Durgapur Rape Case - The Sakala

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ୨୦ ଦିନ ପରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ
କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ପୋଲିସ ଦୁର୍ଗାପୁର ମହକୁମା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଘଟଣାର ୨୦ ଦିନ ପରେ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଆସନ୍ତାକାଲି ୬ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ପୋଲିସ । ଟିଆଇ ପରେଡର ରିପୋର୍ଟ ମଧ୍ୟ ଦାଖଲ ସରିଛି ।

ଆଇନଗତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାର୍ଜସିଟ୍‌ରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହପାଠୀଙ୍କ ବିରୋଧରେ ଏକ ବଳାତ୍କାର ମାମଲା ଅନ୍ତର୍ଭୁକ୍ତ। ଛାତ୍ରୀ ଜଣଙ୍କ ଗତ ୧୦ ଅକ୍ଟୋବର ରାତି ପ୍ରାୟ ୮ଟା ସମୟରେ ସହପାଠୀ ଜଣେ ଛାତ୍ରଙ୍କ ସହିତ କଲେଜ କ୍ୟାମ୍ପସ ବାହାରକୁ ଯାଇ ନିର୍ଯାତନା ହୋଇଥିଲେ ବୋଲି ଅଭିଯୋଗ। ଏହି ଘଟଣାରେ ପୋଲିସ ପୀଡିତାଙ୍କ ସହପାଠୀ ଏବଂ କଲେଜ ସଂଲଗ୍ନ ଗ୍ରାମର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା।

କୋର୍ଟ ସୂତ୍ର ଅନୁଯାୟୀ, ଗିରଫ ସହପାଠୀଙ୍କ ବିରୁଦ୍ଧରେ ବଳାତ୍କାର, ଅନ୍ୟ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ଗଣଦୁଷ୍କର୍ମ ଏବଂ ବାକି ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯୋର କରି ଟଙ୍କା ଆଦାୟ କରିବା ପାଇଁ ଚାର୍ଜସିଟ୍ ଦାଖଲ କରାଯାଇଛି। କୋର୍ଟ ଏହି ମାମଲାରେ ଶୀଘ୍ର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପୀଡିତା ଛାତ୍ରୀ ଜେଲକୁ ଯାଇ ଟିଆଇ ପରେଡରେ ଅଂଶଗ୍ରହଣ କରିଥିଲେ। ସେ କଲେଜ ନିକଟବର୍ତ୍ତୀ ଗ୍ରାମରୁ ଗିରଫ ହୋଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ପୀଡିତା ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ମଧ୍ୟ ଚିହ୍ନଟ କରିଥିଲେ। କୋଡ଼ିଏ ଦିନ ପରେ, ଓଡ଼ିଆ ଡାକ୍ତରୀ ଛାତ୍ରୀ ପୀଡିତାଙ୍କ ସହପାଠୀ ବିରୁଦ୍ଧରେ କେବଳ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।