Nuapada Bypoll - The Sakala

Jay Dholakia: ନୂଆପଡ଼ା ଉପନିର୍ବାଚନ: ଜୟ ଢୋଲକିଆ ବିଜୟୀ...
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବାଜି ମାରିଛି ବିଜେପି। ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବାର ଥିଲା ପରେ ଏହାକୁ ୨୯ ରାଉଣ୍ଡକୁ ବୃଦ୍ଧି କରାଯାଇଥିଲା। ଏହି ନିର୍ବାଚନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ଏହାରି ମଧ୍ଯର ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ଏହି ଆସନରୁ ବିଜୟୀ ହୋଇଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ଦିବଙ୍ଗତ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ସାମିଲ ହେବା ପରେ ପ୍ରଥମ ଥର ପାଇଁ ଉନିର୍ବାଚନରେ ଲଢିଥିଲେ।

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଦିନ ୪ଟା ପରେ ପ୍ରଚାର ବନ୍ଦ
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଆଜି ସରୁଛି ପ୍ରଚାର। ଆଜି ଉପନିର୍ବାଚନରେ ପ୍ରଚାରର ଶେଷ ଦିନ। ଦିନ ୪ଟା ପରେ ପ୍ରଚାର ବନ୍ଦ । ଆଜି ପ୍ରଚାର ସରୁଥିବାରୁ ଶେଷ ସ୍ପର୍ଶ ଦେବା ପାଇଁ ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ଲାଗି ପଡ଼ିଛନ୍ତି। ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ।

ନବୀନଙ୍କ ରୋଡ଼ ଶୋ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୋମନା ଓ ନୂଆପଡ଼ା ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଶେଷ ଦିନରେ ଫୁଲ ଦମରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଂଚାୟତ ବୁଲି ପ୍ରଚାର କରୁଛନ୍ତି। ସ୍ନେହାଙ୍ଗିନୀଙ୍କ ସହ ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ଦଳୀୟ କର୍ମୀମାନେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ପ୍ରଚାର କରିଥିଲେ। ସାଧାରଣ ସଭା ସହ ରୋଡ଼ ଶୋ ବି କରିଥିଲେ ମୋହନ। ଦଳୀୟ ପ୍ରାର୍ଥୀ ଓ ନେତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କୋମନା ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆଜି ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି

ବେଇମାନୀ କଳଙ୍କରୁୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି
ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଇମାନି ଟିପ୍ପଣୀ  ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ଓ ତାଙ୍କ ମା’ କଳ୍ପନା ଢେ଼ାଲକିଆଙ୍କ ମନ୍ତବ୍ୟକୁ କଠୋର ଶବ୍ଦରେ ସମାଲୋଚନା କରିଛି ବିଜେଡି।  ବେଇମାନି କାମ କରିଥିବା ଲୋକଙ୍କୁ ବେଇମାନ କହିଲେ ବାଧୁଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିବା ସହ କଳଙ୍କରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି ବୋଲି ବିଜେଡ଼ି କହିଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ନୂଆପଡ଼ାରେ ଜୟ ଓ ତାଙ୍କ ମାଆଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲେନିନ୍‌ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ବିଶାଳ ଜନସମାଗମ ଦେଖି ଜୟ ଢୋଲକିଆ ଓ ବିଜେପି ଆତଙ୍କିତ ହୋଇଛନ୍ତି। ତେଣୁ ଜୟ ତାଙ୍କ ବାପାଙ୍କୁ ଶେଷ ସମୟରେ ବିଜେଡି ଅଣଦେଖା କରିଥିଲା ବୋଲି ମିଛ ଅଭିଯୋଗ ଆଣିଛନ୍ତି । ନିଜ ଅସୁସ୍ଥତା ସତ୍ତେ୍ୱ ବିଧାୟକ ରାଜୁ ଢୋଲକିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିୟମିତ ଖବର ରଖୁଥିଲେ। ତାଙ୍କ ଦେହାନ୍ତ ହେବା ପରେ ଦଳ ପକ୍ଷରୁ ଆବଶ୍ୟକ ସହଯୋଗର ହାତ ବଢାଇବା ସହିତ ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଜେ ଭର୍ଚୁଆଲରେ ଯୋଗଦେଇ ଶୋକବାର୍ତ୍ତା ପ୍ରଦାନ କରିଥିଲେ। ଅପରପକ୍ଷେ ଜୟ ଢୋଲକିଆ ବିଜେଡିର ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।  ବିଜେଡି ପକ୍ଷରୁ ହୋଇଥିବା ପଦଯାତ୍ରା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଜୟ ଓ ତାଙ୍କ ମାଆ ଯୋଗ ଦେଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସେ ରାତାରାତି ମତ ପରିବର୍ତ୍ତନ କରି ବିଜେପିରେ ଯୋଗଦେଲେ, ତାହା ଆଜି ବି ପ୍ରଶ୍ନବାଚୀ ବୋଲି ଡ. ମହାନ୍ତି କହିଥିଲେ।

ସୁଲତା ଦେଓ କହିଥିଲେ ଯେ ବିଜେଡି ଢୋଲକିଆ ପରିବାର ସହିତ ସମ୍ପର୍କ କାଟିନାହିଁ। କେଉଁ କାରଣରୁ କେଉଁ ପରିସ୍ଥିତିରେ ଜୟ ଢୋଲକିଆ ବିଜେପିରେ ଯୋଗଦେଲେ, ସେ ନିଜେ ଭଲ ଭାବରେ ଜାଣିଥିବେ। ଏହାଛଡା ବିଜେପି ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଜେପିରେ ଜୟ ଯୋଗ ଦେଇଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଶ୍ରୀମତୀ ଢୋଲକିଆ ଖଣ୍ଡନ କରିଥିଲା ବେଳେ, ଏହା ବିଜେଡିର ଅଭିଯୋଗ ନୁହେଁ ବୋଲି ଶ୍ରୀମତୀ ଦେଓ କହିଥିଲେ। ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜୁ ଢୋଲକିଆଙ୍କ ଚିକିତ୍ସା ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା ବୋଲି ଉଭୟ ଜୟ ଓ ତାଙ୍କ ମା ଆଜି ଅଭିଯୋଗ କରିଥିଲେ ।

ନୂଆପଡ଼ା ଉପନିର୍ବାଚନ: ନବୀନଙ୍କ ଇଙ୍ଗିତ; ବିରୋଧୀ ଶିବିରରେ କମ୍ପନ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି। ନୂଆପଡ଼ା ବର୍ତ୍ତମାନ ମିନି ଭୁବନେଶ୍ୱର ପାଲଟିଥିବା ବେଳେ ୩ ଦଳର ନେତା ଓ କର୍ମୀମାନେ ଝାଳବୁହା ପରିଶ୍ରମ କରୁଛନ୍ତି। ତେବେ ନିର୍ବାଚନ ପରିଚାଳନାରେ ସବୁଠାରୁ ପାରଙ୍ଗମ ବିଜେଡିର ପ୍ରଚାର ଶୈଳୀ ଏବେ ନୂଆପଡ଼ାବାସୀଙ୍କୁ ବେଶ୍ ପ୍ରଭାବିତ କରିଥିବା କୁହାଯାଉଛି। ପଞ୍ଚାୟତୱାରୀ ଦଳୀୟ ନେତାଙ୍କୁ ଦାୟିତ୍ୱ, ସ୍ଥାନୀୟ ନେତାଙ୍କୁ ଅଗ୍ରାଧିକାର, ଛୋଟ ଛୋଟ ରାଜନୈତିକ ସଭା ମାଧ୍ୟମରେ ବିଜେଡିର ଛାମୁଆ ସଂଗଠକ ନିଜର ପ୍ରଚାର କାର୍ଯ୍ୟକୁ ଚଳାଇଛନ୍ତି। ବିଜେଡିର ଯୋଜନାଭିତ୍ତିକ ପ୍ରଚାର ଦଳକୁ ସୁବିଧାଜନକ ସ୍ଥିତିରେ ରଖିଥିବା ବେଳେ ଦୁଇ ଦିନରେ ନବୀନଙ୍କ ଦୁଇଟି ଇଙ୍ଗିତ ‘ଏଥର ବି ଶଙ୍ଖ’, ‘ବିଜୟ ହେବ ନୂଆପଡ଼ାର’ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି ସୁପ୍ରିମୋ ନବୀନ ଆଜି ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ନୂଆପଡ଼ାରେ ସେବା ଓ ବିକାଶର ନୂଆଧାରା ଆରମ୍ଭ ହେବ ବୋଲି ଉଲ୍ଲେଖ କରିବା ସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରଚାରର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। କେଇଘଣ୍ଟା ମଧ୍ୟରେ ଏହା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଏହି ଟ୍ୱିଟ୍‌ ଟ୍ରେଣ୍ଡ କରିଥିଲା। ଆସନ୍ତା ୩ ତାରିଖରେ କୋମନାରେ ଏକ ସମାବେଶ ଓ ୭ ତାରିଖରେ ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ନବୀନଙ୍କ ଶୋଭାଯାତ୍ରା ପୂର୍ବରୁ ତାଙ୍କର ଟ୍ୱିଟ୍ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ପୂରା ଉତ୍ସାହିତ କରିଛି। ନବୀନଙ୍କ ଏହି ଗସ୍ତ ସବୁ ରାଜନୈତିକ ସମୀକରଣକୁ ବଦଳାଇଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

ଦଳୀୟ ପ୍ରାର୍ଥୀ ରୂପେ ସ୍ନେହାଙ୍ଗିନୀଙ୍କୁ ମନୋନୀତ କରି ନବୀନଙ୍କ ନିଷ୍ପତ୍ତି ବିରୋଧୀଙ୍କୁ ଚକିତ କରିଥିଲା। ସେହିପରି ଦଳର ରଣନୀତିକୁ କାର୍ଯ୍ୟକାରୀ କରିବାକୁ ପଶ୍ଚିମ ଓଡ଼ିଶାର ଦମଦାର ନେତାମାନଙ୍କୁ  ପ୍ରଚାର ଏବଂ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଶେଷକରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ଏନ୍‌ଏସିଯାଏଁ ନିର୍ଦ୍ଦିଷ୍ଟ ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂଆପଡ଼ା ରାଜନୀତି ପାଣିପାଗକୁ ମାପି ନବୀନ ପ୍ରଥମେ ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟି କରିଥିଲେ। ଏହାପରେ ପରେ ଦଳର ଆଗଧାଡ଼ିର ନେତାଙ୍କୁ ବିବିନ୍ନ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ଦଳ ସୁଚିନ୍ତିତ ଢଙ୍ଗରେ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ଜାରି ରଖିଛି। ବଡ଼ ବଡ଼ ସଭା ବଦଳରେ ଦଳୀୟ ନେତାମାନେ ଗୋଟିଏ ଦିନରେ ପ୍ରାୟ ୨୦ରୁ ଅଧ଄କ ସଭା କରୁଛନ୍ତି। ଏପରିକି ବିଜେଡିର ଜଣେ ନେତାଙ୍କୁ ଜଗିବା ପାଇଁ ଶାସକ ବିଜେପି ୩ ଜଣଙ୍କୁ ଲଗାଇଥବା ନେଇ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସେହିପରି ନିଜେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଏକାଧିକ ସ୍ଥାନରେ ପଦଯାତ୍ରା କରି ନିଜ ପାଇଁ ଭୋଟ ମାଗୁଛନ୍ତି। ଏପଟେ ନବୀନ ଦଳରୁ ଦୂରେଇ ରହିଥିବା ଟାଣୁଆ ନେତାଙ୍କୁ ପୁଣିଥରେ ଦଳକୁ ଫେରାଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଦଳର ଟାଣୁଆ ନେତା ଭାନୁପ୍ରତାପ ସିଂହ ପ୍ରତ୍ୟକ୍ଷ ଭାବରେ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି ଓ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ରାଜନୀତିର ସବୁ ଦାଓପେଞ୍ଚ ସମ୍ପର୍କରେ ଅବଗତ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କ୍ଷମତାରେ ନ ଥିଲେ ବି ନୂଆପଡ଼ାରେ ନବୀନଙ୍କର ସ୍ୱତନ୍ତ୍ର କ୍ରେଜ ରହିଛି। ନୂଆପଡ଼ା ଜିଲ୍ଲାରେ ଯାହା କିଛି ବିକାଶ ହୋଇଛି, ତାହା ନବୀନଙ୍କ ସମୟରେ ହିଁ ହୋଇଛି। ନବୀନ ନିଜେ ପ୍ରଚାର ମଙ୍ଗ ଧରିଲେ ଏହାର ପ୍ରଭାବ ନିଶ୍ଚୟ ଅନୁଭୂତ ହେବ ବୋଲି ବିରୋଧୀ ଦଳର ସମର୍ଥକମାନେ ମଧ୍ୟ ମତ ଦେଉଛନ୍ତି। ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ନୂଆପଡ଼ା ପ୍ରଚାର ରାଜନୀତି ଆହୁରି ଉଷ୍ମତା ଧରିବ ବୋଲି ଏବେ ସାଧାରଣରେ ମତପ୍ରକାଶ ପାଇଛି।

ନୂଆପଡ଼ା ଉପନିର୍ବାଚନ: ଆରମ୍ଭ ହେଲା ହୋମ ଭୋଟିଂ ପ୍ରକ୍ରିୟା, ୨ତାରିଖ ଯାଏଁ ଘରେ ବସି ଭୋଟ ଦେବେ ବରିଷ୍ଠ ଭୋଟର
ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ହୋମ ଭୋଟିଂ ପ୍ରକ୍ରିୟା । ଭୋଟ୍ ଦେବେ ଘରେ ଥିବା ବୟସ୍କ ଭୋଟର । ୨୫୧ ଜଣ ବୟସ୍କ ଭୋଟର ଘରେ ଦେବେ ଭୋଟ୍ । ୨ ତାରିଖ ଯାଏଁ ଚାଲିବ ହୋମ୍ ଭୋଟିଂ । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l ପ୍ରତି ଦଳରେ ୨ଜଣ ପୋଲିଂ ଅଫିସର୍,  ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି l ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ଜଣ ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ୍ ଦେବେ l ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ ପ୍ରକାଶ କରିଛନ୍ତି l  ଏହି ସୁବିଧାରୁ କେହି ଜଣେବି ଯୋଗ୍ୟ ମତଦାତା ଯେପରି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l