Dhauli Police Station - The Sakala

ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜିତୁ ସାମଲ ଗିରଫ । ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଗତକାଲି ଅଭିଯୋଗ କରିଥିଲେ ଯୁବତୀ । ଯୁବତୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଆସିଥିଲା ଧଉଳି ଥାନା ପୋଲିସ। ମାମଲା ରୁଜୁ ହେବାର କିଛି ସମୟ ମଧ୍ୟରେ ଅଭିଯୁକ୍ତ ଜିତୁ ସାମଲଙ୍କୁ ଯାଜପୁରରୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମାଆଙ୍କ ପରିଚିତ ଜଣେ ବ୍ୟକ୍ତି ଥିଲେ ଜିତୁ ସାମଲ। ସେହି ପରିଚୟକୁ ଆଧାର କରି ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଅଭିଯୁକ୍ତ। ପରେ ବିଶ୍ୱାସର ସୁଯୋଗ ନେଇ ତାଙ୍କୁ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୫ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳ ଗୁଡ଼ିଆପୋଖରୀ ନିକଟସ୍ଥ ଏକ  ହୋଟେଲରେ ଏହି ଘଟଣା ଘଟିଥିବା ଗତକାଲି ଯୁବତୀ ଅଭିଯୋଗ କରିଥିଲେ ।

ଘଟଣା ପରେ ସେ ଧଉଳି ଥାନାରେ ଏତଲା ଦେଇଥିଲେ। ପ୍ରାଥମିକ ତଦନ୍ତରେ ଘଟଣାସ୍ଥଳ ପିପିଲି ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲେ ମଧ୍ୟ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ଥାନାରେ ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଜିରୋ ଏଫ୍‌ଆଇଆର୍‌ ପ୍ରକ୍ରିୟା ଅପେକ୍ଷା ନକରି ମାନବିକ ଆଭିମୁଖ୍ୟ ଗ୍ରହଣ କରିଥିଲା ପୋଲିସ।  ମାମଲା ରୁଜୁ ହେବା ପରେ ଅଭିଯୁକ୍ତର ଖୋଜଖବର ଆରମ୍ଭ କରିଥିଲା ଧଉଳି ପୋଲିସ। ଶେଷରେ ଯାଜପୁରରୁ ଜିତୁ ସାମଲଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବିରୋଧରେ ଲାଗିଛି ଏକାଧିକ ସଙ୍ଗୀନ ଅଭିଯୋଗ। ଅପହରଣ, ଅଟକ ରଖିବା, ଦୁଷ୍କର୍ମ, ଠକେଇ ଓ ଧମକ ଭଳି ଗୁରୁତର ଦଫାରେ ମାମଲା ରୁଜୁ କରିଛି ପୋଲିସ। ଭାରତୀୟ ନ୍ୟାୟ ସଂହିତାର 140(3), 127(2), 64(1), 318(4), 351(2) ଓ 3(5) ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ପ୍ରତ୍ୟେକ ଦିଗକୁ ଛାନବିନ କରୁଛି ଧଉଳି ପୋଲିସ।

ଧଉଳିରେ ଲଜ୍ଜାଜନକ ଘଟଣା: ପୁରୁଷବନ୍ଧୁଙ୍କୁ ମାଡ଼ ମାରି ନାବାଳିକାକୁ ଗଣଦୁଷ୍କର୍ମ, ଦୁଇ ଗିରଫ
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀ ଏବଂ ରାମଚଣ୍ଡୀ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭିନଥିବା ବେଳେ ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ  ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣା‌ରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ  କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।

ରାଜଧାନୀରେ ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ; ଭିଡିଓ ଭାଇରାଲ ପରେ ୭ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ନିସ୍ତୁକ ମାରପିଟ କରିଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା । ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ  କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ଉକ୍ତ ମାଡ଼ ମାରିବା ଭିଡିଓ ତାଙ୍କ ମା' ଙ୍କ ନିକଟରେ ପହଞ୍ଚି ଥିଲା । ଏହାକୁ ନେଇ ସେ ତାଙ୍କ ପୁଅକୁ ଘଟଣା ବିଷୟରେ ପଚାରି ସବୁକଥା ଜାଣିବାକୁ ପାଇଲେ । ଏନେଇ ନାବାଳକଙ୍କ ମାଆ ଗୁରୁବାର ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରି ଭିଡିଓକୁ ଆଧାର କରି ୬ ଜଣଙ୍କୁ  ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି । ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି ।