଦମାର ଆବେଦନକାରୀ ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ଦର୍ଶାଇଥିଲେ ଯେ ଗତ ୨୦୨୫ ଅକ୍ଟୋବର ୨୨ରେ ଘରକୁ ଫେରୁଥିବା ବେଳେ କିଛି ପୁଲିସ କର୍ମଚାରୀ ସାଦା ପୋଷାକରେ ରହି ତାଙ୍କୁ ବ୍ରହ୍ମପୁର ପୁଲିସ ବାରାକ୍‌କୁ ଉଠାଇ ନେଇଥିଲେ। ଏପରିକି, ସେଠାରେ ୨୪ ତାରିଖ ପର୍ଯ୍ୟନ୍ତ ଅଟକ ରଖି ବିଧାୟକ କେ.ଅନୀଲ କୁମାରଙ୍କ ନାମରେ କାହିଁକି ନିର୍ବାଚନୀ ମକଦ୍ଦମା ଦାୟର କରିଛ ବୋଲି ପଚରାଉଚରା କରିଥିଲେ।

ପ୍ରକାଶଥାଉକି, ଏହି ପ୍ରସଙ୍ଗରେ ଗତ ଶୁଣାଣି ବେଳେ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ହାଇକୋର୍ଟ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରିକି, ନିକଟରେ କିଛି ବ୍ୟକ୍ତି ତାଙ୍କୁ ଉଠାଇନେଇ ଅଟକ ରଖିବା ସହ ନିର୍ଯାତନା ଦେଇଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀଙ୍କ ଓକିଲ ଗୋପାଳ ଅଗ୍ରୱାଲ ଓ ଏସ.ଶ୍ରୀବାସ୍ତବ ହାଇକୋର୍ଟଙ୍କୁ ସମଗ୍ର ଘଟଣାବଳୀ ସମ୍ପର୍କରେ ଅବଗତ କରିବା ସହ ସୁରକ୍ଷା ଓ ଏସପିଙ୍କୁ ସ୍ପଷ୍ଟୀକରଣ ପାଇଁ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଏହି ଅନ୍ତରୀଣ ଆବେଦନର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଗତ ୨୦୨୪ ବିଧାନସଭା ନିର୍ବାଚନ ନାମାଙ୍କନ ସମୟରେ ବିଧାୟକ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ତଥା ଏଥିରେ ମିଥ୍ୟା ତଥ୍ୟ ଦିଆଯାଇଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି।